୨୪ ସୁଦ୍ଧା ପୁରୀରେ ପଞ୍ଚତାରକା ହୋଟେଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ କରାଯିବ ପଞ୍ଚତାରକା ହୋଟେଲ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଜି ଶିଳାନ୍ୟାସ କରିଛନ୍ତି  । ସ୍ୱସ୍ତି ପ୍ରିମୟମ ବିଚ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦କୋଟିର ପୁଞ୍ଜିନିବେଶ ହେବ। ରିସୋର୍ଟ ପରିସରରେ ମୁକ୍ତାକାଶ ଲ୍ୟାଣ୍ଡସ୍କେପିଂ ଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରିତ ବୃହତ ସମ୍ମିଳନୀ କକ୍ଷ ରଖାଯାଇଛି । ବିଭିନ୍ନ ରାଜ୍ୟ ଓ ଦେଶର ପ୍ରମୁଖ ଖାଦ୍ୟକୁ ନେଇ ଏକ ଫୁଡ଼ କୋର୍ଟ ନିର୍ମାଣ କରାଯିବ।

୨୦୨୪ ଜାନୁୟାରୀ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ରିପୋର୍ଟରେ ମେଗା ସମ୍ମିଳନୀ ଓ ବାହାଘର ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି।୧୩ ମହଲା ଉପରେ ସ୍କାଏ ଲାଉଞ୍ଜ ବାର ରହିବ । ଏଥିରେ ମୋଟ ୧୨୫ଟି ରୁମ ରହିବ । ଷ୍ଟେଟ ଅଫ ଆର୍ଟ ୱେଲନେସ ସ୍ପା ଓ ଜିମ ବ୍ୟବସ୍ଥା ମଧ୍ୟ ରହିବ । ସେହିପରି ପୁରୀରେ ଏହି ପଞ୍ଚତାରକା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ରିସୋର୍ଟ ବହୁମାତ୍ରାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି  ।

Leave a Reply