ଜାନୁଆରୀ ୧୨ରୁ ହେବ ନିଟ୍ ପିଜି କାଉନସେଲିଂ, ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୨ରୁ ଆରମ୍ଭ ହେବ ନିଟ୍ ପିଜି କାଉନସିଲିଂ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ । ଟ୍ୱିଟ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୨ ତାରିଖରୁ ମେଡିକାଲ କାଉନସେଲିଂ କମିଟି ନିଟ୍-ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବ । ଏହା ଯୋଗୁ ଦେଶରେ କୋଭିଡ ବିରୋଧରେ ସଂଗ୍ରାମ ଶକ୍ତିଶାଳୀ ହୋଇପାରିବ ।

ନିଟ୍ ପିଜି କାଉନସେଲିଂ ମାମଲାରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ କହିଥିଲା କି ଚଳିତ ବର୍ଷ ୨୭ ପ୍ରତିଶତ ଓବିସି ଓ ୧୦ ପ୍ରତିଶତ ଅର୍ଥନୈତିକ ପଛୁଆ ବର୍ଗ କୋଟା ଭିତ୍ତିରେ ଏହି କାଉନସେଲିଂ ପ୍ରକ୍ରିୟା ଚାଲିବ । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଡ.ଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ.ଏସ. ବୋପାନ୍ନା ଆଡମିଶନ ପ୍ରକ୍ରିୟା ଜରୁରୀ ବୋଲି ଦର୍ଶାଇଥିଲେ । ପୂର୍ବରୁ ତୁରନ୍ତ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଆବାସିକ ଡାକ୍ତର ମହାସଂଘ ଦାବି କରିଥିଲା । ଦେଶବ୍ୟାପୀ ଆନ୍ଦୋଳନ ପରେ ଗତ ୩୧ ତାରିଖରେ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave a Reply