spot_img
Home Blog Page 4851

ସମ୍ବାଦପତ୍ର ହକରମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୂଚନା ଓ ସମ୍ବାଦ ପ୍ରସାରଣରେ ହକରମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକରମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି।

ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ  ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେହିପରି ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକରମାନଙ୍କୁ ଦେଢ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ।

କୋଭିଡ ଯୋଗୁ ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବର କାଗଜ ହକରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ।

କାମ କରିବା ପାଇଁ ବହୁତ ସମୟରେ ହକରମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ସବ୍‌ଡିଭିଜନ ଓ ଜିଲ୍ଲାସ୍ତରରେ ଉପଯୁକ୍ତ ୱାର୍କସେଡ୍‌ ନିର୍ମାଣ କରି ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି ।

ଏହାସହିତ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ହକରମାନଙ୍କର ଏକ ଡିଜିଟାଲ ଡାଟା ବେସ୍‌ ପରିଚାଳନା କରାଯାଇ ସମସ୍ତ ହକରମାନଙ୍କୁ ଜିଲ୍ଲା ସ୍ତରରେ ଯାଂଚ କରାଯାଇ ପରିଚୟ ପତ୍ର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗାଈକୁ ବାହା ହେଲେ ମହିଳା, କହିଲେ ମୋ ସ୍ୱାମୀଙ୍କ ପୁର୍ନଜନ୍ମ ହୋଇଛି

କମ୍ବୋଡିଆ: ଚର୍ଚ୍ଚାରେ ମଣିଷ-ଗାଈ ବାହାଘର । କମ୍ବୋଡିଆରେ ହୋଇଥିବା ୭୪ ବର୍ଷୀୟା ମହିଳାଙ୍କ ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନା କମ୍ବୋଡିଆର ଉତ୍ତର ପୂର୍ବ ଅଞ୍ଚଳରେ ରହୁଥିବା ଖିମ୍ ହଙ୍ଗ ଗାଈକୁ ବିବାହ କରିଛନ୍ତି । ଯାହା ଫଳରେ ତାଙ୍କର ଏହି ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ବିବାହକୁ ନେଇ ଖିମ୍ ହଙ୍ଗ କହିଛନ୍ତି କି ମୁଁ ଏଥିପାଇଁ ବିବାହ କଲି କାହିଁକି ନା ଗାଈ ମୋତେ ଚୁମ୍ବନ ଦେଉଥିଲା । ସବୁବେଳେ ଗାଈ ମୋ ସହ ରହୁଥିଲା । ଏହା ବ୍ୟତୀତ ମୋ ପାଖକୁ ପହଞ୍ଚିବା ପାଇଁ ଘରର ସିଢ଼ି ମଧ୍ୟ ଚଢ଼ି ଆସୁଥିଲା । ଗାଈର ଏପରି ଆଚରଣ ତାଙ୍କୁ ତାଙ୍କ ଦିବଂଗତ ପତିଙ୍କ କଥା ମନେ ପକାଇ ଦେଇଥିବା କହିଥିଲେ ଖିମ୍ । ସେ ଆହୁରି କହିଥିଲେ ଯେ ଗାଈ ରୂପରେ ମୋ ସ୍ବାମୀଙ୍କର ପୁର୍ନଜନ୍ମ ହୋଇଛି ।

ଅନ୍ୟପକ୍ଷରେ ଏହି ବାହାଘରର କୌଣସି ଭିଡିଓ କିମ୍ବା ଫଟୋ ନାହିଁ । କିନ୍ତୁ ଗ୍ରାମବାସୀ କହିଛନ୍ତି କି ସେମାନେ ଏହି ବାହାଘରକୁ ଦେଖିଛନ୍ତି । ଗ୍ରାମବାସୀ କହିଛନ୍ତି କି ମହିଳାଜଣଙ୍କ ବିଶ୍ବାସ କରୁଛନ୍ତି କି ସେହି ଗାଈ ଦେହରେ ତାଙ୍କ ସ୍ବାମୀଙ୍କ ଆତ୍ମା ରହିଛି । ଯେଉଁଥିପାଇଁ ମହିଳାଜଣଙ୍କ ଗାଈକୁ ଭଲ ପାଉଛନ୍ତି । ଅନ୍ୟପକ୍ଷରେ ଖିମ୍ ସେହି ଗାଈର ଭଲ ଭାବରେ ଯତ୍ନ ନେଉଛନ୍ତି । ଗାଈ ପାଇଁ ଏକ ଭଲ ଶଯ୍ୟା ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଥିସହ ତାଙ୍କ ସ୍ବାମୀ ବ୍ୟବହାର କରୁଥିବା ତକିଆକୁ ବି ଗାଈକୁ ଦେଇଛନ୍ତି ଖିମ୍ । ଅନ୍ୟପଟେ ସେ ତାଙ୍କ ପିଲାମାନଙ୍କୁ ଏହି ଗାଈକୁ ତାଙ୍କ ପିତା ବୋଲି ମାନିବାକୁ କହିଛନ୍ତି । ଖିମ୍ ହଙ୍ଗ ନ୍ୟୁଜ ଏଜେନ୍ସି ରାଏଟର୍ସକୁ କହିଛନ୍ତି କି ମୁଁ ଭାବୁଛି କି ଏହି ଗାଈ ମଧ୍ୟରେ ମୋ ପତିଙ୍କ ଆତ୍ମା ରହିଛି । କାହିଁକି ନା ଗାଈ ଏବେ ଯାହା ସବୁ କରୁଛି ତାହା ମଧ୍ୟ ମୋ ସ୍ବାମୀ କରନ୍ତି ।

ଖିମ୍ ହଙ୍ଗଙ୍କ ଏହି ବୟାନକୁ ତାଙ୍କ ଝିଅ ମଧ୍ୟ ବିଶ୍ବାସ କରିଛନ୍ତି । ଯେଉଁଥିପାଇଁ ସେହି ଗାଈକୁ ହୃଦୟର ସହ ସେବା କରୁଛନ୍ତି ବୋଲି କହିଛନ୍ତି ଖିମ୍ ହଙ୍ଗଙ୍କ ଝିଅ । ୭୪ ବର୍ଷୀୟା ଖିମ୍ ହଙ୍ଗ ତାଙ୍କ ପିଲାମାନଙ୍କୁ କହିଛନ୍ତି କି ଯଦି ମୋର ମୃତ୍ୟୁ ହୋଇଯାଏ ତେବେ ସେମାନେ ଏହି ଗାଈର ଭଲ ଭାବରେ ଯତ୍ନ ନେବେ ଏବଂ ସେହି ଗାଈକୁ କେବେ ବିକିବେ ନାହିଁ । ଯଦି ଗାଈର ମୃତ୍ୟୁ ହୋଇଯାଏ ତେବେ ତାକୁ ମଣିଷମାନଙ୍କର ଯେପରି ଅନ୍ତିମ ସଂସ୍କାର ହୁଏ ସେହିପରି ଗାଈର ଅନ୍ତିମ ସଂସ୍କାର କରିବାକୁ ତାଙ୍କ ପିଲାମାନଙ୍କୁ କହିଛନ୍ତି ଖିମ୍ ହଙ୍ଗ ।

ଗୋଟିଏ ଘରୁ ମିଳିଲା ୪ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ଦିଲ୍ଲୀ : ଦିଲ୍ଲୀ ଉପକଣ୍ଠ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଘରୁ ମିଳିଛି ୪ଟି ଶବ । ସ୍ୱାମୀ, ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ ଦେହ ଜବତ ହୋଇଛି । ଆଜି ସକାଳେ ଗୋଟିଏ ଘରୁ ସମସ୍ତ ମୃତଦେହ ମିଳିଥିବାର ସୂଚନା ମିଳୁଛି । ଆଖପାଖ ଅଞ୍ଚଳର ଲୋକେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ୪ ଜଣଙ୍କ ମୃତଦେହ ଠାବ କରିଛି । ଏଥିମଧ୍ୟରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିବାବେଳେ ତାଙ୍କ ୨୭ ବର୍ଷୀୟ ପତ୍ନୀଙ୍କ ସମେତ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅର ମୃତଦେହ ପୋଲିସ ଜବତ କରଛି  । ମୃତଦେହରେ କୈାଣସି ପ୍ରକାର କ୍ଷତ ଥିବାର ଦେଖାଯାଇନାହିଁ ।

ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମାମଲାର ତଦନ୍ତ କରିବା ସହ ଫରେନସିକ୍ ଟିମ୍ ମଧ୍ୟ ମାମଲାର ଯାଞ୍ଚ କରୁଥିବା ସୂଚନା ମିଳିଛି । ପଡ଼ୋଶୀଙ୍କ କହିବାନୁସାରେ ଏହି ପରିବାର ଗତ କିଛି ଦିନ ହେବ ଦିଲ୍ଲୀ ଉପକଣ୍ଠ ଜିଲ୍ଲାର ସିରସପୁର ଗାଁର ଏକ ଭଡ଼ା ଘରେ ବାସ କରିଆସୁଥିଲେ । ମୃତ ଯୁବକଙ୍କ ନାଁ ଅମିତ ବୋଲି ଜଣାପଡ଼ିଛି । ଅମିତ ଆଖପାଖରେ ଛୋଟମୋଟ କାମ କରି ପରିବାର ପ୍ରତିପୋଷଣ କରୁଥିବା ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖାଯାଇଥିଲା । ସମସ୍ତ ପରିବାର ବିଷ ଖାଇ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବା ବେଳେ ଏଯାଏ ପୋଲିସ୍ ପକ୍ଷରୁ କୈାଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୋରରେ ଆତଙ୍କ ଖେଳାଇଛି ଅଜଣା ଜନ୍ତୁ, ୪ ଜଣ ମେଡିକାଲରେ ଭର୍ତ୍ତି

ସୋର: ବାଲେଶ୍ୱର ଜିଲ୍ଲା ସୋରର ଖରାସାହାପୁର ଓ ଅଭଣା ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଖେଳାଇଛି । ୧୦ରୁ ୧୨ ଜଣଙ୍କୁ ଆକ୍ରମଣ କରିଛି ଅଜଣା ଜନ୍ତୁ । ୨ ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ୨ ଜଣ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Unknown Animal Attacked 4 Person In Soro

ଅଭଣା ପଞ୍ଚାୟତର ବୁଲୁ ବିଶ୍ୱାଳ ଧାନ କାଟୁଥିବା ସମୟରେ ଜନ୍ତୁଟି ତାଙ୍କୁ ଆକ୍ରମଣ କରିଥିଲା । ସେହିପରି ରମଧା ଗାଁରେ ଦୁଇ ଜଣ ବାଳିକା ବିଲକୁ ଯାଉଥିବା ସମୟରେ ଜନ୍ତୁଟି ଆକ୍ରମଣ କରିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳରେ କୋକୁଆ ଭୟ ଖେଳିଥିବା ବେଳେ ବନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଆମେରିକାକୁ ହରାଇ ସ୍ପେନର ରେକର୍ଡ ଭାଙ୍ଗିଲା ପାକିସ୍ତାନ

ଭୁବନେଶ୍ୱର: କଳିଙ୍ଗରେ ଲେଖା ହେଉଛି ବିଶ୍ୱ ରେକର୍ଡ । ପୁରୁଷ ହକି ଜୁନିଅର ବିଶ୍ୱକପ୍ ଇତିହାସରେ ଆମେରିକା ବିପକ୍ଷରେ ସର୍ବାଧିକ ଗୋଲ୍ ଦେଇଛି ପାକିସ୍ତାନ । ପୂର୍ବରୁ ଆମେରିକା ବିପକ୍ଷରେ ୧୭-୦ ଗୋଲରେ ସ୍ପେନ୍ ବିଜୟୀ ହୋଇ ରେକର୍ଡ କରିଥିଲା । ଏବେ ସେହି କଳିଙ୍ଗ ଷ୍ଟାଡିୟମ ଗ୍ରାଉଣ୍ଡରେ ଇତିହାସ ରଚିଛି ପାକିସ୍ତାନ ଦଳ । ୧୮-୨ ଗୋଲରେ ଆମେରିକାକୁ ପାକିସ୍ତାନ ପରାସ୍ତ କରିବା ସହ ବିଶାଳ ବିଜୟ ହାସଲ କରି ବିଶ୍ୱକପ୍ ଇତିହାସରେ ନୂଆ ରେକର୍ଡ କରିଛି ।

ପାକିସ୍ତାନ ପକ୍ଷରୁ ଅବ୍ଦୁଲ ରାଣା ସର୍ବାଧିକ ୪ଟି ଗୋଲ୍ ସ୍କୋର କରିଥିବା ବେଳେ ଅବୁଜାର ୩ଟି, ଅଲୀ ରିଜୱାନ ୨ଟି ଗୋଲ୍ କରିଥିଲେ । ମ୍ୟାଚର ପ୍ରଥମ କ୍ୱାର୍ଟରୁରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା ପାକିସ୍ତାନ । ମ୍ୟାଚର ପ୍ରଥମ କ୍ୱାର୍ଟରରେ ପାକିସ୍ତାନ ଗୋଟିଏ ଗୋଲ୍ କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ୬ଟି ଗୋଲ୍, ତୃତୀୟ କ୍ୱାର୍ଟରରେ ୭ଟି ଗୋଲ୍ ଓ ପଞ୍ଚମ କ୍ୱାର୍ଟରରେ ୪ଟି ଗୋଲ୍ କରିଥିଲା । ଅନ୍ୟପଟେ ଆରମ୍ଭରୁ ଚାପରେ ଥିବା ଆମେରିକା ମାତ୍ର ୨ଟି ଗୋଲ୍ କରିବାରେ ସକ୍ଷମ ହୋଇଥିଲା ।

ଅମିଶାଙ୍କ ବିରୋଧରେ ୱାରେଣ୍ଟ୍

ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟି ଜାରି କରିଛି ଭୋପାଳ କୋର୍ଟ । ସୋମବାର ଅମିଶାଙ୍କ ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରାଯାଇଛି । ଅମିଶା ପଟେଲଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ଚାଲୁଛି । ଯାହା ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏକ ରିପୋର୍ଟ ଅନୁସାରେ ଡିସେମ୍ବର ୪ରେ କୋର୍ଟରେ ହାଜିର ହେବାକୁ ଅମିଶାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମିଶାଙ୍କ ବିପକ୍ଷରେ ଭୋପାଳ ଅଦାଲତରେ ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସର ମାମଲା ଚାଲୁଛି । ଅମିଶାଙ୍କ ବିପକ୍ଷରେ ୟ୍ୟୁଟିଏଫ ଟେଲିଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ଏହି ମାମଲା ଦାୟର କରିଛି । ତାଙ୍କ ଅଭିଯୋଗ ଅନୁଯାୟୀ ଅମିଶା ଫିଲ୍ମୀ ନିର୍ମାଣ କରିବା ପାଇଁ ତାଙ୍କଠାରୁ ଟଙ୍କା ଆଣିଥିଲେ । କିନ୍ତୁ ବଦଳରେ ଯେଉଁ ଦୁଇଟି ଚେକ୍ ଦେଇଥିଲେ ସେହି ଚେକ୍ ବାଉନ୍ସ ହୋଇଥିଲା ।

ଅନ୍ୟପକ୍ଷରେ ଯଦି ଅମିଶା ପଟେଲ ୪ ଡିସେମ୍ବରରେ କୋର୍ଟରେ ହାଜିର ହେବେ ନାହିଁ ତେବେ ତାଙ୍କ ବିପକ୍ଷରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯିବ। ବିଗତ କିଛି ସମୟ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ ଅମିଶା ପଟେଲ । ତେବେ ଏବେ ପୁଣି ସେ ତାଙ୍କ ସୁପରହିଟ ଫିଲ୍ମୀ ‘ଗଦର’ର ସିକ୍ବେଲରେ ପୁଣି ଥରେ ସନ୍ନୀ ଦେଓଲଙ୍କ ସହ ନଜର ଆସିବେ । ଏହା ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଡେଜୀ ଶାହାଙ୍କ ଫିଲ୍ମୀ ‘ମିଷ୍ଟ୍ରୀ ଅଫ୍ ଟାଟୁ’ରେ ନଜର ଆସିବେ ଅମିଶା ପଟେଲ ।

୬ ଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ ନଚେତ୍ ଆସିପାରେ ଏମିତି ବିପଦ…

ଦେବତାଙ୍କ ସେନାପତି ମଙ୍ଗଳ ଗ୍ରହ ନିଜ ଶତ୍ରୁ ତୁଳା ରାଶିରେ ପ୍ରବେଶ ନ କରି ୫ ସେପ୍ଟେମ୍ବର ୨୦୨୧ରେ ବିଛା ରାଶିରେ ପ୍ରବେଶ କରିବା ସହ ଜାନୁଆରୀ ୧୬ ତାରିଖ ୨୦୨୨ରେ ନିଜ ପରମମିତ୍ର ବୃହସ୍ପତିଙ୍କ ରାଶି ଧନୁରେ ପ୍ରବେଶ କରିବେ । ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ କେତୁର ସଂଯୋଗ ଅନେକ ବିପଦ ଆଣିଥାଏ କେତେକ ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ । ମଙ୍ଗଳରେ ହେଉଥିବା ପରିବର୍ତ୍ତନ ମିଥୁନ, କନ୍ୟା, ଏବଂ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।
ମେଷ ରାଶି : ଦୁର୍ଘଟଣାର ଆଶଙ୍କା ଥିବାବେଳେ ଜ୍ୱର ହେବାର ସମ୍ଭାବନା ରହିଛି । ଏଥିପାଇଁ ସାବଧାନ ରହିବାର ଆବଶ୍ୟକତା ରହିଛି । ନିଜ ଭାଷାରେ ସଂଯମତା ରକ୍ଷା କରନ୍ତୁ ନଚେତ୍ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ କଳହ ଦେଖାଦେଇପାରେ ।
ବୃଷ ରାଶି : ଆଖି କିମ୍ବା ପେଟରେ ଯନ୍ତ୍ରଣା ଦେଖା ଦେଇପାରେ । ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । କଥାବାର୍ତ୍ତାରେ ନମ୍ରତା ରକ୍ଷା କରନ୍ତୁ ନଚେତ୍ ସମ୍ପର୍କୀୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ ।
ମିଥୁନ ରାଶି : ଶତ୍ରୁଙ୍କ ଉପରେ ବିଜୟ ସହିତ ବାଦ-ବିବାଦ ଜିତିବାର ସମ୍ଭାବନା ରହିଛି । ଚେଷ୍ଟା କରୁଥିବା ବହୁଦିନର କାର୍ଯ୍ୟରେ ସଫଳତା ମିଳିବ । ସମ୍ପର୍କୀୟଙ୍କ ସହ ଭଲ ସମ୍ବନ୍ଧ ରହିବା ସହ ଧନପ୍ରାପ୍ତିର ଯୋଗ ରହିଛି ।
କର୍କଟ ରାଶି : ସନ୍ତାନଙ୍କ ଯୋଗୁଁ ବିରକ୍ତି ଭାବ ଆସିପାରେ । ଚାକିରି ହରେଇବା ଆଶଙ୍କା ରହିଛି । ପେଟ ଯନ୍ତ୍ରଣା ଦେଖାଦେଇପାରେ ।
ସିଂହ ରାଶି : ଅନାବଶ୍ୟକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ଏହା ସହିତ ନିଜର ଯାନବାହନ ନଥିବାର ଦୁଃଖ ରହିବ । ଚାକିରି ହରେଇବା ଆଶଙ୍କା ସହ ପେଟରେ ଯନ୍ତ୍ରଣା ଦେଖା ଦେଇପାରେ ।
କନ୍ୟା ରାଶି : ଲଗାତାର ସଫଳତାର ପାହାଚ ଚଢ଼ିବେ । ଲୋକଙ୍କ ପ୍ରଶଂସା ମିଳିବା ସହ ଧନପ୍ରାପ୍ତିର ସମ୍ଭାବନା ରହିଛି । ମନରେ ଶାନ୍ତି ବଜାୟ ରହିବ ।
ତୁଳା ରାଶି : କଠୋର କଥା ଯୋଗୁଁ କଳହ ଦେଖାଦେଇପାରେ । ଧନହାନିର ଆଶଙ୍କା ଥିବାବେଳେ ମାନସିକ ଭ୍ରମର ଶିକାର ହୋଇପାରନ୍ତି ।
ବିଛା ରାଶି : ବନ୍ଧୁ ପରିଜନଙ୍କଠୁ ଦୂରରେ ରହିବା ସହ ଅନାବଶ୍ୟକ ଚିନ୍ତା ପାଇଁ କାର୍ଯ୍ୟରେ ଅବହେଳା ସୃଷ୍ଟି ହୋଇପାରେ । ରକ୍ତ କିମ୍ବା ଅଗ୍ନି ସମ୍ବନ୍ଧିତ ରୋଗ ଦେଖାଯାଇପାରେ ।
ଧନୁ ରାଶି : ପୂର୍ବ ନିର୍ଦ୍ଧାରିତ କୈାଣସି କାର୍ଯ୍ୟ ବା ଯୋଜନାରେ ବାଧାବିଘ୍ନ ଆସିପାରେ । ସରକାରଙ୍କ ସହ ବାଦବିବାଦ ଦେଖାଯିବା ସହ ନିଜର ଖରାପ ବ୍ୟବହାର ପାଇଁ ପରିବାରରେ ବିବାଦ ଉପୁଜିପାରେ ।
ମକର ରାଶି : ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ସନ୍ତାନଙ୍କ ଉପସ୍ଥିତିରେ ମନ ପ୍ରସନ୍ନ ରହିବ । ସମ୍ପତ୍ତି ଆଦି କ୍ରୟ କରିବାର ସମ୍ଭାବନା ରହିଛି । ପଦୋନ୍ନତି ମିଳିପାରେ ।
କୁମ୍ଭ ରାଶି : କାର୍ଯ୍ୟ ହାସଲରେ ବିଫଳତା କାରଣରୁ ଉଚ୍ଚପଦାଧିକାରୀ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ପରିଶ୍ରମ ବୃଥା ହୋଇପାରେ ।
ମୀନ ରାଶି : ଧନ-ସମ୍ପତ୍ତିକୁ ନେଇ ବିବାଦ ଦେଖାଯାଇପାରେ । ଶରୀରରେ ଦୁର୍ବଳତା ଦେଖାଯିବା ସହ ପରାଜୟର ଆଶଙ୍କା ରହିବ । ଧନ ହାନିର ଆଶଙ୍କ ରହିଛି ।

ଖଚରରେ ବସି ବିକାଶମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

0

ଚିତ୍ରକୋଣ୍ଡା: ଖଚରରେ ବସି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ । ମଙ୍ଗଳବାର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା ନେଇ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ । ଗମନା ଗମନରେ ଅସୁବିଧା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ଖଚରରେ ବସି ପରିଦର୍ଶନ କରିଛନ୍ତି ଅଧିକାରୀ ।

ରାଜଲକୋଣ୍ଡା ଫାର୍ମରେ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହିତ ଚିତ୍ରକୋଣ୍ଡାର ବଡ଼ପଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାଜୁଚାଷ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଛନ୍ତି ପ୍ରଶାସନିକ ଅଧିକାରୀ। ଏହାସହ ଆବାସ ଗୃହ, ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ପଞ୍ଚାୟତିରାଜ ବିଭାଗ ଉପ-ସଚିବ ତ୍ରିଲୋଚନ ମହାନ୍ତି, ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ ବହୁ ଅଧିକାରୀ ସ୍ୱାଭିମାନ ଅଞ୍ଚଳରେ ଉନ୍ନୟମ କାମ ବୁଲି ଦେଖିଛନ୍ତି । ଦୁର୍ଗମ ରାସ୍ତା ହୋଇଥିବାରୁ ଅଫିସରମାନେ ଖଚରରେ ବସି ଯାତ୍ରା କରିଥିଲେ ।

SBI କ୍ରେଡିଟ୍ କାର୍ଡରେ ସପିଂ ହେବ ମହଙ୍ଗା, ଅଧିକ ଦେବାକୁ ପଡିବ ୯୯ ଟଙ୍କା

ନୂଆଦିଲ୍ଲୀ: ମହଙ୍ଗା ହେବ କ୍ରେଡିଟ୍ କାର୍ଡରେ ସପିଂ । ନୂଆ ମାସ ଆରମ୍ଭରୁ ଅର୍ଥାତ ଆସନ୍ତା ଡିସେମ୍ବର ୧ରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରେଡିଟ୍ କାର୍ଡରେ ସପିଂ କରିବା ମହଙ୍ଗା ହେବ । ଏସବିଆଇ ଅନୁସାରେ ସବୁ ଇଏମଆଇ କ୍ରୟ ଉପରେ କ୍ରେଡିଟ କାର୍ଡ ଉପଭୋକ୍ତାଙ୍କଠାରୁ ପ୍ରେସେସିଂ ଫି ସହ ଟ୍ୟାକ୍ସ ମଧ୍ୟ ଆଦାୟ କରାଯିବ ।

ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡରେ କିଛି ଜିନିଷ ଇଏମଆଇରେ କିଣନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୯ ଟଙ୍କା ଅଧିକ ଦେବାକୁ ପଡ଼ିବ । ଯଦି ଆପଣ ଡିସେମ୍ବର ୧ ପୂର୍ବରୁ କିଛି ଟ୍ରାଞ୍ଜାକସନ କରିଥିବେ ତେବେ ଏହା ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ଏହି ସୂଚନା ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତାଙ୍କୁ ଏହି ନୂଆ ନିୟମର ସୂଚନା ପ୍ରଦାନ କରାଯାଇଛି ।

ସେହିପରି ଭାବରେ ଡିସେମ୍ବର ୧ରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟଧାରୀମାନଙ୍କ ସୁଧ ଉପରେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏବେ ପଞ୍ଜାବ ବ୍ୟାଙ୍କ ବାର୍ଷିକ ସୁଧ ୨.୯୦ ପ୍ରତିଶତରୁ କମି ୨.୮୦ ପ୍ରତିଶତକୁ ଆସିଛି । ଏହା ବ୍ୟତୀତ ଦିଆସିଲର ମୂଲ୍ୟ ମଧ୍ୟ ଡିସେମ୍ବର ୧ରୁ ବୃଦ୍ଧି ହେବାକୁ ଲାଗିଛି । ଦିଆସିଲର ନୂଆ ମୂଲ୍ୟ ୨ ଟଙ୍କା ହୋଇଛି । ଏହା ପୂର୍ବରୁ ଶେଷ ଥର ପାଇଁ ୨୦୦୭ ମସିହାରେ ଦିଆସିଲର ମୂଲ୍ୟ ୫୦ ପଇସା ବୃଦ୍ଧି ହୋଇଥିଲା ।

ଆଫ୍ରିକାକୁ ସାହାଯ୍ୟ କଲା ଭାରତ; ପିଟରସନ କହିଲେ ‘ଥ୍ୟାଙ୍କୁ ୟୁ ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସାରା ବିଶ୍ବ ଏବେ ଚିନ୍ତାରେ ପଡ଼ିଛି । ନୂଆ ଭାରିଏଣ୍ଟ ଓମିକ୍ରନ ଫଳରେ ଆଫ୍ରିକାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହି ନୂଆ ଭାରିଏଣ୍ଟ ଡେଲଟା ଭାରିଏଣ୍ଟଠାରୁ ମଧ୍ୟ ଅଧିକ ବିପଦଜନକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଏପରି ସ୍ଥିତିରେ ଆଫ୍ରିକାକୁ ସାହାଯ୍ୟ ହାତ ବଢ଼ାଇଛି ଭାରତ । ଆଫ୍ରିକାର ଯେଉଁ ସବୁ ଦେଶରେ ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ବାରା ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଛି ସେହି ସବୁ ଦେଶକୁ ଭାରତରେ ତିଆରି ହୋଇଥିବା ଭ୍ୟାକସିନ ଦିଆଯିବ । ତେବେ ଭାରତର ଏପରି ପଦକ୍ଷେପ ଗ୍ରହଣ କରିବା ପରେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ୍ ପିଟରସନ ଏକ ବୟାନ ଦେଇଛନ୍ତି ।

https://twitter.com/KP24/status/1465353928816664577?s=20

ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତର ଏପରି ପଦକ୍ଷେପ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ କହିଛନ୍ତି । ଭାରତ ସରକାରଙ୍କ ଏପରି ପଦକ୍ଷେପ ପରେ କେଭିନ୍ ପିଟରସନ ଟ୍ବିଟ୍ କରି କହିଛନ୍ତି କି ଭାରତ ପୁଣି ଥରେ ସମବେଦନା ଜଣାଇଛନ୍ତି । ଏହା ପରେ ପିଟରସନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଫ୍ରିକାର କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଆଫ୍ରିକାର କିଛି ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଭାରତ ମେଡ ଇନ ଇଣ୍ଡିଆ ଭ୍ୟାକ୍ସିନ ଆଫ୍ରିକାକୁ ଯୋଗାଇବ ବୋଲି କହିଛି । ଏହି ଭ୍ୟାକ୍ସିନ ଯୋଗାଣ ଦ୍ବିପାକ୍ଷିକ ସମ୍ପର୍କ କିମ୍ବା କୋଭାକ୍ସ ଆଧାରରେ କରାଯିବ । କୋଭାକ୍ସ ହେଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଚାଲୁଥିବା ଏକ ମିଶନ ।