ଚୋର ନେଇଥିଲା ମୋବାଇଲ, ଫେରାଇଲା ପୋଲିସ

1 min read

ଭୁବନେଶ୍ୱର: ଶହୀଦନଗର ପୁଲିସ ତରଫରୁ ‘ମୋବାଇଲ ଫୋନ ହସ୍ତାନ୍ତର ମେଳା’  । ୧୫ ଜଣ ଅଭିଯୋଗକାରୀ ତଥା ପ୍ରକୃତ ମାଲିକମାନଙ୍କୁ ସେମାନଙ୍କର ଚୋରୀ ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି।  ଉଦ୍ଧାର ହୋଇଥିବା  ମୋବାଇଲ ଗୁଡିକ ମଧ୍ୟରୁ ୪ ଟି ଛିନତାଇ ମାମଲା, ୩ ଟି ଚୋରୀ ମାମଲା ଅନ୍ତର୍ଭୁକ୍ତ ହୋଇଥିବାବେଳେ ୮ଟି ମୋବାଇଲ ହଜିଯାଇଥିବାର ଅଭିଯୋଗକାରୀ ମାନେ ଅଭିଯୋଗ କରିଥିଲେ । ଏହି ସମସ୍ତ ମୋବାଇଲ ଶହୀଦନଗର ପୋଲିସ ଥାନା ପକ୍ଷରୁ ପ୍ରଦାନ କରାଯାଇଛି  ।

ପ୍ରକାଶଯୋଗ୍ୟ ଯେ , ଭୂବନେଶ୍ୱର ସହରାଞ୍ଚଳ ଜିଲ୍ଲାର ପ୍ରତି ଥାନାରେ ଥିବା POPD ଟିମ, DCP ଅଫିସର ଟିମ – 60 ଏବଂ ତଦନ୍ତକାରୀ ଅଫିସର ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ତୁରନ୍ତ ଅପରାଧୀମାନଙ୍କୁ କାବୁ କରାଯାଇ ଏହିସବୁ ମୋବାଇଲ ଗୁଡିକ ଉଦ୍ଧାର କରାଯାଇପାରିଥିଲା। ମୋବାଇଲ ଗୁଡିକ ଫେରିପାଇବା ପରେ ସମସ୍ତ ବ୍ୟକ୍ତି କମିଶନରେଟ୍ ପୁଲିସକୁ ଧନ୍ୟବାଦ ଅର୍ପଣ କରିଛନ୍ତି।  ପ୍ରକାଶ ଥାଉ କି, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାର ଲକ୍ଷ୍ୟ ସହ ସେମାନଙ୍କର କ୍ଷତିଗ୍ରସ୍ତ  କିମ୍ବା ହଜିଯାଇଥିବା ସାମଗ୍ରୀ ଉଦ୍ଧାର କରି ଫେରାଇବା ପାଇଁ  କମିଶନରେଟ୍ ପୁଲିସର ଏହି ପ୍ରୟାସ  ନିରନ୍ତର ଜାରି ରହିଛି  । ସାଧାରଣ ଲୋକଙ୍କ ସୁରକ୍ଷାରେ ସର୍ବଦା ପୋଲିସ ସର୍ପମିତ ପୋଲି ମଧ୍ୟ ପ୍ରେସମିଟ ଜରିଆରେ ପ୍ରକାଶ ପାଇଛି  ।

Leave a Reply