ଡିମ୍ପଲଙ୍କ ପରେ ଡଲି: ସ୍ୱାମୀ ଦୋକାନ ଆଗରେ ଦେଲେ ଧାରଣା

1 min read

ଯାଜପୁର: ବ୍ରହ୍ମପୁର ପରେ ଯାଜପୁରରେ ସ୍ୱାମୀ ଘର ଆଗରେ ସ୍ତ୍ରୀ ର ଧାରଣା  । ହକ୍ ପାଇଁ ସ୍ୱାମୀଙ୍କ ଦୋକାନ ଆଗରେ ଧାରଣା ଦେଲେ ମହିଳା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରରେ । ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା ଗ୍ରାମର ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କୁ ଜାରକା ସ୍ଥିତ ଗୋକର୍ଣ୍ଣେଶ୍ବର ମନ୍ଦିରରେ ବିବାହ କରିଥିଲେ ।

ତେବେ ବିବାହର ୪ ମାସ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଡଲି ନିଜ ବାପ ଘରେ ବିଧବା ମା’ଙ୍କ ସହିତ ରହୁଛନ୍ତି । ଡଲି ଭରଣପୋଷଣ ଦାବି କରୁଥିଲେ ମଧ୍ୟ ଅରବିନ୍ଦ ଦେବାକୁ ମନା କରୁଛନ୍ତି । ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଡଲିସ୍ମିତା ଆଜି ଜାରକା ବଜାରରେ ପହଁଚିଥିଲେ । ଅରବିନ୍ଦଙ୍କ ଲୁଗା ଦୋକାନ ଆଗରେ ମାଆଙ୍କ ସହିତ ଧାରଣା ଦେଇଥିଲେ ।

ଅନ୍ୟପଟେ ବିବାହ ବିଛେଦ ନେଇ କୋର୍ଟରେ କେସ୍ ଚାଲିଥିବା ବେଳେ ସେ ଆସି ଦୋକନରେ ବସି ଗାଳିଗୁଲଜ କରୁଥିବା ଅରବିନ୍ଦଙ୍କ ବଡଭାଇ ଅଭିଯାଗ କହିଛନ୍ତି । ଏନେଇ ସେ ଥାନାରେ ଜଣାଇବା ପରେ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି ।

Leave a Reply