ପୁରୀ ଉନ୍ନତିକରଣ କାର୍ଯ୍ୟ ଦେଖି ଚକିତ ହେଲେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ

1 min read

ପୁରୀ: ଉନ୍ନତିକରଣ କାର୍ଯ୍ୟ ଦେଖି ଚକିତ ହେଲେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଐତିହ୍ୟ କରିଡର ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏହାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ପୂର୍ବରୁ ପୁରୀ ଦେଖିଥିଲି, ଏବେକାର ପରିବେଶ ଅବିଶ୍ୱସନୀୟ ବୋଲି କହିଛନ୍ତି ଉମା । ଆଜି ସୁଶ୍ରୀ ଉମାଭାରତୀ ପୁରୀ ଶଙ୍କରାଚାର୍ଯ୍ୟ ମଠ ଦ୍ୱାରା ଆୟୋଜିତ ସମୁଦ୍ର ଆଳତୀର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପୁରୀ ଆସିଛନ୍ତି । ତେବେ ଶ୍ରୀମନ୍ଦିର ବନ୍ଦ ଥିବାରୁ ସିଂହ ଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରିଥିଲେ । ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଶିର୍ବାଦ ଗ୍ରହଣ କରିଛନ୍ତି ଉମା ।

ସୂଚନା ଯୋଗ୍ୟ ଯେ, ଅବଢ଼ା ଯୋଜନା କ୍ରମେରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସମେତ ଶ୍ରୀକ୍ଷେତ ଉନ୍ନତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଫଳରେ ଆହୁରି ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର । ପୁରୀରେ ନିଆରା ଅନୁଭୂତି ସାଉଁଟିବେ ଭକ୍ତ । ଦେଶ ଭିତରର ହେଉ ଅବା ବିଦେଶର, ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଜଗା ଦର୍ଶନ ହେବ ଆହୁରି ସହଜ । ଅଭିଭୂତ ହେବେ ଭକ୍ତ, ଭବ୍ୟ ଦିଶିବ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ । ଏ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଚଳିତ ବର୍ଷ ୨୪ ନଭେମ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ ।

ଏଥିସହିତ ପଢ଼ନ୍ତୁ: ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ବକ୍ସିଂ ଚାମ୍ପିଆନଙ୍କୁ ଉଦ୍ଧାର କଲେ ଓଡ଼ିଆ ପୁଅ

Leave a Reply