ଜୈଶ-ଏ-ମହମ୍ମଦ ଟାର୍ଗେଟରେ ଆରଏସଏସ ନାଗପୁର କାର୍ଯ୍ୟାଳୟ

1 min read

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଟାର୍ଗେଟରେ ରଖିଛି ଆତଙ୍କବାଦୀଙ୍କ ସଂଗଠନ ଜୈଶ-ଏ-ମହମ୍ମଦ  । ନାଗପୁର ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଧମକ ଦେଇଛି ଜୈଶ-ଏ-ମହମ୍ମଦ ସଂଗଠନ । ଏହି ଖୁଲାସା କରିଛନ୍ତି ନାଗପୁର ପୋଲିସ କମିଶନର । ଆକ୍ରମଣ ନେଇ ଜୈଶ ଆତଙ୍କବାଦୀ ସଂଗଠନ ଧମକ ଦେବାପରେ ହାଇ ଆଲର୍ଟ ଜାରି କରାଯାଇଛି ।

ପୋଲିସ ପକ୍ଷରୁ ମହତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନାଗପୁରର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରାଡାରରେ ଅଛି । ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଯେଉଁ ସ୍ଥାନଗୁଡିକ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି ସେଠାରେ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇଛି ।

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟାଳୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ଫଟୋ ଉଠାଇବା ଏବଂ ଡ୍ରୋନ୍‌ ଉଡାଇବା ଉପରେ କଟକଣା ଲାଗୁ କରାଯାଇଛି । ସେପଟେ ସମ୍ପୂର୍ଣ୍ଣ ସହରକୁ କଡ଼ା ସୁରକ୍ଷା ବଳୟ ଭିତରେ ନଜର ରଖାଯାଇଛି  । କଡ଼ାକଡି ଚେକିଂ ଏବଂ ସାଧାରଣ ଲୋକଙ୍କ ଗତିବିଧି ଉପରେ ନଜର ରଖିଛି ପୋଲିସ  ।

Leave a Reply