ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ ୨୧୦ଜଣ ସହକାରୀ ଯନ୍ତ୍ରୀ: ୫-ଟି ମନ୍ତ୍ର ଆପଣାଇବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

1 min read

ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗର ନୂଆ କ୍ୟାଡର ତିଆରି ପରେ ପ୍ରଥମ ବ୍ୟାଚରେ ୨୧୦ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଆଜିର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ ଗ୍ରାମୀଣ ଗୃହ ଓ ପାନୀୟ ଜଳ ଯୋଗାଣ ଦୁଇଟି ଫ୍ଲାଗସିପ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଗାଁର ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ନେଇ ଡେଡ୍‌ଲାଇନ୍‌ ସ୍ଥିର କରାଯାଇଛି ।

ସେହିପରି ପ୍ରତିଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୨୦୨୪ ଟାର୍ଗେଟ ଦିଆଯାଇଛି । ଏଥିପାଇଁ ପଞ୍ଚାୟତସ୍ତରରେ ମାନବ ସମ୍ବଳ ବିକାଶ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଆଜିର ନିଯୁକ୍ତି ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ଆହୁର ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ଏହାସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଗରିବଙ୍କୁ ସରକାରୀ ଯୋଜନାର ଫାଇଦା ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଆଜି ନବନିଯୁକ୍ତ ସମସ୍ତ ଇଂଜିନିୟର ନିଜର ଉଦ୍ୟମ ଦ୍ୱାରା ଏହି ଯୋଜନାର ସଫଳ ରୂପାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି । ଲୋକଙ୍କ ପାଇଁ ସରକାର । ତେଣୁ ସେମାନଙ୍କ ପାଇଁ ପେଶାଦାର ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଣୁ ନବ ନିଯୁକ୍ତ ଇଞ୍ଜିନିୟରମାନେ ଏଦିଗରେ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ କର୍ମଚାରୀଙ୍କୁ ୫-ଟି ମନ୍ତ୍ରକୁ ଆପଣାଇବାକୁ ମଧ୍ୟ କହିଛନ୍ତି ।

Leave a Reply