ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ମୁଖ୍ୟ କିରାଣୀ

ଜଗତସିଂହପୁର: ଭିଜିଲାନ୍ସ ପଞ୍ଝାରେ ନାଉଗାଁ ତହସିଲର ମୁଖ୍ୟ କିରଣୀ । ଜବତ ବାଲିଗାଡିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ ବିଭାଗ । ନାଉଗାଁ ତହସିଲର ମୁଖ୍ୟ କିରଣୀ ପ୍ରାଣକୃଷ୍ଣ ନାୟକ ଜବତ ବାଲି ଗାଡ଼ି ଛାଡିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ଗାଡି ମାଲିକ ନଗେନ୍ଦ୍ର ଜେନା ।

ଯୋଜନା ଅନୁଯାୟୀ ଜଗତସିଂହପୁର ସାନବଜାର ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ରେଡ଼ ହ୍ୟାଣ୍ଡ ଗିରଫ କରିଛି । ଗିରଫବେଳେ ଟଙ୍କା ଫୋପାଡି ଭିଜିଲାନ୍ସ କର୍ମଚାରୀଙ୍କୁ ଧକ୍କା ମାରି ଖସିଯିବାକୁ ଉଦ୍ୟମ କରିଥିଲେ ପ୍ରାଣକୃଷ୍ଣ । ତେବେ କାର୍ଯ୍ୟଳୟର ମୁଖ୍ୟ ଗେଟ୍ ତାଲା ପଡିଥିବାରୁ ସେ ଖସି ଯାଇପାରି ନଥିଲେ । ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରି ଗିରଫ କରିଛନ୍ତି ।

Leave a Reply