spot_img
Home Blog Page 4819

ଘନ କୁହୁଡ଼ିର ଆସ୍ତରଣରେ ସାରା ସହର

0

କାମାକ୍ଷାନଗର: ବାତ୍ୟା ‘ଜୱାଦ’ ପରେ ପ୍ରଥମ ଥର ପାଇଁ କାମାକ୍ଷାନଗର ଉପଖଣ୍ଡରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । କୁହୁଡିର ପ୍ରଭାବରେ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ତିରିଶ ମିଟର ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉ ନଥିଲା । ଫଳରେ ସକାଳୁ ବିଭିନ୍ନ କାମ ରେ ବାହାର କୁ ଯାଉଥିବା ଲୋକମାନେ ସଠିକ ଭାବେ ଯାନବାହାନ ନଚଳାଇ ପାରି ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।

ସେହିପରି ପ୍ରବଳ କୁହୁଡିର ପ୍ରଭାବରେ କାକର ବିନ୍ଦୁ ଗଛ, ଲତା ଓ ଘାସ ଗାଲିଚା ଉପରେ ପଡି ଆଗାମୀ ଦିନ ରେ ପ୍ରବଳ ଶୀତର ଆଭାସ ଦେଉଥିବା ବେଳେ କିଛି ପ୍ରକୃତିପ୍ରେମୀ ଏହାର ମଜା ଉଠାଇ ଅଞ୍ଚଳ ରେ ପହଲି ଶୀତ ର ସ୍ପର୍ଶ ଅନୁଭବ କରିବା ଦେଖିବାକୁ ମିଳିଥିଲା । ବାତ୍ୟା ଜୱାଦ ପରେ ଆଜି ଏତେ ମାତ୍ରା ରେ ଘନକୁହୁଡି ଓ କାକର ର ପ୍ରଭାବ ରେ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଥିବା ବେଳେ ପ୍ରକୃତି ର ଏହି ଅପରୂପ ସୌନ୍ଦର୍ଯ୍ୟ କିଛି ଲୋକଙ୍କୁ ଅମୋଦିତ କରୁଥିବା ଦେଖାଯାଇଛି  ।

ଏଥିସହିତ ପଢ଼ନ୍ତୁ: ୩ଦିନ ପରେ ରାଜ୍ୟକୁ ଫେରିବ ଜାଡ଼

୩ଦିନ ପରେ ରାଜ୍ୟକୁ ଫେରିବ ଜାଡ଼

ଭୁବନେଶ୍ୱର: ଶୀତରେ ଥରିବ ଓଡ଼ିଶା । ୩ ଦିନ ପରେ ରାଜ୍ୟକୁ ଫେରିବ ଜାଡ଼ ଶୀତ । ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ କମିଥିଲା । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବା ସହ ଆସନ୍ତା ୨ରୁ ୩ ଦିନ ଭିତରେ ଧିରେ ଧିରେ ଶୀତ ବଢ଼ିବ । ଉପାନ୍ତ ଏବଂ ପାହାଡିଆ ଅଞ୍ଚଳରେ ଜାଡ଼ ଅନୁଭୁତ ହେବ ।

ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାଜ୍ୟରେ ପାଗ ‌ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ସାରା ଓଡ଼ିଶାରେ ପାଗରେ ପରିବର୍ତ୍ତନ ଦେଖାଯିବ । ତେବେ ବାତ୍ୟା ଜଓ୍ୱାଦ ଫେରିଯିବା ପରେ  ରାଜ୍ୟରେ ଧୀରେ ଧୀରେ ପାଣିପାଗରେ ପରିବତ୍ତନ ଦେଖାଯିବ । ଗତକାଲିଠାରୁ ପାଗ ଶୁଖିଲା ରହିଥିବା ବେଳେ ଆଗକୁ ଶୀତ ବଢ଼ିବ ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ପରେ ବଦଳୁଛି ପାଣିପାଗ: ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

କୋଟିପତି ପିଇଓ ଗିରଫ, ଠୁଳ କରିଥିଲେ ଆୟଠାରୁ ଅଧିକ ୨୧୫ ଗୁଣ ସମ୍ପତ୍ତି

ସମ୍ବଲପୁର: ବନ୍ଧାହେଲେ କୋଟିପତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । କୋଟିପତି ପିଇଓଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାଙ୍କରପାଲି ପିଇଓଙ୍କୁ ବାନ୍ଧିଛି ଭିଜିଲାନ୍ସ । ଯୁଜୁମରା ବ୍ଲକର ଝାଙ୍କରପାଲି ପିଇଓ ଅଚ୍ୟୁତାନନ୍ଦ ଖୁଣ୍ଟିଆ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏଥିସହ ପଢ଼ନ୍ତୁ: Odisha Cabinet Decision: ୯ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭିଜିଲାନ୍ସ ରେଡ୍ ବେଳେ ପିଇଓ ଅଚ୍ୟୁତାନନ୍ଦଙ୍କ କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି । ଚାକିରି କାଳରେ ଆୟ ଠାରୁ ୨୧୫ ଗୁଣ ସମ୍ପତ୍ତି ଅଚ୍ୟୁତାନନ୍ଦ ଠୁଳ କରିଥିବା ଜଣାପଡ଼ିଛି ।

ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପୋଲିସର ଲାଠି ଚାଳନା

ବ୍ରହ୍ମପୁର: ବ୍ରହ୍ମପୁର ଡିପ ସାହିରେ ଉତ୍ତେଜନା । ଲାଞ୍ଜିପଲ୍ଲୀ ଡିପ ସାହି ସ୍ଥିତ ଗୌଡ଼ବନ୍ଦ ହରିଜନ ସାହିଠାରେ ବିଏମସି ପକ୍ଷରୁ ଜବରଦଖଲ ବେଳେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକଙ୍କ ପଥର ମାଡ଼ରେ ଜେସିବି ଗାଡ଼ି ଡ୍ରାଇଭରଙ୍କ ସମେତ କାନ୍ଥ ପଡ଼ି ଜଣେ ମହିଳା ଆହାତ ହୋଇଛନ୍ତି । ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ବସ୍ତି ବାସିନ୍ଦା ପୋଲିସ ଓ ମହାନଗର ନିଗମ କର୍ମଚାରୀଙ୍କ ଉପରକୁ ଢେଲାମାଡ଼ କରିଥିଲେ । ଫଳରେ JCB ର କାଚ ଭାଙ୍ଗିବା ସହ ଡ୍ରାଇଭରର ମୁଣ୍ଡ ଫାଟିଥିଲା ।

Tension During Eviction In Berhampur

ଏପରକି କିଛି ପୋଲିସ କର୍ମଚାରୀ ମଧ୍ୟ ଆହାତ ହୋଇଥିଲେ । ଉତ୍ତେଜନାକୁ ଏଡ଼ାଇବା ପାଇଁ ପୋଲିସ ଲାଠି ଚାଳନା କରିଥିଲା । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝସୁଝା କରିବା ସହ ବିସ୍ଥାପିତ ଲୋକଙ୍କ ପାଇଁ ଆଶ୍ରୟ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି ।

Tension During Eviction In Berhampur

ସେପଟେ ଦୀର୍ଘଦିନ ଧରି ନିଜର ଅକ୍ତିଆରରେ ରଖିଥିବା ସରକାରଙ୍କ ରାଜୀବ ଆବାସ ଆପର୍ଟମେଣ୍ଟକୁ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଠାରୁ ନିଜ ଅକ୍ତିଆରକୁ ନେଇଛି ବିଏମସି ।

Odisha Cabinet Decision: ୯ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ, ନଗର ଉନ୍ନୟନ ପୂର୍ତ୍ତ ଓ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣ ଟେଣ୍ଡର L ଆଣ୍ଡ Tକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ପାଇକ ବିଦ୍ରୋହକୁ ଦିଅ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା

ବିଭିନ୍ନ ପଞ୍ଚାୟତର ପୋଖରୀ ସ୍ୱୟଂଶାସିତ ଗ୍ରୁପକୁ ପ୍ରଦାନକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ । ଆଜି ସନ୍ଧ୍ୟା ୬ଟା ୩୦ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ନେଇ ବିସ୍ତୃତ ସୂଚନା ଦିଆଯାଇ ନାହିଁ ।

ସ୍ନେହ ଶ୍ରଦ୍ଧା ଓ ଉପଶମର କେନ୍ଦ୍ର ବାଗଚୀ-କରୁଣାଶ୍ରୟ ଉଦଘାଟନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:  କର୍କଟ ରୋଗୀଙ୍କ ଯତ୍ନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଲା ଓଡ଼ିଶା । ଗଣ୍ଡାମୁଣ୍ଡାଠାରେ ବାଗଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଓଡ଼ିଶା ସରକାର, ବେଙ୍ଗଳୁରୁ ହସପିସ୍ ଟ୍ରଷ୍ଟ ଏବଂ ବାଗଚୀ କରୁଣାଶ୍ରୟଙ୍କର ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହି ପ୍ରକାର ଅନୁଷ୍ଠାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ସହାୟତା ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ସେବ ସମ୍ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଇନଫୋଭ୍ୟାଲି-୨ରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଦେଇଥିବା ଜମିରେ ବାଗଚୀ ଶ୍ରୀ ଶଙ୍କରଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀଘ୍ର ଶେଷ ହେବ । ଏହା ପୂର୍ଣ୍ଣାଙ୍ଗ ହେଲେ କର୍କଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହି ଅବସରରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ର ଏବଂ ବାଗଚୀ କରୁଣାଶ୍ରୟ ହସପିସ୍ ଟ୍ରଷ୍ଟ ମଧ୍ୟରେ କର୍କଟ ଚିକିତ୍ସା ନିମନ୍ତେ ସହଯୋଗିତା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ବର୍ତ୍ତମାନ ବାଗଚୀ କରୁଣାଶ୍ରୟର ସେବା ଭୁବନେଶ୍ୱର ସହର ଏବଂ ତତସଂଲଗ୍ନ ୨୦ କିଲୋମିଟର ପରିଧି ଅଞ୍ଚଳରେ ଉପଲବ୍ଧ ହେଉଛି ।

ବୁଧବାର ଆନ୍ଦୋଳନରତ କୃଷକ କରିପାରନ୍ତି ବଡ଼ ଘୋଷଣା

ନୂଆଦିଲ୍ଲୀ: ବୁଧବାର ଅନ୍ନଦାତାଙ୍କ ଆନ୍ଦୋଳନର ଅବସାନ ଘଟିପାରେ । ମଙ୍ଗଳବାର ଅନୁଷ୍ଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକ ପରେ ଏଭଳି ଆଶା କରାଯାଉଛି । ପାଖାପାଖି ୧ବର୍ଷ ହେବ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ କୃଷକ ଆନ୍ଦୋଳନ କରିଆସୁଛନ୍ତି । ସରକାର ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହର ଘୋଷଣା କରିବା ସହ ସଂସଦରେ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏଥିସହିତ ଚାଷୀଙ୍କ ଦାବି ସମ୍ପର୍କିତ ଡ୍ରାଫ୍ଟ ସଂଯୁକ୍ତ କିଷାନ ମୋର୍ଚ୍ଚାର ୫ଜଣିଆ କମିଟିକୁ ପଠାଇଛନ୍ତି । ଯାହାକୁ ନେଇ ମଙ୍ଗଳବାର କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇସାରିଛି । ଏବଂ ବୁଧବାର ଏହି ଦୀର୍ଘକାଳୀନ ଆନ୍ଦୋଳନର ଅବସାନ ନେଇ ଘୋଷଣା କରାଯାଇପାରେ ।

ତେବେ କେନ୍ଦ୍ର ସରକାରଙ୍କ ଚିଠା ପ୍ରସ୍ତାବ ଅନୁଯାୟୀ ସଂଯୁକ୍ତ କୃଷକ ମୋର୍ଚ୍ଚାର ୫ଜଣ ସଦସ୍ୟଙ୍କୁ ଏମ୍‌ଏସପି ଉପରେ ଗଠିତ ହେବାକୁ ଥିବା କମିଟିରେ ସାମିଲ କରାଯିବ । ଅନ୍ୟ ପକ୍ଷରେ ସରକାର ୧ବର୍ଷ ମଧ୍ୟରେ କୃଷକ ବିରୋଧରେ ଦାୟର ମାମଲାକୁ ମଧ୍ୟ ଫେରାଇ ନେବାକୁ ପ୍ରସ୍ତାବ ରହିଛି । ଏହା ବ୍ୟତୀତ ଏହି ପ୍ରସ୍ତାବରେ ପଞ୍ଜାବ ମଡେଲ ଉପରେ କ୍ଷତିପୂରଣ ଦେବା ନେଇ ମଧ୍ୟ କୁହାଯାଇଛି  । ତେବେ ଲଖମିପୁର ଖେରୀ ମାମଲା ଓ ବିଜୁଳି ବିଲ୍ ନେଇ କୌଣସି ସକାରାତ୍ମକ ଆଲୋଚନା ହୋଇନାହିଁ ।

ସୂଚନା ଯୋଗ୍ୟ ଯେ,  ମୃତ ଚାଷୀଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ପ୍ରଦାନ,   ଏମ୍‌ଏସପି ଆଇନ୍ ସିଦ୍ଧ୍ କରାଯିବା ସହିତ ଅନ୍ୟାନ୍ୟ ଦାବିରେ ଏଯାଏଁ ଅଟଳ ଅଛନ୍ତି କୃଷକ । ଏହାସହ ଗୋଟିଏ ବର୍ଷ ଆନ୍ଦୋଳନ ଭିତରେ ୭୦୦ କୃଷକଙ୍କ ମୃତ୍ୟୁକୁ ନେଇ ସଂଗଠନ ସରକାରଙ୍କୁ ଦୋଷୀ ବୋଲି କହିଛି । ଏହାସହ ଲଖିମପୁର ଠାରେ କୃଷକମାନଙ୍କ ହତ୍ୟାକୁ କେନ୍ଦ୍ର ସରକାରଙ୍କ ଅହଂକାର ବୋଲି କହିଛି ସଂଗଠନ । ମୋର୍ଚ୍ଚା ତରଫରୁ ଲଖିମପୁର ହିଂସା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛି ।

ଏଥିସହିତ ପଢ଼ନ୍ତୁ: ଭିନ୍ନ ଭିନ୍ନ କମ୍ପାନୀର କରୋନା ଟିକାରୁ ସୃଷ୍ଟି ହେଉଛି ଜବରଦସ୍ତ ପ୍ରତିଷେଧକ କ୍ଷମତା

ବାଘସଂଖ୍ୟା ବୃଦ୍ଧି ପାଉଥିବାରୁ ବନ ବିଭାଗର ନିଷ୍ପତ୍ତି

ଢେଙ୍କାନାଳ: ସାତକୋଶିଆ ବାଘ କରିଡରର ହେବ ସମ୍ପ୍ରସାରଣ । ସାତକୋଶିଆ ଅଭୟାରଣ୍ୟରେ ମିଶିବ ଢେଙ୍କାନାଳ ଜିଲ୍ଲାର ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ । ହିନ୍ଦୋଳ ରେଞ୍ଜର କନ୍ଧାରା ଓ ନନ୍ଦିନିଆ ଜଙ୍ଗଲ ପର୍ଯ୍ୟନ୍ତ ବାଘ କରିଡର ସମ୍ପ୍ରସାରଣ ପାଇଁ ମଞ୍ଜୁରୀ ମିଳିବା ପରେ ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହେଉଛି । ଏହା ସହିତ ବାଘଗଣନା ମଧ୍ୟ ଆରମ୍ଭ କରିଛି ବନ ବିଭାଗ ।

Satkosia Tiger Reserve Expansion

ବାଘ ବଂଶ ବୃଦ୍ଧି ଓ ନିର୍ଭୟ ବିଚରଣ ପାଇଁ ସାତକୋଶିଆର ଆୟତନ ବଢ଼ିବ । ବାଘ କରିଡର ଢେଙ୍କାନାଳ ଜିଲ୍ଲା ନନ୍ଦିନିଆ ଓ କନ୍ଧାରା ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ସମ୍ପସାରିତ ହେବ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବାଘସଂଖ୍ୟା ବୃଦ୍ଧି ପାଉଥିବାରୁ ବନ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

Satkosia Tiger Reserve Expansion

ଶିକାରୀଙ୍କଠାରୁ ବାଘଙ୍କୁ ସରୁକ୍ଷା ଦେବାକୁ ସଂରକ୍ଷିତ ଜଙ୍ଗଲ ଭିତରେ ୬୦ଟି କ୍ୟାମେରା ଲାଗିଛି । ବାଘ ବଂଶ ବିସ୍ତାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ବନ ବିଭାଗ । ବାଘଙ୍କ ପିଇବା ପାଇଁ ଜଙ୍ଗଲରେ ୧୦୫୦ଟି ଜଳାଶୟ ନିର୍ମାଣ କରାଯାଇଛି । ଖାଦ୍ୟ ପାଇଁ ତୃଣଭୋଜି ପ୍ରାଣୀଙ୍କ ବଂଶ ବିସ୍ତାର ଲାଗି ଗୁରୁତ୍ବ ଦିଆଯାଉଛି । ସୁରକ୍ଷା ପାଇଁ କରାଯାଉଛି ୨୪ ଘଣ୍ଟିଆ ପାଟ୍ରୋଲିଂ ।

ଭିନ୍ନ ଭିନ୍ନ କମ୍ପାନୀର କରୋନା ଟିକାରୁ ସୃଷ୍ଟି ହେଉଛି ଜବରଦସ୍ତ ପ୍ରତିଷେଧକ କ୍ଷମତା

ଲଣ୍ଡନ: କରୋନା ଟିକାର କକ୍‌ଟେଲ ଡୋଜ ବଢ଼ାଇବ ରୋଗ ପ୍ରତିଷେଧକ କ୍ଷମତା । ଆଷ୍ଟ୍ରାଜେନିକା ଓ ଫାଇଜର ଟିକାର ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ଭାବେ ମଡର୍ଣ୍ଣା କିମ୍ୱା ନୋଭାବେକ୍ସ ଟିକା ନେବା ଦ୍ୱାରା କୋଭିଡ-୧୯ ବିରୋଧରେ ପ୍ରତିଷେଧକ କ୍ଷମତା ବୃଦ୍ଧି ହୋଇଥାଏ । କିଛି ଏଭଳି ତଥ୍ୟ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ମ୍ୟାଗାଜିନ୍ ଲେସେଣ୍ଟରେ ପ୍ରକାଶିତ । ୧ହଜାର ୭୦ଜଣଙ୍କୁ ନେଇ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଜଣାପଡ଼ିଛି ।

ବ୍ରିଟେନରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଅଧ୍ୟୟନରେ ଜଣାପଡ଼ିଛି ଯେ, ଆଷ୍ଟ୍ରାଜେନିକା କିମ୍ୱା ଫାଇଜର ଟିକା ପ୍ରଥକ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ଭାବେ ମଡର୍ଣ୍ଣା କିମ୍ୱା ନୋଭାବେକ୍ସ ଟିକା ଲଗାଇବା ଦ୍ୱାରା ପ୍ରତିଷେଧକ କ୍ଷମତା ଅଧିକ ଦୃଢ଼ ହୋଇଥାଏ । ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ଫ୍ରଫେସର ମେଥ୍ୟୁ ସ୍ନେପ କହିଛନ୍ତି, ଏହି ପ୍ରକାରର ଗବେଷଣା ନେଇ ଧନ୍ୟବାଦ । ଏହା ଦ୍ୱାରା ଆମେ ଜାଣିପାରିଲେ ଯେ, ଭିନ୍ନ ଭିନ୍ନ କୋଭିଡ ଟିକା କିଭଳି ନେଇପାରିବା ।

ସୂଚନା ଯୋଗ୍ୟ ଯେ, ଭାରତରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଟିକା କୋଭିସିଲ୍ଡ ନାମରେ ବ୍ୟବହାର ହେଉଛି । ଅନ୍ୟ ପକ୍ଷରେ କରୋନାର ନୂଆ ରୂପ ଓମିକ୍ରନ ବ୍ୟାପିବାକୁ ରୋକିବା ନେଇ ବ୍ରିଟେନ ସରକାର ମଙ୍ଗଳବାର ଠାରୁ ନୂଆ ନିୟମ ଲାଗୁ କରିଛନ୍ତି । ଯାହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀ ନିଜ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ କୋଭିଡ-୧୯ ପରୀକ୍ଷା କରାଇନେବେ । ଓମିକ୍ରନ ସନ୍ଧିଗ୍ଧ ପ୍ରଥମ ୧୦ ଦିନ ନିଜକୁ ଆଇସୋଲେସନ୍‌ରେ ରଖିବେ । କୋଭିଡର ଉଭୟ ଡୋଜ ନେଇସାରିଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ନିୟମ ।

ଅନ୍ୟପକ୍ଷରେ ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାବେଦ ସଂସଦରେ କହିଛନ୍ତି କି ଦେଶରେ କରୋନାର ନୂଆ ଭାରିଆଣ୍ଟର ୩୩୬ ମାମଲା ସାମ୍ନାକୁ ଆସିଛି । ଇଂଲଣ୍ଡରେ କରୋନାର ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇସାରିଛି । ଇଂଲଣ୍ଡରେ ଏପର୍ଯ୍ୟନ୍ତ ୨୬୧ ମାମଲା ସାମ୍ନାକୁ ଆସିଛି । ସେହିପରି ସ୍କଟଲାଣ୍ଡରେ ୭୧ ଏବଂ ଓ୍ୱେଲ୍ସରେ ୪ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ବୋଲି ସଂସଦରେ କହିଛନ୍ତି ସାଜିଦ୍ ଜାବେଦ । ସଂସଦରେ ସାଜିଦ୍ ଜାବେଦ ଆହୁରି କହିଛନ୍ତି କି ଅଧିକାଂଶ କେସ୍ ଏମିତି ରହିଛି କି ଯେଉଁମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ତେବେ ଆମେ ଏହାକୁ ଦେଖି କହୁଛୁ କି ବ୍ରିଟେନର କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି । ଜାବେଦ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ଜାରି ହୋଇଥିବା ଡାଟାକୁ ମଧ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ଓମିକ୍ରନର ସମୟସୀମା ଡେଲଟା ଭାରିଆଣ୍ଟଠାରୁ କମ୍ ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି କି ଏପର୍ଯ୍ୟନ୍ତ ଏହା ମଧ୍ୟ ଜଣାପଡ଼ିନାହିଁ କି ଓମିକ୍ରନ୍ ଭାରିଆଣ୍ଟ କେତେ ଭୟଙ୍କର ଏବଂ ଟୀକା ଏହି ଭାରିଆଣ୍ଟ ଉପରେ କେତେ ପ୍ରଭାବ ପକାଇବ ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନ୍ ଆତଙ୍କ, ବ୍ରିଟେନରେ ଗୋଷ୍ଠୀ ସଂକ୍ରମଣ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମନା କଲା କେନ୍ଦ୍ର

ନୂଆଦିଲ୍ଲୀ: ବାରମ୍ବାର ଓଡ଼ିଶାର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅଗ୍ରାହ୍ୟ କରି ଦେଇଛି କେନ୍ଦ୍ରର ବିଜେପି ସରକାର । ଗୃହରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଓଡ଼ିଶୀ ସଂଗୀତକୁ ମାନ୍ୟତା ପ୍ରଦାନ ନେଇ ପ୍ରଶ୍ନ ପଚାରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡି । ଏହାକୁ ନେଇ ବିଜେଡି ସାଂସଦ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Centre Denied To Give Classical Recognition To Odissi Dance

ଅନ୍ୟପଟରେ ଲୋକସଭାରେ ଆଗତ ହାଇକୋର୍ଟର ବିଚାରପତିମାନଙ୍କ ଦରମା ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ସେବା ସର୍ତ୍ତ ଅଧିନିୟମ ୧୯୫୮ର ସଂଶୋଧନକୁ ବିରୋଧ କରିଛନ୍ତି ବିଜେଡି ସାଂସଦ । ସେପଟେ ନିଲମ୍ବିତ ସାଂସଦ କ୍ଷମା ମାଗିବା, ଉତ୍ତର ପୂର୍ବ ରାଜ୍ୟରେ ବଢୁଥିବା ହିଂସା ହେଉ କିମ୍ବା ନାଗାଲାଣ୍ଡର ଗଣହତ୍ୟା ଏବଂ ଏମଏସପି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଚାଲିଛି ହଟଗୋଳ । ଫଳରେ ବାରମ୍ବାର ମୁଲତବି ହେଉଛି ଗୃହ । କେନ୍ଦ୍ର ସରକାର ଦେଶବାସୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ ।