ଆଉ ଜଣେ ଡିମ୍ପଲ: ବ୍ରହ୍ମଗିରିରେ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ,ଜାଣନ୍ତୁ କାହିଁକି

ବ୍ରହ୍ମଗିରି: ବ୍ରହ୍ମପୁର ପରେ ବ୍ରହ୍ମଗିରି । ସ୍ୱାମୀ ଘର ଆଗରେ ଧାରଣା ବସିଲେ ସ୍ତ୍ରୀ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ହରିଦାସ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଦୀର୍ଘ ୬ ବର୍ଷ ପରେ ସ୍ୱାମୀ ସହ ଶ୍ୱଶୁର ଘର ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରିୟା ଦଳାଇ । ବିବାହ ପରେ ଅଧିକ ଯୌତୁକ ଦାବିକରି ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀପ୍ରିୟା ।

ଅତ୍ୟାଚାର ସହିନପାରିବାରୁ ଲକ୍ଷ୍ମୀପ୍ରିୟା ନିଜ ବାପ ଘରକୁ ପଳାଇଥିଲେ । ପରେ ଉଭୟ ଗ୍ରାମବାସୀ ବସି ବୁଝାସୁଝା ପରେ ଲକ୍ଷ୍ମୀପ୍ରିୟା  ସ୍ୱାମୀ ଘରକୁ ଯାଇଥିଲେ । ଲକ୍ଷ୍ମୀପ୍ରିୟା ଶାଶୂ ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଦିବାକର ଛାଡ଼ପତ୍ର ମାମଲା ଦାୟର କରିଥିଲେ । ପରେ ଲକ୍ଷ୍ମୀପ୍ରିୟାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ । ଦୀର୍ଘ ପାଞ୍ଚ ବର୍ଷ ପରେ ଛାଡପତ୍ର ମାମଲା ରଦ୍ଦ ହୋଇଥିଲା । ପରେ ଗତ କାଲି ରାତିରେ ଲକ୍ଷ୍ମୀପ୍ରିୟା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବେ କହିଛନ୍ତି ଲକ୍ଷ୍ମିପ୍ରିୟା ।

ଏଥିସହିତ ପଢ଼ନ୍ତୁ: ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

Leave a Reply