ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

ଭୁବନେଶ୍ୱର: ନକଲି ପୋଲିସ ଲୁଟିନେଲା ମୋବାଇଲ୍ ଫୋନ୍ । ପଳାଶୁଣି ଛକରେ ଜନୈକ ଯୁବତୀଙ୍କ ଠାରୁ ଲଟିନେଲେ ଫୋନ୍ । ଘଟଣାନୁଯାୟୀ ଶୁଭଲକ୍ଷ୍ମୀ ନାୟକ(୨୧) ପଳାଶୁଣି ଅଞ୍ଚଳରେ ସନ୍ଧ୍ୟା ସାଢ଼େ ୭ଟା ସମୟରେ ପରିବା କିଣିବାକୁ ଯାଉଥିଲେ । ହାତରେ ମୋବାଇଲ୍ ଫୋନ୍ ଧରି ଚାଲିଚାଲି ଯାଉଥିବା ସମୟରେ ହଠାତ୍ କେହିଁ ଜଣେ ପଛପଟୁ ଗାଡ଼ିରେ ଆସି ସେ ଧରିଥିବା ମୋବାଇଲ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ । ସେ ସେମାନଙ୍କୁ ଚିହ୍ନି ପାରିନଥିବା ବେଳେ ଗାଡ଼ିଟି ନୀଳ ରଙ୍ଗର ଥିବା ଜାଣିପାରିଥିଲେ ।

ତେବେ ଘଟଣା ପର ଦିନ ଅର୍ଥାତ ଆଜି ସକାଳେ ଯୁବତୀ ଜଣଙ୍କ ସେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ୱରଟିକୁ କଲ୍ କରିଥିଲେ । ଫୋନ୍‌ କଲ୍‌ଟିକୁ ଜଣେ ଯୁବକ ଉଠାଇଥିଲେ । ଆଉ କହିଥିଲେ, ମୁଁ ଜିତୁ ଦାଶ ଓଡ଼ିଶା ପୋଲିସରୁ କହୁଛି ।  ଏବଂ ସେ ମୋବାଇଲ୍‌ଟିକୁ ଲୁଟି ନେଇଥିବା ସ୍ୱୀକାର କରିଥିଲେ , ମୋବାଇଲ୍ ଫେରାଇବା  ପାଇଁ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ନୀଳ ରଙ୍ଗର ଗାଡ଼ିଟି ଆଣିଛି ଗାଡ଼ି ଭିତରକୁ ଆସ, ମିଶିକି ପୁରୀ ବୁଲିବାକୁ ଯିବା । ସେଠାରେ ମୁଁ ତୋ ଫୋନ୍ ଫେରାଇଦେବି । ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ଜଣେ ସମ୍ପର୍କୀୟ ଭାଇଙ୍କୁ ଜଣାଇଥିଲେ । ସେ ଗାଡ଼ିଟିକୁ ଅଟକାଇଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଧକ୍କା ଦେଇ ପଳାଇଥିଲା । ପରେ ଯୁବତୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୁଟ୍‌ର କିଛି ଦିନ ପୂର୍ବରୁ ଯୁବକ ଜଣଙ୍କ ଯୁବତୀଙ୍କ ନିକଟକୁ ଫେସବୁକ୍ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ସେଥିରେ ଯୁବକ ଜଣଙ୍କ ଓଡ଼ିଶା ପୋଲିସ ପୋଷକ ପିନ୍ଧିଥିଲେ । ତାହା ଯୁବତୀ ଜଣଙ୍କ ବନ୍ଧୁତ୍ୱ ନିବେଦନକୁ ଗ୍ରହଣ କରିଥିଲେ । ଏବଂ ବେଳେ ଚାଟ୍ ମାଧ୍ୟମରେ କଥାବାର୍ତ୍ତା ମଧ୍ୟ ହେଉଥିଲା । ତେବେ ଗତକାଲି ସେହି ଯୁବକ ଜଣଙ୍କ ମୋବାଇଲ ଛଡ଼ାଇ ନେଇଥିବା ଘଟଣାରୁ ଜଣାପଡ଼ିଛି ।

Leave a Reply