ଟସ୍ ଜିତି ବୋଲିଂ କରିବ ଭାରତ

1 min read

କେପଟାଉନ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ତୃତୀୟ ତଥା ଶେଷ ଦିନିକିଆ । ଶେଷ ଦିନିକିଆରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ସିରିଜକୁ ହାତଛଡା କରି ସାରିଛି ଟିମ୍ ଇଣ୍ଡିଆ । ତେବେ ତୃତୀୟ ଦିନିକିଆରେ ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଉଛି ଟିମ୍ ଇଣ୍ଡିଆ ।  ଆଜି ଭାରତ ପକ୍ଷରୁ ଦଳରେ ଚାରୋଟି ପରିବର୍ତ୍ତନ ହୋଇଛି । ତୃତୀୟ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ, ଜୟନ୍ତ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ଦିପକ ଚହରଙ୍କୁ ସୁଯୋଗ ମିଳିଥିବାବେଳେ ରବି ଚନ୍ଦ୍ରନ ଅଶ୍ୱିନୀ, ଶାର୍ଦ୍ଦୁଳ ଠାକୁର, ଭେଙ୍କଟେଶ ଆୟର ଓ ଭୁବନେଶ୍ୱର କୁମାର ଚୁଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ।

ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି ସିରିଜ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ଖାସ କରି ଭାରତ ଲଗାତର ଦୁଇଟି ମ୍ୟାଚରେ ଭାରତ ପକ୍ଷରୁ ନୈରାଶଜନକ ପ୍ରର୍ଦଶନ କରିଥିଲା । ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ବୋଲର ମାତ୍ର ୭ଟି ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ତେଣୁ ଶେଷ ମ୍ୟାଚରେ ଭାରତୀୟ ଦଳରେ ଚାରୋଟି ପରିବର୍ତ୍ତନ କରିଛି । ଅନ୍ୟପଟେ ଟେଷ୍ଟ ସିରିଜକୁ ହାତେଇବା ପରେ ଦିନିକିଆ ସିରିଜ୍ ଜିତି ଦୃଢ ସ୍ଥିତିରେ ଅଛି ଦକ୍ଷିଣ ଆଫ୍ରିକା । ଲଗାତାର ଦୁଇଟି ମ୍ୟାଚ୍ ଜିତି ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ ଅଛି । ତେଣୁ ଶେଷ ମ୍ୟାଚରେ ବିଜୟ ଲାଭ କରି ଦିନିକିଆ ସିରିଜକୁ କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।

 

Leave a Reply