spot_img
Home Blog Page 4869

ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଶତକ; ଭାଙ୍ଗିଲେ ଏଜି କ୍ରିପାଲ ସିଂହଙ୍କ ରେକର୍ଡ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ଖେଳାଯାଉଛି । ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଅଧିନାୟକତ୍ବ କରିଥିଲେ ଆଜିଙ୍କେ ରାହାଣେ । ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କ ସ୍ଥାନରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟାର । ତେବେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଶ୍ରେୟସ ଆୟର । ଏଥିସହ ଆୟର ଏଜି କ୍ରିପାଲ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଜି କ୍ରିପାଲ ସିଂ ପଦାର୍ପଣ ଟେଷ୍ଟରେ ଅପରାଜିତ ୧୦୦ ରନ କରିଥିଲେ ।

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଆରମ୍ଭରୁ ଭଲ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ୧୦୬ ରନରେ ୩ଟି ଓ୍ବିକେଟ ଗଲା ପରେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ ଶ୍ରେୟସ ଆୟର । ତେବେ ଏଭଳି ସ୍ଥିତିରେ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ପ୍ରଥମ ଦିନ ଶେଷ ସୁଦ୍ଧା ଆୟର ୭୫ ରନ କରି ଅପରାଜିତ ଥିଲେ । ତେବେ ଆଜି ଦ୍ବିତୀୟ ଦିନ ଆରମ୍ଭରୁ ସେହି ଫର୍ମ ଜାରି ରଖିଥିଲେ ଆୟର । ଯାହା ଫଳରେ ୧୬ ତମ ଖେଳାଳି ଭାବରେ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଛନ୍ତି ଆୟର ।

ତେବେ ପଦାର୍ପଣ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଥିଲେ ଲାଲା ଅମରନାଥ । ୧୯୩୩ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୧୮ ରନର ପାରି ଖେଳିଥିଲେ ଅମରନାଥ । ଆୟରଙ୍କ ପୂର୍ବରୁ ୨୦୧୮ରେ ପୃଥ୍ବୀ ଶ’ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିଲେ । ସେହିପରି ଭାବର ୨୦୧୩ରେ ଭାରତୀୟ ଦଳର ଦୁଇ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ନିଜର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଥିଲେ ।

ITDA ସହକାରୀ ଯନ୍ତ୍ରୀଙ୍କ ଘରେ ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍, ଜବତ ହେଲା ନଗଦ ୪୧.୭୭ ଲକ୍ଷ ଟଙ୍କା

ବାରିପଦା: ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଦ୍ୱିତୀୟ ଦିନରେ ଜାରି ରହିଛି ଭିଜିଲାନ୍ସ ରେଡ୍। ଚଢାଉ ବେଳେ ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଳମ୍ବିତ ରାତିରେ ରେଡ୍ ବେଳେ, ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭ହଜାର ୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି। ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଥିବା ଘରର ପତ୍ତା ପାଇ ଭିଜିଲାନ୍ସ ରେଡ୍ ଆରମ୍ଭ କରିଛି। ଭୁବନେଶ୍ୱର ଓ ବରଗଡ଼ରେ ଥିବା ୪ମହଲା କୋଠାର ମୂଲ୍ୟ ୫୬ ଲକ୍ଷରୁ ଅଧିକ ଟଙ୍କା ହେବ।

ବାଲେଶ୍ୱରରେ ମଧ୍ୟ ରହିଛି ୪ ମହଲା କୋଠା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, କଳିଙ୍ଗବିହାରରେ ଘର, ବାଲେଶ୍ୱରରେ ୩ଟି ପ୍ଲଟ୍ ରହିଛି। ଗୋଟିଓ କାର୍ ଓ ୩ଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୧୦ ଜଣ ଡିଏସପି, ୪ ଇନ୍ସପେକ୍ଟରଙ୍କ ସହ ୩୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଇତିହାସରେ ରେଡ୍‌ରେ ଜବତ ଟଙ୍କା ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଉଥିବାର ଠିକାଦାର ଅଭିଯୋଗ କରିଥିଲେ। ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି।

ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ; ଷ୍ଟିଭ୍ ସ୍ମିଥ ହେଲେ ଉପ ଅଧିନାୟକ

କାନବେରା: ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ହେଲେ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ । ଅଷ୍ଟ୍ରେଲିଆ ଟିମରେ ୪୭ତମ ଅଧିନାୟକ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଦ୍ରୁତ ବୋଲର ଭାବରେ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାର ସମ୍ଭାଳିବେ । ଏହା ପୂବର୍ରୁ ୧୯୫୬ରେ ରୟ ଲିଣ୍ଡଓ୍ବାଲ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକତ୍ବ କରିଥିଲେ । ଆସନ୍ତା ମାସରେ ହେବାକୁ ଥିବା ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ଦଳକୁ ଲିଡ୍ କରିବେ କମିନ୍ସ । ଏଥିସହ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଟିମର ଉପ ଅଧିନାୟକ ପଦ ମିଳିଛି ।

ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟରେ ଅଧିନାୟକ ପଦ ମିଳିବା ପରେ ସେ କହିଛନ୍ତି କି “ମୋତେ ଆସେସ୍ ସିରିଜ ପୂର୍ବରୁ ଅଧିନାୟକ କରିଥିବାରୁ ମୁଁ ସମ୍ମାନିତ ଅନୁଭବ କରୁଛି । ଆଶା କରୁଛି କି ମୁଁ ସେହିପରି ଦଳର ନେତୃତ୍ବ ନେବ ଯେପରି ବିଗତ କିଛି ବର୍ଷ ଧରି ଟିମ୍ ପେନ ଦଳକୁ ଆଗକୁ ନେଉଥିଲେ । ସେ ଆହୁରି କହିଛନ୍ତି କି ଷ୍ଟିଭ୍ ସ୍ମିଥ ଓ ମୋ ସହ ଦଳରେ ଆହୁରି ବରିଷ୍ଠ ଖେଳାଳି ଅଛନ୍ତି । କିଛି ଯୁବ ଖେଳାଳି ମଧ୍ୟ ଆସୁଛନ୍ତି ଯାହା ଦ୍ବାରା ଆମ ଟିମ୍ ଅଧିକ ମଜବୁତ ହୋଇପାରିବ ।

ଗତ ସପ୍ତାହରେ ଟିମ୍ ପେନ୍ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପ୍ୟାଟ୍ କମିନ୍ସଙ୍କୁ ମିଳିଛି ଅଧିନାୟକ ପଦ । ଅଧିନାୟକ ପଦ ଛାଡିବା ସହ ଏବେ କିଛି ଦିନ ପାଇଁ କ୍ରିକେଟରୁ ମଧ୍ୟ ବରତି ନେଇଛନ୍ତି ଟିମ୍ ପେନ୍ । କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ୍ ହୋକଲେ କହିଛନ୍ତି କି ଆମେ ଜାଣିଛୁ ଏହି ସମୟ ଟିମ୍ ପେନ୍ ଓ ତାଙ୍କ ପରିବାରଙ୍କ ପାଇଁ ବହୁତ କଠିନ ସମୟ । ଏହି ସମୟରେ ଆମେ ତାଙ୍କୁ ସମର୍ଥନ କରୁଛୁ ବୋଲି କହିଛନ୍ତି ନିକ୍ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ୍ ହୋକଲେ ।

 

କୋଲକାତା ଓ ମିଜୋରାମରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ସକାଳୁ ସକାଳୁ ଆଜି ଭାରତର କିଛି ଅଞ୍ଚଳରେ ଅନୁଭୂତି ହୋଇଛି ଭୂକମ୍ପ ଝଟକା । ମିଆଁମାର ଓ ଭାରତ ସୀମାରେ ଆଜି ସକାଳୁ ଅନୁଭବ ହୋଇଥିଲା ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ଏଠାରେ ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ଥିବା ଜଣା ପଡ଼ିଛି । ତେବେ ଏହି ଭୂକମ୍ପ ଫଳରେ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇନାହିଁ ।

ୟୁରୋପିଆନ୍ ମେଡିଟେରାଆନ୍ ସିସ୍ମୋଲୋଜିକାଲ ସେଣ୍ଟରର ସୂଚନା ଅନୁସାରେ ଏହି ଭୂକମ୍ପର କେନ୍ଦ୍ର ମିଜୋରାମର ଥେନଜୋଲଠାରୁ ୭୩ କିଲୋମିଟର ଦକ୍ଷିଣ ପୂର୍ବରେ ଭାରତ-ମିଆଁମାର ସୀମା ନିକଟରେ ଥିଲା । ଏହି ଭୂକମ୍ପର ଝଟକା ଭାରତର ପଶ୍ଚିମବଙ୍ଗ, ତ୍ରିପୁରା, ଓ ଆସମରେ ଅନୁଭୂତ ହୋଇଥିଲା । ସେହିପରି ମିଜୋରାମରେ ମଧ୍ୟ ଅନୁଭୂତି ହୋଇଥିଲା ଭୂକମ୍ପ ଝଟକା । ଭାରତ ବ୍ୟତୀତ ବାଂଲାଦେଶରେ ମଧ୍ୟ ଅନୁଭୂତି ହୋଇଥିଲା ଏହି ଭୂକମ୍ପର ଝଟକା ।

 

ପାଚିଲା ଧାନ ବାସ୍ନାରେ ଗାଁ ମୁହାଁ ହେଉଛନ୍ତି ଦନ୍ତା

ବାରିପଦା: ରାଜ୍ୟରେ ବଢ଼ିଚାଲିଛି ଦନ୍ତା ଆକ୍ରମଣ। ବେତନୋଟି ରେଞ୍ଜ ଅଧିନ ନଖରା ନିକଟରେ ଦନ୍ତା ଆତଙ୍କ। ନଷ୍ଟ କରୁଛି ଏକର ଏକର ଧାନ ବିଲ। ପାଚିଲା ଧାନ ଅମଳ ଚାଲିଥିବା ବେଳେ ଧାନ ଖାଇବା ପାଇଁ ନିକଟ ଜଙ୍ଗଲରୁ ଗୋଟିଏ ଦନ୍ତା ଗାଁକୁ ପ୍ରବେଶ କରିଛି। କେବଳ ଧାନ ଫସଲ ନଷ୍ଟ କରୁଛି ତାହା ନୁହଁ, ସ୍ଥାନୀୟ ଲୋକଙ୍କ ବାଡ଼ିରେ ପଶି ପରିବା ଓ ଫଳ ମୂଳ ସବୁ ନଷ୍ଟ କରୁଛି। ସକାଳୁ ସକାଳୁ ହାତୀ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେପଟେ ଦନ୍ତାର ଗତି ବିଧି ଉପରେ ନଜର ରଖିଛି ବନ ବିଭାଗ। ସ୍ଥାନୀୟ ବାସିନ୍ଦା ଭୟଭୀତ ରହିଥିବା ବେଳେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛି ବନ ବିଭାଗ। ଯଥାଶୀଘ୍ର ନିକଟ ଜଙ୍ଗଲରେ ଛଡ଼ାଯିବା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ଭାସିଗଲେ ୪ ଜଣ ଛାତ୍ର

କଟକ: କଟକ ଭଦିମୂଳ ନିକଟରେ ମହାନଦୀରେ ଅଘଟଣ। ଗାଧେଇବାକୁ ଯାଇ ମହାନଦୀରେ ଭାସିଗଲେ ୪ ଜଣ ଛାତ୍ର। ଗତକାଲି ରାତିରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ୩ ଜଣ ଛାତ୍ର ନିଖେଜା ଅଛନ୍ତି। ସେମାନଙ୍କୁ ଖୋଜାଖୋଜି କରୁଛି ଓଡ୍ରାଫ୍ ଓ ଅଗ୍ନିାମ ବାହିନୀ। ମୃତ ଛାତ୍ର ହେଲେ କଟକ ପୋତାପୋଖରୀ ଅଞ୍ଚଳର। ସେହିପରି ନିଖୋଜ ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣ ନୂଆବଜାର ପୋତାପୋଖରୀ ଅଞ୍ଚଳର ହୋଇଥିବା ବେଳେ, ଅନ୍ୟ ଜଣେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରର।

ଗତକାଲି ୪ଜଣ ଛାତ୍ର କଟକ ବିଦ୍ୟାଧରପୁର ଭଦିମୂଳକୁ ମହାନଦୀରେ ଗାଧେଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ।

ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା। ଏହାପରେ ଘର ଲୋକ ପୋଲିସ୍‌ ଏବଂ ଅଭ୍ନିଶମ ବିଭରଗକୁ ଖବର ଦେଇଥିଲେ। ଖବର ପାଇଁ ଘଟଣା ସ୍ଥଳପରେ ପହଞ୍ଚି ଅଗ୍ନିଶମ ବାହିନି ଖୋଜାଖୋଜି କରିଥିଲା । ତେବେ ଖୋଜାଖୋଜି କରିବା ସମୟରେ ଅଣଙ୍କର ମୃତଦହ ମିଳିଥିବା ବେଳେ ଅନ୍ୟ ୩ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି।

ଜଙ୍ଗଲରେ କେତେ ବାଘ ଅଛନ୍ତି, ଆଜିଠୁ ଆରମ୍ଭ ହେବ ଶିମିଳିପାଳରେ ବାଘ ଗଣନା

ମୟୂରଭଞ୍ଜ: ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା। ପ୍ରତି ଚାରି ବର୍ଷରେ ହେଉଥିବା ବ୍ରାଘ୍ୟ ଗଣନା ଚଳିତ ବର୍ଷ ଶିମିଳିପାଳରେ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାରିପଦା, ଉଦଳା, ବାଙ୍ଗରିପୋଷି, ଦେଉଳି, ରାସଗୋବିନ୍ଦପୁର, କପ୍ତିପଦା ରେଞ୍ଜ ଅଧିନ ଜଙ୍ଗଲରେ ଗଣମା ହେଉଛି।

ସାଉଥ ଯୋନରେ ଆଜି ପାଖରୁ ବାଘ ଗଣନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ନର୍ଥ ଯୋନରେ ହେବ ବାଘ ଗଣନା। ଟ୍ରାନଜାକ୍ଟ ଲାଇନ ଉପରେ ବାଘର ଫୁଟ ପ୍ରିଣ୍ଟ ଓ ଟ୍ରାପ କ୍ୟାମେରା ସହାୟତାରେ ସ୍ୱତନ୍ତ୍ର ଆପ ମାଧ୍ୟମରେ ଗଣନା କରାଯିବ। ଏହି ଗଣନାରେ ଏସଟିଆର, ଡିଏଫଓ ସମେତ ସମସ୍ତ ବିଟ୍‌ର ବନ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଗଣନା ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବାଘ ଗଣନା।

ଜୁନିଅର ହକି ବିଶ୍ବକପ: ତୃତୀୟ ଦିନରେ ଖେଳାଯିବ ୫ ମ୍ୟାଚ

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପରେ ଆଜି ତୃତୀୟ ଦିନ । ତୃତୀୟ ଦିନରେ ଆଜି ଖେଳାଯିବ ୫ଟି ମ୍ୟାଚ । ସକାଳ ୯.୩୦ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ଚିଲ୍ଲୀ । ସେହିପରି ଭାବରେ ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ କୋରିଆ ଓ ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା । ଏହି ମ୍ୟାଚ ଦିନ ୧୨ରେ ଖେଳାଯିବ । ତୃତୀୟ ମ୍ୟାଚ ୨.୩୦ ଖେଳାଯିବ । ତୃତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ସ୍ପେନ୍ନ ଓ ନେଦରଲାଣ୍ଡ୍ସ ।  ଚତୁର୍ଥ ମ୍ୟାଚରେ ସନ୍ଧ୍ୟା ୫ଟାରେ ଖେଳାଯିବ । ଚତୁର୍ଥ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ଜର୍ମାନି । ସେହିପରି ଆଜି ଦିନର ଶେଷ ମ୍ୟାଚ ସନ୍ଧ୍ୟା ୭.୩୦ରେ ଖେଳାଯିବ । ଏହି ମ୍ୟାଚରେ ଶକ୍ତଶାଳୀ ବେଲଜିୟମକୁ ଭେଟିବ ମାଲେସିଆ ।

ଅନ୍ୟପକ୍ଷରେ ଆସନ୍ତା କାଲି ମଧ୍ୟ ଖେଳାଯାଇଥିଲା ୫ଟି ମ୍ୟାଚ । ଗତକାଲି ଶେଷ ମ୍ୟାଚରେ ଭାରତକୁ ଭେଟିଥିଲା କାନାଡା । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ୫-୪ରେ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ଦମଦାର କମବ୍ୟାକ କରିଥିଲା ଟିମ୍ ଇଣ୍ଡିଆ । କାନାଡା ବିପକ୍ଷ ମ୍ୟାଚରେ ୧୩-୧ ବ୍ୟବଧାନରେ ଏକ ବିଶାଳ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ସଞ୍ଜୟ ଓ ଅରଜିତ ସିଂ ହାଟ୍ରିକ ଗୋଲ ସ୍କୋର କରିଥିଲେ ।

ଦିଲ୍ଲରେ କମୁନି ବାୟୁ ପ୍ରଦୂଷଣ; ୪୦୦ରେ ପହଞ୍ଚିଲା AQI

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରେ ପୁଣି ଥରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀରେ ଏବେବି କମିନି ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର ଗୁଣବତ୍ତା ‘ବହୁତ ଖରାପ’ ଶ୍ରେଣୀରେ ରହିଛି । ବାୟୁ ପ୍ରଦୂଷଣ ଏତେ ବଢ଼ି ଯାଇଛି କି ରାଜଧାନୀବାସୀ ନିଶ୍ବାସ ନେବା କଷ୍ଟ ହୋଇଯାଇଛି । ଦିଲ୍ଲୀ ଏନସିଆର ବାୟୁ ଗୁଣବତ୍ତା ୪୦୦ ପହଞ୍ଚିଛି । ଯାହା ଗମ୍ଭୀର ଶ୍ରେଣୀରେ ରହିଛି । ସେହିପରି ଭାବରେ ବାୟୁରେ ଧୂଳିକଣା ମାତ୍ରା ୨୫୮ ପର୍ଯ୍ୟନ୍ତ ପହଞ୍ଚିସାରିଛି । ଯାହାକି ସାଧାରଣତଃ ୨୫୦ରେ ରହିଥାଏ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ବଢ଼ିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବୈଠକ ଡାକିଥିଲେ ଏବଂ କହିଥିଲେ କି ଏବେ ବି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ବହୁତ ଖରାପ ସ୍ତରରେ ରହିଛି । ସେ ଆହୁରି କହିଛନ୍ତି କି ଦିଲ୍ଲୀ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଓ ଟ୍ରକକୁ ଦିଲ୍ଲୀରେ ପ୍ରବେଶ କରିବା ନେଇ କଟକଣା ଜାରି କରିଛନ୍ତି । ଏହି ସମୟରେ ମଧ୍ୟରେ ସ୍କୁଲ ସବୁ ବନ୍ଦ ରହିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏହା ସହତି କିଛି ସରକାର ଅଫିସର କର୍ମଚାରୀ ଓ୍ବାର୍କ ଫର୍ମ ହୋମ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇି । ଏହା ପୂର୍ବରୁ ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ ରଖିଥିଲେ । କିନ୍ତୁ ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିବା ପରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଥିଲା । ତେବେ ଏବେ ପୁଣି ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ପରେ ପୁଣି ଥରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।

 

ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ; ଡେଲଟାଠାରୁ ଅଧିକ ସଂକ୍ରାମକ

କେପଟାଉନ: ଦକ୍ଷିଣ ଆଫ୍ରିକାରେ ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ସ୍ପଷ୍ଟ କଲେ ବୈଜ୍ଞାନିକ । ଡେଲଟା ଭାରିଆଣ୍ଟଠୁ ମଧ୍ୟ ଏହା ସାଂଘାତିକ ହୋଇପାରେ  । ଦକ୍ଷିଣ ଆଫ୍ରିକାରେ ଅଧିକାଂଶ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି  । ଦକ୍ଷିଣ ଆଫ୍ରିକାରୁ ହଂକଂ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ଏହି ଭାଇରସ ଚିହ୍ନଟ ହୋଇଛି । ଏହାର ବୈଜ୍ଞାନିକ ନାମକରଣ B.1.1.529 ରହିଛି  ।

ଦକ୍ଷିଣ ଆଫ୍ରିକାରେ ଏବେ ପ୍ରତେକ ଦିନ ୧୨ ଶହରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଏହି ନୂଆ ଷ୍ଟ୍ରେନ୍‌ ପାଇଁ ସତର୍କ ହୋଇଛନ୍ତି ଭାରତ ସରକାର । ସବୁ ବିମାନବନ୍ଦରରେ ସ୍କ୍ରିନିଂ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଅନୁସାରେ ନିୟମ ପାଳନ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କେହି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସଂଘରୋଧ କରାଯିବ । ଏଥିସହ ଟେଷ୍ଟିଂ ଏବଂ ଟ୍ରାକିଂକୁ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।