ବଢ଼ିଲା ଚାକିରି ବୟସ ସୀମା

1 min read

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର । ବଢିଲା ଚାକିରିର ବୟସ ସୀମା । ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛି ରାଜ୍ୟ କ୍ୟାବିନେଟ । ଏସସି-ଏସଟି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା ୫ ବର୍ଷ କୋହଳ । ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ୫ବର୍ଷ କୋହଳ । ୪୩ ବର୍ଷକୁ ବଢିଲା ସଂରକ୍ଷିତ ବର୍ଗଙ୍କ ଚାକିରି ବୟସ ସୀମା ।

ତେବେ ଏସସି-ଏସଟି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା 5 ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏମାନଙ୍କ କ୍ଷେତ୍ରରେ ଚାକିରି ଆବେଦନର ବୟସସୀମା ସର୍ବାଧିକ 43ବର୍ଷକୁ ବଢାଯାଇଛି । ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ବୟସସୀମା ୫ବର୍ଷ କୋହଳ କରାଯାଇଛି । ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ସୀମା ୧୦ ବର୍ଷ କୋହଳ କରାଯାଇଛି ।

ରାଜ୍ୟ କ୍ୟାବିନେଟରେ ୫ଟି ମୋଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର । ଓମ୍ବାଡ୍‌ସି ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ବୃହତ ପାନୀୟଜଳ ଯୋଗାଣ ପ୍ରକଲ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହି ପ୍ରକଲ୍ପ ଦ୍ବାରା କପ୍ତିପଦା, ସମାଖୁଣ୍ଟା, ବାରିପଦା, ସାରସକଣା, କୁଳିଅଣା ଓ ବାଙ୍ଗିରିପୋଷୀ ଅଧିନରେ ଥିବା ଶତାଧିକ ଗାଁକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ ।

ଏଥିପାଇଁ ହୋଇଥିବା ବ୍ୟୟବରାଦକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ସେହିପରି ଜେଏମଏମ ଯୋଜନାରେ କଟକ ଜିଲ୍ଲାରେ ଗୋଟିଏ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଜିଲ୍ଲାର ବାଙ୍କୀ, ଡମପଡ଼ା ଓ ବାରଙ୍ଗ ଅଧିନରେ ଥିବା ୧୩୩ଟି ଗାଁକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମୁରା, ମାନେଶ୍ବର, ନାକଟିଦେଉଳ ଓ ରେଢାଖୋଲ ବ୍ଲକ ଅଧିନରେ ଥିବା ୪୩ ପଞ୍ଚାୟତକୁ ପାନୀୟ ଜଳଯୋଗାଣ ପାଇଁ ଦୁଇଟି ମେଗା ପାନୀୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି । ଏଥିସହ ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି OPSC ଜରିଆରେ ଅବକାରୀ ବିଭାଗର ଉପ ଅବକାରୀ ଅଧିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Leave a Reply