ପୁଟିନଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା, ଇସ୍ତଫା ଦେଲେ ଜର୍ମାନ ନୌସେନା ଅଧ୍ୟକ୍ଷ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବା ଜର୍ମାନ ନୌସେନା ଅଧ୍ୟକ୍ଷକଙ୍କୁ ପଡିଲା ମହଙ୍ଗା  । ନିଜ ପଦରୁ ଇସ୍ତଫା ଦେଲେ ନୌସେନା ଅଧ୍ୟକ୍ଷ କୋ ଅଚିମ୍ ସ୍କୋନଓ୍ୱାଚ  । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ପ୍ରଶଂସା କରିଥିଲେ ଅଚିମ୍ । ପୁଟିନ୍ ଉଚ୍ଚସମ୍ମାନର ହକଦାର ବୋଲି କହିଥିଲେ ଅଚିମ୍ । ୟୁକ୍ରେନ୍ ମାମଲାରେ ସମ୍ମାନୀତ ହେବା ଆବଶ୍ୟକ ବୋଲି ସେ କହିଥିଲେ । ସେ ଋଷ ସହ ଜର୍ମାନର ସମ୍ପର୍କ ସୁଦୃଢ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ୟୁକ୍ରେନ୍ ନାଟୋର ସଦସ୍ୟ ନହେବା ଉଚିତ୍ ବୋଲି ମଧ୍ୟ କହିଥିଲେ ଅଚିମ୍ । ଏହି ମନ୍ତବ୍ୟ ପାଇଁ ଦେଶକୁ ଫେରିବା କ୍ଷଣି ତାଙ୍କୁ ନିଜ ପଦ ଛାଡିବାକୁ ପଡିଛି । କାରଣ ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଏବେ ଯୁଦ୍ଧର ସମ୍ଭାବନା ରହିଛି । ଋଷ ନିଜର ଏକ ଲକ୍ଷ ସୈନ୍ୟ ୟୁକ୍ରେନ୍ ସୀମାରେ ମୁତୟନ କରିଛି । ଏହାକୁ ବିରୋଧ କରିଛି ପଶ୍ଚିମ ୟୁରୋପ ଏବଂ ଆମେରିକା । ଏହି ସମୟରେ ଜର୍ମାନ ନୌସେନା ଅଧ୍ୟକ୍ଷଙ୍କ ଏଭଳି ବିବାଦୀୟ ବୟାନ ତାଙ୍କୁ ମହଙ୍ଗା ପଡିଛି ।

Leave a Reply