ଦୁର୍ଘଟଣାଗ୍ରସ୍ତ ବିକାନେର ଏକ୍ସପ୍ରେସ୍, ଏକାଧିକ ମୃତାହତ

ପଶ୍ଚିମବଙ୍ଗ: ଦୁର୍ଘଟଣାଗ୍ରସ୍ତ ହୋଇଛି ବିକାନେର ଏକ୍ସପ୍ରେସ୍  । ପାଟନାରୁ ଆସାମ ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି ଟ୍ରେନ । ଜଲପାଇଗୁଡ଼ି ଜିଲ୍ଲାରେ ଘଟିଛି ଏହି ବଡ଼ ଧରଣର ଦୁର୍ଘଟଣା  ।  ଫଳରେ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଟ୍ରେନର ୬ଟି ବଗି ଲାଇନ୍ଚ୍ୟୁତ୍ ହୋଇଛି  । ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ  । ଦୁର୍ଘଟଣା ଫଳରେ ଅଧିକାଂଶ ଯାତ୍ରୀ ମୃତାହତ ହୋଇଥିବା ଜଣା ପଡିଛି  ।

ପଶ୍ଚିମବଙ୍ଗର ଦାମୋହାନୀ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଛି  ।  ଯଦିଓ ମୃତାହତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ ତଥାପି ଏହି ସଂଖ୍ୟା ଅଧିକ ରହିପାରେ  ।ରେଳବାଇ ସୂତ୍ରରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  । କିନ୍ତୁ ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଶହରୁ ପାଞ୍ଚଶହ ଲୋକ ଫସିଥିବା ଜଣାପଡିଛି  । ସେପଟେ ଦୁର୍ଘଟଣା ଖବର ପାଇ ପଶ୍ଚିମବଙ୍ଗ ପୋଲିସ, ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି  ।

ଦୁର୍ଘଟଣା ବିଷୟରେ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି   । ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ  । ଦୁର୍ଘଟଣାସ୍ଥଳରୁ 5 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୪୫ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗ୍ୟାସ କଟର ଓ କ୍ରେନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 51ଟି ଆମ୍ବୁଲାନ୍ସରେ ଆହତମାନଙ୍କୁ ହସ୍ପିଟାଲ ନିଆଯିବା ବ୍ୟବସ୍ଥା କରାଯାଇଛି । ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

Leave a Reply