ରାଜଧାନୀରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା

1 min read
BMC Declared More Seven Places As Covid Containment Zone

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସଂକ୍ରମଣ । ୩ ଦିନରେ ବିଏମସିରେ ୨୫ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲାଣି । ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନ ସାମିଲ । ବୁଦ୍ଧ ପାର୍କ ନିକଟ ୧୪ ନମ୍ବର ୱାର୍ଡର J-208 ପ୍ଲଟ୍ ଓ ନିଳାଦ୍ରୀବିହାର ପ୍ଲଟ ନମ୍ବର S5/166 କଣ୍ଟେନମେଣ୍ଟ ଜୋନ୍ । ସେହିପରି ସତ୍ୟ ବିହାର ୧୮ ନମ୍ବର ୱାର୍ଡର ପ୍ଲଟ 1094 ଓ ଗଜପତି ନଗର ଶିବ ପ୍ଲାଜା ଫ୍ଲାଟ 103କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ନର୍ଥ ଯୋନ ଡେ଼ପୁଟି କମିଶନର ପୁରନ୍ଦର ନନ୍ଦ ।

ସେହିପରି ବିଏମସି ଦକ୍ଷିଣ ପୂର୍ବ ଯୋନର ୭ଟି ସ୍ଥାନ ହୋଇଛି କଣ୍ଟେନମେଣ୍ଟ । ବମୀଖାଲ ପ୍ଲଟ ନମ୍ବର 223/1752, ସହୀଦ ନଗର ପ୍ଲଟ ନମ୍ବର 20 ଓ 21, ଖାରବେଳ ନଗର ପ୍ଲଟ ନମ୍ବର 09, ବଡଗଡ଼ ପତିତପାବନ ନଗର ଲେନ-1, କେନାଲ ରୋଡ ପ୍ଲଟ ନମ୍ବର 1164/8588, ଟଙ୍କପାଣି ରୋଡ ରତ୍ନ ନିବାସ 19-B, ଓଲଡ଼ ଟାଉନ ଅଖରପୁରୀ ହାଉସିଂ ବୋର୍ଡ଼ ପ୍ଲଟ ନମ୍ବର 14, ଓଲଡ଼ ଟାଉନ ଗଙ୍ଗା ଯମୁନା ରୋଡ ପ୍ଲଟ ନମ୍ବର 3314/4736କୁ କଣ୍ଟେନମେଣ୍ଟ ହୋଇଥିବା ସୂଚନା ଦେଇଛନ୍ତି ବିଏମସି ଦକ୍ଷିଣ ପୂର୍ବ ଯୋନ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ।

ପ୍ରତି ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ କଣ୍ଟେନମେଣ୍ଟ କଟକଣା ୭ଦିନ ପାଇଁ ବଳବତ୍ତର ରହିବ । ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ପୂର୍ବରୁ ଅର୍ଥାତ ବୁଧବାର ୧୦ଟି ଓ ଗୁରୁବାର ୪ଟି ଅଞ୍ଚଳରେ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ।

Leave a Reply