ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା । ମୃତକ ହେଲେ ଅଜିତ ସାହାଣୀ । ସେ ବିହାରର ବାସିନ୍ଦା । ଗତ ୨୦ ବର୍ଷ ହେବ ସେ ମାର୍କେଟ ବିଲ୍ଡିଂ ବୟନିକା ସାମ୍ନାରେ ବେଡସିଟ୍ ଦୋକାନ କରିଥିଲେ । ସେ ୩ ରୁ ୪ ଲକ୍ଷ ଟଙ୍କା ଧାର କରି ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଦୁଇ ଦିନ ତଳେ ଅଜିତଙ୍କୁ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂରୁ ହଟା ଯାଇଥିଲା । ଦୋକାନ ଉଠା ଯିବା ପରେ ମାନସିକ ଚାପ ଗ୍ରସ୍ତ ହୋଇ ଅଜିତ ସାହାଣୀ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ପରିବାର ।

ସୂଚନା ଯୋଗ୍ୟ ଯେ,ଗତ କିଛି ଦିନ ତଳେ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ ବିଲ୍ଡିଂ ବନ୍ଦ ହୋଇଥିଲା । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ । ଯାହା ଫଳରେ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଯେ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ପରେ ଏ ନେଇ ବିଏମ୍‌ସି ଅତିରିକ୍ତ କମିଶନରଙ୍କ ସହ ବ୍ୟବସାୟୀ ସଂଘର ଆଲୋଚନା ହୋଇଥଲା । ଏବଂ ଉଠା ଦୋକାନୀଙ୍କୁ ହଟାଇବା ନେଇ ପ୍ରଶାସନର ପ୍ରତିଶ୍ରୁତି ପରେ ଖୋଲିଥିଲା ମାର୍କେଟ ବିଲ୍ଡିଂ ।

ଏଥିସହିତ ପଢ଼ନ୍ତୁ: ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

Leave a Reply