spot_img
Home Blog Page 4870

ଅକଳରେ ଅପରାଜିତା: ବାଲିଅନ୍ତାରୁ ପାରାଦୀପ ପୁଣି ଭୁବନେଶ୍ୱର, ସବୁଠି ବିରୋଧ

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଅଣ୍ଡାମାଡ଼ । ଦରବୃଦ୍ଧି ପ୍ରସଙ୍ଗରେ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟରେ ଏକ କାର୍ଯ୍ୟରେ ଯୋଗଦେବା ବେଳେ କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତି ବିରୋଧ କରି ଲୋକେ ଘେରିଥିଲେ । ଏହି ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିଲା ।

People Opposed BJP MP Aparajita Sarangi

ଆଜି ଅପରାହ୍ନରେ ମଧ୍ୟ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସରିପୁର ଛକରେ ଅପରାଜିତାଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ପେଟ୍ରୋଲ, ଡିଜେଲ୍‌ ଓ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଅଣ୍ଡାମାଡ଼ କରାଯାଇଥିଲା । ସାଂସଦଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣାରେ ବିଜେପି କର୍ମୀ ରାଜ କିଶୋର ସାହୁଙ୍କୁ ଅଟକ ରଖିଛି ପୋଲିସ । ଅସନ୍ତୁଷ୍ଟ ରାଜକିଶୋର ଛାତ୍ର କଂଗ୍ରେସ କର୍ମୀଙ୍କ ସହ ମିଶି କରିଥିଲେ ଅଣ୍ଡାମାଡ଼ ।

People Opposed BJP MP Aparajita Sarangi

ଅନ୍ୟପଟେ ପାରାଦୀପରେ ବି ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ ଅପରାଜିତା । ଏଠି ଦଳ ଭିତରୁ ଆସିଛି ବିରୋଧ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଦେଖା ଦେଇଛି । ଡିସେମ୍ବର ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ । ଏଥିପାଇଁ ପାରାଦ୍ଵୀପ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରିଛି । ଯାହାକୁ ନେଇ ଏବେ ବିଜେପି ଦଳରେ ବିବାଦ ମୁଣ୍ଡ ଟେକିଛି ।

ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗ୍ରହଣ

ଭୁବନେଶ୍ୱର: 5T ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସର ପ୍ରସ୍ତାବ ଗୁଡ଼ିକ ଗ୍ରହଣ କରାଯାଇଛି । ଏଥିସହ ନିର୍ଦ୍ଧାରିତ ୩୦ ଦିନ ମଧ୍ୟରେ ସମ୍ପାଦନ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବରରେ ୬ଟି ଟାକ୍ସଫୋର୍ସ ଗଠନ କରାଯାଇଥିଲା ।

Government Accepted Taskforce Proposal For Transformed School Under 5T

ଏହି ଟାସ୍କଫୋର୍ସ ଗୁଡ଼ିକ ତାଙ୍କର ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଉପସ୍ଥାପନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ତର୍ଜମା କରାଯାଇ ସରକାରଙ୍କ ଅନୁମୋଦନ କ୍ରମେ ପଠାଯାଇଥିଲା । ବିଦ୍ୟାଳୟରେ ଶିକ୍ଷା ସୁବିଧା ତଥା ଗୁଣାତ୍ମକ ମାନର ଉନ୍ନତି ପାଇଁ ରାଜ୍ୟ ସରକାର ଉତ୍ସର୍ଗୀକୃତ । ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ହେଉଛି ଏ ଦିଗରେ ପ୍ରଥମ ପଦକ୍ଷେପ ।

ଅଧା ଜୀବନ ଅପରାଧ, ମୃତ୍ୟୁ ପରେ ଚକ୍ଷୁଦାନ

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଦିଲୀପ ନାୟକ । ଯାହା ନାଁ ଶୁଣିଲେ ଥରି ଉଠୁଥିଲା ଗଞ୍ଜାମ । ପୋଲିସର କ୍ରାଇମ୍ ରେକର୍ଡରେ ଦିଲୀପ ନାଁରେ ଅନେକ ମାମଲା । ଦିଲୀପର ଦେହାନ୍ତ ସହ ଅପରାଧ ଦୁନିଆର ଏକ ଯୁଗ ଶେଷ ହୋଇଛି । ଦୁନିଆ ଛାଡ଼ିବା ସହ ସମାଜ ପାଇଁ ଛାପ ଛାଡ଼ି ଯାଇଛନ୍ତି ଦିଲୀପ । ଜୀବିତ ଥିବା ବେଳେ ଅନ୍ୟର କ୍ଷତି କରୁଥିବା ଦିଲୀପ ମୃତ୍ୟୁ ପରେ କରିଛନ୍ତି ଚକ୍ଷୁଦାନ । ଦୁନିଆ ପାଇଁ ଦିଲୀପ ସାଜିଛନ୍ତି ନୂଆ ଉଦାହରଣ ।

ମୃତ୍ୟୁ ପରେ ପରିବାର ଲୋକ ଦିଲୀପଙ୍କ ୨ଟି ଯାକ ଆଖିକୁ ଦାନ କରିଛନ୍ତି । ଏବେ ଦିଲୀପଙ୍କ ଆଖିରେ ଦୁନିଆ ଦେଖିବେ ଆଉ ୨ ଜଣ । ଅପରାଧ ପାଇଁ ଜୀବନ ସାରା ଲୋକଙ୍କ ଅଭିଶାପ ପାଇଥିବା ଦିଲୀପ ମୃତ୍ୟୁ ପରେ ଆଖି ଦାନ କରି ସମାଜକୁ ପ୍ରେରଣା ଦେଇଛନ୍ତି । ଜଣେ ଅପରାଧୀ ବି ମୃତ୍ୟୁ ପରେ ଅନ୍ୟ କାହାରିକୁ ଦୁନିଆ ଦେଖିବାରେ ସମର୍ଥ କରାଇପାରେ ତାହା ଦେଖିବାକୁ ମିଳିଛି ବ୍ରହ୍ମପୁରରେ ।

Hardcore Criminal Dilip Nayak Donated Two Eyes After Death Berhampur

୯୦ ଦଶକରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାୟକ ପୋଲିସ ପାଇଁ ପାଲଟି ଥିଲା ଚ୍ୟାଲେଞ୍ଜ । ଦିଲୀପ ନାଁ ଶୁଣିଲେ ଛାନିଆ ହୋଇ ଯାଉଥିଲେ ଲୋକେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ଡକାୟତି, ଲୁଟ୍‌, ରାହାଜାନି, ଦାଦାଗିରି ଭଳି ଏକାଧିକ ମାମଲା ରହିଛି ଦିଲୀପ ନାଁରେ । ୧୯୯୬ ମସିହାରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଜୀବନ କାଟୁଥିଲା ଦିଲୀପ । ଗତ ମେ’ମାସ ୨୬ ତାରିଖରେ ସେ ପାରୋଲରେ ଆସିଥିଲା ।

ଡିସେମ୍ବର ମାସ ୨୨ ତାରିଖରେ ଜେଲକୁ ଫେରିଥାନ୍ତା ଦିଲୀପ । ଗୁରୁବାର ସନ୍ଧ୍ୟାରେ ବାଇକ୍‌ରେ ଯିବା ବେଳେ ବ୍ରହ୍ମପୁର ଆଙ୍କୁଲି ନିକଟରେ ସଡ଼କ ଦୁର୍ଘଟଣାରେ ଦିଲୀପର ମୃତ୍ୟୁ ହୋଇଛି । ଯୁବାବସ୍ଥାରେ ଜେଲ୍, ପୋଲିସ ସହ ଛକାପଞ୍ଝା ଭିତରେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲା ଦିଲୀପ । ଫେରାର୍ ଦିଲୀପକୁ ପୋଲିସ ଖୋଜୁଥିଲା । ଆତ୍ମଗୋପନ କରିଥିବା ଦିଲୀପ ସେତେବେଳେ ପ୍ରେମରେ ମସଗୁଲ୍ ହେଉଥିଲା । ଶେଷରେ ପୋଲିସ ହାତରେ ଧରାପଡ଼ି ପୁଣି ଜେଲ୍ ଯିବା ପରେ କାରାଗାରରେ ହୋଇଥିଲା ଦିଲୀପର ବାହାଘର । ୯୦ ଦଶକରେ ଗଞ୍ଜାମ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦିଲୀପ ଜେଲରେ ଯିବା ପରେ ବଦଳି ଯାଇଥିଲା । ଜେଲରେ ଥିବାବେଳେ ଅନ୍ତେବାସୀଙ୍କୁ ପ୍ରବଚନ ଦେଉଥିଲା । ଅପରାଧ ଦୁନିଆରୁ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥଲା ।

ମେଘାଳୟରେ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସର ୧୨ ଜଣ ବିଧାୟକ ସାମିଲ ହେଲେ TMCରେ

ନୂଆଦିଲ୍ଲୀ: ମେଘାଳୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ମେଘାଳୟର ମୋଟ ୧୮ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ କଂଗ୍ରେସ ଛାଡିଛନ୍ତି । କଂଗ୍ରେସ ଛାଡିଥିବା ୧୨ ବିଧାୟକ ତୃଣମୂଳ କଂଗ୍ରେସ ଯୋଗ ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ୧୨ ଜଣ ବିଧାୟକଙ୍କ ମଧ୍ୟର ଅଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗମା । ଏଥିସହ ମେଘାଳୟରେ ଟିଏମସି ମୁଖ୍ୟ ବିରୋଧୀ ଦଳ ହୋଇଛି । ତେବେ ଟିଏମସିର ଏପରି କାର୍ଯ୍ୟକୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କି ଆମକୁ ଜଣା ଥିଲା କି ମୁକୁଲ ସାଂଗମା ଟିଏମସିରେ ଯୋଗ ଦେବେ । କାହିଁକି ନା ନିର୍ବାଚନ ସମୟରେ ସେ ତାଙ୍କ ନିକଟବର୍ତ୍ତୀ ଲୋକଙ୍କୁ ଟିକେଟ ପ୍ରଦାନ କରିଥିଲେ ।

ମେଘାଳୟରେ ୧୨ ଜଣ କଂଗ୍ରେସ ନେତା ତୃଣ ମୂଳ କଂଗ୍ରେସରେ ଯୋଗ ଦେବା ପରେ ଅଧିର ରଞ୍ଜନ ଚୌଧୁରୀ କହିଥିଲେ କି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ଆତ୍ମସମର୍ପଣ କରିସାରିଛନ୍ତି । ମୋଦିଙ୍କୁ ଖୁସି କରିବା ପାଇଁ ମମତା ବାନାର୍ଜୀ ଏପରି କରୁଛନ୍ତି ବୋଲି କହିଛନ୍ତି ଅଧିର ରଞ୍ଜନ ଚୌଧୁରୀ । ୬ ସେପ୍ଟେମ୍ବରରେ ଯେତେବେଳେ ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ED ଅଫିସ ଡକାଯାଇଥିଲା । ଏହା ପରଠାରୁ ହିଁ ମମତା ବାନାର୍ଜୀ ଏହି ସବୁ ଆରମ୍ଭ କରିଦେଇଛନ୍ତି ।

ସେ ଆହୁରି କହିଛନ୍ତି କି ମୁଁ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ତାଙ୍କର କିଛି ନୈତିକତା ଥାଏ ତେବେ ଏହି ସବୁ ବିଧାୟକଙ୍କୁ ପ୍ରଥମେ ଟିଏମସି ନାମରେ ନିର୍ବାଚନ ଲଢ଼ନ୍ତୁ ଏବଂ ଜିତି ଗଲା ପରେ ତାଙ୍କୁ ଦଳରେ ସାମିଲ କରାନ୍ତୁ । କେବଳ ମମତା ବାନାର୍ଜୀଙ୍କୁ ନୁହେଁ ରାଜନୀତି ରଣନୀତି କାର ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଛାଡି ନଥିଲେ ଅଧିର ରଞ୍ଜନ ଚୌଧୁରୀ । ମୁଁ ଆଗରୁ ଜାଣିଛି କି ଏହି ସବୁ ପ୍ରଶାନ୍ତ କିଶୋର ଓ ଟିଏମସି ନେତା ଲୁଇଜିହ୍ନେ ଫଲେରୋ ଏହି ସବୁ କରିଛନ୍ତି ବୋଲି ଅଧୀର ଚୌଧୁରୀ କହିଛନ୍ତି । ପ୍ରଶାନ୍ତ କିଶୋର ହେଉଛନ୍ତି ଜଣେ ବ୍ୟବସାୟୀ, ତାଙ୍କର କୌଣିସି ପାର୍ଟି ନାହିଁ । ଯେଉଁଠାରୁ ଟଙ୍କା ମିଳିବ ସେ ସେଠାରେ କାମ କରିବେ । ତେବେ ଏହି ଷଡଯନ୍ତ୍ର କେବଳ ମେଘାଳୟ ପାଇଁ ନୁହେଁ, ଏହା ପୂରା ପୂର୍ବତରର ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏହି ଷଡଯନ୍ତ୍ର ଜାରି ରହିଛି ।

ଆକାଶ ଛୁଆଁ ପରିବା ଦର, ୧୦୦ ଟପିଲା ଟମାଟୋ

କଟକ: ବଢ଼ୁଛି ଟମାଟୋର ଭାଉ । କାର୍ତ୍ତିକ ସରି ମାର୍ଗଶିର ପଶିଲାଣି କିନ୍ତୁ ପରିବା ଦର ଥମିବାର ନାଁ ନେଉନି । ପ୍ରାୟ ପରିବାର ହୋଲସେଲ ଦର ୭୦ରୁ ୮୦ ଟଙ୍କା ରହିଛି । ଖୁଚୁରା ବଜାରରେ ଟମାଟୋର କେଜି ପିଛା ମୂଲ୍ୟ ଶହେ ଟଙ୍କା ଟପିଛି । ଓଡ଼ିଶାରେ ଏବେ ଟମାଟୋ ଉତ୍ପାଦନ କମ୍‌ ରହିଛି । ଫଳରେ ବାହାର ରାଜ୍ୟରୁ ଆସୁଛି ଟମାଟୋ । ଏନେଇ ଚଢା ଦରରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ବ୍ୟବସାୟୀ ।

କେବଳ ଟମାଟୋ ନୁହଁ ସବୁ ପରିବା ଦର ଆକାଶ ଛୁଆଁ ରହିଛି ରାଜ୍ୟରେ । ପ୍ରତିଟି ପରିବା ଦରେ ଏବେ ୭୦ ଟଙ୍କା ଉପରେ ରହିଛି । ବଜାରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଥିବା ବେଳେ ଫୁଲକୋବି, ବାଇଗଣ, ଭେଣ୍ଡି, ଲଙ୍କା, ଝୁଡଙ୍ଗ ଭଳି ପରିବା ଦର ୫୦ରୁ ୬୦ ଟଙ୍କା ରହିଛି ।

ଭାରତର ଜବରଦସ୍ତ କମବ୍ୟାକ; କାନାଡାକୁ ୧୩-୧ରେ କଲା ପରାସ୍ତ

ଭୁବନେଶ୍ବର: କଳିଙ୍ଗରେ ଗୋଲ ବର୍ଷା କଲା ଟିମ୍ ଇଣ୍ଡିଆ । ଜୁନିଅର ବିଶ୍ବକପର ଦ୍ବିତୀୟ ଦିନର ଶେଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ୫-୪ରେ ପରାଜିତ ହେବା ପରେ ଦ୍ବିତୀୟ ମ୍ୟାଚରେ କାନାଡାକୁ ୧୩-୧ରେ ପରାସ୍ତ କରିଛି ଭାରତ । କର ବା ମର ମୁକାବିଲାରେ ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ ।

ଭାରତର ଦ୍ବିତୀୟ ମ୍ୟାଚର ପ୍ରଥମ କ୍ବାଟରରୁ ହିଁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଭାରତ । ପ୍ରଥମ କ୍ବାଟରର ୬ ମିନିଟରେ ପ୍ରଥମ ଗୋଲ କରଥିଲେ ଉତ୍ତମ ସିଂ । ଏହାର ଦୁଇ ମିନିଟ ପରେ ଅର୍ଥାତ ପ୍ରଥମ କ୍ବାଟରର ୮ ତମ ମିନିଟରେ ବିବେକ ସାଗର ପ୍ରସାଦ ଆଉ ଏକ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ପ୍ରଥମ କ୍ବାଟରେ ୨-୦ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ । ଦ୍ବିତୀୟ କ୍ବାଟରରେ ମଧ୍ୟ ଭାରତ ସେହିପରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ ଜାରି ରଖିଥିଲା । ୧୭ ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିଣତ କରି ଭାରତକୁ ୩-୦ରେ ଆଗୁଆ କରିଥିଲେ ।

ଏହା ପରେ ୨୭ତମ ମିନିଟରେ ମନିନ୍ଦର ସିଂ, ୩୨ ତମ ମିନିଟରେ ସଞ୍ଜୟ, ୩୫ ସର୍ଦାନନ୍ଦ ତିଓ୍ବାରୀ, ୪୦ ତମ ମିନିଟରେ ଅରଜିତ ସିଂ, ୪୭ତମ ମିନିଟରେ ଉତ୍ତମ ସିଂ, ୫୦ ତମ ମିନିଟରେ ଅରିଜିତ ସିଂହ, ୫୧ ତମ ମିନିଟରେ ଅରଜିତ ସିଂ, ୫୩ ତମ ମିନିଟରେ ସର୍ଦାନନ୍ଦ ତିଓ୍ବାରୀ, ୫୫ ତମ ମିନିଟରେ ଭାରତ ପାଇଁ ଗୋଲ ସ୍କୋର କରିଥିଲେ ଓଡିଆ ପୁଅ ଅଭିଷେକ ଲାକ୍ରା ଏବଂ ୫୯ ତମ ମିନିଟରେ ସଞ୍ଜୟ ଗୋଲ ସ୍କୋର କରିଥିଲେ । ଏଥିସହ ଭାରତ ୧୩-୧ ଗୋଲରେ ଏହି ମ୍ୟାଚ ନିଜ ନାମରେ କରିଛି । ଅର୍ଜିତ ସିଂ ହୁଣ୍ଡାଲ୍ ଓ ଦଳର ଉପ ଅଧିନାୟକ ସଞ୍ଜୟ ୩ ଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ଉତ୍ତମ ସିଂ ୨, ଶାରଦା ନନ୍ଦ ତିୱାରୀ ୨, ଅଭିଷେକ ଲାକ୍ରା ୧ , ଅଧିନାୟକ ବିବେକ ସାଗର ୧ ଏବଂ ମନିନ୍ଦର୍ ସିଂ ୧ ଲେଖାଏଁ ଗୋଲ୍ ଦେଇଥିଲେ।

କଟ୍ରିନାଙ୍କ ପାଇଁ ରାଜସ୍ଥାନରୁ ଆସିବ ଖାସ୍ ମେହେନ୍ଦୀ, ଦାମ ଲକ୍ଷେ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ସମାରୋହ ତିନି ଦିନି ଧରି ହେବ । ଡିସେମ୍ବର ୭, ୮ ଏବଂ ୯ ରେ ଉଭୟ ହିନ୍ଦୁ ଏବଂ କ୍ୟାଥୋଲିକ୍ ରୀତିନୀତି ଅନୁଯାୟୀ ବିବାହ କରିବେ । ସାୱାଇ ମାଧୋପୁରର ୭୦୦ ବର୍ଷ ପୁରୁଣା ସିକ୍ସ ସେନ୍ସ ଫୋର୍ଟ ବାରୱାରା ବୁକ୍ କରାଯାଇଛି । ରିପୋର୍ଟ ଅନୁଯାୟୀ କ୍ୟାଟ୍ରିନା କୈଫଙ୍କ ପାଇଁ ସୋଜତ ମେହେନ୍ଦୀ ଯୋଧପୁରର ପାଲି ଅଞ୍ଚଳରୁ ପଠାଯିବ । ସାରା ବିଶ୍ୱରେ ସୋଜତ ମେହେନ୍ଦି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଏହି ମେହେନ୍ଦୀଙ୍କୁ କ୍ୟାଟ୍ରିନାଙ୍କୁ ଉପହାର ଦିଆଯିବ ।

ରିପୋର୍ଟ ଅନୁଯାୟୀ ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହ ପାଇଁ ମେହେନ୍ଦୀଙ୍କ ନମୁନା ପାସ ହୋଇଯାଇଛି । ସୋଜାତର କଳାକାରମାନେ ମେହେନ୍ଦୀଙ୍କୁ ପ୍ରକୃତିକ ଭାବରେ ପ୍ରସ୍ତୁତ କରୁଛନ୍ତି । ଏଥିରେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ହେବ ନାହିଁ । ସୋଜତ ମେହେନ୍ଦି ହାତରେ ତିଆରି ହୋଇ କ୍ୟାଟ୍ରିନାଙ୍କୁ ପଠାଯିବ । ସୋଜତର ମେହେନ୍ଦୀ ବିକ୍ରେତାଙ୍କ ଅନୁଯାୟୀ, କ୍ୟାଟ୍ରିନାଙ୍କ ମେହେନ୍ଦୀ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବ, କିନ୍ତୁ ବ୍ୟବସାୟୀ ସେମାନଙ୍କଠାରୁ ଟଙ୍କା ନେବେ ନାହିଁ ।

ଖବର ଅନୁଯାୟୀ, ଉଭୟ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିବେ । ଏହା ପରେ ରାଜସ୍ଥାନରେ ଏକ ଯାକଜକମରେ ବିବାହ ହେବ । ଏହା ବ୍ୟତୀତ କାହାରିକୁ ଉଭୟଙ୍କ ବିବାହରେ ମୋବାଇଲ୍ ଫୋନ୍ ଆଣିବାକୁ ଦିଆଯିବ ନାହିଁ । ଅତିଥିଙ୍କ ପାଇଁ ଏହି କଠୋର ନିୟମ ପାଳନ କରାଯାଇଛି । ଉଭୟ ଏକ ଏଜେନ୍ସିକୁ ନିଯୁକ୍ତି ଦେଇଛନ୍ତି, ଯେଉଁମାନଙ୍କୁ ବିବାହରେ କୌଣସି ଅତିଥି ଫୋନ୍ ଆଣିବା ଉଚିତ୍ ନୁହେଁ ଏବଂ କୌଣସି ପ୍ରକାରର ଭିଡିଓ କିମ୍ବା ଫଟୋ ଲିକ୍ ହେବା ଉଚିତ୍ ନୁହେଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଭିକି ଯଥାଶୀଘ୍ର ତାଙ୍କ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏଥି ସହିତ, କ୍ୟାଟ୍ରିନା କାମରୁ କିଛି ସମୟ ଛୁଟି ନେଇଛନ୍ତି, ଯାହାଫଳରେ ସେ ବିବାହ ପ୍ରସ୍ତୁତି ସମାପ୍ତ କରିପାରିବେ । ବିକିଙ୍କ ମା ଏବଂ ଭାଇ ସନ୍ନି କୈଶଲ କ୍ୟାଟ୍ରିନାଙ୍କ ସହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ବିବାହ ପରେ କ୍ୟାଟ୍ରିନା ଏବଂ ଭିକି ‘ଟାଇଗର ୩’ ଏବଂ ‘ସାମ ମାନେକ୍ସା ‘ବାୟୋପିକରେ ବ୍ୟସ୍ତ ରହିବେ।

ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢ଼ାଇଲେ ପ୍ରଣବ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ ଲେଖିଛନ୍ତି, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୁଲ୍ କରିଥିବା ରାଜ୍ୟ ବିଜେପିର ଲୋକଙ୍କୁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ଆପଣଙ୍କ ଦଳ ବିଜେପି ସବୁ ବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି । ଆପଣ ଜାଣିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧା ବାଲି ତା ପାଦରେ ଲାଗିଥାଏ ।

କିନ୍ତୁ ଲଜ୍ଜାର ବିଷୟ ଆପଣଙ୍କ ଦଳର ଜଣେ ନେତା ଏହି ଘୃଣ୍ୟ କାର୍ଯ୍ୟ ଆମିଷ (ଅଣ୍ଡାମାଡ଼) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଏହି ମହତ୍ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିଲେ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ ।

ପୁରୁଷ ଜୁନିଅର ହକି ବିଶ୍ୱକପ୍: ପୋଲାଣ୍ଡକୁ ହରାଇ ଫ୍ରାନ୍ସ ହାସଲ କଲା ଲଗାତାର ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ପୁରୁଷ ଜୁନିଅର ହକି ବିଶ୍ୱକପ୍ ପୁଲ୍ ବିରେ ଖେଳା ଯାଇଥିବା ମ୍ୟାଚରେ ପୋଲାଣ୍ଡ ବିପକ୍ଷରେ ବିଜୟୀ ହୋଇଛି ଫ୍ରାନ୍ସ ।  ୭-୧ ଗୋଲରେ ଫ୍ରାନ୍ସ ମ୍ୟାଚ୍ ଜିତିଛି । ପୁରୁଷ ଜୁନିଅର ହକି ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦଳ । ଗତକାଲି ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଫ୍ରାନ୍ସ, ଭାରତକୁ ୪-୫ ଗୋଲରେ ହରାଇ ବିଜୟ ହାସଲ କରିଥିଲା ।

 

ଆଜି ଖେଳା ଯାଇଥିବା ମ୍ୟାଚରେ ଫ୍ରାନ୍ସ ପକ୍ଷରୁ ପ୍ରଥମ ୧ ମିନିଟରେ ଆଣ୍ଟୋନିନ୍ ପ୍ରଥମ ଗୋଲ୍ କରିଥିଲେ । ୩ ମିନିଟରେ ତିମୋଥି ଦ୍ୱିତୀୟ ଗୋଲ୍ ଦେଇଥିବା ବେଳେ ୧୧, ୨୭ ଓ ୩୪ ମିନିଟରେ କୋରେଣ୍ଟିନ୍ ଯଥା କ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଗୋଲ୍ ଦେଇଥିଲ । ୩୬ ମିନିଟରେ ତିମୋଥି ଷଷ୍ଠ ଗୋଲ୍ ଓ ୫୪ ମିନିଟରେ ଜୁଲେସ ଦେଇଥିଲେ ସପ୍ତମ ଗୋଲ୍ ।

ଅନ୍ୟପଟେ ମ୍ୟାଚର ୨୨ ମିନଟରେ ପୋଲାଣ୍ଡ ପକ୍ଷରୁ ଗ୍ରାସନ ଗୋଟିଏ ମାତ୍ର ଗୋଲ୍ ଦେଇଥିଲେ । ଉଭୟ ଦଳ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ମ୍ୟାଚ୍ ଫ୍ରାନ୍ସ ଜିତିଛି । ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ପୋଲାଣ୍ଡ । ଫ୍ରାନ୍ସ ମୋଟ ୧୮ଟି ଗୋଲ୍ ଦେଇଥିବା ବେଳେ ପୋଲାଣ୍ଡ ୮ଟି ଗୋଲ୍ ଦେଇଛି ।

ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ” contours of my life ” ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର: ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life, ଗତ ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହେଇଯାଇଛି । ଓଡିଶୀ ନୃତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣା ବଳୀ ଉପରେ ପ୍ରଫେସର ହେଜମାଦୀଙ୍କ ଦ୍ଵାରା ବିଭିନ୍ନ ସମୟରେ ରଚିତ ନିବନ୍ଧ ଓ ସାକ୍ଷାତକାର ଏହି ପୁସ୍ତକ ରେ ସନ୍ନିବେଶିତ ହେଇଅଛି । ଭୁବନେଶ୍ବରର ଶିକ୍ଷା ସନ୍ଧାନ ହେଉଛନ୍ତି ପୁସ୍ତକର ପ୍ରକାଶକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଆର୍ ବାଲକ୍ରିଷନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।