spot_img
Home Blog Page 4818

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କୁହାଯାଉଛି ଯେ, ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଏକ ଲେକ୍ଚର ସିରିଜରେ ଭାଗ ନେବାକୁ ରାୱତ ଯାଉଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁଛି । ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କୁହାଯାଉଛି ।

ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହେଲିକପ୍ଟରରେ ଥିବା ଚତୁର୍ଥ ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଖରାପ ପାଗ କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଆହତଙ୍କୁ ବେଲିଂଟନ୍ ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ହେଲିକପ୍ଟରରେ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ମୋଟ ୧୪ ଜଣ ଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କାହାର ମୃତ୍ୟୁ ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ ।

ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ନବମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ଘୋଷିତ ମୁଦ୍ରାନୀତି ଅନୁସାରେ ରେପୋ ରେଟକୁ ଅପରିବର୍ତ୍ତିତ ୪ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ସେହିପରି ରିଭର୍ସ ରେପୋ ରେଟକୁ ବି ଅପରିବର୍ତ୍ତିତ ରଖାଯାଇଛି । ଏହି ହାର ରହିଛି ୩. ୩୫ ପ୍ରତିଶତ । ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ଆର୍ଥିକ ନୀତି କମିଟି ବା ଏମପିସିର ସର୍ବସମ୍ମତି ନିଷ୍ପତ୍ତି ପରେ ଏହି ଘୋଷଣା କରାଯାଇଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏମପିସି ବୈଠକରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏହି ହାର ରହିଛି ୪.୨୫ ପ୍ରତିଶତ । ଦେଶରେ ଆର୍ଥିକ ଅଭିବୃଦ୍ଧି ଜାରି ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଭର୍ଣ୍ଣର । ୨୦୨୧-୨୨ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ୯.୫ ପ୍ରତିଶତ ରଖାଯାଇଥିବାବେଳେ ତୃତୀୟ ତ୍ରୟମାସିକରେ ଏହି ହାର ୬.୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସିକରେ ଏହି ହାର ୬ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ସେହିପରି ୨୦୨୨-୨୩ର ପ୍ରଥମ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ହାର ୧୭.୨ ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବାବେଳେ ଦ୍ବିତୀୟ ତ୍ରୟମାସିକରେ ଏହି ହାର ୭.୮ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

କେଉଁ ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ?

ମେଷ ରାଶି : କୋର୍ଟ କଚେରୀ ମାମଲାରେ ବିଫଳତାର ସାମନା କରିବାକୁ ପଡ଼ିପାରେ । ପୈତୃକ ସମ୍ପତ୍ତିକୁ ନେଇ କୈାଣସି ବିବାଦ ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ, ପ୍ରେମ ଏବଂ ବ୍ୟବସାୟ ଆଦି କ୍ଷେତ୍ରରେ ମଧ୍ୟମ ଧରଣର ଉନ୍ନତି ଦେଖାଦେବ ।

ବୃଷ ରାଶି : ଯାତ୍ରାରେ ବାଧା ଉପୁଜିପାରେ । ସମ୍ମାନ ହାନିର ସମ୍ଭାବନା ଥିବାବେଳେ ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ପ୍ରେମ ଏବଂ ବ୍ୟବସାୟ କ୍ଷେତ୍ରରେ ଅବନତି ହୋଇପାରେ । ଶନିଦେବଙ୍କ ଆରାଧନା କରନ୍ତୁ ।

ମିଥୁନ ରାଶି : କୈାଣସି ଜଟିଳ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ । ଶରୀର ଆଘାତପ୍ରାପ୍ତ ହୋଇପାରେ । କୈାଣସି ସମସ୍ୟାରେ ପଡ଼ିପାରନ୍ତି । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ପ୍ରେମ ଏବଂ ବ୍ୟବସାୟ ବ୍ୟାପାର ଭଲ ରହିବ । କୈାଣସି ନୀଳ ବସ୍ତୁ ପାଖରେ ରଖନ୍ତୁ ।

କର୍କଟ ରାଶି : ସ୍ୱାସ୍ଥ୍ୟ ବିଗିଡ଼ିପାରେ । କୈାଣସି ରୋଗ ପାଇଁ ଚିନ୍ତିତ ରହିପାରନ୍ତି । ବ୍ୟବସାୟ ଏବଂ ଚାକିରିରେ କ୍ଷେତ୍ରରେ ବିବାଦ ଦେଖାଦେବ । ପ୍ରେମ ସମ୍ପର୍କ ଭଲ ରହିବ । ହନୁମାନଙ୍କ ଆରାଧନା କରନ୍ତୁ ।

ସିଂହ ରାଶି : ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଶତ୍ରୁ ବିବାଦ ଦେଖାଦେଲେ ମଧ୍ୟ ଏହା ଅଧିକ ପ୍ରଭାବଶାଳୀ ନୁହେଁ । ପ୍ରେମ ଏବଂ ବ୍ୟବସାୟ ବ୍ୟାପାର ଭଲ ରହିବ । ନୀଳ ବସ୍ତୁ ନିଜ ପାଖରେ ରଖନ୍ତୁ ।

କନ୍ୟା ରାଶି : ମନ ଚିନ୍ତିତ ରହିପାରେ । ଅବସାଦଗ୍ରସ୍ତ ହୋଇପାରନ୍ତି । ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ସମ୍ପର୍କରେ ବିବାଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ଏବଂ ପ୍ରେମ ସମ୍ପର୍କ ମଧ୍ୟମ ଧରଣର ରହିବ । ବ୍ୟବସାୟ ଭଲ ରହିବ । ଶନିଦେବଙ୍କୁ ଆରାଧନା କରନ୍ତୁ ।

ତୁଳା ରାଶି : ଘରୋଇ ସୁଖରେ ବାଧା ଉପୁଜିପାରେ । ଭୈାତିକ ସୁଖରେ ସମସ୍ୟା ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ଯତ୍ନ ନିଅନ୍ତୁ । ପ୍ରେମ ଏବଂ ବ୍ୟବସାୟ ମଧ୍ୟମ ଧରଣର ରହିବ । ନୀଳ ବସ୍ତୁ ଧାରଣ କରନ୍ତୁ ।

ବିଛା ରାଶି : ପରାକ୍ରମୀ ହେବା ସହ ନିଜ ଲୋକଙ୍କ ସାହାଯ୍ୟରେ ଉନ୍ନତି କରିବେ । ନାକ, କାନ କିମ୍ବା ଗଳାରେ ବ୍ୟଥା ରହିପାରେ । ପରିବାର ଏବଂ ବନ୍ଧୁ ପରିଜନମାନଙ୍କ ଯତ୍ନ ନିଅନ୍ତୁ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବା ସହ ପ୍ରେମ ବ୍ୟାପାର ଭଲ ରହିବ । ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ ।

ଧନୁ ରାଶି : ଆର୍ଥିକ ହାନି ହେବାର ସଙ୍କେତ ରହିଛି । ପରିବାରକୁ ନେଇ ଚିନ୍ତିତ ରହିପାରନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ପୁଞ୍ଜି ନିବେଶ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବା ସହ ନେତ୍ର କିମ୍ବା ମୁଖ ରୋଗ ଦେଖାଦେଇପାରେ ।

ମକର ରାଶି : ସ୍ୱାସ୍ଥ୍ୟରେ ଅବହେଳା ଦେଖାଦେଇପାରେ । ପ୍ରେମ ଏବଂ ସନ୍ତାନଠୁ ଦୂରରେ ରହିପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଆସିପାରେ । ମା’ କାଳୀଙ୍କ ଆରାଧନା କରନ୍ତୁ ।

କୁମ୍ଭ ରାଶି : ମନ ଚିନ୍ତିତ ରହିବ । ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । ଆର୍ଥିକ ପରିସ୍ଥିତି ଦେଖାଦେଇପାରେ । ପ୍ରେମ ଏବଂ ବ୍ୟବସାୟିକ କ୍ଷେତ୍ର ଭଲ ରହିବ । ଗଣେଶଙ୍କ ଆରାଧନା କରନ୍ତୁ ।

ମୀନ ରାଶି : ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଅଟକିଥିବା ଧନ ପ୍ରାପ୍ତି ହେବ । ମନ ଅସ୍ଥିର ରହିବ । ସନ୍ତାନ ଏବଂ ପ୍ରେମ ସମ୍ପର୍କ ଭଲ ରହିବ । ଭଗବାନ ଶିବଙ୍କ ଆରାଧନା କରନ୍ତୁ ।

 

 

 

ଟଙ୍କା ନ ଦେବାରୁ ବାଉଁଶରେ ପିଟି ପିଟି ମାରିଦେଲା ପୁଅ

ଚଣ୍ଡିଖୋଲ: ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ବଡ଼ଚଣା ଗାଁରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ବଡ଼ଚଣା ଗାଁର ସ୍ୱର୍ଗତ ଅନନ୍ତ ସାମଲଙ୍କ ପତ୍ନୀ ସୁଷମା ସାମଲ ଘରେ ଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲ ମଦ୍ୟପାନ କରି ଘରକୁ ଫେରି ବିଧବା ମାଆକୁ ଟଙ୍କା ମାଗିଥିଲା । ମାଆ ଟଙ୍କା ନ ଦେବାରୁ ଏକ ବାଉଁଶରେ ମାଆ ମୁଣ୍ଡକୁ ବାଡ଼େଇ ଦେଇଥିଲା, ଘଟଣା ସ୍ଥଳରେ ଘରେ ଥିବା ଦୁଇ ସାନ ଭାଇ ବଡଭାଇକୁ କାବୁ କରିବା ସହ ଘରେ ବାନ୍ଧି ଦେଇଥିଲେ, ଗୁରୁତର ଅବସ୍ଥାରେ ମାଆକୁ ବଡ଼ଚଣା ମେଡିକାଲ ନେଇ ଯାଇଥିଲେ ।

ତେବେ ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏ ନେଇ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲକୁ ଗିରଫ କରିଛି । ଏ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୂର୍ବରୁ ମଧ୍ୟ ରଞ୍ଜନ ଘରକୁ ବାରମ୍ବାର ମଦ୍ୟପନ କରି ଆସି ପରିବାର ଲୋକଙ୍କୁ ମରମାରୀ କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଘଟଣା ର ଅଧିକ ତଦନ୍ତ ଚଳାଇଛି ବଡ଼ଚଣା ପୋଲିସ ।

ଏଥିସହିତ ପଢ଼ନ୍ତୁ: ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

0

ବଲାଙ୍ଗୀର: ଏସଟିଏଫ ପଞ୍ଝାରେ ହାତୀଦାନ୍ତ ଶିକାରୀ । ବଲାଙ୍ଗୀର ଜିଲ୍ଲା ଗୁଡଭେଲା ଠାରେ ଡିଲ୍‌ ବେଳେ ମାଡ଼ିବସିଲା ଏସଟିଏଫ ଓ ବନ ବିଭାଗ । ଜଣେ ଶିକାରୀ ଅଟକ, ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି । ବଲାଙ୍ଗୀର ଓ କଳାହାଣ୍ଡି ସୀମା ଦେଉଳଗୁଡି ଗାଁରୁ ଦାନ୍ତ ସହ ମାଫିଆକୁ ଏସଟିଏଫ୍ ଟିମ କାବୁ କରିଛି । ଅନ୍ୟ ତିନି ଜଣ ଶିକାରୀକୁ ଖୋଜୁଛି ଏସଟିଏଫ୍। ଏନେଇ ବଲାଙ୍ଗୀର ଡିଏଫ୍ଓ ନୀତିଶ କୁମାର ସୂଚନା ଦେଇଛନ୍ତି ।

କଟକ ଆସୁଥିବା ରାଜଧାନୀ ଏକ୍ସପ୍ରେସରୁ ଯବାନ ନିଖୋଜ

କଟକ: ରାଜଧାନୀ ଏକ୍ସପ୍ରେସରୁ ଯବାନ ନିଖୋଜ । ଦିଲ୍ଲୀରୁ କଟକ ଆସୁଥିବା ୧୫୦ ଜଣିଆ ଯବାନଙ୍କ ମଧ୍ୟରୁ ଜଣେ ଯବାନ ନିଖୋଜ ହେବା ନେଇ କଟକ ଜିଆରପି ଥାନାରେ ଏତଲା ହୋଇଛି । ଯବାନ ଜଣକ ହେଲେ କର୍ଣ୍ଣାଟକର ଟେନ୍ ଜିନ ଗାଓବାଙ୍କ । ସେ ଟିମ୍ ସହିତ ସୋମବାର ଦିଲ୍ଲୀ ଷ୍ଟେସନରୁ ଟ୍ରେନ ଧରିଥିଲେ ।

ମଙ୍ଗଳାବାଗ କଟକରେ ପୂରା ଟିମ୍ ଓହ୍ଲାଇଲା ପରେ ଯବାନ ଜଣକ ନଥିବା ଜଣାପଡିଥିଲା । ପରେ କ୍ୟାପଟେନ ଭୂପେଶ ଯୋଶୀ ଏ ନେଇ ଜିଆରପି ଥାନାକୁ ଜଣାଇଥିଲେ । ଜିଆରପି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବିଭିନ୍ନ ଷ୍ଟେସନକୁ ଖବର ଦେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିଖୋଜ ଯବାନଙ୍କ ପତ୍ତା ମିଳିପାରିନାହିଁ । ନିଖୋଜ ଯବାନଙ୍କ ମୋବାଇଲ ବନ୍ଦ ଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ଚାଲିପାରିଲାନି ଗୃହ । ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାର ୭ମ ଦିନରେ ବି ଚାଲିପାରିଲାନି ଗୃହ ।

ଅନ୍ୟପକ୍ଷରେ ବିଜେପିର ଦୋମୁହାଁ ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଜୁ ଜନତା ଦଳ । ବିଧାନସଭା ପରିସରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବର୍ତ୍ତମାନ ବିଜେପିର ସତ ଲୋକଙ୍କ ନଜରକୁ ଆସୁଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମମିତା ପ୍ରସଂଗରେ ରାଜନୀତି କରୁଛି । ଆଗାମୀ ନିର୍ବାଚନରେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ । ସେହିଭଳି ବିଧାୟକ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ଆମେ ଦୋଷୀକୁ ଦଣ୍ଡ ଦେବାକୁ ଚେଷ୍ଟା କରୁଛୁ କିନ୍ତୁ ବିଜେପି ମମିତାଙ୍କ ହତ୍ୟା ଅଭିଯୁକ୍ତକୁ କୋଳରେ ବସାଇଛି । ବିଜେପି ଦୋଷୀକୁ ବେଲ୍‌ରେ ଆଣିବାକୁ ବିଜେପି ନେତା କୋର୍ଟରେ ମାମଲା ଲଢ଼ୁଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଖେଳୁଛି ବିଜେପି । ବିଜେପି ପାଖରେ ପ୍ରସଂଗ ନାହିଁ, ତେଣୁ ଏପରି କରୁଛି । ଗୋବିନ୍ଦ ସାହୁକୁ ସୁରକ୍ଷା ଦେବାକୁ ବିଜେପି ଏଭଳି କରୁଥିବା ବିଜେଡି ଅଭିଯୋଗ କରିଛି ।

ସୂଚନା ଯୋଗ୍ୟ ଯେ, ଗତକାଲି ବିଜେଡି ସାମ୍ୱାଦିକ ସମ୍ମିଳନୀ କରି ମମିତା ମାମଲାରେ ବିଜେପି ଦୋମୁହାଁ ନୀତି ଆପଣାଇଥିବା ଅଭିଯୋଗ କରିଥିଲା । ମମିତା ମେହେର ହତ୍ୟା ମାମଲାକୁ ନେଇ ଦୀର୍ଘ ଦିନ ହେଲା ତୁମ୍ବିତୋଫାନ କରୁଛି ବିଜେପି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରିବାକୁ ପଛାଉ ନାହିଁ ବିଜେପି । ହେଲେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଂଘାତିକ ଷଡ଼ଯନ୍ତ୍ର କରିଥିବା କହିଛି ବିଜେଡି ।

ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‌ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ାଉଛନ୍ତି । ଏଥିରୁ ବିଜେପି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି । ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଛି ବୋଲି ବିଜେଡି କହିଛି ।

ଏଥିସହିତ ପଢ଼ନ୍ତୁ: ‘ମମିତାଙ୍କୁ ନ୍ୟାୟ ନୁହେଁ ଅଭିଯୁକ୍ତକୁ ଖସାଇବା ଲାଗି ଷଡ଼ଯନ୍ତ୍ର କରୁଛି ବିଜେପି’

୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ

ନୂଆଦିଲ୍ଲୀ: ଭାରତରେ ବ୍ୟାପକ ଅସମାନତା । ଫେଲ୍ ମାରିଛି ଆର୍ଥିକ ସଂସ୍କାର । ଦେଶର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇଛି ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶ । ପ୍ରକାଶ ପାଇଥିବା ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ରେ ଏହି ତଥ୍ୟ ଦର୍ଶାଯାଇଛି । ବିଶ୍ୱ ଅସମାନତା ଗବେଷଣାଗାରର ସହ-ନିର୍ଦ୍ଦେଶକ ଲୁକାସ ଚାନସେଲ ଓ ଅନେକ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଆକଳନରେ କୁହାଯାଇଛି, ବିଶ୍ୱର ସବୁଠାରୁ ଅଧିକ ଅସମାନତା ଭିତ୍ତିକ ରାଷ୍ଟ୍ର ତାଲିକା ଭିତରେ ଭାରତ ଅନ୍ୟତମ ।

ରିପୋର୍ଟରେ ଦର୍ଶାଯାଇଛି, ଭାରତର ହାରାହାରି ଜାତୀୟ ଆୟ ହେଉଛି ୨ ଲକ୍ଷ ୪ ହଜାର ୨୦୦ ଟଙ୍କା । ଶୀର୍ଷରେ ଥିବା ୧୦ ପ୍ରତିଶତ ଲୋକଙ୍କ ଆୟ ହେଉଛି ଜାତୀୟ ହାରର ୨୦ ଗୁଣ ଅର୍ଥାତ ୧୧ ଲକ୍ଷ ୬୬ ହଜାର ୫୨୦ ଟଙ୍କା । ନିମ୍ନରେ ଥିବା ୫୦ ପ୍ରତିଶତ ଲୋକଙ୍କ ଆୟ ହାରାହାରି ୫୩ ହଜାର ୬୧୦ ଟଙ୍କା । ସବୁଠୁ ଆଗରେ ଥିବା ୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ । ଭାରତ ଏକ ଗରିବ ଓ ଅତି ଅସାମନତାଭିତ୍ତିକ ରାଷ୍ଟ୍ରରେ ପରିଣତ ହୋଇଛି । ଦେଶରେ ହାରାହାରି ପରିବାର ପିଛା ସମ୍ପତ୍ତିର ପରିମାଣ ହୋଇଛି ୯ ଲକ୍ଷ ୮୩ ହଜାର ୧୦ ଟଙ୍କା । ୧୯୮୦ ଦଶକରୁ ଆରମ୍ଭ ହୋଇଥିବା ଉଦାରୀକରଣ ନୀତି ଯୋଗୁ ଏହି ଆୟ ଓ ସମ୍ପତ୍ତିଗତ ଅସମାନତା ସୃଷ୍ଟି ହୋଇଛି ବୋଲି ଦର୍ଶାଯାଇଛି ।

କେବଳ ଏତିକି ନୁହେଁ ଲିଙ୍ଗଗତ ଆୟ ଅସମାନତା ବି ବୃଦ୍ଧି ପାଇଛି । ଏସିଆ ମହାଦେଶରେ ମହିଳାଙ୍କ ହାରାହାରି ଆୟ ୨୧ ପ୍ରତିଶତ ହୋଇଥିବା ବେଳେ ଭାରତରେ ଏହି ହାର ହେଉଛି ୧୮ ପ୍ରତିଶତ । ଭାରତ ଓ ବ୍ରାଜିଲରେ ଏହି ଅସମାନତା ବ୍ୟାପକ ରହିଥିବା ବେଳେ ଚଳିତ ବର୍ଷ ଏହି ହାର ଅତି ତୀବ୍ର ହୋଇଛି । ଧନୀ ଓ ଅବଶିଷ୍ଟ ଲୋକଙ୍କ ମଧ୍ୟରେ କୋଭିଡ ଅଧିକ ପାର୍ଥକ୍ୟ ସୃଷ୍ଟି କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଦେଶରେ ମଧ୍ୟବିତ୍ତ ଶ୍ରେଣୀ ବି ଅପେକ୍ଷାକୃତ ଗରିବ । ସେମାନଙ୍କ ହାରାହାରି ଆୟ ୭ ଲକ୍ଷ ୨୩ ହଜାର ୯୩୦ ଟଙ୍କା, ଯାହାକି ଜାତୀୟ ଆୟର ୨୯ ଦଶମିକ ୫ ପ୍ରତିଶତ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ପ୍ରସଂଗରେ ରୁଷିଆକୁ ଆମେରିକାର ଧମକ

ରିମାଣ୍ଡରେ ଯିବ ରାଜଧାନୀରୁ ଗିରଫ ଅନ୍ତର୍ଜାତୀୟ ଠକ ପ୍ରଜ୍ଞା

0

ଭୁବନେଶ୍ୱର: ରାଜଧାନୀରୁ ଧୂର୍ତ୍ତ ଠକ ପ୍ରଜ୍ଞା ପ୍ରକାଶ ନାୟକ ଗିରଫ ମାମଲା । ଆଜିଠୁ ୬ଦିନିଆ ରିମାଣ୍ଡରେ ଯିବ ପ୍ରଜ୍ଞା ପ୍ରକାଶ ନାୟକ । ଅଭିଯୁକ୍ତକୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ । ଠକେଇର ଗୁମର ଖୋଲିବ ଲିଙ୍ଗରାଜ ଥାନା ପୋଲିସ । ମାରାଥାନ ଜେରା କରି ସତ ଉଗାରିବ ପୋଲିସ । ଅନ୍ତର୍ଜାତୀୟସ୍ତରରେ ଠକିଥିବା ନେଇ ପୋଲିସର ସନ୍ଦେହ ରହିଛି ।

୨ କୋଟି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ କରିଥିଲା ପୋଲିସ । କୋଲକାତାର ଜଣେ ଲୋକଙ୍କୁ ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଠକ ପ୍ରଜ୍ଞା ପ୍ରକାଶ ନିଜକୁ ଆରବିଆଇ, ଆଇଆରଏସଙ୍କ ସମ୍ପର୍କୀୟ ଓ ବଡ଼ ବଡ଼ିଆଙ୍କ ଚିହ୍ନା ପରିଚିତ ଥିବା କଥା କହଥିଲା । ସେ ଜଣେ ଆଇଆଇଟି ଓ ଆଇଆଇଏମର ପାସ ଆଉଟ ଛାତ୍ର ଥିଲେବୋଲି ଲୋକଙ୍କୁ କହିଥିଲା । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକ ଜଣଙ୍କ ବିଜନେସ ଡିଲ ବେଳେ ଷ୍ଟାର ହୋଟେଲକୁ ଡାକି କଥା ହେଉଥିଲା । ଏପରିକି ଦାମୀ ଗାଡ଼ି ଓ ମୋବାଇଲ ଧରୁଥିଲା । ପୂର୍ବରୁ ସମାନ ଧରଣର ଠକେଇ କରି ହ୍ରାଇଦ୍ରାବାଦରୁ ଗିରଫ ହୋଇଥିଲେ ଠକ ପ୍ରଜ୍ଞା । ଅଭିଯୁକ୍ତ ଜଣଙ୍କ ଏକାଧିକ ଲୋକଙ୍କୁ ଠକେଇ କରିଥିବା ପୋଲିସ ସନ୍ଦେହ କରିଛି । ଠକର କମ୍ପାନୀ ଓ କ୍ରାଇମ ନେଟୱାର୍କ ବାବଦରେ ଜାଣିବା ପାଇଁ ଚାଟାର୍ଡ ଆକାଉଣ୍ଟ ଓ ଫାଇନସିଆଲ ଏକ୍ସପର୍ଟ ସହାୟତା ନେବ ପୋଲିସ ।

ୟୁକ୍ରେନ ପ୍ରସଂଗରେ ରୁଷିଆକୁ ଆମେରିକାର ଧମକ

ନୂଆଦିଲ୍ଲୀ: ଦୁଇ ସୁପରପାଓ୍ୱାର ମୁହାଁମୁହିଁ । ସୃଷ୍ଟି ହେବାକୁ ଯାଉଛି ଅତୀତର ଶୀତଳ ଯୁଦ୍ଧ ପରିସ୍ଥିତି । ୟୁକ୍ରେନ ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ । ଯଦି ୟୁକ୍ରେନ ଉପରେ ଆକ୍ରମଣ ହୁଏ, ତେବେ ଋଷ ବିରୋଧରେ ଅର୍ଥନୈତିକ କଟକଣା ସମେତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ ବୋଲି ଧମକ ଦେଇଛନ୍ତି ବିଡେନ । ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକାରାତ୍ମକ ହେବା ବଦଳରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

ୟୁକ୍ରେନକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ, ଏହି ଦେଶ ଉପରେ ଆକ୍ରମଣ କରାଯିବା ନେଇ କୌଣସି ଯୋଜନା ନାହିଁ ବୋଲି ପୂର୍ବରୁ ଋଷ ଦର୍ଶାଇଥିଲା । ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ, ତେବେ ଋଷର ସମସ୍ତ ବ୍ୟାଙ୍କ କଠୋର କଟକଣାର ସମ୍ମୁଖୀନ ହେବେ ବୋଲି ପୂର୍ବରୁ ଆମେରିକା ଧମକ ଦେଇଥିଲା । ୟୁକ୍ରେନ ସୀମାରେ ଋଷ ହଜାର ହଜାର ସୈନ୍ୟ ଠୁଳ କରିବା ପରିପ୍ରେକ୍ଷୀରେ ଏହି ସ୍ଥିତି ସୃଷ୍ଟି ହୋଇଛି ।

ୟୁକ୍ରେନର କ୍ରିମିଆକୁ ନିଜ ଦେଶ ସହ ମିଶାଇବା ଲାଗି ଋଷ ଉଦ୍ୟମ କରୁଥିବା ବେଳେ ଆମେରିକା ଏହାକୁ ବିରୋଧ କରୁଛି । ଏପରିକି ଆମେରିକା ନିଜର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଓ ନାଟୋ ମେଣ୍ଟକୁ ବି ୟୁକ୍ରେନ ସପକ୍ଷରେ ଠିଆ ହେବା ଲାଗି ପଦକ୍ଷେପ ନେଇଛନ୍ତି । ଆଶ୍ଚର୍ଯ୍ୟର କଥା ଦୁଇ ସୁପରଲିଡରଙ୍କ ମୁହାଁମୁହିଁ ସ୍ଥିତି ପରେ ରୁବଲର ମୂଲ୍ୟ ହ୍ରାସ ପାଇଛି । ୨୦୧୪ରେ ଏକ ବିଦ୍ରୋହ ଜରିଆରେ ଋଷ ସପକ୍ଷବାଦୀ ଶାସକଙ୍କୁ ହଟାଯିବା ପରଠାରୁ ୟୁକ୍ରେନ ଆମେରିକାର ବନ୍ଧୁ ରାଷ୍ଟ୍ର ଭାବେ ଉଭା ହୋଇଛି ।

ଏଥିସହିତ ପଢ଼ନ୍ତୁ: ଘନ କୁହୁଡ଼ିର ଆସ୍ତରଣରେ ସାରା ସହର