ଯୁବତୀଙ୍କୁ ମର୍ଡର, ମାରିଦେଲେ କି ପୁରୁଷ ବନ୍ଧୁ ?

ଭୁବନେଶ୍ୱର: ରାଜଧାନୀରେ ପୁଣି ମର୍ଡର । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ସୁରେଖା ପଲେଇ ନାମକ ଯୁବତୀଙ୍କୁ ହତ୍ୟା କାରାଯାଇଥିବା ସୂଚନା ମିଳିଛି । ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସ୍ପେଶାଲ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି । ମିଳିଥିବା ସୂଚନା ମୁତାବକ ତାରିଣୀ ବସ୍ତିରେ ରହୁଥିବା ସମୟରେ ସାମ୍ନାରେ ରହୁଥିବା ଜଣେ ଯୁବକଙ୍କ ସହ ଉକ୍ତ ମହିଳାଙ୍କ  ସମ୍ପର୍କ ବଢିଥିଲା ।

ପରେ ଦୁହେଁ ଅଲଗା ଅଲଗା ଘର ଭଡା ନେଇଥିଲେ ମଧ୍ୟ ଏକାଠି ରହୁଥିଲେ । ବିବାହ କରିବାର ସ୍ୱପ୍ନ ଦେଖିଥିଲେ । ଗତ ରାତିରେ କିନ୍ତୁ ସବୁ ଛାରଖର ହୋଇଯାଇଥିଲା । ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ଚାରିଜଣ ଘର ନିକଟରେ ଭୋଜିଭାତ କରିଥିଲେ ଓ ନିଶାର ବଶବର୍ତ୍ତୀ ହୋଇ ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ ଚଳାଇଛି  ।

Leave a Reply