କଟକରେ ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ ପରେ ଚଢାଉ

1 min read

କଟକ: କାଠଗୋଲା ସାହିରେ ଥିବା ଏକ ଘରୋଇ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ପୋଲିସ ଚଢ଼ାଉ କରିଛି । ଏଠାରେ ବେଆଇନ ଭାବେ ଭ୍ରୁଣ ଚିହ୍ନଟ ହେଉଥିବା ଅଭିଯୋଗ ପରେ ଚଢାଉ କରିଛି ପୋଲିସ । ଜୋନ-୨ ଏସିପିଙ୍କ ନେତୃତ୍ଵରେ ପୋଲିସ ଟିମ ଚଢାଉ କରିଛି । ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରର ବିଭିନ୍ନ କାଗଜପତ୍ର ଓ ମେସିନ ଯାଞ୍ଚ କରାଯାଉଛି ।

ସୂଚନା ଅନୁସାରେ ଘରୋଇ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଡାକ୍ତର ଆସିବା ନେଇ ଯେଉଁ ସୂଚନା ଦିଆଯାଇଥିଲା ତାହା ଭୁଲ ଥିଲା । ତେବେ ଏହି ସେଣ୍ଟରରେ ଯେଉଁ ବ୍ୟକ୍ତି ଭ୍ରୁଣ ଚିହ୍ନଟ କରୁଥିଲେ ସେ ମାତ୍ର ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଛନ୍ତି । ତେବେ ଏହି ଯାଞ୍ଚ ପାଇଁ ସେମାନେ ୫ହଜାର ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ହୋଇଛି ।  ଏନେଇ ୨ ଜଣଙ୍କୁ  ଅଟକ ରଖାଯାଇଛି । ଏହାସହ ସବୁ ଜିଲ୍ଲାରେ ଦଲାଲ କାମ କରୁଥିବା ମଧ୍ୟ ଜଣାପଡ଼ିଛି ।

Leave a Reply