spot_img
Home Blog Page 4860

ଭାରତ ଉପରେ ଚୀନ ଖପ୍ପା: ଋଷଠାରୁ ଏସ୍ -୪୦୦ ଟ୍ରାଇମ୍ଫ କ୍ଷେପଣାସ୍ତ୍ର ହାସଲ କରିବା ପରେ ଡରୁଛି ଡ୍ରାଗନ

ନୂଆଦିଲ୍ଲୀ: ଋଷଠାରୁ ଭାରତ ଏସ-୪୦୦ ଟ୍ରାଇମ୍ଫ କ୍ଷେପଣାସ୍ତ୍ର ହାସଲ କରିବା ପରେ ଚୀନ ଖପ୍ପା । ଏହି ଶକ୍ତିଶାଳୀ ଓ ଅତ୍ୟାଧୁନିକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ ସିଷ୍ଟମକୁ ନେଇ ଚୀନ ହୋଇଛି ଅଧିକ ସତର୍କ । ବିଭିନ୍ନ ଉପଗ୍ରହ ଓ ଡ୍ରୋନ ଜରିଆରେ ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରାଗନ । ଏପରିକି ଚୀନର ସାଇବର ଆକ୍ରମଣକାରୀମାନେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା, ଟେଲିକମ ଓ ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରିଥିବା ସୂଚନା ମିଳିଛି ।

ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କିତ ସମସ୍ତ ତଥ୍ୟ ହାସଲ ଲାଗି ସାଇବର ସଂସ୍ଥାମାନେ ତତ୍ପର ହୋଇଛନ୍ତି । ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । ଆସନ୍ତା ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ବିମାନ ଓ ଡ୍ରୋନ ବିଧ୍ୱଂସୀ କ୍ଷେପଣାସ୍ତ୍ର ଭାରତକୁ ଯୋଗାଣ ଆରମ୍ଭ ହୋଇଛି । ଏହି ଯୋଗାଣକୁ ନେଇ ଆମେରିକା କ୍ଷୁବ୍ଧ ଥିବାବେଳେ ଚୀନ ବିରୋଧ କରିଆସୁଛି ।

ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସାଇବର ଆଟାକ ହେବାର ସମ୍ଭାବନା ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ଏନେଇ ଆଲୋଚନା କରିଆସୁଛି । ଗତ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସାଇବର ଆଟାକ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଗୋପନ ଖବର ସଂଗ୍ରହକାରୀ ୪୦ଟି କମ୍ପ୍ୟୁଟର ସିଷ୍ଟମ ସମେତ ୧୦୦ଟି ସନ୍ଦିଗ୍ଧ ଓ୍ୱେବ୍ ଆପ୍ଲିକେସନ ଠାବ ହୋଇଥିଲା । ଏନେଇ କେନ୍ଦ୍ର ପକ୍ଷରୁ ୨୦ଟି ରାଜ୍ୟକୁ ସୂଚନା ଦିଆଯାଇଥିଲା । ବିଭିନ୍ନ ରାଜ୍ୟର ପୋଲିସ, ବ୍ୟାଙ୍କ, ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଏଥିରେ ଟାର୍ଗେଟ କରାଯାଇଥିଲା ।

ଶବଦାହ ପାଇଁ ଯାଉଥିଲେ ଶବ ପାଲଟିଲେ: ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ, ୫ଜଣ ଗୁରୁତର

କୋଲକାତା: ପଶ୍ଚିମବଙ୍ଗ ନଦିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର ହଂସଖାଲି ଫୁଲବାଡିରେ ଏହି ଦୁର୍ଘଟଣା ଘଟିଛି। ଉତ୍ତର ୨୪ ପ୍ରଗାଣରୁ ମୃତଦେହ  ନେଇ ନବଦ୍ୱୀପ ଶ୍ମଶାନକୁ ଯିବା ରାସ୍ତାରେ ଟ୍ରକ୍ ସହ ଭୀଷଣ ଭାବେ ପିଟି ହେଲା ଭ୍ୟାନ୍ । ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ  ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତର ୨୪ ପ୍ରଗଣାର ବାଗଦାର ମୃତଦେହ ନେଇ ଆସୁଥିବା ଏହି ମିନି ଭ୍ୟାନ୍‌ରେ ଶ୍ମଶାନ ଆଡକୁ ଯାଉଥିଲା। ଏଥିରେ ମୋଟ ୨୦ ଜଣ ଲୋକ ଥିଲେ। ସ୍ଥାନୀୟ ପୋଲିସ କହିବା ମୁତାବକ, ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ନଦିୟା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ରାତି ସମୟ ହୋଇଥିବାରୁ କୌଣସି ପ୍ରତକ୍ଷ୍ୟଦର୍ଶୀ ନଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ଦକ୍ଷିଣ ଆଫ୍ରିକା ସ୍ାସ୍ଥ୍ୟମନ୍ତ୍ରୀ

ରାଜଧାନୀରୁ ଗିରଫ ହେଲା କଣ୍ଟ୍ରାକ୍ଟ କିଲର: ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ନେଇଥିଲା ସୁପାରୀ

0

ଭୁବନେଶ୍ୱର: ରାଜଧାନୀରୁ କଣ୍ଟ୍ରାକ୍ଟ କିଲର ଗିରଫ । କିଲରକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୨ ବନ୍ଧୁକ ସହ ଗୁଳି ଜବତ ହୋଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ନେଇଥିଲା ସୁପାରୀ । ଖବର ପାଇ ଅଭିଯୁକ୍ତର ପିଛା କରିଥିଲା ପୋଲିସ । ଫାୟାରିଂ ବେଳେ ଜୀବନକୁ ବାଜି ଲଗାଇ କିଲରକୁ କାବୁ କରିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଆଇଆଇସି, ଏସ୍‌ଆଇ ଓ ଅନ୍ୟ ପୋଲିସ କର୍ମଚାରୀ । ବ୍ୟବସାୟୀଙ୍କୁ ହାତ୍ୟା କରିବାକୁ କିଏ ଦେଇଥିଲା ସୁପାରୀ ? ସେନେଇ ତନାଘନା କରୁଛି ପୋଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ରହିଛି ସଙ୍ଗୀନ ଅପରାଧିକ ମାମଲା । ୨୦୧୬ରେ ବାରଙ୍ଗର ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ଓଡ଼ିଶାରେ ପ୍ରସ୍ତୁତି: ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର

 

କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ଓଡ଼ିଶାରେ ପ୍ରସ୍ତୁତି: ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର

0

ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା କରିବାକୁ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବା ସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯାଇଛି । ବିଦେଶ ଫେରନ୍ତା ଉପରେ କଡ଼ା ନଜର ରଖିବାକୁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।

ବିମାନ ବନ୍ଦରରେ କରୋନା ଟେଷ୍ଟ କରାଯିବ । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବେ, ସେମାନଙ୍କୁ ୧୦ଦିନ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ, ସିଡ଼ିଏମଓ ଓ ମହାନଗର ନିଗମକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁସବୁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟବାସୀ କୋଭିଡ଼ ନିୟମ ମାନି ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ହେବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପକ୍ଷରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି । ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ମଧ୍ୟ ବଢିଛି। ଆସନ୍ତାବର୍ଷ ଜାନୁଆରୀ ୧୫ ଯାଏ ସହରରେ ଏହି ସ୍ଥିତି ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ସ୍ଥିତିର ମୁକାବିଲା ଲାଗି ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଭାଇରସ ଓମିକ୍ରନର ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ବର୍ତ୍ତମାନଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଠାବ ହେବା ପରେ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ଜାରି କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି, ଜାନୁଆରୀ ୧୫ ଯାଏ କଟକଣା ଜାରି

ଆସନ୍ତାକାଲିଠୁ ସଂସଦର ଶୀତ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ଶୀତକାଳିନ ଅଧିବେଶନ । କିଭଳି ସୁରୁଖୁରରେ ଗୃହ କାର୍ଯ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ବି ଏବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ଦରବୃଦ୍ଧଇ ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବୋଲି କହିଛି । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ନଭେମ୍ବର ୨୯ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ । ଏଥରଅନେକ ବିଲ୍ ପାରିତ କରାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଆରମ୍ଭ ହେବ ପ୍ରକ୍ରିୟା ।

ଏଥିସହିତ ପଢ଼ନ୍ତୁ: ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ ଯୁବତୀ: ଫାଣ୍ଡି ଭିତରେ ଏଭଳି କାଣ୍ଡ କଲେ ହୋମଗାର୍ଡ

ଋଣ କରାଇ ଦେବା ନାଁରେ ବ୍ୟାଙ୍କ ମ୍ୟାନେଜର ସହ ମିଶି ୪ କୋଟି ଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର: ଋଣ କରାଇ ଦେବା ନାଁରେ ବ୍ୟାଙ୍କ ମ୍ୟାନେଜର ସହ ମିଶି ୪ କୋଟି ଟଙ୍କା ଠକେଇ ଅଭିଯୋଗ । ମାମଲାରେ ବ୍ରହ୍ମପୁର ରାମନଗର ଅଞ୍ଚଳର ବ୍ରୋକର ଗୁପ୍ତେଶ୍ୱର ପଟ୍ଟନାୟକଙ୍କୁ ଗିରଫ କରିଛି ବଡ଼ ବଜାର ଥାନା ପୋଲିସ । ରାମନଗର ଅଞ୍ଚଳର ସୁଧାଂଶୁ ଶେଖର ପାଢ଼ୀ ପ୍ରଥମେ ପର୍ସନାଲ ଲୋନ୍ ଓ ପରେ ହାଉସ୍ ଲୋନ୍ ପାଇଁ ୟୁନିୟନ ବ୍ୟାଙ୍କ ମ୍ୟାନେଜର ଗୋପାଳ ଜେନାଙ୍କ ସହ ସାକ୍ଷାତ କରିଥିଲେ । ଗୋପାଳ ଜେନା ଓ ଏଜେଣ୍ଟ ଗୁପ୍ତେଶ୍ବର ମିଶି ପ୍ରଥମେ ୧୦ ଲକ୍ଷ ଟଙ୍କା ଲୋନ୍ କରାଇଥିଲେ ।

 4 Crore Fraud In Name Of Loan In Berhampur

ପରେ ସୁଧାଂଶୁଙ୍କୁ ନଜଣାଇ ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ଏ ନେଇ ସୁଧାଂଶୁ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଦୁହେଁ ମିଶି ୨୦ରୁ ୨୫ ଜଣ ଲୋକଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଗୁପ୍ତେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ତାଙ୍କୁ ୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ବଲାଙ୍ଗିର ଖପ୍ରାଖୋଲ ଜଙ୍ଗଲରେ ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ କ୍ୟାଡର ନକ୍ସଲ ମୃତ

ବଲାଙ୍ଗିର: ଖପ୍ରାଖୋଲ ଜଙ୍ଗଲରେ ପୋଲିସ-ନକ୍ସଲ ଗୁଳି ବିନିମୟ । ଗନ୍ଧମାର୍ଦ୍ଦନ ପାହାଡ଼ ନିକଟସ୍ଥ ଜୁନାନୀବାହାଲ ଗାଁ ନିକଟ ଜଙ୍ଗଲରେ DVF ବାହିନୀର କମ୍ବିଂ ଅପରେସନ ସମୟରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲର ମୃତ୍ୟୁ ହୋଇଛି । ମୃତ ନକ୍ସଲ ନିକଟରୁ ଏକ SLR ବନ୍ଧୁକ ଜବତ ହୋଇଛି ।

Maoist Encounter In Balangir, One Naxal Cadre Dies

ପୋଲିସର କାର୍ଯ୍ୟାନୁଷ୍ଠନରେ ଛତ୍ରଭଙ୍ଗ ଦେଇଛନ୍ତି ନକ୍ସଲ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ନକ୍ସଲମାନେ ଜଙ୍ଗଲରେ ରହିବା ସହିତ ସ୍ଥାନୀୟ ଯୁବକଙ୍କୁ ସାମିଲ କରିବାକୁ ପ୍ରବର୍ତ୍ତାଉଥିବା ପୋଲିସ ସୂଚନା ପାଇଛି । ଏବେବି ଜଙ୍ଗରେ କମ୍ବିଂ ଅପରେସନ ଜାରି ରଖିଛି ପୋଲିସ ।

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀ

କ୍ୟାପଟାଉନ୍: କରୋନାର ନୂଆ ଭ୍ୟାରିଆଣ୍ଟ ବି.୧.୧.୫୨୯ ବା ଓମିକ୍ରନକୁ ନେଇ ଏବେ ଚାରିଆଡ଼େ ଆତଙ୍କ । ଏହି ଭାଇରସ୍ ପୂର୍ବପେକ୍ଷା ଅଧିକ ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି ଏଥିସହିତ ଏହାକୁ ଭ୍ୟାରିଆଣ୍ଟ ଟୁ କନସର୍ଣ୍ଣ ବୋଲି ମଧ୍ୟ କହିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୟାନ ଲୋକଙ୍କୁ କିଛିଟା ଆଶ୍ୱସ୍ତ କରିଛି ।

ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋ ଫାହଲା ଦାବି କରିଛନ୍ତି ଯେ, ଏବେ ମଧ୍ୟ କରୋନା ଟିକା ନୂଆ ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ । ଏହାର ଜେନେଟିକ୍ କମ୍ପୋଜିସନ୍ ଲାଗି ଏହା ଅଧିକ ଦ୍ରୁତଗତିରେ ବ୍ୟାପୁଥାଇପାରେ କିନ୍ତୁ ଏହା ବିରୋଧରେ କରୋନା ଟିକା ପ୍ରଭାବି । ଏହା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ ।

ଅନ୍ୟପକ୍ଷରେ କରୋନା ଟିକା ନିର୍ମାଣ କରୁଥିବା ବିଶ୍ୱର ୨ଟି ପ୍ରମୁଖ କମ୍ପାନି ବାୟୋଏନଟେକ୍ ଓ ଫାଇଜର କହିଛନ୍ତି ଯେ ଓମିକ୍ରନ ବିପକ୍ଷରେ ସେମାନଙ୍କ ଟିକା କାମ କରିବ କି ନା ସେ ନେଇ ସେମାନେ ନିଶ୍ଚିନ୍ତ ହୋଇପାରିନାହାନ୍ତି । ତେବେ ଏହି ଭାରିଆଣ୍ଟର ରୂପରେଖ ଆହୁରି ସ୍ପଷ୍ଟ ହେବା ପରେ ଆଗାମୀ ୧୦୦ ଦିନରେ ଏଥିପାଇଁ ଟିକାର ବିକାଶ କରିହେବ ବୋଲି ଏହି ଦୁଇ କମ୍ପାନି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ବି.୧.୧.୫୨୯ ଭାରିଆଣ୍ଟକୁ ଗତ କାଲି ଓମିକ୍ରନ ନାମରେ ନାମିତ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଏଥିସହିତ ପଢ଼ନ୍ତୁ: ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି, ଜାନୁଆରୀ ୧୫ ଯାଏ କଟକଣା ଜାରି

ପୁରୁଷ ଜୁନିଅର ହକି ବିଶ୍ୱକପ୍: ପୋଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: କଳିଙ୍ଗରେ କମାଲ୍ କରୁଛି ଟିମ୍ ଇଣ୍ଡିଆ । ପୋଲାଣ୍ଡକୁ ୮-୨ ଗୋଲରେ ହରାଇ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ-ବିରେ ଖେଳା ଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ବଡ଼ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ ପାଇଛି ଭାରତୀୟ ଦଳ । ଆସନ୍ତା ୧ ତାରିଖ ଦିନ କ୍ୱାର୍ଟର ଫାଇନାଲରେ ଭାରତ ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।

Men's Junior Hockey World Cup India Entered In Quarter Final Defeating Poland

ଆଜି ମ୍ୟାଚର ହିରୋ ଥିଲେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ । ସେ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଛନ୍ତି ।  ଓଡ଼ିଆ ପୁଅ ସୁଦୀପ ଚିମାର୍କୋ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ-ପୋଲାଣ୍ଡ ମ୍ୟାଚର ୪ ମିନିଟରେ ଭାରତ ପ୍ରଥମ ଗୋଲ ଦେଇଥିଲା । ପେନଲ୍ଟି କର୍ଣ୍ଣର ମାଧମରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ସଂଜୟ । ମ୍ୟାଚର ୮ ମିନିଟରେ ପେନଲ୍ଟି କର୍ଣ୍ଣର ଦ୍ୱାରା ଆଉ ଏକ ଗୋଲ ଭାରତକୁ ଦେଇଥିଲେ ଅରିଜିତ ସିଂହ । ୨୪ ମିନିଟରେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋଙ୍କ ଷ୍ଟିକରୁ ଆସିଥିଲା ଭାରତର ତୃତୀୟ ଗୋଲ ।

Men's Junior Hockey World Cup India Entered In Quarter Final Defeating Poland

୩୪ ମିନିଟର ଉତ୍ତମ ସିଂହ ଏକ ଗୋଲ୍ ଦେଇଥିବା ବେଳେ ୩୮ ମିନିଟରେ ସର୍ଦ୍ଦାନନ୍ଦ ତିୱାରୀ ଆଉ ଏକ ଗୋଲ୍ କରିଥିଲେ । ୪୧ ମିନିଟରେ ଓଡ଼ିଆ ପୁଅ ସୁଦୀପ ଚିମାର୍କୋଙ୍କ ଷ୍ଟିକରୁ ଷଷ୍ଠ ଗୋଲ୍ ଆସିଥିଲା । ୫୮ ମିନିଟରେ ସଞ୍ଜୟ ଆଉ ଏକ ଗୋଲ୍ ଦେବା ସହ ୬୦ ମିନିଟରେ ଅରିଜିତ୍ ସିଂହ ଆଉ ଏକ ଗୋଲ ଦେଇଥିଲେ । ମ୍ୟାଚର ୫୦ ମିନିଟରେ ପ୍ରଥମ ଗୋଲ ଓ ୫୪ ମିନିଟରେ ଦ୍ୱିତୀୟ ଗୋଲ୍ କରିଥିଲା ପୋଲାଣ୍ଡ ।

ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ ଯୁବତୀ: ଫାଣ୍ଡି ଭିତରେ ଏଭଳି କାଣ୍ଡ କଲେ ହୋମଗାର୍ଡ

ଆଠଗଡ଼: ଖାକିରେ କଳଙ୍କ । ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇବାକୁ ଉଦ୍ୟମ । ଫାଣ୍ଡିରେ ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଗିରଫ ହେଲେ ହୋମଗାର୍ଡ । ଟାଙ୍ଗୀ ଥାନା ମଙ୍ଗୁଳି ପୋଲିସ ଆଉଟ ପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଯୁବତୀଙ୍କୁ ଅଚିହ୍ନା ପୁରୁଷ ବନ୍ଧୁ ବିବାହର ପ୍ରଲୋଭନ ଦେଖାଇ ପୁରୀରୁ ଚୌଦ୍ୱାର ଆଣିଥିଲା । ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ବୟସ୍କ ବ୍ୟକ୍ତିଙ୍କ ସାଙ୍ଗରେ ଵିଵାହ କରିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲା ପୁରୁଷ ବନ୍ଧୁ । ଯୁବତୀ ରାଜି ନହେବାରୁ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ମଙ୍ଗୁଳି ଛକରେ ଛାଡ଼ି ଦେଇଥିଲା ।

କିଛି ଅସାମାଜିକ ଯୁବକ ଯୁବତୀଙ୍କୁ ଡରାଇଥିବାବେଳେ ସେ ମଙ୍ଗୁଳି ଆଉଟପୋଷ୍ଟ ଆଡକୁ ଚାଲି ଯାଇଥିଲେ । କାର୍ଯ୍ୟରତ ହୋମଗାର୍ଡଙ୍କ ସହାୟତା ଲୋଡିଥିଲେ ଯୁବତୀ । ହେଲେ ସବୁ କଥା ଶୁଣିବା ପରେ ହିତାହିତ ଜ୍ଞାନ ହରାଇ ଯୁବତୀଙ୍କୁ ଆଉଟ ପୋଷ୍ଟ ରୁମକୁ ନେଇ ଲାଇଟ ଲିଭାଇ ବଳ ପୂର୍ବକ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କିଛି ଯୁବକ ଆଉଟ ପୋଷ୍ଟ ଲାଇଟ ବନ୍ଦ ହୋଇଥିବା ଦେଖି ଫାଣ୍ଡି ଭିତରକୁ ପଶିଥିଲେ । ଏହା ପରେ ଯୁବତୀ ଜଣକ ଯୁବକମାନଙ୍କୁ ସବୁ କଥା କହିଥିଲେ । ଯୁବକମାନେ ପୋଲିସକୁ ଖବର ଦେବା ପରେ ଟାଙ୍ଗି ପୋଲିସ ହୋମଗାର୍ଡଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।