ରାଜଧାନୀରେ ସ୍ତ୍ରୀକୁ ବାରମ୍ୱାର ଛୁରି ଭୁସି ଗୁରୁତର କଲା ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ନିର୍ଦୟ ସ୍ୱାମୀର ଜଘନ୍ୟ କାଣ୍ଡ । ସ୍ତ୍ରୀକୁ ଏକାଧିକ ବାର ଛୁରାମାଡ଼ କଲା ସୈତାନ ସ୍ୱାମୀ । ଲକ୍ଷ୍ମୀସାଗର ବୁଦ୍ଧେଶ୍ୱରୀ କଲୋନୀ ସାହିରେ ଘଟିଛି ଏଭଳି ଅଘଟଣ । ଆହତ ମହିଳା ହେଲେ କଳ୍ପନା ମହାପାତ୍ର । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀ ଦୁର୍ଗାମାଧବ ମହାପାତ୍ରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଘଟଣା ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଝଗଡା ହେବାରୁ ପୋଲିସକୁ ଫୋନ କରିଥିଲେ କଳ୍ପନା । ଉଭୟଙ୍କୁ ଥାନାକୁ ନେଉଥିଲା ପୋଲିସ । ପରେ କିଛି ଜିନିଷ ଆଣିବାକୁ ଘରକୁ ଯାଇଥିଲେ ସ୍ତ୍ରୀ । ପଛେ ପଛେ ସ୍ୱାମୀ ମଧ୍ୟ ଯାଇଥିଲେ । ହେଲେ କଳ୍ପନା ଘରେ ଥିବା ବେଳେ ହଠାତ କବାଟ ବନ୍ଦ କରି ଛୁରି ଭୁସି ଚାଲିଲା ଅଭିଯୁକ୍ତ । ଅଭିଯୁକ୍ତର କାଣ୍ଡ ଦେଖି ପୋଲିସ ତାଜୁବ ହୋଇଯାଇଥିଲା । ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତ ସ୍ୱାମୀକୁ କାବୁ କରିଛି ।

ଏଥିସହିତ ପଢ଼ନ୍ତୁ: ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ଯବାନ

Leave a Reply