ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ ଆୟୋଗ, ମଙ୍ଗଳବାର ଆସିବ ନିର୍ବାଚନ ତାରିଖ !

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ ଆୟୋଗ  ।  ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଅବଗତ କରିଛନ୍ତି  ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀ । କରୋନା ସ୍ଥିତି ଓ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି  ।

ସେପଟେ ପଞ୍ଚାୟତ ଭୋଟ ନେଇ ପୋଲିସ ଡିଜି, ଆଇଜି ଓ ଡିଆଇଜିଙ୍କ ସହ ନିର୍ବାଚନ ଆୟୋଗ ଆଲୋଚନା କରିଛନ୍ତି । ଭିସିରେ ଅନୁଷ୍ଠିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଓ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ଯେହେତୁ କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ କୋଭିଡ କଟକଣା ଭିତରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ  କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଛନ୍ତି ।

ସୋମବାର ବସିଥିବା ସର୍ବଦଳୀୟ ବୈଠକରେ ବିରୋଧି ଦଳ ବିଜେପି ଓ କଂଗ୍ରେସ କିନ୍ତୁ ନିର୍ବାଚନ ଘୁଞ୍ଚାଯିବା ନେଇ ଯୁକ୍ତି ଉପସ୍ଥାପନା କରିଥିଲେ । କିନ୍ତୁ ଶାସକ ବିଜେଡ଼ିର ମତ ହେଉଛି, ସଠିକ ସମୟରେ  ଅନୁଷ୍ଠିତ ହେଉ ନିର୍ବାଚନ  । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସଠିକ ସମୟରେ ପରିଚାଳନା ନେଇ ଯୁକ୍ତି ବାଢିଛି ବିଜୁ ଜନତା ଦଳ ।  ଅନ୍ୟପଟେ କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ନିର୍ବାଚନ ଆୟୋଗ  ।

Leave a Reply