ପଞ୍ଚାୟତ ନିର୍ବାଚନ ସମୟରେ ବେକାବୁ ହୋଇପାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ବେଳେ ନିର୍ବାଚନ ହେବା ନେଇ ଚିନ୍ତା ବଢିଛି । ହୁହୁ ହୋଇ ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି । ଏହାରି ଭିତରେ ପଞ୍ଚାୟତନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚିନ୍ତା ବଢିଛି । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେ, ହୋଇଛି । ଦିନ ୧୧ଟାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା ।

ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା ଏବଂ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ବୈଠକରେ ଯୋଗଦେଇଥିଲେ । ୧୦ ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ ତାରିଖରେ ପ୍ରଶାସନିକ ବୈଠକ ଥିବାରୁ ଏହା ପୂର୍ବରୁ ଆଜିର ଆଲୋଚନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ଘଟୁବାରେ ଲାଗିଛି  । ସପ୍ତାହକ ତଳେ ସଂକ୍ରମଣ ମାମଲା ଯାହା ଥିଲା ବର୍ତ୍ତମାନ ୪ ଗୁଣା ବୃଦ୍ଧି ଘଟିଛି ରାଜ୍ୟରେ ସଂକ୍ରମିତ ସଂଖ୍ୟା  । ସେପଟେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ସଂକ୍ରମଣ ସଂଖ୍ୟା ଆହୁରି ଘାତକ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ନିର୍ବାଚନ ଆୟୋଗ  ।

Leave a Reply