spot_img
Home Blog Page 4841

ପଞ୍ଜାବରେ ଡ଼େରା ପକାଇଛନ୍ତି କେଜ୍ରିୱାଲ, କଂଗ୍ରେସର ବିକଳ୍ପ ପାଇଁ କସରତ

ଅମୃତସର: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବରେ ଏବେଠୁ ସରଗରମ ହେଲାଣି ରାଜନୀତି । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲଗାତାର ଭାବେ ପଞ୍ଜାବ ଗସ୍ତ କରି କଂଗ୍ରେସ ସରକାରକୁ ତେରଛା ବାଣ ଜାରି ରଖିଛନ୍ତି  ।  ଗୁରୁବାର ପଞ୍ଜାବର ପଠାନକୋଟରେ ତ୍ରିରଙ୍ଗା ରାଲି କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଏହି ଅବସରରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ଚନ୍ନି ସରକାର ଉପରେ ବର୍ଷିଥିଲେ ।

କହିଥିଲେ, ଯେବେଠୁ ଆପ୍ ପଞ୍ଜାବରେ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛି ସେବେଠୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମୋତେ ଟାର୍ଗେଟ୍ କରି ଆସୁଛନ୍ତି । ଆପ୍ ସରକାର ଆସିଲେ ପଞ୍ଜାବରେ ବିକାଶ ହେବ ଓ ଦୁର୍ନୀତି ହଟିବ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପଞ୍ଜାବ ଗସ୍ତ କରି ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି କେଜ୍ରିଓ୍ବାଲ  ।

‘ଚାଷୀ ମୃତ୍ୟୁକୁ ମିଛ କହୁଛି କେନ୍ଦ୍ର, ମୃତକଙ୍କ ପରିବାରକୁ ସହାୟତା ଦିଅନ୍ତୁ ସରକାର’

ନୂଆଦିଲ୍ଲୀ: ଚାଷୀ ଆଇନ୍ ହଟିବା ପରେ ମଧ୍ଯ ଆନ୍ଦୋଳନରୁ ହଟୁ ନାହାଁନ୍ତି  ଚାଷୀ  । ଏବେ ଚାଷୀ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ମିଛ କହୁଛନ୍ତି । କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଏଭଳି କହିଥିଲେ ସରକାର । ଏଣୁ ମିଛ ନ କହି ଯେତେ ଚାଷୀଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାର ଲୋକଙ୍କୁ ସରକାର ସହାୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ଆନ୍ଦୋଳନ ସମୟରେ ୬ ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଛି,  ଯଦି ଏଥିରେ କୌଣସି ସନ୍ଦେହ ରହିଛି ତେବେ ସରକାର ଏକ କମିଟି ଗଠନ କରି ଏହାର ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ଟିକାୟତ । କେହି ବି ଆନ୍ଦୋଳନ ଛାଡି ଯାଇ ନାହାନ୍ତି । ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ କଣ ହେବ ସେ ନେଇ ୪ ତାରିଖରେ ବୈଠକ ହେବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ଆସିଲା ବାତ୍ୟା ‘ଜୱାଦ’ର ଗତିପଥ ଚିତ୍ର, ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଶକ୍ତିଶାଳୀ ହେଉଛି । ଏବେ ଅବପାତ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟ୍ଟଣ ଠାରୁ ୯୬୦ କିଲୋମିଟର ଦୂରରେ ରହିଛି । ସେହିଭଳି ସମାନ ଦିଗରେ ଗୋପାଳପୁର ଠାରୁ ୧ ହଜାର ୨୦ କିଲୋମିଟର ଏବଂ ପାରାଦୀପ ଠାରୁ ୧ ହଜାର ୬୦ କିଲୋମିଟର ଦୂରରେ ରହିଛି । ୩ ତାରିଖ ସକାଳେ ଅବପାତ, ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ ।

ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ବାତ୍ୟା ‘ଜୱାଦ’ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ୪ ତାରିଖ ସକାଳେ ଅତିକ୍ରମ କରିବା ଆଶଙ୍କା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୪ ତାରିଖ ଅପରାହଣରେ ଭୀଷଣ ବାତ୍ୟାରେ ପରିଣତ ହେବ । ଏହାପରେ ୫ ତାରିଖ ସକାଳେ ସାମୁଦ୍ରିକ ଝଡ଼ର ରୂପ ନେବ । ବାତ୍ୟା ‘ଜୱାଦ’ ସ୍ଥଳଭାଗ ଛୁଇଁବା ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ।

Cyclone Jawad Danger Signal 1 In All Port Of Odisha

ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ । ପ୍ରଭାବରେ ୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ । ୪ ତାରିଖରେ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ । ସମୁଦ୍ର ୫ ତାରିଖ ଯାଏଁ ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅବପାତ, ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ । ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବିଜେପି ସରକାରରେ ବଢୁଛି ଦରଦାମ୍: ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୗେ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥି ପାଇଁ ସମସ୍ତ ରାଜନୈତିକ ଦଳ ଏବେଠୁ ଆରମ୍ଭ କଲେଣି ସମରସଜ୍ଜା । ଆଜି ମୁରାଦାବାଦରେ କେନ୍ଦ୍ର ଉପରେ ବର୍ଷିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ବିଜେପି ସରକାରର ଭୁଲ ନୀତି ପାଇଁ ଆଜି ଦେଶର ବ୍ୟବସାୟୀମାନେ ବର୍ବାଦ ହୋଇଯାଇଛନ୍ତି । ବିମୁଦ୍ରିକରଣ ଓ ଜିଏସଟି ପାଇଁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଗୋଟିଏ ପଟେ ବ୍ୟବସାୟ କ୍ଷତିରେ ଚାଲୁଥିବାବେଳେ ଅନ୍ୟପଟେ ଦରଦାମ ବଢାଇ ଲୋକଙ୍କୁ ସମସ୍ୟାରେ ପକାଇଛନ୍ତି କେନ୍ଦ୍ର ସରକାର।

Petrol And Diesel Price Down In Odisha After State Reduced VAT

ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି । ଏଥି ପ୍ରତି ଆଦୌ ବି ଧ୍ୟାନ ଦେଉ ନାହାନ୍ତି କେନ୍ଦ୍ର ସରକାର । ଯଦି ୟୁପିରେ ବିଜେପି ସରକାର ଆସେ ତେବେ ଚାଷୀଙ୍କ ସମସ୍ତ ଋଣ ଛାଡ କରାଯିବ, ବିଜୁଳି ବିଲ୍ କମ କରାଯିବ । ପ୍ରତିବର୍ଷ ୨୦ ଲକ୍ଷ ବ୍ୟକ୍ତିଙ୍କୁ ରୋଜଗାର ମିଳିବ ବୋଲି କହିଛନ୍ତି ପ୍ରିୟଙ୍କା ।

ସେପଟେ ଲଳିତପୁରରେ ଦଳୀୟ ସଭାକୁ ସମ୍ବୋଦ୍ଧିତ କରି ବିଜେପି ଉପରେ ବର୍ଷିଥିଲେ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଯୋଗୀ ସରକାର ୟୁପିକୁ ବରବାଦ କରି ଦେଇଛନ୍ତି। ରାଜ୍ୟରେ ଦିନକୁ ଦିନ ଅରାଜକତା ବଢିଚାଲିଛି । ଏଠାରେ କେହି ବି ସୁରକ୍ଷିତ ନାହାଁନ୍ତି । ଏଣୁ ବିଜେପି ସରକାର ହଟାଇ ସମାଜବାଦି ସରକାର ଆଣିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ଅଖିଳେଶ।

 

କୄତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲା ‘ସକାଳ’

ଭୁବନେଶ୍ୱର: ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ପ୍ରଥମ ବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ‘ସକାଳ’ ପକ୍ଷରୁ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ବରିଷ୍ଠ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଜୟପୁରର ରାଜେଶ ରାୟ, ମୟୂରଭଞ୍ଜର ଅପର୍ଣ୍ଣା ସିଂ ଏବଂ କନ୍ଧମାଳର ଦେବଲିନ ପ୍ରିୟଦର୍ଶୀନିଙ୍କୁ ପୁରସ୍କୃତ କରାଯାଇଥିଲା ।

The Sakala News Paper Felicitated Students

 

ସେହିପରି କନିଷ୍ଠ ବର୍ଗରେ ବଲାଙ୍ଗିରର ଓମ୍‍ ଅମୃତ ମହାନ୍ତିଙ୍କୁ ପ୍ରଥମ, ଢ଼େଙ୍କାନାଳର କିମି କ୍ରିଷ୍ଣା ବେହେରାଙ୍କୁ ଦ୍ୱିତୀୟ ଏବଂ କନ୍ଧମାଳର ଶୁଭଲକ୍ଷ୍ମୀ ପଣ୍ଡାଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଏଜେଣ୍ଟ ଭାବେ ବାଲେଶ୍ୱରର ରଶ୍ମୀରେଖା, ରାଉରକେଲାର ପ୍ରଫୁଲ୍ଲ ଷଡ଼ଙ୍ଗୀ ଏବଂ ବ୍ରହ୍ମପୁରର ରାଧାକୃଷ୍ଣ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଶିଳ୍ପଦ୍ୟୋଗୀ ମିହିର ପଣ୍ଡା, ସମାଜସେବୀ ମାଳତୀ ଶିଷା, ଚଳଚିତ୍ର ନିର୍ଦ୍ଦେଶକ କୃଷ୍ଣ ସାହୁ ଏବଂ ରଜତ ପାଣିଗ୍ରାହୀଙ୍କୁ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା

ସାତ ଦିନ ଏକାଠି ରହିବେ ଡିମ୍ପଲ-ଡ. ସୁମିତ୍, ୧୧ ଦିନର ଧାରଣା ପରେ ନବବଧୂ ଖୁସ୍

ବ୍ରହ୍ମପୁର: ଏବେ ସ୍ୱାମୀ ସହ ରହିବେ ଡିମ୍ପଲ । ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିମ୍ପଲ ଓ ଡାକ୍ତର ସୁମିତ । ବ୍ରହ୍ମପୁର ଏସଡିଜେଏମ କୋର୍ଟ ଆଜି ଏହି ମାମଲାର ଶୁଣାଣୀ କରିବା ସହ  । ଏହି ୭ ଦିନ ସେମାନେ ଏକାଠି ରହିବା ସହ ନିଜ ନିଜ ପରିବାର ସହ ଯୋଗାଯୋଗ କରିପାରିବେ ନାହିଁ । କୌଣସି ସାମାଜିକ କର୍ମୀଙ୍କ ସହ ମଧ୍ୟ ଯୋଗାଯୋଗ କରିପାରିବେ ନାହିଁ ।

Berhampur Bride Row Tapaswini Will Stay In Sakhi Suraksha Centre Till Next Hearing

ଏହି ସମୟରେ ଡିମ୍ପଲଙ୍କ ସବୁ ଖର୍ଚ୍ଚ ଡାକ୍ତର ସୁମିତ ବହନ କରିବେ । ଆସିକାରେ ସ୍ବାମୀ ସ୍ତ୍ରୀ ଏକ ଘର ନେଇ ରହିବେ । ବ୍ରହ୍ମପୁର ଗତ ୧୧ଦିନ ହେଲା ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଶାଶୁ ଘରକୁ ଯିବା ଦାବିରେ ଡିମ୍ପଲ ତାଙ୍କ ଶାଶୁ ଆଗରେ ଧାରଣା ଦେଇଥିଲେ । ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ଶେଷରେ କୋର୍ଟ ଆଜି ଏହି ରାୟ ଦେଇଛନ୍ତି ।

ବ୍ରହ୍ମପୁର ମହାନଗର ଦ୍ୱିତୀୟ ଲାଇନରେ 11 ଦିନ ହେଲା ଧାରଣାରେ ବସି ରହିଥିଲେ ତପସ୍ୱିନୀ ଓରଫ୍ ଡିମ୍ପଲ । ବିବାହ-ବିଚ୍ଛେଦ ମାମଲା କୋର୍ଟକୁ ଯାଇଥିବା ବେଳେ ଦୁଇଦିନ ତଳେ ତପସ୍ୱିନୀ ଦାଖଲ କରିଥିବା ପିଟିସନରେ ତ୍ରୁଟି ଥିବାରୁ ପରବର୍ତ୍ତୀ ସମୟରେ ସାନି ପିଟିସନ ଦାଖଲ କରିଥିଲେ । ଗୁରୁବାର  ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଡିମ୍ପଲ ଓ ସ୍ୱାମୀ ଡକ୍ଟର ସୁମିତ ହାଜର ହୋଇଥିଲେ  ।  ତେବେ କୋର୍ଟ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ରାୟ ପ୍ରକାଶ କରିଥିଲେ  ।

Berhampur Bride Row: Tapaswini Will Stay In Sakhi Suraskha Centre Till Next Hearing

ଆଗାମୀ ସାତ ଦିନ ଉଭୟେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SDJM କୋର୍ଟ  । ଡିମ୍ପଲ-ସୁମିତ ଆସିକାରେ ଏକତ୍ର ସହବାସ କରିବା ନେଇ କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି  । ଏହି ସମୟରେ କୌଣସି ସମ୍ପର୍କୀୟ କିମ୍ବା ସମାଜସେବୀ ତାଙ୍କ ସହ କଥାବାର୍ତ୍ତା କରିବେ ନାହିଁ  । ପୋଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟେ ପତି-ପତ୍ନୀ ରହିବେ  ।

ତେବେ ପୂର୍ବରୁ କୋର୍ଟ ରାୟରେ ପ୍ରକାଶ କରିଥିଲେ , ନବବଧୂ ଡିମ୍ପଲ ଓରଫ ତପସ୍ୱନୀ ଦାସ ସ୍ୱାମୀଙ୍କ ଘର ଆଗରେ ନବସି  ସଖୀ ସେଣ୍ଟରରେ  ରହିବେ  । ଯେପର୍ଯ୍ୟନ୍ତ କୋର୍ଟ ଆଗାମୀ ରାୟ ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଡ଼ିମ୍ପଲ ସଖୀ ସେଣ୍ଟରରେ ରହିବେ, ତେବେ ଆନ୍ଦୋଳନରତ ନବବଧୂ ଏହାକୁ ଉଲ୍ଲଂଘନ କରିବା ସହ ପୁନର୍ବାର ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସି ରହିଥିଲେ  ।

 

ଅଯୋଧ୍ୟାରେ ଆତଙ୍କ: ରାମ ନଗରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଲକ୍ଷ୍ନୌ: ଅଯୋଧ୍ୟାରେ ବୋମାମାଡ଼ ଧମକ । ରାମ ନଗରୀକୁ ବୋମାରେ ଉଡ଼ାଇ ଦେବା ଧମକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡିକଡ଼ି କରିଛି ଉତ୍ତରପ୍ରଦେଶ ପୋଲିସ  । ସେହିପରି ସୁରକ୍ଷା ଓଜେନ୍ସି ମଧ୍ୟ ଅଯୋଧ୍ୟାର ପ୍ରବେଶ ପଥ ସମେତ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପଇଁତରା ମାରିଛି  ।  ଏହା ସହିତ ସହରର ସମସ୍ତ ହୋଟେଲ ଏବଂ ପ୍ରମୁଖ ମନ୍ଦିର, ମଠ ଓ ଧର୍ମାଶାଳାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି  ।

ଅତିରିକ୍ତ CRPF ଯବାନ ଏବଂ ଏଟିଏସ କର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି  । ବିଶେଷ ସୁତ୍ରରୁ ଅଯୋଧ୍ୟାରେ ବୋମାମାଡ଼ ହେବା ନେଇ ସୂଚନା ପାଇବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି  । ପ୍ରବେଶ ପଥ ଏବଂ ବିଭିନ୍ନ ପ୍ରମୁଖ ସ୍ଥାନ ମାନଙ୍କରେ ଚେକିଂ ଆରମ୍ଭ ହୋଇଛି  । ଯଦିଓ ଆକ୍ରମଣ ନେଇ କୌଣସି ନିର୍ଦ୍ଧିଷ୍ଟ ସଂଗଠନ କହିନାହିଁ କିମ୍ବା ଏନେଇ ପୋଲିସ ପାଖରେ ସ୍ପଷ୍ଟ ସୂଚନା ମଧ୍ୟ ନାହିଁ  ।

ତଥାପି ସୋସିଆଲ ମିଡ଼ିଆରେ ବୋମାମାଡ଼ ମେସେଜ ଉଭୟ ଫେସବୁକ ଏବଂ ୱାଟ୍ସଆପରେ ଭାଇରାଲ ହୋଇଛି । ସହରରେ ଏକପ୍ରକାର ଆତଙ୍କ ଖେଳି ଯାଇଛି  । ପୋଲିସ ପାଖରେ ଏହି ସୂଚନା ପହଁଚିବା ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି  । ଅତିରିକ୍ତ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି  । ତେବେ ଏହି ମେସେଜ କିଏ ଓ କେଉଁ ଉଦ୍ଦେଶ୍ୟରେ କରିଛି, ତାହାର କାରଣ ଜାଣିବାକୁ ମଧ୍ୟ ତଦନ୍ତ ଅଗ୍ରସର କରିଛି ପୋଲିସ  ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ନିଲମ୍ବିତ

ମୁମ୍ବାଇ: ବଢିଲା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଡୁଆ। ପରମବୀର ସିଂହଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର । ଆଜି ସନ୍ଧ୍ୟାରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉଦ୍ଧବ ସରକାର ।

ସୂଚନା ଅନୁଯାୟୀ, ଏବେ ଡିଜିପି ଅଫିସର ଅନୁମତି ବିନା ମୁମ୍ବାଇ ଛାଡିପାରିବେ ନାହିଁ ପରମବୀର। ଯେ ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ଘରୋଇ କମ୍ପାନୀରେ କାମ କରିପାରିବେନି ପରମବୀର ସିଂହ। ସର୍ଭିସ୍ ଆଇନ୍ ଉଂଲ୍ଲଘନ କରିବା ଅଭିଯୋଗରେ ପରମବୀରଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର। ଛୁଟି ସରିବା ପରେ ପରମବୀର ସିଂହ ଚାକିରିରେ ଯୋଗ ଦେଇନଥିଲେ କି ଗୃହ ମନ୍ତ୍ରାଳୟକୁ ଏ ନେଇ କୌଣସି ସୂଚନା ଦେଇନଥିଲେ ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୨ ତାରିଖରେ ମୁମ୍ବାଇର ମରିନ ଡ୍ରାଇଭ ଥାନାରେ ଜଣେ ବିଲଡରଙ୍କୁ ୧୫ କୋଟି ଟଙ୍କା ଅର୍ଥ ମାଗିବା ନେଇ ପରମବୀର ସିଂହଙ୍କ ସମେତ ୫ଜଣ ପୋଲିସ କର୍ମୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ପରେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ପରେ କାହାର ଖୋଜଖବର ମିଳିନଥିଲା । ତେବେ  ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଛି ।

ଜୁନିଅର ହକି ବିଶ୍ବକପ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଜର୍ମାନୀ-ଇଣ୍ଡିଆ

ଭୁବନେଶ୍ବର: ଜୁନିଅର ହକି ବିଶ୍ୱକପ ଫାଇନାଲ ଯେତିକି ପାଖେଇ ଆସିଛି ଏହି ଟୁର୍ଣ୍ଣାମେଣ୍ଟର ରେମାଞ୍ଚ ବଢ଼ିବାରେ ଲାଗିଛି । ଶୁକ୍ରବାର ଜୁନିଅର ହକି ବିଶ୍ୱକପରେ ଖେଳାଯିବ ସେମିଫାଇନାଲ । ଶୁକ୍ରବାର ଶେଷ ସେମଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଜର୍ମାନୀ । କଳିଙ୍ଗର ବ୍ଲୁ ଟର୍ଫରେ କମାଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ । ଶୁକ୍ରବାର ହେବାକୁ ଥିବା ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

ଜୁନିଅର ହକି ବିଶ୍ୱକପ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ଡିଫେଡିଂ ଚମ୍ପିଆନ ଭାରତ । ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । କ୍ୱାଟର ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲରେ ଟିକେଟ ହାସଲ କରିଛି ଭାରତ । ତେବେ ସେମିଫାଇନାଲରେ ଜର୍ମାନୀକୁ ଟକ୍କର ଦେବ ଭାରତ । ସେମିରେ ଜର୍ମାନୀକୁ ମାତ୍ ଦେବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ ।

ଜୁନିଅର ହକି ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଦୁଇ ଥର ବିଶ୍ୱ ବିଜେତା ହୋଇଛି । ୨୦୦୧ ଏବଂ ୨୦୧୬ରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ତେବେ ଡିଫେଡଂ ଚମ୍ପିଆନ ଭାରତ ଚଳିତ ବିଶ୍ୱକପରେ ମଧ୍ୟ ବିଶ୍ବକପ ଟ୍ରଫି ନିଜ ପାଖରେ ରଖିବା ପାଇଁ ଚେଷ୍ଟା କରିବ । ଯଦି ଜର୍ମାନୀ କଥା କହିବା ତାହାଲେ ଜୁନିୟର ହକି ବିଶ୍ୱକପରେ ସବୁଠାରୁ ସଫଳ ଦଳ ହେଉଛି ଜର୍ମାନୀ । ଏଯାବତ ଜର୍ମାନୀ ୬ ଥର ବିଶ୍ୱ ବିଜେତା ମୁକୁଟ ପିନ୍ଧି ସାରିଛି । ତେଣୁ ସେମି ଫାଇନାଲରେ ଭାରତକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ରହିବ ଜର୍ମାନୀ ।

ଯଦି ଚଳିତ ବିଶ୍ୱକପ କଥା କହିବା ତାହାଲେ ଚଳିତ ବିଶ୍ୱକପରେ ଜର୍ମାନୀ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳି ଅପରାଜୟ ରହିଛି । ଅନ୍ୟପକ୍ଷରେ ଭାରତ ଚଳିତ ବିଶ୍ୱକପରେ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ତେବେ ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଜର୍ମାନୀର ବିଜୟ ରଥକୁ ଅଟକାଇ ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ ।

ଡିସେମ୍ବରରେ ବଡ଼ ପରଦାକୁ ଆସିବ ଏହିସବୁ ଚର୍ଚ୍ଚିତ ଫିଲ୍ମ….

ନୂଆଦିଲ୍ଲୀ: ୨୦୨୧ ନଭେମ୍ବରରେ ସିନେମା ହଲରେ ‘ସୂର୍ଯ୍ୟବଂଶୀ’, ‘ଅନ୍ତିମ୍: ଦି ଫାଇନାଲ୍ ଟ୍ରୁଥ୍’ ‘ସତ୍ୟମେବ ଜୟତେ ୨’ ଏବଂ ‘ବଣ୍ଟି ଅର ବବଲି ୨’ ସମେତ ବହୁ ପ୍ରତୀକ୍ଷିତ ଫିଲ୍ମ୍ ରିଲିଜ୍ ହୋଇଥିଲା । କିଛି ମୁଭି ହିଟ୍ କରିଥିଲା ବେଳେ ଆଉକିଛି ସେତେଟା ଆୟ କରିପାରିନଥିଲେ। ହେଲେ ଏବେ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି ଫିଲ୍ମମେକର୍ ।

ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ, ଆୟୁଷ୍ମାନ ଖୁରାନା ଏବଂ ଶାହିଦ କପୁରଙ୍କ ଫିଲ୍ମ ଚଳିତ ଡିସେମ୍ବରରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ରଣବୀର ଏବଂ ଶାହିଦ କ୍ରୀଡା ଭିତ୍ତିକ ଫିଲ୍ମରେ ନଜର ଆସିବାକୁ ଥିବା ବେଳେ ଆୟୁଷ୍ମାନ ଏକ ନୂଆ ରୋମାଣ୍ଟିକ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି ।

ତେବେ ଆସନ୍ତୁ ଜାଣିବା ୨୦୨୧ ଡିସେମ୍ବରରେ ଆଉ କେଉଁ ସବୁ ବଲିଉଡ୍ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ତଡପ- ତଡପ ହେଉଛି ଏକ ରୋମାଣ୍ଟିକ୍-ଆକ୍ସନ ଥ୍ରିିଲର ମୁଭି । ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନିଲ୍ ସେଟ୍ଟୀଙ୍କ ପୁଅ ଆହନ୍ ସେଟ୍ଟୀ। ତେଲୁଗୁ ଫିଲ୍ମ ‘RX 100’ର ଏହା ରିମେକ୍ । ଆହନଙ୍କ ସହ ତାରା ସୁତାରିୟା ସ୍କ୍ରିନ୍ ଶେୟାର କରିବାକୁ ଥିବା ବେଳେ ଡିସେମ୍ବର ୩ରେ ରିଲିଜ ହେବ।

ଚଣ୍ଡିଗଡ଼ କରେ୍ ଆସିକି- ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ବାଣୀ କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଇମୋସନରେ ଭରା ଏହି ମୁଭିରେ ରୋମାନ୍ସ ଓ ଡ୍ରାମା ଭରପୂର ରହିଛି । ଫିଲ୍ମରେ ଜଣେ  ଜିମ୍ ଟ୍ରେନର ଓ ଟ୍ରାନ୍ସ ଓମେନଙ୍କ କାହାଣୀ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଏହି ଭିନ୍ନ ଧରଣର କନସେପ୍ଟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା କରିଛନ୍ତି ନିର୍ମାତା ।

83- ୧୯୮୩ର କ୍ରିକେଟ୍ ବିଶ୍ୱକପ୍ ବିଜୟ ଉପରେ ଆଧାରିତ ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଏହି ଫିଲ୍ମ ଡିସେମ୍ବର ୨୪ରେ ହଲକୁ ଆସିବ। କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ରିଲିଜ କୋଭିଡ ଯୋଗୁଁ ବିଳମ୍ବ ହୋଇଥିଲା । OTT ପ୍ଲାଟଫର୍ମରେ ବହୁ ଫିଲ୍ମ ରିଲିଜ୍ ହେଉଥିବା ବେଳେ କବିର ଓ ତାଙ୍କ ଟିମ୍‌ ସିନେମା ହଲ୍ ଖୋଲିବାକୁ ଅପେକ୍ଷା କରିଥିଲେ।

‘83’ର ଟ୍ରେଲରରେ ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍ ଠାରୁ ଭାରତୀୟ ଟିମ୍ ଟ୍ରଫି ହାତେଇବାର ସଫଳ ଯାତ୍ରା ପ୍ରଦର୍ଶନ ହୋଇଛି ।

ଜର୍ସି- ‘କବୀର ସିଂ’ର ସଫଳତା ପରେ ଶାହିଦ କପୁର ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ରେ ନଜର ଆସିବେ। ଯାହା ଡିସେମ୍ବର ୩୧ରେ ମୁକ୍ତିଲାଭ କରିବ। ଫିଲ୍ମ ‘ଜର୍ସି’ରେ ଶାହିଦ କ୍ରିକେଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

କାହାଣୀଟି ଜଣେ ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ପର୍ଯ୍ୟବେସିତ୍ । ଯିଏକି ନିଜ ପୁଅ ପାଇଁ ପୁଣିଥରେ ପଡିଆକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ମୃଣାଳ ଠାକୁର ଏବଂ ପଙ୍କଜ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଭରପୂର ଇମୋସନ୍ ଓ ଡ୍ରାମା ରହିଛି । ଏହି ଟ୍ରେଲରଟି ୟୁଟ୍ୟୁବରେ ୫୦ ମିଲିୟନରୁ ଅଧିକ ଭ୍ୟୁ ପାର୍ କରିଛି।