ଯାତ୍ରା ମଝିରୁ ବିମାନ ଉଡ଼ାଇବାକୁ ମନା କରିଦେଲେ ପାଇଲଟ୍

1 min read

ଇସଲାମାବାଦ: ଯାତ୍ରା ମଧ୍ୟରୁ ବିମାନ ଉଡ଼ାଇବାକୁ ମନାକରିଦେଲେ ପାଇଲଟ । ପାକିସ୍ତାନର ଜଣେ ପାଇଲଟ୍ ରବିବାର ସାଉଦି ଆରବର ରାଜଧାନୀ ରିୟାଦରୁ ଇସଲାମାବାଦକୁ ବିମାନ ଉଡ଼ାଇବାକୁ ମନା କରିଦେଇଥିଲେ । ଏବଂ କହିଥିଲେ ଯେ, ତାଙ୍କ ଡ୍ୟୁଟିର ସମୟ ସରିଯାଇଛି, ତେଣୁ ସେ ବିମାନଟିକୁ ଉଡ଼ାଇବେ ନାହିଁ । ଏହାପରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହାକୁ ବିରୋଧ କରିଥିଲେ ।

ସୂଚନା ଅନୁଯାୟୀ, ପାକିସ୍ତାନ ଇଣ୍ଟରନେସନାଲ ଏୟାରଲାଇନ୍ସ (PIA) ପ୍ରଶାସନ କହିଛି ଯେ PK-9754 ସାଉଦି ଆରବର ରାଜଧାନୀ ରିୟାଦରୁ ଉଡ଼ି ଥିଲା କିନ୍ତୁ ଖରାପ ପାଗ କାରଣରୁ ଦମ୍ମମରେ ଅବତରଣ କରିଛି। ଏହା ପରେ ବିମାନର କ୍ୟାପଟେନ ବିମାନକୁ ଇସଲାମାବାଦକୁ ନେବାକୁ ମନା କରିଦେଇଥିଲେ ଏବଂ ତାଙ୍କର ଡ୍ୟୁଟି ସମୟ ସମାପ୍ତ ହୋଇଯାଇଥିବା କହିଥିଲେ। କ୍ୟାପ୍ଟେନଙ୍କ ଏଭଳି ବ୍ୟବହାରରେ ଯାତ୍ରୀମାନେ ବିରୋଧ କରି ବିମାନରୁ ଓହ୍ଲାଇବାକୁ ମନା କରିଦେଇଥିଲେ । ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ଡାକିବାକୁ ପଡ଼ିଥିଲା । ଏନେଇ ପିଏଆଇ ମୁଖପାତ୍ର କହିଛନ୍ତି ଯେ ବିମାନର ନିରାପତ୍ତା ପାଇଁ ପାଇଲଟମାନେ ବିମାନ ଉଡ଼ାଣ ପୂର୍ବରୁ ଉପଯୁକ୍ତ ବିଶ୍ରାମ ନେବା ଆବଶ୍ୟକ, ତେଣୁ ସେହି ଅନୁଯାୟୀ ବ୍ୟବସ୍ଥା କରାଯାଇଥିଲା । ତେବେ ଯାତ୍ରୀମାନେ ରବିବାର ରାତି ୧୧ ଟାରେ ଇସଲାମାବାଦରେ ଓହ୍ଲାଇଛନ୍ତି ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.