spot_img
Home Blog Page 4859

କୋହଲିଙ୍କ ବ୍ୟତୀତ ଆଉ କାହାକୁ ଦଳରେ ରଖିବ RCB ଜାଣନ୍ତୁ…

ନୂଆଦିଲ୍ଲୀ: ୨୦୨୨ରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ପୂର୍ବରୁ ହେବ ମେଗା ଅକ୍ସନ । ତେବେ ମେଗା ଅକ୍ସନ ପୂର୍ବରୁ ନଭେମ୍ବର ୩୦ ପୂର୍ବରୁ ସବୁ ଦଳ କେଉଁ କେଉଁ ଖେଳାଳିଙ୍କୁ ଦଳରେ ରଖିଲେ ତାହା ର ଲିଷ୍ଟ ଦେବେ ବୋଲି କୁହାଯାଇଛି । ତେବେ ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କଥା ଯଦି କହିବା ତାହାଲେ ଅଧିନାୟକ ପଦ ଛାଡିଥିବା ବିରାଟ କୋହଲିଙ୍କୁ ଦଳରେ ରଖିବ ଆରସିବି ।

ରିପୋର୍ଟ ଅନୁସାରେ ଆରସିବି ବିରାଟ କୋହଲିଙ୍କ ଅଷ୍ଟ୍ରେଲିଆନ ଧୂଆଁଧାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଦଳରେ ରଖିପାରନ୍ତି । ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ବ୍ୟତୀତ ୟୁଜିବେନ୍ଦ୍ର ଚହଲ ଓ ଦେବିଦତ୍ତ ପାଡିକଲଙ୍କ ଭଳି ଖେଳାଳିଙ୍କୁ ଦଳରେ ରଖିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆଲୋଚନା କରାଯାଉଛି । ତେବେ ଆଗାଗୀ ଋତୁରେ ବାଙ୍ଗାଲୋର ଦଳରେ ଅଧିନାୟକ କିଏ ହେବେ ତାହା ଏପର୍ଯ୍ୟନ୍ତ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେଣୁ ଆଗାମୀ ଦିନରେ ହେବାକୁ ଥିବା ଆଇପିଏଲର ମେଗା ଅକ୍ସନରେ ଏମିତି ଏକ ଖେଳାଳିଙ୍କୁ ଦଳରେ ନେବାକୁ ଚାହିଁବେ ଯିଏକି ବାଙ୍ଗାଲୋରର ନେତୃତ୍ବ ନେଇ ପାରିବେ ।

ବିସିସିଆଇ ସୂଚନା ଅନୁସାରେ ପ୍ରତ୍ୟେକ ଟିମ୍ ମୋଟ ଚାରି ଜଣ ଖେଳାଳିଙ୍କୁ ମେଗା ଅକ୍ସନ ପୂର୍ବରୁ ଦଳରେ ରଖିପାରିବେ । ସେଥିମଧ୍ୟରୁ ଅତିବେଶୀରେ ୩ ଜଣ ଭାରତୀୟ ଖେଳାଳି ରଖିପାରିବେ ଏବଂ ଅତିବେଶୀରେ ଦୁଇ ଜଣ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଦଳରେ ରଖିପାରିବେ ପ୍ରତ୍ୟେକ ଟିମ୍ । ତେବେ ୪ ଜଣ ଖେଳାଳିଙ୍କୁ ଦଳରେ ରଖିବା ପାଇଁ ମୋଟ ୪୨ କୋଟି ଖର୍ଚ୍ଚ କରିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

 

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ: ଜଣେ ଗିରଫ

ଟାଙ୍ଗୀ: ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ । ଆଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ପାଖରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣାର ବିଦ୍ୟାଧର ରାଉତ । ତାଙ୍କ ପାଖରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ଜବତ କରିଛି ବନବିଭାଗ । ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ଵିଷ ଦେଇ ପକ୍ଷୀ ଶିକାର କରୁଥିଲେ ଗିରଫ ଶିକାରୀ । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ବନବିଭାଗର ପାଟ୍ରୋଲିଂରେ ଢିଲା ଯୋଗୁଁ ଶିକାରୀ ସକ୍ରିୟ ଥିବା ଅଭିଯୋଗ ହୋଇଛି ।

ସୂଚନା ଯୋଗ୍ୟ, ଶୀତ ଆସିଲେ ନିଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ହୋଇଥାଏ । ଚିଲିକାର ଥଣ୍ଡା ଅନ୍ଧାର ହାତଠାରି ସ୍ୱାଗତ କରିବା ପରେ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ। । କିଚିରି ମିଚିରି ଶବ୍ଦରେ ଲୁଚିଯାଏ ଚିଲିକାର କୁଳୁକୁଳୁ ଶବ୍ଦ। ସୁରକ୍ଷା ଦୃଷ୍ଟିରୁ ବିଦେଶରୁ ପ୍ରତି ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ମଧ୍ୟ ହୋଇଥାଏ । ତେବେ ବିଦେଶୀ ପକ୍ଷୀଙ୍କ ଆଗମନ ସହ ପକ୍ଷୀ ଶିକାରୀ ମଧ୍ୟ ବେଶ ସକ୍ରିୟ ହୋଇଯାଆନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜୋଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

ବଲିଉଡରେ ଏଣ୍ଟ୍ରି ପାଇଁ “YRF”କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ପିତା: କେଆରକେ

ମୁମ୍ବାଇ: କମାଲ ରସିଦ୍ ଖାନ (କେଆରକେ) ବିଭିନ୍ନ ସମୟରେ ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ ଏକ ଫିଲ୍ମି ରିଭ୍ୟୁରେ ରଣବୀର ସିଂଙ୍କୁ ନେଇ ଏକ ମନ୍ତବ୍ୟ ପରେ ପୁଣି ଚର୍ଚ୍ଚାରେ ଅଛନ୍ତି କେଆରକେ । ନିକଟରେ ରିଲିଜ ହୋଇଥିବା ସେଫ୍ ଅଲ୍ଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ଷ୍ଟାରର ଫିଲ୍ମି ବଣ୍ଟି ଅର ବବଲୀ- ୨ର ରିଭ୍ୟୁ କରିଥିଲେ କେଆରକେ । ଏହି ଫିଲ୍ମିର ରିଭ୍ୟୁ କରିବା ସମୟରେ ରଣବୀର ସିଂଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି କେଆରକେ । ୧୯ ନଭେମ୍ବରରେ କରିଥିବା ବଣ୍ଟି ଅର ବବଲୀ-୨ର ରିଭ୍ୟୁରେ କେଆରକେ ଏହି ଫିଲ୍ମିକୁ ଖରାପ କହିଥିଲେ । ଏଥିସହ ସେ ଆହୁରି କହିଥିଲେ କି ଆଦିତ୍ୟ ଚୋପ୍ରାଙ୍କ ୟସ ରାଜ୍ ଫିଲ୍ମି ବ୍ୟାନର ଯେଉଁ ଅଭିନେତାଙ୍କୁ ଲଞ୍ଚ କଲେ ସେ ଫ୍ଲପ୍ ହେଉଛନ୍ତି ।

ତେବେ ଏହା ପରେ ସେ ଆହୁରି କହିଥିଲେ କି ଏବେ ଆପଣ ଭାବୁଥିବେ କି ରଣବୀର ସିଂଙ୍କୁ ବି ୟଶରାଜ ଫିଲ୍ମ୍ସ ଲଞ୍ଚ କରିଥିଲେ ଏବଂ ସେ ଆଜି ଜଣେ ବଡ଼ ଷ୍ଟାର ଭାବରେ ନିଜର ପରିଚିତ ଲାଭ କରିଛନ୍ତି । ସେ କହିଥିଲେ କି ଆଦିତ୍ୟ ରଣବୀରଙ୍କୁ ଲଞ୍ଚ କରିନଥିଲେ ବରଂ ରଣବୀର ଆଦିତ୍ୟଙ୍କ ମାଧ୍ୟମରେ ଲଞ୍ଚ ହୋଇଥିଲେ । ଏହି ଭିଡିଓରେ କେଆରକେ ଆହୁରି କହିଥିଲେ କି ବଲିଉଡରେ ଏଣ୍ଟ୍ରି କରିବା ପାଇଁ ରଣବୀର ସିଂଙ୍କ ବାପା ଆଦିତ୍ୟ ଚୋପ୍ରାଙ୍କୁ ୨୦ କୋଟି ଟଙ୍କା ଦେଇଥିଲେ ଯାହା ପରେ ରଣବୀରଙ୍କୁ YRF ଲଞ୍ଚ କରିଥିଲେ । କିନ୍ତୁ ଏହି ଭିଡିଓରେ ରଣବୀର ସିଂଙ୍କୁ ରଣବୀର କାପୁର କହିଥିଲେ କେଆରକେ ।

 

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କି କେଆରକେ ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ମନ୍ତବ୍ୟ ପାଇଁ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି କେଆରକେ । କିଛି ଦିନ ପୂର୍ବରୁ ସଲମାନ ଖାନ କେଆରକେଙ୍କ ନାଁରେ କେସ୍ ମଧ୍ୟ କରିଥିଲେ । ସେହିପରି ଭାବରେ ବଲିଉଡ୍ କଣ୍ଠଶିଳ୍ପୀ ମିକା ସିଂହ କେଆରକେଙ୍କୁ ନେଇ ଏକ ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ ।

 

ଅଣ୍ଡାମାଡ଼ ପ୍ରସଂଗରେ ନରସିଂହଙ୍କୁ ସୁରଙ୍କ ଜବାବ: କହିଲେ, ଜନ ପ୍ରତିନିଧିଙ୍କୁ ତାଙ୍କ କାମ କରିବାକୁ ଦିଆଯାଉ

ଭୁବନେଶ୍ୱର: ଅଣ୍ଡାମାଡ଼ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମୁହାଁମୁହିଁ ହୋଇଛନ୍ତି । ନରସିଂହ କହିଛନ୍ତି, ଏହା ବିରୋଧୀଙ୍କର ମୌଳିକ ଅଧିକାର । ଅଣ୍ଡାମାଡ଼ କୌଣସି ବ୍ୟକ୍ତିଙ୍କୁ ଆଘାତ ଦେଇନଥାଏ । ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାନଯାଉ । ଅଣ୍ଡାମାଡ଼ ପ୍ରତିବାଦର ଏକ ମାଧ୍ୟମ । ଏନେଇ ବିଭିନ୍ନ ଉଦାହରଣ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଅନ୍ୟପକ୍ଷରେ ନରସିଂହଙ୍କ ମନ୍ତବ୍ୟକୁ ତାଙ୍କ ଦଳର ବିଧାୟକ ସୁରେଶ ରାଉତରାୟ ତାତ୍ସଲ୍ୟ କରିଛନ୍ତି । ସୁରେଶ କହିଛନ୍ତି, ନରସିଂହଙ୍କର କୁକୁଡ଼ା ଫାର୍ମ ଅଛି । ତେଣୁ ସେ ଅଣ୍ଡାମାଡ଼ ସପକ୍ଷରେ ଅଛନ୍ତି । ନରସିଂହଙ୍କ ପୁଅ ମଧ୍ୟ ଅଣ୍ଡା ବ୍ୟବସାୟ କରୁଛନ୍ତି । ଲୋକଙ୍କୁ ଅଣ୍ଡା ଯୋଗାଉଥିବାରୁ ନରସିଂହଙ୍କୁ ସୁର ଧନ୍ୟବାଦ ଦେଇଛନ୍ତି । କିନ୍ତୁ ଅଣ୍ଡାମାଡ଼କୁ ବିରୋଧ କରିଛନ୍ତି ସୁର । ଜନପ୍ରତିନିଧିଙ୍କୁ ତାଙ୍କ କାମ କରିବାକୁ ଦିଆଯାଉ । ବାରମ୍ବାର ପ୍ରତିବାଦ ଦ୍ୱାରା ଲୋକଙ୍କ କାମ ହେଉନାହିଁ ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜୋଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

 

ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱର ପ୍ରତିନିଧିତ୍ୱ କରିବା ଦିଗରେ ଆଗଉଛି

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମର ୮୩ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ନୌସେନା ଦିବସ ଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯବାନମାନଙ୍କୁ ସଲାମ୍ ଜଣାଇଛନ୍ତି ।

ଏଥିସହିତ ‘ଆୟୁଷ୍ମାନ ଭାରତ ଯୋଜନା’ ଉପରେ ଆଲୋକପାତ କରି ଏହା ଗରୀବ, ମଧ୍ୟବିତ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ବୋଲି କହିଛନ୍ତି । ଏବଂ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଅଧିକ ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱର ପ୍ରତିନିଧିତ୍ୱ କରିବା ଦିଗରେ ଆଗଉଛି । ଏହି ଅବସରେ ଦେଶର କିଛି ଅଗ୍ରଣୀ କମ୍ପାନୀ ବିଷୟରେ କହିଛନ୍ତି । ଆମ ଦେଶର ଯୁବପିଢ଼ି ନିଜ କୌଶଳ ସହାୟତାରେ ସାରା ବିଶ୍ୱର ସମସ୍ୟାର ସମାଧାନ ଦେଇପାରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ,  ଆମ ଦେଶର ଅନେକ ରାଜ୍ୟର ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ସ୍ଥାନୀୟ ଲୋକେ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସଜାଇ ରଖିଛନ୍ତି । ସେଠାକର ଲୋକଙ୍କ ଜୀବନ ଶୈଳୀ ପ୍ରକୃତି ସହିତ ଜଡ଼ିତ । ଯାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ବୀରତ୍ୱ କେବଳ ଯୁଦ୍ଧ ଭୂମିରେ ଦେଖାଇପାରିବା ତାହା ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ବୀରତ୍ୱ ପ୍ରତିପାଦିତ କରି ସଫଳତା ହାସଲ କରିହୁଏ ।

ସମ୍ପ୍ରତି ସାରା ଦେଶରେ ‘ଅମୃତ ମହୋତ୍ସବ’ ଗୁଞ୍ଜରିତ ହେଉଛି । ଆଉ ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ଯାଏଁ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ ୩ ଅକ୍ଟୋବର ୨୦୧୪ରେ ପ୍ରସାରିତ ହୋଇଥିଲା । ଏହା ପୂର୍ବରୁ ୨୪ ଅକ୍ଟୋବରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ସମ୍ପର୍କରେ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।  ଏଥିସହିତ ପ୍ରଧାନମନ୍ତ୍ରୀ ଭାରତ ସାରା ବିଶ୍ୱରରେ ପ୍ରଥମ ଦେଶ ଯିଏ ଡ୍ରୋନ ସହାୟତାରେ ନିଜ ଗାଁରେ ଜମିର ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିପାରିଛି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜୋଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

ଆସୁଛି ବାତ୍ୟା ‘ଜଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

ଭୁବନେଶ୍ୱର: ଆସୁଛି ବାତ୍ୟା । ଡିସେମ୍ବରରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ ବାତ୍ୟା ‘ଜଓ୍ୱାଦ’। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ଡିସେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ପହଞ୍ଚିବ । ଏହା ପ୍ରଭାବରେ ବଙ୍ଗୋପ ସାଗର ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରବଳ ବର୍ଷା ପବନ ହେବା ଆଶଙ୍କା ରହିଛି ।

ନଭେମ୍ବର ୨୯ରୁ ୩୦ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟିହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଡିସେମ୍ବର ୨ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ ‘ଜଓ୍ୱାଦ’ ରଖାଯିବ ।

ଗତ କିଛିବର୍ଷ ଧରି ଅକ୍ଟୋବର , ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ସାଇକ୍ଲୋନ୍ ଗୁଲାବ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ୟୁରୋପିଆନ ପାଣିପାଗ ମଡେଲ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ବାତ୍ୟାରେ ପରିଣତ ହେବା ପରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ଓ ଏହାପରେ ଏହା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମୁହାଁ ହେବ । ଏହା ପ୍ରଭାବରେ ଡିସେମ୍ବର ୩ ଓ ୪ ତାରିଖରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଝାରଖଣ୍ଡ ଓ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହୋଇପାରେ । ଚାଷୀ ମାନେ ପାଚିଲା ଧାନ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

୩୦ ନଭେମ୍ବର ପୂର୍ବରୁ କରି ନିଅନ୍ତୁ ଏହି କାମ; ନହେଲେ ବନ୍ଦ ହୋଇଯିବ PF ଆକାଉଣ୍ଟ

ନୂଆଦିଲ୍ଲୀ: EPFOରରେ ଆଧାର କାର୍ଡ-UAN ଲିଙ୍କ୍ କରିବ ବାଧ୍ୟତାମୂଳକ କରିଛି EPFO । ଏହି ସବୁକୁ ଲିଙ୍କ୍ କରିବାର ସମୟସୀମା ନଭେମ୍ବର ୩୦ରେ ସମାପ୍ତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଯେଉଁମାନେ ଆଧାର କାର୍ଡ- UAN ଲିଙ୍କ୍ କରିପାରିବେ ନାହିଁ ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହୋଇଯିବ ।

ନଭେମ୍ବର ୩୦ରେ ଶେଷ ହେବାକୁ ଯାଉଥିବା ସମୟସୀମା ଆଉ ବଢ଼ିବ ନାହିଁ । କାହିଁକି ନା ଏହା ପୂର୍ବରୁ EPFO ଆଧାର- UAN ଲିଙ୍କର ସମୟସୀମା ବଢ଼ାଇ ସାରିଛି । ଏହା ପୂର୍ବରୁ ଏହି ସବୁକୁ ଲିଙ୍କ୍ କରିବାର ସମୟସୀମା ୨୦୨୧ ଅଗଷ୍ଟ ୩୦ରେ ଶେଷ ହେବାର ଥିଲା । କିନ୍ତୁ ପରେ ଏହାର ସମୟସୀମା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ଏହି ସମୟସୀମା ମଧ୍ୟରେ ଯେଉଁମାନେ UAN -ଆଧାରକାର୍ଡ ଲିଙ୍କ୍ କରିନାହାନ୍ତି ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହେବା ସହ ଅନ୍ୟ କ୍ଷତି ମଧ୍ୟ ହୋଇପାରେ ।

EPFO ଏହା ପୂର୍ବରୁ କହିସାରିଛି କି ଯେଉଁମାନେ ଏହି ସମୟସୀମା ମଧ୍ୟରେ UAN-ଆଧାର ଲିଙ୍କ୍ କରିନାହାନ୍ତି ସେମାନଙ୍କ ଆକାଉଣ୍ଟରେ PF ଜମା ବନ୍ଦ ହୋଇଯିବ । ଏହା ବ୍ୟତୀତ ଯେଉଁମାନେ ଲିଙ୍କ୍ କରିନଥିବେ ସେମାନେ PF ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଇ ପାରିବେ ନାହିଁ । ନଭେମ୍ବର ୩୦ ସୁଦ୍ଧା UAN-ଆଧାର ଲିଙ୍କ୍ ନକଲେ ଆଉ ଏକ ବଡ଼ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ । Employees Deposit Linked Insurance ପାଇଁ ମଧ୍ୟ UAN-ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିଛି EPFO । ଯଦି କର୍ମଚାରୀମାନେ ଏହା ନକରନ୍ତି ତେବେ କର୍ମଚାରୀଙ୍କ ଅଂଶର ପ୍ରିମିୟମ ଜମା ହୋଇପାରିବ ନାହିଁ । ଯାହା ଫଳରେ ତାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବୀମା ମଧ୍ୟ ହରାଇବାକୁ ପଡ଼ିବ ।

 

ଗମ୍ଭୀରଙ୍କୁ ମିଳିଲା ଆଉ ଏକ ଧମକପୂର୍ଣ୍ଣ ଇ-ମେଲ; କହିଲେ ଦିଲ୍ଲୀ ପୋଲିସ ଆମର କିଛି କରିପାରିବ ନାହିଁ

ନୂଆଦିଲ୍ଲୀ: ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ମିଳିଲା ହତ୍ୟା ଧମକ । ଇଷ୍ଟ ଦିଲ୍ଲୀ ସାଂସଦ ଓ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ପାଖକୁ ଗତରାତିରେ ଆଉ ଏକ ମେଲରେ ହତ୍ୟା ଧମକ ମିଳିଛି । ଏହି ଇ-ମେଲରେ କୁହାଯାଇଛି କି ଆପଣ ସୁରକ୍ଷାରେ ଥିବା ପୋଲିସ ବି କିଛି କରିପାରିବେ ନାହିଁ । ଯେଉଁ ଇ-ମେଲ ଆଇଡିରୁ ମେସେଜ ଆସିଛି ସେହି ଇ-ମେଲ ହେଉଛି [email protected]

ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଲେଖଯାଇଥିଲା କି ଦିଲ୍ଲୀ ପୋଲିସ ଓ ଆଇପିଏସ ଶ୍ବେତା ଆମର କିଛି କରି ପାରିବେ ନାହିଁ । ଆମର ଗୁପ୍ତଚର ଦିଲ୍ଲୀ ପୋଲିସ ମଧ୍ୟରେ ରହିଛନ୍ତି । ଯିଏ କି ତୁମ ବିଷୟରେ ଆମକୁ ସବୁ ସୂଚନା ପ୍ରଦାନ କରୁଛନ୍ତି ।

ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଯେଉଁ IPS ଶ୍ବେତାଙ୍କ କଥା କହୁଯାଇଛି ସେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଏରିଆର ଡିସିପି । ତେବେ ଏହା ପ୍ରଥମ ଇ-ମେଲ ନୁହେଁ ଏହା ପୂର୍ବରୁ ଗୌତମଙ୍କ ମେଲକୁ ଦୁଇ ଥର ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ମିଳିଥିଲା । ତେବେ ଏହି ସବୁ ମେଲ ଆସିବା ପରେ ଗୌତମ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯାଇଛି । ଅନ୍ୟପଟେ ଏହି ମେଲ ପାକିସ୍ତାନର କରାଚୀରୁ ଆସିଛି ବୋଲି ସୂଚନା ମିଳିଛି ।

ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ହେଉଛି ଗୃହ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏ ନେଇ ଆଜିଠୁ ବିଧାୟକ ଓ ଗୃହ କାର୍ଯ୍ୟରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର ହେଉଛି କରୋନା ଟେଷ୍ଟ । ଆଜିଠୁ ୩୦ ତାରିଖ ଯାଏଁ ତିନି ଦିନ ଧରି ହେବ କୋଭିଡ୍ ଟେଷ୍ଟିଂ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ହେବ ଟେଷ୍ଟିଂ ।

ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ କରାଯାଉଛି । ସେହିଭଳି ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେଉଛି । ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିଲେ ଶୀତକାଳୀନ ଅଧିବେଶନକୁ ଅନୁମତି ମିଳିବ ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ ।  କିଭଳି ସୁରୁଖୁରରେ ଗୃହ କାର୍ଯ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ବି ଏବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ଦରବୃଦ୍ଧଇ ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବୋଲି କହିଛି । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ନଭେମ୍ବର ୨୯ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ । ଏଥରଅନେକ ବିଲ୍ ପାରିତ କରାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଆରମ୍ଭ ହେବ ପ୍ରକ୍ରିୟା ।

ଆମ୍ୱୁଲାନ୍ସ କର୍ମଚାରୀଙ୍କ ମାନବିକତା: ଷ୍ଟ୍ରେଚରରେ ଅଢ଼େଇ କିଲୋମିଟର ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

0

ଦେବଗଡ଼: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା । ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ଅଢେଇ କିଲୋମିଟର ରାସ୍ତା ବୋହି ଡାକ୍ତରଖାନାରେ ପହଞ୍ଚାଇଲେ । ଦେବଗଡ଼ ତିଳେଇବଣି ବ୍ଲକ ବାଙ୍କଦର୍ହ ଗାଁର ଶିଳାମତୀ ବିଲୁଙ୍ଗଙ୍କ ଗର୍ଭଯନ୍ତ୍ରଣା ହେଉଥିଲା । ଖବର ପାଇ ଆମ୍ବୁଲାନ୍ସ ଆସିଥିଲା । ହେଲେ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଚାଳକ ଆର୍ତ୍ତତ୍ରାଣ ବେହେରା, ଇଏମଟି ସୁଶାନ୍ତ ସାହୁ ଓ ସହାୟକ ଜନ୍ମଜେୟ ବେହେରା ଗର୍ଭବତୀଙ୍କୁ  ଷ୍ଟ୍ରେଚରରେ ଅଢେଇ କିଲୋମିଟର ରାସ୍ତା ବୋହି ଆମ୍ବୁଲାନ୍ସ ପାଖକୁ ନେଇଆସିଥିଲେ । ପରେ ଆମ୍ବୁଲାନ୍ସରେ ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଶବଦାହ ପାଇଁ ଯାଉଥିଲେ ଶବ ପାଲଟିଲେ: ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ, ୫ଜଣ ଗୁରୁତର