ୱାର୍ଡ ମେମ୍ବରରୁ ରାଷ୍ଟ୍ରପତି ନିର୍ବାଚନ, ୯୪ ଥର ହାରିଲେଣି

Agra's Hasnuram Ambedkari Contested 94 Times In Elections Want To Make A Record

ଆଗ୍ରା: କିଏ ଜିତିବା ପାଇଁ ନିର୍ବାଚନ ଲଢ଼େ । ହେଲେ ଆଗ୍ରାର ଖେରାଗଡ଼ ତହସିଲ୍ ନଗଲା ରାମନଗରର ହସନୁରାମ ଅମ୍ବେଡକରୀ ନିର୍ବାଚନ ଲଢ଼ି ଲଢ଼ି ରେକର୍ଡ କରିଛନ୍ତି । ୧୯୮୫ରୁ ୨୦୨୨ ମସିହା ୩୬ ବର୍ଷ ମଧ୍ୟରେ ଛୋଟବଡ଼ ନିର୍ବାଚନକୁ ମିଶାଇ ପ୍ରାୟ ୯୪ ଥର ଲଢ଼ିଛନ୍ତି । ଆଉ ନିର୍ବାଚନ ଲଢ଼ିବାରେ ଶତକର ସ୍ୱପ୍ନ ଦେଖୁଛନ୍ତି । ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୨ଟି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର ।

Agra's Hasnuram Ambedkari Contested 94 Times In Elections Want To Make A Record

ଏହାକୁ ନେଇ ହସନୁରାମ କୁହନ୍ତି, ଶହେ ତମ ନିର୍ବାଚନ ଲଢ଼ିବାକୁ ମୁଁ ବଞ୍ଚିଛି । ମୋ ନଜର ସବୁବେଳେ ଆଗାମୀ ନିର୍ବାଚନ ଉପରେ ରହିଥାଏ । କିଛିବର୍ଷ ତଳେ ନିର୍ବାଚନ ଲଢ଼ିବାକୁ ନେଇ କୌଣସି ବିଧାୟକ ହସନୁରାମଙ୍କୁ କଟାକ୍ଷ କରିଥିଲେ । ଯାହାପରେ ନିର୍ବାଚନ ଲଢ଼ିବାକୁ ସଂକଳ୍ପ କରିଥିଲେ ସେ । ଆଉ ଏଥର ୨ଟି ସ୍ଥାନରୁ ନାମାଙ୍କନ କରିଛନ୍ତି ।

Agra's Hasnuram Ambedkari Contested 94 Times In Elections Want To Make A Record

ରାଷ୍ଟ୍ରପତି ନିର୍ବାଚନରୁ ନେଇ ପଞ୍ଚାୟତ ନିର୍ବାଚନ ଲଢ଼ିଛନ୍ତି ଏହି ବ୍ୟକ୍ତି ଜଣଙ୍କ । ରାଜସ୍ୱ ବିଭାଗର ଅମୀନ ଭାବେ ହସନୁରାମ କାର୍ଯ୍ୟ କରୁଥିଲେ । ପରେ ଚାକିରିରୁ ଇସ୍ତଫା ଦେଇ ହସନୁରାମ ନିର୍ବାଚନ ଲଢ଼ୁଛନ୍ତି । ୭୬ ବର୍ଷୀୟ ହସନୁରାମ ପଣ କରିଥିଲେ ଜୀବିତ ଥିବା ଯାଏ ନିର୍ବାଚନ ଲଢ଼ିବେ । ତାଙ୍କ ପକେଟରେ ୫୦୦ ଟଙ୍କା ଓ କିଛି ଜମି ରହିଛି । ଆଉ ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ କୃଷକ ଯୋଜନାରେ ମିଳୁଥିବା ଟଙ୍କାରେ ହସନୁରାମ ନିର୍ବାଚନ ଲଢ଼ୁଛନ୍ତି ।

Leave a Reply