ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଂଗ: ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର କମିଟି କରିବ ତଦନ୍ତ

1 min read

ଚଣ୍ଡିଗଡ଼: ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ମାମଲାର ଯାଞ୍ଚ କରିବ ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ । କମିଟିରେ ଚଣ୍ଡିଗଡ଼ ଡିଜିପି, NIA ଆଇଜି, ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସାମିଲ ହେବେ ।

ଗୁଇନ୍ଦା ବିଭାଗର ଅତରିକ୍ତ ମହାନିର୍ଦ୍ଦେଶକ ମଧ୍ୟ କମିଟିର ସଦସ୍ୟ ରହିବେ । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ପକ୍ଷରୁ କରାଯାଉଥିବା ସମସ୍ତ ତଦନ୍ତ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଞ୍ଜାବ ସରକାରଙ୍କୁ ପଠାଯାଇଥିବା କାରଣଦର୍ଶାଅ ନୋଟିସକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ରାଜ୍ୟକୁ କାରଣଦର୍ଶାଅ ନୋଟିସ୍ ପଠାଯିବାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଖଣ୍ଡପୀଠ ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ବିବାହ ବିବାଦ ମାମଲା: ମୂଳ ପିଟିସନ୍ ଉପରେ ଆଜି ଶୁଣାଣି

Leave a Reply