ନାଇଟ କର୍ଫ୍ୟୁରେ ସିନ୍ଧିଚୋର, ଗ୍ରୋସରୀ ଦୋକାନରେ ବୁଲାଇଲେ କଳାକନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ସମୟରେ ମାତିଲେ ସିନ୍ଧିଚୋର । ଚନ୍ଦ୍ରଶେଖରପୁର ଶ୍ରୀବିହାରର ଏକ ଗ୍ରୋସରୀ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଭେରାଇଟି ଷ୍ଟୋରର କାନ୍ଥ ଭାଙ୍ଗି ଓ ଛାତ କଣା କରି ଦୋକାନରେ କଳା କନା ବୁଲାଇଛନ୍ତି ଲୁଟେରା । ଦୋକାନର କ୍ୟାସ ବାକ୍ସ ଭାଙ୍ଗି ଟଙ୍କା ନେବା ସହ ଦୋକାନରୁ ସମସ୍ତ ସାମଗ୍ରୀ ଲୁଟେରା ବୋହି ନେଇଛନ୍ତି । ବହୁ ପରିମାଣର ଚାଉଳ, ହର୍ଲିକ୍ସ, ବିସ୍କୁଟ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଜାରି ରହିଛି । ସେପଟେ ଶ୍ରୀବିହାରର ଆଉ ଏକ ଦୋକାନରୁ ମଧ୍ୟ ଚୋରି ହୋଇଛି । ସେହିପରି ସମାନ ଢ଼ଙ୍ଗରେ ଆଉ ଏକ ପାନ ଦୋକାନରୁ ଚୋରି ହୋଇଛି । ପାନ ଦୋକାନରୁ ୧୫ ହଜାର ଟଙ୍କାର ସାମଗ୍ରୀକୁ ଚୋରି କରି ନେଇଛନ୍ତି ଲୁଟେରା । ଉଭୟ ଚୋରି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply