spot_img
Home Blog Page 4840

ଭିଜିଲାନ୍ସ ଜାଲରେ ଫସିଲେ ଜମନକିରା ଲ୍ୟାମ୍ପସ୍ ଏମ୍.ଡି

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଜଣେ ଅଧିକାରୀ। ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ସମ୍ବଲପୁର ଜମନକିରା ଲ୍ୟାମ୍ପସ୍ ଏମ୍.ଡି ଫଣୀନ୍ଦ୍ର ସାହୁ ।

ଫଣୀନ୍ଦ୍ରଙ୍କ ଧନୁପାଲିସ୍ଥିତ ଘର ସହ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଜମନକିରାର ପୈତୃକ ଘର , ସମବାୟ ଲ୍ୟାମ୍ପ, ସମ୍ବଲପୁର ସ୍ଥିତ ଭଡା ଘର ସହ, ଶ୍ବଶୁର ଘରେ ରେଡ୍‌ କରୁଛି ସମ୍ବଲପୁର ଭିଜିଲାନ୍ସ ଟିମ୍‌ ।

ବଢିବ କୁମ୍ଭୀରଙ୍କ ବଂଶବୃଦ୍ଧି, ମହାନଦୀରେ ଛଡ଼ାଗଲା ୪ ଘଡ଼ିଆଳ

ନୟାଗଡ଼: ଏବେ ମହାନଦୀରେ ବଢିବ ଘଡ଼ିଆଳଙ୍କ ସଂଖ୍ୟା। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଡିଭିଜନର କୁଶଙ୍ଗ ରେଞ୍ଜ ସୁନାଖଣିଆ ବିଟ୍‌ର‌ ମହାନଦୀରେ ଛଡ଼ାଗଲା ୪ ଘଡ଼ିଆଳ କୁମ୍ଭୀର। ବଂଶ ବୃଦ୍ଧି ପାଇଁ କୁମ୍ଭୀର ଛାଡିଛି ବନବିଭାଗ।

କୁମ୍ଭୀରଙ୍କ ଦେହରେ ଜିପିଏସ ଲଗାଯାଇଥିବା ବେଳେ ଏବେ ତାଙ୍କ ଗତିବିଧି ଉପରେ ସହଜରେ ନଜର ରଖାଯାଇପାରିବ। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଡିଏଫଓ ସମୀର କୁମାର ଶତପଥୀଙ୍କ ଉପସ୍ଥିତିରେ କୁମ୍ଭୀର ମାନଙ୍କୁ ମହାନଦୀରେ ଛଡ଼ାଯାଇଛି।

ଓମିକ୍ରନ୍ ଆତଙ୍କ; ଦକ୍ଷିଣ ଆଫ୍ରିକାରେ ଲକଡାଉନ

କେପଟାଉନ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଓମିକ୍ରନ୍ ଫଳରେ ଦକ୍ଷିଣ ଆଫ୍ରିକାରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱର ୩୦ଟି ଦେଶକୁ ବ୍ୟାପି ସାରିଲାଣି । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପ୍ରଥମ ମାମଲା । ପ୍ରଥମ ମାମଲା ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ୩୦ ଥରରୁ ଅଧିକ ରୂପ ବଦଳାଇ ସାରିଛି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଏହି ନୂଆ ଭାରିଆଣ୍ଟ ଫଳରେ ଦକ୍ଷିଣ ଆଫ୍ରିକାରେ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ପର୍ଯ୍ୟାୟର ଲକଡାଉନ ଘୋଷଣା କରାଯାଇଛି । କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଇଛି ।

ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି । ଏହି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ କନର୍ସନ ମଧ୍ୟ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ତେବେ ନୂଆ ଭାରିଆଣ୍ଟକୁ ଦୃଷ୍ଟରେ ରଖି ବହୁ ଦେଶ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଛି । ଯଦି ଭାରତ କଥା କହିବା ତାହାଲେ ଭାରତରେ ମଧ୍ୟ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । କର୍ଣ୍ଣାଟକରେ ଦୁଇଟି ଓମିକ୍ରନ୍ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି । ଭାରତରେ ଦୁଇଟି ମାମଲା  ଚିହ୍ନଟ ହେବା ପରେ ଏହାକୁ ନେଇ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଟ୍ୱିଟରରେ ହ୍ରାସ ପାଉଛି ଫଲୋଅର୍ସଙ୍କ ସଂଖ୍ୟା, ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ହ୍ରାସ ପାଉଛି ଫଲୋଅର୍ସଙ୍କ ସଂଖ୍ୟା। ଅନେକ ୟୁଜର୍ସଙ୍କର ୫୦୦ରୁ ହଜାର ଫଲୋଅର୍ସ ଡ୍ରପ୍ ହୋଇଥିବା ବେଳେ କେତେକଙ୍କର ଲକ୍ଷାଧିକ ଫଲୋଅର୍ସ ହ୍ରାସ ପାଇଛି। ଏପରିକି ଅନେକ ଭେରିଫାଏଡ୍ ଆକାଉଣ୍ଟରୁ ବ୍ଲୁ ଟିକ୍ ମଧ୍ୟ ଗାଏବ ହୋଇଯାଇଛି।

ଟ୍ୱିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରୱାଲ ଯୋଗଦେବା ପରେ ଫଲୋଅର୍ସ ହ୍ରାସ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ ପରାଗଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩ ଲକ୍ଷ ୬୦ ହଜାରରୁ ହ୍ରାସ ପାଇ ୪୩ ହଜାର ୭୦୦ରେ ପହଞ୍ଚିଛି। ଏହା ପ୍ରଥମ ଥର ନୁହେଁ ଟ୍ୱିଟର ପରି ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଫେକ୍ ଆକାଉଣ୍ଟ ଡିଲିଟ କରିବା ପାଇଁ ଏହିପରି କ୍ଲିନଅପ୍ ଏକ୍ସଅରସାଇଜ କରିଥାନ୍ତି। ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମଗୁଡ଼ିକ ୟୁଜର୍ସଙ୍କୁ ସେମାନଙ୍କ ପାସୱାର୍ଡ ରିସେଟ ଓ ଫୋନ ନମ୍ବର ଆଦି ଡାଟା ରିସେଟ୍ କରିବାକୁ ନୋଟିଫିକେସନ ପଠାଇଥାଏ।

ଟ୍ୱିଟରରେ ଫଲୋଅର୍ସ ସଂଖା ହ୍ରାସ ପାଉଥିବା ବେଳେ ଏହା ଉପରେ ଜୋରଦାର୍ ମିମ୍ ଭାଇରାଲ୍ ହେବାରେ ଲାଗିଛି ।

ଯେପର୍ଯ୍ୟନ୍ତ ଏକ ଆକାଉଣ୍ଟଧାରୀ ସବିଶେଷ ଡାଟା ସୁନିଶ୍ଚିତ ନକରନ୍ତି, ସେ ପର୍ଯ୍ୟନ୍ତ ବ୍ଲଗିଂ ସାଇଟଗୁଡ଼ିକ ସେହି ଆକାଉଣ୍ଟକୁ ଟ୍ୱିଟର ଆକାଉଣ୍ଟଧାରୀ ଭାବେ ଅନ୍ତର୍ଭୁକ୍ତ କରେନାହିଁ। ପ୍ଲାଟଫର୍ମରୁ ସ୍ପାମ୍ ରୋକିବାରେ କମ୍ପାନୀ ନିୟମିତ ଭାବରେ ଏପରି କରିଥାଏ। ତେବେ ଟ୍ୱିଟର ୟୁଜର୍ସଙ୍କ ଫଲୋଅର୍ସ ଗାଏବ ହୋଇଯିବା ଏହା ପ୍ରଥମ ଘଟଣା ନୁହେଁ।

ଗତ ଜୁନରେ ହୋଇଥିବା କ୍ଲିନ ଅପ୍ ଡ୍ରାଇଭରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଲୋୟର୍ସଙ୍କ ସଂଖ୍ୟା ଅକସ୍ମାତ ହ୍ରାସ ପାଇଯାଇଥିଲା । ସେ ଅଭିଯୋଗ କରିଥିଲେ ମାତ୍ର ୩୬ ଘଣ୍ଟା ଭିତରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୮୦ ହଜାର ହ୍ରାସ ପାଇଥିଲା। ତେବେ ଏଥର ଫଲୋଅର୍ସଙ୍କ ସଂଖ୍ୟା କମିଯିବାକୁ ନେଇ ନୂଆ ସିଇଓଙ୍କୁ ଟାର୍ଗେଟ କରିଛନ୍ତି ୟୁଜର୍ସ। ଏହାକୁ ନେଇ ହାସ୍ ଟ୍ୟାଗ୍ ଫଲୋଅର୍ସ ପର୍ ହମଲା ଟ୍ରେଣ୍ଡ କରୁଛି। ଏବେସୁଦ୍ଧା ଏହି ଟ୍ରେଣ୍ଡରେ ଲକ୍ଷାଧିକ ୟୁଜର୍ସ ସାମିଲ ହୋଇଛନ୍ତି।

ଆଜିଠୁ ମୁମ୍ବାଇ ଟେଷ୍ଟ; ବିରାଟ ଫେରିବା ପରେ ଚୂଡାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବ ଦ୍ୱିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ । ପ୍ରଥମ ଟେଷ୍ଟରେ କଡା ଟକ୍କର ଦେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିପାରିନଥିଲା ଭାରତ । ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଥିଲା । ତେବେ ପ୍ରଥମ ଟେଷ୍ଟ ଡ୍ର’ ହେବା ପରେ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ବିଶ୍ରାମ ପରେ ଦ୍ୱିତୀୟ ଟେଷ୍ଟରେ ଅଧିନାୟକତ୍ୱ କରିବେ ବିରାଟ କୋହଲି ।

ବିରାଟ କୋହଲି ଦଳକୁ ଫେରିବା ପରେ ଚୁଡାନ୍ତ ଏକାଦଶରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମ ଟେଷ୍ଟରେ କୋହଲିଙ୍କ ସ୍ଥାନରେ ଦଳରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟର । ତେବେ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ପ୍ରଥମ ଇନିଂସରେ ଶତକ ହାସଲ କରିଥିବାବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ଆସିବା ପରେ କେଉଁ ଖେଳାଳି ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିବେ ତାହାକୁ ନେଇ ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ । ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବା ପରେ ଓପନର ମୟଙ୍କ ଅଗ୍ରଓ୍ୱାଲଙ୍କୁ ବାହାରେ ବସିବାକୁ ପଡ଼ିବ । ତେବେ ମୟଙ୍କ ସ୍ଥାନରେ କିଏ ଶୁଭମନ ଗିଲଙ୍କ ସହ ପାଳି ଆରମ୍ଭ କରିବେ ତାହା ଏବେ ବଡ଼ ପ୍ରଶ୍ନ । ଗିଲଙ୍କ ସହ ଚେତେଶ୍ୱର ପୂଜାରା କିମ୍ବା ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଏସ୍ ଭରତ ପାଳି ଆରମ୍ଭ କରିପାରନ୍ତି ।

ସେହିପରି ଭାବରେ ଆଜିଙ୍କେ ରାହାଣେଙ୍କ ଖରାପ ଫର୍ମ ମଧ୍ୟ ଚିନ୍ତାର କାରଣ । ଗତ ୧୨ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଆସୁଛନ୍ତି ରାହାଣେ । ରାହାଣେଙ୍କ ସହ ଚେତେଶ୍ୱର ପୂଜାରାଙ୍କ ଫର୍ମ ମଧ୍ୟ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତାର କାରଣ । କାହିଁକି ନା ବିଦେଶ ସହ ଭାରତରେ ମଧ୍ୟ ଲଗାତର ଭାବରେ ନିରାଶ କରିଛନ୍ତି ପୂଜାରା । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଟେଷ୍ଟରେ ଉଭୟ ଖେଳାଳିଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ଅନ୍ୟପକ୍ଷରେ ଇଶାନ୍ତ ଶର୍ମାଙ୍କୁ ନେଇ ମଧ୍ୟ ଦଳ ମଧ୍ୟରେ ଦ୍ୱନ୍ଦ ରହିଛି । ଖରାପ ପ୍ରଦର୍ଶନ ପାଇଁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ତାଙ୍କୁ ଦଳର ଚୂଡାନ୍ତ ଏକାଦଶରୁ ବାହାରେ ରଖାଯାଇପାରେ । ଇଶାନ୍ତଙ୍କ ସ୍ଥାନରେ ଦଳରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ ।

 

ଜମୁଛି କୋଣାର୍କ ଫେଷ୍ଟିଭାଲ୍, ଦର୍ଶକଙ୍କୁ ମତୁଆଲା କରୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜମୁଛି କୋଣାର୍କ ଫେଷ୍ଟିଭାଲ୍। ଶୀତୁଆ ସନ୍ଧ୍ୟାକୁ ମତୁଆଲା କରୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। 32ତମ କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଆସାମର ସାତ୍ରୀୟ ନୃତ୍ୟ ଓ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଛି। ଦ୍ୱିତୀୟ ସନ୍ଧ୍ୟାରେ ଗୁଆହାଟିର ଅଭିନୟ ଡାନ୍ସ ଏକାଡେମୀ ଦର୍ଶକଙ୍କ ମନ ଜିଣିଥିଲା। ନୃତ୍ୟଗୁରୁ ଅନିତା ଶର୍ମା ଓ ସାଥି କଳାକାର ସାତ୍ରୀୟ ନୃତ୍ୟ ଶୈଳୀରେ କୃଷ୍ଣଙ୍କ ବନ୍ଦନା କରିଥିଲେ।

ଭୁବନେଶ୍ୱରର ନୁପୁର ଅନୁଷ୍ଠାନର ଗୁରୁ ନିରଞ୍ଜନ ରାଉତ ଓ ସାଥି କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ କରାଯାଇଥିଲା। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସନ୍ଧ୍ୟାର ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ।

ତେବେ ଆଜି ତୃତୀୟ ସନ୍ଧ୍ୟାରେ କୋଲକାତାର ମୟୂର ଲଲିତ ଡାନ୍ସ ଏକାଡେମୀର ଓଡିଶୀ ଓ ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇର ଦଶୟମ ଗ୍ରୁପଙ୍କ ଦ୍ୱାରା ନୃତ୍ୟ ପରିବେଷିତ ହେବ।

ବିବାହ ଭୋଜିରେ କୋଭିଡ କଟକଣା ଉଲ୍ଲଂଘନ; ଓସେନ ଗାର୍ଡେନ ସିଲ୍‌

ଗୋପାଳପୁର: ରାଜ୍ୟ ସରକାରଙ୍କ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଥିବା ଓସେନ ଗାର୍ଡେନ ସିଲ୍‌। ଏହାସହ ୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ସୋମବାର ରାତିରେ ଓସେନ୍ ଗାର୍ଡେନରେ ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରାଙ୍କ ପୁତୁରାଙ୍କ ବିବାହ ଭୋଜିର ଆୟୋଜନ ହୋଇଥିଲା ।

ରାତି ୧୦ ପରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ କଟକଣାକୁ ଉଲଘଂନ କରିବା ସହ ରାସ୍ତାରେ ପାର୍କିଂ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍ଏସି ପ୍ରଶାସନିକ ଅଧିକାରୀ ଭି. କୀର୍ତ୍ତି ଭାସନ୍ ସେଠାରେ ପହଞ୍ଚି ସେମାନଙ୍କୁ ତାଗିଦ୍ କରିବା ସହ ଓସେନ୍ ଗାର୍ଡେନକୁ ସିଲ୍ କରିବାକୁ ନିର୍ଦେଶ ଦେଇଥିଲେ।

କେବଳ ଏତିକି ନୁହେଁ ଅତିଥିମାନେ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ନକରିବା ସହ ଉଚ୍ଚ ସ୍ୱରରେ ବିନା ଅନୁମତିରେ ଡିଜେ ବ୍ୟବହାର କରିଥିବାରୁ ଓସେନ୍ ଗାର୍ଡେନକୁ ସିଲ୍ କରାଯାଇଛି। ଜୋରିମାନା ଆଦାୟ ନହେବା ପର୍ଯ୍ୟନ୍ତ ଏହି ଓସେନ୍ ଗାର୍ଡେନ ସିଲ୍ ରହିବ ବୋଲି ସୂଚନା ମିଳିଛି । ଡିଜେ ଠାରୁ ମଧ୍ୟ ୧୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ଅନ୍ୟପଟେ ଏହି ଭୋଜିରେ ଗୋପାଳପୁର ବିଧାୟକ‌ ଡ଼ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିବା ସୁତ୍ରରୁ ପ୍ରକାଶ।

ଜୁନିଅର ହକି ବିଶ୍ୱକପ: ଆଜି ସେମି ସମରରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ସ୍ପେନ; ଭାରତ-ଜର୍ମାନୀ

ଭୁବନେଶ୍ୱର: ଜୁନିଅର ହକି ବିଶ୍ୱକପରେ ଶୁକ୍ରବାର ଖେଳାଯିବ ସେମିଫାଇନାଲ । ଆଜିର ସେମି ସମରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ସ୍ପେନ । ଏହି ମ୍ୟାଚ ଶୁକ୍ରବାର ୪.୩୦ରେ ଖେଳାଯିବ । ଏହି ମ୍ୟାଚକୁ ବିଜୟ ଲାଭ କରିବାକୁ ଚେଷ୍ଟା କରିବ ଉଭୟ ଦଳ । ପ୍ରଥମ ଦଳ ଭାବରେ ଫାଇନାଲ ଟିକେଟ ହାସଲ କରିବାକୁ ଚେଷ୍ଟା କରିବେ ଉଭୟ ଦଳ ।

ସେହିପରି ଭାବରେ ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ । କଳିଙ୍ଗର ବ୍ଲୁ ଟର୍ଫରେ କମାଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ । ଜୁନିଅର ବିଶ୍ୱକପ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ଟର୍ଫକୁ ଓହ୍ଲାଇବ ଡିଫେଡିଂ ଚମ୍ପିଆନ ଭାରତ । ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରି ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । କ୍ବାଟର ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲରେ ଟିକେଟ ହାସଲ କରିଛି ଭାରତ । ତେବେ ସେମିଫାଇନାଲରେ ଜର୍ମାନୀକୁ ଟକ୍କର ଦେବ ଭାରତ । ସେମିରେ ଜର୍ମାନୀକୁ ମାତ୍ ଦେବା ପାଇଁ ସ୍ବତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ ।

ଯଦି ଚଳିତ ବିଶ୍ବକପ କଥା କହିବା ତାହାଲେ ଚଳିତ ବିଶ୍ବକପରେ ଜର୍ମାନୀ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳି ଅପରାଜୟ ରହିଛି । ଅନ୍ୟପକ୍ଷରେ ଭାରତ ଚଳିତ ବିଶ୍ବକପରେ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ତେବେ ଶୁକ୍ରବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଜର୍ମାନୀର ବିଜୟ ରଥକୁ ଅଟକାଇ ଫାଇନାଲ ଟିକେଟ ହାସଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ ।

 

 

ବୋମା ଫୁଟାଇ ସୁନା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ବୋମା ଫୁଟାଇ, ବନ୍ଧୁକ ମୁନରେ ସୁନା ଗହଣା ଲୁଟ୍ । ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଧଳା ପଥର ବଜାରରେ । ବଜାରରେ ଥିବା ନାରାୟଣୀ ସ୍ବର୍ଣ ଅଳଙ୍କାର ଦୋକାନରେ ୬ ଜଣ ଜଣ ଦୁର୍ବୃତ୍ତ ତିନୋଟି ବାଇକରେ ଆସି ଦୋକାନ ବାହାରେ ବୋମା ମାଡ଼ କରି ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି । CCTV ଫୁଟେଜରେ ଲୁଟ ବେଳର ଦୃଶ୍ୟ କଏଦ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଭିନେତ୍ରୀ ଇଲିଆନା ଶେୟାର କଲେ ବୋଲ୍ଡ ଫଟୋ, ଲେଖିଲେ Do Not Disturb

ନୂଆଦିଲ୍ଲୀ: ବଲିଉଡ୍ ଓ ସାଉଥ୍ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇଥିବା ଇଲିଆନା ଡିକ୍ରୁଜ୍ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଇଲିଆନା ସୋସିଆଲ୍ ମିଡିଆ ଜରିଆରେ ସବୁବେଳେ ନିଜ ଫ୍ୟାନ୍ସଙ୍କ ଯୋଡି ହୋଇ ରହିଥାନ୍ତି। ନିକଟରେ ଏହି ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବିକିନା ପିନ୍ଧା ଫଟୋ ଶେୟାର କରିଛନ୍ତି । ଏହି ଅଭିନେତ୍ରୀ ଜଣକ ମାଲଦୀପରେ ଛୁଟି ବିତାଉଛନ୍ତି ।

ଇଲିଆନାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏକ ଫଟୋରେ Do Not Disturb ବୋଲି କ୍ୟାପସନ୍ ଲେଖିଛନ୍ତି । ହାଲୁକା ପେଷ୍ଟଲ୍ ପର୍ପଲ୍ ରଙ୍ଗର ବିକିନିରେ ଇଲିଆନା ଖୁବ୍ ଫ୍ରେସ୍ ନଜର ଆସୁଛନ୍ତି । ଏଥିସହିତ ସେ ଓଭରସାଇଜ୍ କୋଟ୍ ପିନ୍ଧିଛନ୍ତି । ଯେଉଁଥିରେ ନୀଳ ରଙ୍ଗର ବର୍ଡର ବନା ହୋଇଛି ।

ଇଲିଆନା ୨୦୦୬ରେ ତେଲୁଗୁ ଫିଲ୍ମରେ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ତାମିଲ୍ ଓ କନ୍ନଡ ଫିଲ୍ମରେ ନଜର ଆସିଥିଲେ ।  ୨୦୨୧ ମସିହାରେ ‘ବର୍ଫି’ ଜରିଆରେ ଇଲିଆନା ବଲିଉଡରେ ଏଣ୍ଟ୍ରି କରିଥିଲେ । ଫିଲ୍ମରେ ପ୍ରିୟଙ୍କା ଓ ରଣବୀର କପୁର ଲିଡ୍ ରୋଲରେ ଥିବା ବେଳେ ଇଲିଆନାଙ୍କ ଅଭିନୟ ଦମଦାର୍ ଥିଲା ।