ବିଜେଡିରେ ଯୋଗଦେଲେ ବିଜେପି ଜିଲ୍ଲାପରିଷଦ ସଭ୍ୟ

କଟକ: ସାଲେପୁରରେ ବିଜେଡିର ମିଶ୍ରଣପର୍ବ । ବିଜେଡିରେ ସାମିଲ ହେଲେ କିଶୋର ନଗର 28 ନମ୍ବର ଜୋନ୍ ବିଜେପି ଜିଲ୍ଲାପରିଷଦ ସଭ୍ୟ ଜଜ୍ଞସେନ ଶ୍ରୀଚନ୍ଦନ ନାୟକଙ୍କ ସହ 200ରୁ ଉର୍ଦ୍ଧ୍ୱ  ବିଜେପି କର୍ମୀ । କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଉପସ୍ଥିତିରେ ସ୍ଥାନୀୟ ଶକ୍ତିସ୍ୱର ପରିସରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ବିଜେପିର କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇ ଦଳ ତ୍ୟାଗ କରିଥିବେବେଳେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେଇଥିବା ସେମାନେ କହିଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ିକୁ କିପରି ତୃଣମୂଳ ସ୍ତରରେ ପହଁଚାଇବା ପାଇଁ କାର୍ଯ୍ୟ କରିବୁ, ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନେଇ ସଂକଳ୍ପ ନେଇଛନ୍ତି କର୍ମୀ  ।

Leave a Reply