spot_img
Home Blog Page 4839

ପୋଲିସକୁ ମାଡ଼ : ଭାଇରାଲ ଭିଡିଓ

ଲକ୍ଷ୍ନୈା : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୈାରେ ପୋଲିସକୁ ମାଡ଼ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଗତ କାଲି ରାତିରେ ଏକ ବରଯାତ୍ରୀ କାର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା । ଗାଡ଼ି ଧକ୍କା ହେବା ପରେ ସମସ୍ତ ବରଯାତ୍ରୀ ରାଗିଯାଇ ପୋଲିସଙ୍କୁ ମାରପିଟ୍ କରିଥିଲେ ।

ଥାନା ହଂସନଗଞ୍ଜସ୍ଥିତ ନିରାଲା ନଗର କ୍ଷେତ୍ରର ରେସିଡେନ୍ସ ନାମକ ଏକ ହୋଟେଲ ନିକଟରେ ଏକ ବାହାଘରର ବରଯାତ୍ରୀ ଯାଉଥିଲା । ଏହି ସମୟରେ ଏହାର ଏକ କାର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା । ସେଠାରେ ଉପସ୍ଥିତ ଥିବା ବରଯାତ୍ରୀ ଉତ୍ତ୍ୟକ୍ତ ହୋଇ ଉକ୍ତ ପୋଲିସକୁ ଚାପୁଡ଼ା ମାରିଥିଲେ । ଯାହା ଭିଡିଓ ଭାଇରାଲ ହେଉଛି ।

ସୂଚନା ମୁତାବକ କୈାଣସି କାଗଜପତ୍ର କାରବାରରେ ପୋଲିସ କର୍ମଚାରୀ ଜଣକ ଲକ୍ଷ୍ନୈା ଯାଉଥିଲେ । ରାତ୍ରି ସମୟ ହୋଇଥିବାରୁ ଜଣେ ବାଇକ୍ ଆରୋହୀକୁ ବଞ୍ଚାଇବାକୁ ଯାଇ ବରଯାତ୍ରୀ କାରଟିକୁ ଧକ୍କା ଦେଇଥିବା କୁହାଯାଉଛି । ସେଠାରେ ଥିବା ବରଯାତ୍ରୀ ପୋଲିସ କର୍ମଚାରୀଙ୍କୁ ମାରପିଟ୍ କରିଥିବା ଜଣାପଡ଼ିଛି । ପୋଲିସ କମିଶନର ଡିକେ ଟାକୁରଙ୍କ ଅନୁସାରେ ଉକ୍ତ ପୋଲିସ କର୍ମଚାରୀ ଜଣକ ପିଲିଭୀତ ଜିଲ୍ଲାର ହୋଇଥିବା ବେଳେ ସେ କୈାଣସି କାର୍ଯ୍ୟରେ ଲକ୍ଷ୍ନୈା ଆସିଥିଲେ । ପୋଲିସଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହ ଏ ମାମଲାର ତଦନ୍ତ ଚଳାଇଛି ।

ସ୍ୱାଭାବିକ ହୋଇପାରୁନି ଗୃହ, ଅପରାହ୍ନ ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଲଗାତର ତୃତୀୟ ଦିନରେ ବି ବିଧାନସଭାରେ ଅଚଳାବସ୍ଥା । ଆଜି ଦୁଇ ୨ ଥର ଗୃହ ମୁଲତବି । ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ । ପ୍ରଥମେ ସାଢେ ୧୧ ଯାଏ ଗୃହକୁ ବାଚସ୍ପତି ମୁଲତବି ଘୋଷଣା କରିଥିଲେ ପରେ ପୁଣି ଗୃହ ଆରମ୍ଭ ହୋହଲ୍ଲା ହଟ୍ଟଗୋଳ ହୋଇ ଗୃହର ଶୃଙ୍ଖଳା ଭଙ୍ଗ ହୋଇଥିଲା । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଛନ୍ତି ।

ବିଧାନସଭାରେ ବିଜେପିର ଆଭିମୁଖ୍ୟକୁ ନେଇ କଟୁ ସମାଲୋଚନା କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଜେପି ଉତ୍ତରପ୍ରଦେଶ ଓ ସଂସଦରେ ଗଙ୍ଗାଜଳ ଓ ଗୋବର ପାଣି ପକାଇ ବିଶୁଦ୍ଧ କରୁ। ସେଠାରୁ ଗଙ୍ଗା ପାଖ ହେବ । ସେଠାରେ ବହୁ ହତ୍ୟାକାରୀ ଅଛନ୍ତି । ଏଠି ବିଜେପି କେବଳ ବାହାନାବାଜି କରୁଛି । ଏପର୍ଯ୍ୟନ୍ତ ଚାଷୀ ହତ୍ୟାକାରୀ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାହିଁକି ଏତଲା ଦିଆଯାଇନି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।

 

 

ପୁନଃସଂକ୍ରମଣ ମାମଲାରେ ଡେଲଟାଠାରୁ ତିନିଗୁଣ ଅଧିକ ମାରତ୍ମକ ଓମିକ୍ରନ୍

କେପଟାଉନ: ବିଟା, ଡେଲଟା ଷ୍ଟ୍ରେନ ତୁଳନାରେ ଓମିକ୍ରନ୍ ଭାରିଆଣ୍ଟ ପୁନଃସଂକ୍ରମଣ ହେବାର ସମ୍ଭାବନା ତିନିଗୁଣ ଅଧିକ । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ସଂଗୃହୀତ ତଥ୍ୟ ଉପରେ ଆଧାର କରି ଏହି ଅନୁଧ୍ୟାନ କରାଯାଇଥିଲା । ରିପୋର୍ଟ କହୁଛି, ନଭେମ୍ବର ୨୭ ସୁଦ୍ଧା ୨.୮ ମିଲିୟନ ଲୋକଙ୍କ ମଧ୍ୟରୁ ୩୫ ହଜାର ୬୭୦ ଜଣ ବ୍ୟକ୍ତି ପୁନଃସଂକ୍ରମଣ ହୋଇଛନ୍ତି । ତେବେ ଯଦି ଜଣେ ଲୋକ ୯୦ ଦିନ ମଧ୍ୟରେ ପୁଣି ଥରେ ପଜିଟିଭ୍ ଚିହ୍ନଟ ହୁଏ, ତେବେ ତାହାକୁ ଆମେ ପୁନଃସଂକ୍ରମଣ କହିଥାଉ ।


ଦକ୍ଷିଣ ଆଫ୍ରିକାର DSI-NRF ସେଣ୍ଟର ଅଫ୍ ଏକ୍ସଲେନ୍ସର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିୟମ୍ ଟ୍ୱିଟ୍ କରି କହିଛନ୍ତି ଯେ ସମ୍ପ୍ରତି ପୁନଃସଂକ୍ରମଣ ସେହି ବ୍ୟକ୍ତିମାନଙ୍କଠାରେ ଦେଖାଦେଇଛି ଯେଉଁମାନଙ୍କର ପ୍ରାଥମିକ ସଂକ୍ରମଣ କୋଭିଡ-୧୯ର ତିନୋଟି ଲହରରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏହାର ପ୍ରାଥମିକ ସଂକ୍ରମଣ ଡେଲଟା ଲହରରେ ଅଧିକ ରହିଛି। ପୁଲିୟମ୍ ଆହୁରି କହିଛନ୍ତି, ଅନୁଧ୍ୟାନକାରୀଙ୍କ ପାଖରେ ବ୍ୟକ୍ତିଗତ ଟୀକାକରଣ ସ୍ଥିତି ବିଷୟରେ କିଛି ସୂଚନା ନାହିଁ । ତେଣୁ ଟିକା ଦ୍ୱାରା ପ୍ରତିରୋଧକ କ୍ଷମତାକୁ କେତେ ମାତ୍ରାରେ ଏଡାଇ ପାରିବେ ତାହା ଆକଳନ କରାଯାଇ ନାହିଁ। ଏହା ପରବର୍ତ୍ତୀ ସମୟରେ ଅଧ୍ୟୟନ କରିବାକୁ ଯୋଜନା ରହିଛି ।


ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବଲ୍ ରୋଗର ବିଶେଷଜ୍ଞ ତଥା ବରିଷ୍ଠ ବୈଜ୍ଞାନିକ ଆନ୍ ଭନ୍ ଗୋଟବର୍ଗ ଏହି ଓମିକ୍ରନ୍ ମାମଲା ବୃଦ୍ଧି ଘଟିବାର ପୂର୍ବାନୁମାନ କରିଛନ୍ତି । ତେବେ ଓମିକ୍ରନ୍ ପ୍ରାଣଘାତକ ହେବନି, ଟିକା ପ୍ରଭାବଶାଳୀ ହେବ ବୋଲି ସେ ଆଶା କରିଛନ୍ତି । ଟିକା ଗୁରୁତର ରୋଗୀଙ୍କୁ ରକ୍ଷା କରିବାର କ୍ଷମତା ରଖିଛି ବୋଲି ଗୋଟବର୍ଗ ମତ ରଖିଛନ୍ତି ।

‘ବାତ୍ୟା ଜୱାଦ’କୁ ନେଇ SRCଙ୍କ ପ୍ରେସମିଟ୍; ପୁରୀରେ ଲ୍ୟାଣ୍ଡଫଲ୍ କରିପାରେ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)। ବାତ୍ୟାକୁ ନେଇ ଅଧିକ କିଛି ସ୍ପଷ୍ଟ ହୋଇପାରିନଥିବା ବେଳେ ଏହା ପୁରୀରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।

ପୁରୀର କୌଣସି ଜାଗାରେ ସ୍ଥଳଭାଗ ଛୁଇଁ ପରେ ବାତ୍ୟା । ସ୍ଥଳଭାଗକୁ ଅଳ୍ପ ପଶି ପୁଣି ଥରେ ସମୁଦ୍ରକୁ ଫେରିବାର ସମ୍ଭାବନା ରହିଛି। ସମୁଦ୍ର ଭିତରେ ରି-କର୍ଭିଂ କରିପାରେ । ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାକୁ ୯୦ କିମି ଓ ପବନର ଝଟ୍‌କା ୧୦୦ କିଲୋମିଟର ରହିପାରେ । ଆସନ୍ତାକାଲି ତଥା ୪ ତାରିଖ ସନ୍ଧ୍ୟା ଓ ୫ତାରିଖ ସକାଳ ଭିତରେ ହୋଇପାରେ ଲ୍ୟାଣ୍ଡଫଲ୍। ବାତ୍ୟା ସମାନ୍ତରାଳ ଭାବେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ଯିବା ନେଇ ମଧ୍ୟ ଅନୁମାନ କରଯାଉଛି । ଆସନ୍ତା ୮ରୁ ୧୦ ଘଣ୍ଟା ମଧ୍ୟରେ ଗଭୀର ଅବପାତ ବାତ୍ୟାର ରୂପ ନେଇପାରେ ।

ତେବେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଉପରେ ଏହାର ପ୍ରଭାବ ରହିବ । ଏପରିକି ୬୦ରୁ ୮୦କିମି ବେଗରେ ବହିପାରେ ପବନ । ଆଗାମୀ ୨ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବାକୁ ନିବେଦନ କରିଛନ୍ତି ଏସଆରସି । ଅଯଥାରେ ଲୋକେ ବଜାରରୁ ଆବଶ୍ୟକତାଠୁ ଅଧିକ ସାମଗ୍ରୀ କିଣନ୍ତୁ ନାହିଁ । ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି ତେଣୁ ଆତଙ୍କିତ ନହୋଇ ଅଧିକ ସାମଗ୍ରୀ ନକିଣିବାକୁ ପରାମର୍ଶ।  ବାହାରେ ଲୋକେ ନ ବୁଲିବା ପାଇଁ ଏସଆରସି ଅନୁରାଧ କରିଛନ୍ତି । ସମୁଦ୍ର କୂଳ ଏବଂ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି। ମାଛ ଧରା ମଧ୍ୟ ୨ଦିନ ବନ୍ଦ ରହିବ ।

ବାତ୍ୟା ପ୍ରଭାବରେ ଆଜି କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 

ପ୍ରଦୂଷଣକୁ ନେଇ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ । ଅଣନିଶ୍ୱାସୀ ହେଲେଣି ରାଜଧାନୀବାସୀ । ପ୍ରଦୂଷଣକୁ ନେଇ ଜରୁରୀକାଳୀନ ସ୍ଥିତି ଉପୁଜିଥିବା ବେଳେ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଦର୍ଶାଯାଇଛି, ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟାକ୍ସ ଫୋର୍ସ ଗଠନ କରାଯାଇଛି । ରାଜଧାନୀରେ ପଲ୍ୟୁସନ କଣ୍ଟ୍ରୋଲ ପାଇଁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ଏହି ଟିମ୍ ତା’ର ତଦାରଖ କରିବ ।

୫ ଜଣିଆ ଟାସ୍କ ଫୋର୍ସ ଟିମ୍ ସହ ୪୦ଟି ଫ୍ଲାଇଙ୍ଗ ସ୍କ୍ୱାଡ ଗଠନ କରାଯାଇଛି । ଏହି ଟିମରେ ପୋଲିସକୁ ମଧ୍ୟ ସାମିଲ କରାଯାଇଛି । ଏହି ଟିମ୍ ରାଜଧାନୀର ୧୨୪ଟି ପ୍ରବେଶ ପଥରେ ରହି ସହର ମଧ୍ୟକୁ ଯାତାୟତ କରୁଥିବା ଟ୍ରକ  ଉପରେ ନଜର ରଖିବେ । କେବଳ ସିଏନଜି ଟ୍ରକ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା  ଟ୍ରକକୁ ଦିଲ୍ଲୀ ଭିତରକୁ ଆସିବାକୁ ଅନୁମତି ମିଳିବ ।

ସେପଟେ ଆଜିଠାରୁ ଦିଲ୍ଲୀରେ ସବୁ ସ୍କୁଲ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ପ୍ରଦୂଷଣସ୍ତର କମୁ ନ ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ବିଷାକ୍ତ ବାୟୁ ଯୋଗୁ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜୁଥିବା ବେଳେ ହସ୍ପିଟାଲରେ ବି ରୋଗୀଙ୍କ ସଂଖ୍ୟା ବଢୁଛି । ଯାହାକୁ ଦୃଷ୍ଟିରେ ରଖି ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦିଲ୍ଲୀରେ କେତେକ ହସ୍ପିଟାଲର ସମ୍ପ୍ରସାରଣ କରାଯାଉଥିବା ବେଳେ କେତେକ ନୂଆ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଉଛି ବୋଲି ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

କାଲିଠାରୁ ୨ ଦିନ ପାଇଁ ଶିମିଳିପାଳ ବନ୍ଦ

ବାରିପଦା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ୨ ଦିନ ପାଇଁ ବନ୍ଦ ରହିବ । ସମ୍ଭାବ୍ୟ ବାତ୍ୟା ଜାୱଦକୁ ନଜରରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଆସନ୍ତାକାଲିଠାରୁ ୫ ତାରିଖ ଯାଏଁ ବନ୍ଦ ଘୋଷଣା କରାଯାଇଛି ।

https://twitter.com/SimilipalNorth/status/1466615688198438912?s=20

ପାହାଡିଆ ରାସ୍ତାରେ ବର୍ଷା ହେଲେ ଯାତାୟତ ସମ୍ଭବପର ନଥିବାରୁ ପର୍ଯ୍ୟଟକଙ୍କ ପାଇଁ ଦୁଇଦିନ ଲାଗି ବନ୍ଦ ରହିବ ଶିମିଳିପାଳ । ଦୁଇଦିନ ପରେ ସ୍ଥିତି ଦେଖି ଶିମିଳିପାଳ ଖୋଲାଯିବ ବୋଲି କହିଛନ୍ତି ଉପନିର୍ଦେଶକ ଶିମିଳିପାଳ ନର୍ଥ ଜୋନ୍‌।

ବହୁ ବାଦବିବାଦ ପରେ ଏକାଠି ରହିଲେ ଡିମ୍ପଲ ଓ ଡାକ୍ତର ସୁମିତ

ଭୁବନେଶ୍ୱର: ସମ୍ପର୍କ ଯୋଡିବାକୁ ୭ ଦିନ ସମୟ ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ। ଏକାଠି ରହିଲେ ଡିମ୍ପଲ ଓ ଡାକ୍ତର ସୁମିତ । ଆସିକା ଚିନି ଶିଳ୍ପୀ ଅତିଥି ଭବନରେ ଉଭୟ ରହିଛନ୍ତି । ଏହି ୭ ଦିନ ଭିତରେ ସେମାନେ ଏକାଠି ରହିବା ସହ ନିଜ ନିଜ ପରିବାର ଏବଂ କୌଣସି ସାମାଜିକ କର୍ମୀଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ସମୟରେ ଡିମ୍ପଲଙ୍କ ସବୁ ଖର୍ଚ୍ଚ ଡାକ୍ତର ସୁମିତ ବୁଝିବେ । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଗତକାଲି ରାତିରେ ଆସିକାରେ ସ୍ୱାମୀ-ସ୍ତ୍ରୀ ଏକ ଘର ନେଇ ରହିଛନ୍ତି । ଆସିକା ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଦୁହେଁ ଏକାଠି ରହିଛନ୍ତି। ନିଜ ଶାଶୁ ଘରକୁ ଯିବା ଦାବିରେ ଡିମ୍ପଲ ତାଙ୍କ ଶାଶୁ ଆଗରେ ବ୍ରହ୍ମପୁର ବ୍ରହ୍ମାନଗର ଆଗରେ ଧାରଣା ଦେଇଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଥିଲା ବେଳେ ଶେଷରେ କୋର୍ଟ ଏହି ରାୟ ଦେଇଥିଲେ।

 

ବିଧାନସଭା ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ବିରୋଧୀଙ୍କ ଅସହଯୋଗ ଯୋଗୁ ଚାଲିପାରୁନି ବିଧାନସଭାର ଶୀତକାଳିନ ଅଧିବେଶନ। ବିରୋଧୀ ନିଜ ଜିଦରେ ଅଟଳ ରହିଥିବାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ ।

ଅଧିବେଶନର ତୃତୀୟ ଦିନରେ ରାଜସ୍ବ ସହିତ ବିପର୍ଯ୍ୟୟ ପରିଚାଳନା. ଜାତି ଓ ଜନଜାତି, ପଛୁଆ ବର୍ଗ ଓ କ୍ରୀଡା ବିଭାଗ ସମ୍ପର୍କିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଶିଳ୍ପ, ଇଲୋକ୍ଟ୍ରୋନିକ୍ସ, ଆଇଟି ବିଭାଗର ପ୍ରଶ୍ନକାଳ ମଧ୍ୟ ରହିଛି । ବିପର୍ଯ୍ୟୟ ଆଇନଶୃଙ୍ଖଳାକୁ ବିରୋଧୀ ମୁଖ୍ୟଅସ୍ତ୍ର କରିଥିବାବେଳେ ଶାସକ ଦଳ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛି ।

ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରାହାଣେ, ଜାଡେଜା ଓ ଇଶାନ୍ତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ତେବେ ବର୍ଷା କାରଣରୁ ଏହି ମ୍ୟାଚ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ଉପ ଅଧିନାୟକ ଆଜିଙ୍କେ ରାହାଣେ । ମ୍ୟାଚ ଆରମ୍ଭ ପୂର୍ବରୁ ହିଁ ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି । କାନପୁର ଟେଷ୍ଟର ଶେଷ ଦିନରେ ରାହାଣେଙ୍କ ବାମ ଗୋଡରେ ଆଘାତ ଲାଗିଥିଲା  । ଯାହା ଫଳରେ ସେ ଦ୍ୱିତୀୟ ମ୍ୟାଚ ଖେଳିବେ ନାହିଁ । ସେହିପରି ଭାବରେ ଇଶାନ୍ତ ଶର୍ମା ଓ ରବିନ୍ଦ୍ର ଜାଡେଜା ମଧ୍ୟ କାନପୁର ଟେଷ୍ଟର ଶେଷ ଦିନରେ ମଧ୍ୟ ଆଘାତ ହୋଇଥିଲେ ।

ତେବେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ କେବଳ ଭାରତକୁ ଝଟକା ଲାଗିନି । ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡକୁ ମଧ୍ୟ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲିୟମସନ ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ଓ୍ୱିଲିୟମସନଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ କରିବେ ଟମ୍ ଲାଥମ ।

 

ଗଭୀର ଅବପାତରେ ପରିଣତ ହେଲା ଅବପାତ, ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆସନ୍ତା ୧୨ ଘଣ୍ଟାରେ ନେବ ବାତ୍ୟା ରୂପ। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଜୱାଦ୍‌ । ଏବେ ସମ୍ଭାବ୍ୟ ବାତ୍ୟା ଘଣ୍ଟାକୁ ୩୨କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

ଏବେ ବିଶାଖାପଟନମଠୁ ୫୮୦କିଲୋମିଟର ଦୂରରେ ଅଛି ବାତ୍ୟା । ସେହିପରି ଗୋପାଳପୁରଠୁ ୬୭୦ ଓ ପାରାଦୀପଠୁ ୭୬୦ କିଲୋମିଟର ଦୂରରେ ଅଛି ଜୱାଦ୍‌ । ଆସନ୍ତାକାଲି ସକାଳୁ ଜୱାଦ୍‌ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି। ଲ୍ୟାଣ୍ଡଫଲ ବେଳେ ସର୍ବାଧିକ ୮୦-୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳେ ୧୦୦ କିଲୋମିଟର ରହିବ ପବନର ବେଗ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସବୁ ବନ୍ଦରରେ ଏକ ନମ୍ବର ବିପଦ ସଂକେତ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଆଜି କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାନେଇ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସବୁ ବନ୍ଦରରେ ଜାରି ହୋଇଛି ଏକ ନମ୍ବର ବିପଦ ସଂକେତ।

ଅଧିକ ପଢନ୍ତୁ- ଆସିଲା ବାତ୍ୟା ‘ଜୱାଦ’ର ଗତିପଥ ଚିତ୍ର, ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି । ଓଡ୍ରାଫର ୬୦ଟି ଟିମ୍ ପ୍ରସ୍ତୁତ ଥିବାବେଳେ ଏନଡିଆରଏଫର ୩୪ଟି ଓ ଅଗ୍ନିଶମ ବାହିନୀର ୧୭୨ ଟି ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି । ମୋଟ ୨୨୫ଟି ଟିମ୍ ନିୟୋଜିତ କରାଯାଇଛି ।