ଆଜିଠୁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ । ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ୱେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ ।

ପ୍ରାର୍ଥୀଙ୍କ ବିଷୟରେ ମତଦାତା ଅଧିକ ତଥ୍ୟ ଜାଣିପାରିବ । ରାଜ୍ୟରେ ଏହି ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଛି । ଏହାଦ୍ବାରା ନିର୍ବାଚନରେ ଅଧିକ ସ୍ବଚ୍ଛତା ଆସିପାରିବ । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ଯାଏଁ କାଉଣ୍ଟିଂ କରାଯିବ ।

ସେପଟେ ପ୍ରାର୍ଥୀ ଦେବା ପାଇଁ କସରତ୍ ଚଳାଇଛନ୍ତି ସବୁ ଦଳ । ୮୫୩ ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ବିଜେଡିରେ ଦଳ ପ୍ରତି ଆନୁଗତ୍ୟ ଏବଂ ଜିତିବାର ସମ୍ଭାବନା ଦେଖି ପ୍ରାଥୀ ଚୟନ କରୁଛି ବିଜେଡି । ଜିଲ୍ଲାସ୍ତରରୁ ଆସିଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବେ । ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ କସରତ ଜୋରଦାର କରିଛନ୍ତି ।

Leave a Reply