spot_img
Home Blog Page 4815

କେନାଲ କାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୫ ଗାଡ଼ି

ଗରିଆବନ୍ଧ: ପୁଣି ମାତିଲେ ମାଓବାଦୀ। ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ପରେ ଜଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ପିପଲଖୁଟା ଗାଁ ନିକଟରେ ଲାଲବାହିନୀ ୫ରୁ ଅଧିକ ଗାଡି ଜାଳି ଦେଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଜଳସେଚନ ବିଭାଗର କେନାଲ କାମକୁ ବିରୋଧ କରି ମାଓବାଦୀ ମାନେ ଏହି ଲଙ୍କାକାଣ୍ଡ ଭିଆଇଛନ୍ତି। କେନାଲ କାମରେ ନିୟୋଜିତ ୫ଟି ଗାଡି ଜାଳି ଦେଇଛନ୍ତି ମାଓବାଦୀ। ତେବେ ଘଟଣାସ୍ଥଳରେ ଥିବା ସୁପରଭାଇଜରଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।

ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା ଓ ଭିକି; ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କ୍ୟଟ୍ରିନା କୈଫ ଓ ଭିକି କୌଶଲ । ସୁପରହିଟ୍ ଯୋଡି ଭିକି କୌଶଲ ଓ କ୍ୟଟ୍ରିନା କୈଫଙ୍କର ଆଜି ପଡ଼ିବ ହାତ ଗଣ୍ଠି । ରଙ୍ଗୀନ ଲାଇଟରରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ରାଜସ୍ଥାନର ମାଧୋପୁରସ୍ଥିତ ବରଓ୍ବାରା ଦୁର୍ଗରେ ଭିକି ଓ କ୍ୟଟ୍ରିନାଙ୍କ ଡେଷ୍ଟିନେସନ ଓ୍ବେଡିଂ ହେଉଛି । ପ୍ୟାଲେସକୁ ସ୍ବତନ୍ତ୍ର ଭାବେ ସଜ୍ଜା ଯିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଓ୍ବେଡିଂ ପାଇଁ ଦୁଇ ପରିବାର ଓ ଗେଷ୍ଟ ରାଜସ୍ଥାନରେ ପହଞ୍ଚିଛନ୍ତି । ବିବାହରେ ୧୨୦ ଜଣ ଅତିଥୀ ସାମିଲ ହେଉଛନ୍ତି । ଯେଉଁଥିରେ ଉଭୟ ପକ୍ଷଙ୍କ ପରିବାର, କିଛି ବନ୍ଧୁ ଓ ବଲିଉଡର ନାମୀଦାମୀ ଚେହେରା ସ୍ଥାନ ପାଇଛନ୍ତି। ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ ହୋଇଛି। ତେବେ ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥୀ ମାନଙ୍କ ପାଇଁ ଅନେକ କଟକଣା ଲଗାଯାଇଛି।

ଅତିଥିମାନେ କରୋନା ଟିକାର ଡବଲ ଡୋଜ ନେଇନଥିଲେ ମଧ୍ୟ ସେମାନଙ୍କ ପାଇଁ ବାହାଘର କାର୍ଯ୍ୟକ୍ରମ ସ୍ଥଳରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯାଇଛି। ତେବେ ଅତିଥି ମାନଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଅତିଥିଙ୍କ କାରରେ ସ୍ବତନ୍ତ୍ର ଷ୍ଟିକର ଲଗାଯାଇଛି, ଯାହା କେବଳ ପ୍ରବେଶ ପାଇଁ ଉଦ୍ଧିଷ୍ଟ।

 

ଟିକାକରଣରେ ମାଇଲଖୁଣ୍ଟ, ଭୁବନେଶ୍ୱରରେ ଦିଆଗଲାଣି ୨୭ ଲକ୍ଷ ଭ୍ୟାକସିନ୍

ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ବିଏମସି। ୨୭ ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ କଲା ବିଏମସି। ଏଯାବତ୍ ମୋଟ ୨୭ ଲକ୍ଷ ୩ ହଜାର ୩୩୩ ଜଣଙ୍କୁ ଦିଆଯାଇଛି ଟିକା। ୧୪ ଲକ୍ଷ ୧୫ ହଜାର ୫୦୬ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୨ ଲକ୍ଷ ୮୭ ହଜାର ୮୨୭ ଜଣ ଦୁଇ ଡୋଜ ଟିକା ଗ୍ରହଣ କରିଛନ୍ତି।

ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଏବେବି ଜାରି ରହିଛି ଟିକାକରଣ।

ସେନା ହେଲିକପ୍ଟର କ୍ରାସ୍ ଘଟଣା; ସହିଦ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ

କନ୍ନୁର: ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ସହ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ହେଉଛନ୍ତି ଅନୁଗୁଳ ତାଳଚେରର ରାଣା ପ୍ରତାପ ଦାସ।

ସୂଚନା ଅନୁସାରେ ସେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଗତକାଲି କନ୍ନୁରରେ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ପରଲୋକ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଥିଲା।

CDS General Bipin Rawat Chopper Crash, 3 Jumped After Fire In Helicopter

ତେବେ ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍‌ସ ନାୟକ ବିବେକ କୁମାର, ଲାନ୍‌ସ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତି ଥିଲେ।

 

ଲଜିଷ୍ଟିକ୍ସ ଭିତ୍ତିଭୂମି ସର୍ବେକ୍ଷଣ ପାଇଁ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଲଜିଷ୍ଟିକ୍ସ ଭିତ୍ତିଭୂମି ସର୍ବେକ୍ଷଣ ପାଇଁ ଓଡ଼ିଶା ସରକାର ଓ ରାଇଟ୍ସ ଲିମିଟେଡ୍ ସହ ଆଇସିସିର ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ପରିବହନ ଭିତ୍ତିଭୂମିର ସର୍ବେକ୍ଷଣ କରିବା ସହ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରାଯିବ । ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସାଧାରଣ ପରିବହନ , ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସବୁ ପ୍ରକାର ଲଜିଷ୍ଟିକୁ ଭିତ୍ତଭୂମିକୁ ନେଇ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ ପକ୍ଷରୁ ଏକ ସର୍ବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସର୍ବେକ୍ଷଣ କରିବା ଓ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ରାଇଟ୍ସ ଲିମିଟେଡ୍ ସହ ଆଇସିସି ହାତ ମିଳାଇଛି ।

ICC MoU signed with Odisha Govt & Rights Ltd For Logistics Infrastructure Survey

ସର୍ବେକ୍ଷଣରେ ରାଜ୍ୟରେ ଥିବା ପରିବହନ ଭିତ୍ତିଭୂମି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ଯୋଜନା, ରେଳ ଓ ସଡ଼କ ଭିତ୍ତିଭୂମିର ଆକଳନ କରାଯିବ । ବନ୍ଦର ଭିତ୍ତିଭୂମି, ଜଳପଥର ପରିବହନ କ୍ଷମତା, ଲୁହାପଥର ଓ ତୈଳ ଏବଂ ଗ୍ୟାସ ପରିବହନ ଲାଗି ପାଇପଲାଇନ୍ ଆଦି ଭିତ୍ତିଭୂମିର ମଧ୍ୟ ଅନୁଶୀଳନ କରାଯିବ । ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଏମଓୟୁ ସ୍ୱାକ୍ଷର ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆଇସିସି ପକ୍ଷରୁ ଦୁଇଟି ଏମ୍ଓୟୁ ସ୍ଵାକ୍ଷର କରାଯାଇଛି । ଗୋଟିଏ ଏମଓୟୁ ଓଡ଼ିଶା ସରକାରଙ୍କ ସହ ଓ ଅନ୍ୟଟି ରାଇଟ୍ସ ସହିତ ସ୍ୱାକ୍ଷର କରାଯାଇଛି ।

ଦିଲ୍ଲୀ ଅଣାଯିବ ବିପିନ୍ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ

ନୂଆଦିଲ୍ଲୀ: ବିପିନଙ୍କ ପରଲୋକ ଭାରତରେ ବୀରତ୍ୱର ଏକ ଯୁଗ ଅବସାନ ଘଟିଛି । ଆଜି ତାମିଲନାଡ଼ୁର କନ୍ନୁର ନିକଟରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ସ୍ତବ୍ଦ ହୋଇଯାଇଛି ପୂରା ଦେଶ । ଗୁରୁବାର ସନ୍ଧ୍ୟା ସୁଦ୍ଧା ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧ ପରେ ସୁପାରିସ୍, ୨୦୧୯ରେ ପ୍ରଥମ ନିଯୁକ୍ତି

ଶୁକ୍ରବାର ପତି-ପତ୍ନୀଙ୍କ ମୃତଦେହ ତାଙ୍କ ଘରକୁ ନିଆଯିବ । ଦିନ ୧୧ଟାରୁ ୨ଟା ଯାଏଁ ଅନ୍ତିମ ଦର୍ଶନ ପାଇଁ ଅନୁମତି ଦିଆଯିବ । ଏହାପରେ କାମରାଜ ମାର୍ଗରୁ କ୍ୟାଣ୍ଟେନମେଣ୍ଟର ବରାଡ଼ ଚୌରହା ଯାଏଁ ଅନ୍ତିମ ଶୋଭାଯାତ୍ରା ଯିବ । ଅନ୍ତିମ ସଂସ୍କାରରେ ବିପିନଙ୍କ ସାନ ଭାଓ ଭଉଣୀ ଉପସ୍ଥିତ ରହିବେ । ବିପିନ୍ ରାୱତଙ୍କ ୨ ଝିଅ ଅଛନ୍ତି ।

ଅନ୍ୟପଟେ ବିପିନ୍ ରାୱତଙ୍କ ଦେହାନ୍ତ ପରେ ଉତ୍ତରାଖଣ୍ଡରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ୍ ରାୱଙ୍କ ଘରକୁ ଯାଇ ସମ୍ପର୍କୀୟଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି ।

କାର୍ଗିଲ ଯୁଦ୍ଧ ପରେ ସୁପାରିସ୍, ୨୦୧୯ରେ ପ୍ରଥମ ନିଯୁକ୍ତି

ନୂଆଦିଲ୍ଲୀ: ସିଡିଏସ୍- ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ୍ ବିପିନ୍ ରାୱତଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ସାରା ଦେଶ । ସୈନ୍ୟ ବାହିନୀ ସହ ଦେଶରେ ଶୋକର ଛାୟା ଖେଳି ଯାଇଛି । ଭାରତ ଜଣେ ବୀର ଯୋଦ୍ଧାଙ୍କୁ ହରାଇଛି । ତେବେ ଏହି ସିଡିଏସ୍ ପଦବୀ କଣ, କଣ ପାଇଁ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫର ଆବଶ୍ୟକତା ପଡ଼ିଲା । ଆଉ ସୁପାରିସକୁ ବାସ୍ତବ ରୂପ ଦେବା ପାଇଁ କେତେବର୍ଷ ଲାଗିଲା । ଆସନ୍ତୁ ଜାଣିବା…

ଭାରତ ସରକାରଙ୍କୁ ପ୍ରତିରକ୍ଷା ମାମଲାରେ ପରାମର୍ଶ ଦେବା ପାଇଁ ସ୍ୱତନ୍ତ୍ର ପଦବୀ ହେଉଛି ସିଡିଏସ୍ । ସିଡିଏସ୍ ହେଉଛନ୍ତି ସ୍ଥଳସେନା, ନୌସେନା ଓ ବାୟୁ ସେନାର ମୁଖ୍ୟ । ସେ ତିନି ସେନାକୁ ପରାମର୍ଶ ଦେଇଥାନ୍ତି । ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ସିଡିଏସଙ୍କୁ ନିଯୁକ୍ତ କରାଯାଇଥିଲା । ୨୦୧୯ ଡିସେମ୍ବର ୨୦ ତାରିଖରେ ଦେଶର ପ୍ରଥମ ସିଡିଏସ୍ ଭାବେ ନିଯୁକ୍ତି ପାଇଥିଲେ ଜେନେରାଲ ବିପିନ୍ ରାୱତ ।

ସୁପାରିସ୍ କାର୍ଯ୍ୟକାରୀତା ପାଇଁ ୨୦ ବର୍ଷ

୧୯୯୯ କାର୍ଗିଲ୍ ଯୁଦ୍ଧ ପରେ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ପଦର ସୃଷ୍ଟି ନେଇ ସୁପାରିସ୍ କରାଯାଇଥିଲା । କାର୍ଗିଲ୍ ଯୁଦ୍ଧ ପରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ଥିବା ବ୍ୟବଧାନର ତର୍ଜମା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । ଯେଉଁ କମିଟି ତିନି ସେନା ପାଇଁ ଜଣେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପାଇଁ ସୁପାରିସ୍ କରିଥିଲା ।

ଉଚ୍ଚସ୍ତରୀୟ କମିଟିର ସୁପାରିସ୍ ଅନୁସାରେ, ସିଡିଏସ୍ ପଦବୀରେ ସେନାର ପଞ୍ଚ ତାରକା ସେନା ଅଧିକାରୀ ନିଯୁକ୍ତ ହେବେ । ଯିଏ କି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନା ବାବଦରେ ପରାମର୍ଶ ଦେବେ । ଏହାପରେ ୨୦୦୧ ମସିହାରେ ଏକ ମନ୍ତ୍ରୀସ୍ତରୀୟ କମିଟି ସିଡିଏସ୍ ନିଯୁକ୍ତି ନେଇ ସୁପାରିସ୍ କରିଥିଲା । କିନ୍ତୁ ଏହା କାର୍ଯ୍ୟକାରୀ ହେବାକୁ ପ୍ରାୟ ୧୮ ବର୍ଷରୁ ଅଧିକ ସମୟ ଲାଗିଥିଲା । ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ନିଯୁକ୍ତ କରିବା ନେଇ ଘୋଷଣା କରିଥିଲେ ।

ସିଡିଏସ୍ ଆବଶ୍ୟକତା କାହିଁକି ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଖାଲି ଭାରତ କାହିଁକି ଦୁନିଆର ବିଭିନ୍ନ ଦେଶ ସିଡଏସ୍ ନିଯୁକ୍ତ କରିଛନ୍ତି । ଅନେକ ଦେଶ ଭିନ୍ନ ନାଁରେ ଭିନ୍ନ ବ୍ୟବସ୍ଥାରେ ସିଡିଏସ୍ ନିଯୁକ୍ତି ଦେଇଛନ୍ତି । ୟୁକେ ୧୯୫୯ରେ ଯୁଗ୍ମ ଅପରେସନ୍ ପାଇଁ ପଦବୀ ସୃଷ୍ଟି କରିଥିବା ବେଳେ ଏହା ଯୁଦ୍ଧ ପରେ କାର୍ଯ୍ୟକାରୀ ହୋଇଥିଲା ।

ଦେଶ ପାଇଁ ସମର୍ପିତ ପରିବାର; CDS ବିପିନ୍ ରାଓ୍ୱତଙ୍କ ବାପା ବି ଥିଲେ ଆର୍ମି ଅଫିସର

ନୂଆଦିଲ୍ଲୀ: ଆର ପାରିରେ ଭାରତର ପ୍ରଥମ ଚିଫ୍ ଡିପେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏହି ହେଲିକପ୍ଟର ଦୁର୍ଘଟଣାରେ ବିପିନ୍ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ଆଉ ୧୧ ଜଣ ସେନା ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି । ଏନେଇ ଭାରତୀୟ ବାୟୁ ସେନା ଆନୁଷ୍ଠାନିକ ଭାବରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ପାଗ ଖରାପ ହେତୁ ଏହି ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳୁଛି ।

୧୯୫୮ ମସିହା ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ବିପିନ୍ ରାଓ୍ୱତ । ସେ ଏନଡିଏ ଶିକ୍ଷା ହାସଲ କରିବା ପରେ ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଶିକ୍ଷାଲାଭ କରିଥିଲେ । ସେ ୧୬ ଡିସେମ୍ବର ୧୯୭୮ରେ ୧୧-ଗୋର୍ଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ ଯୋଗ ଦେଇ ବିଦ୍ରୋହୀ ସଂଗଠନ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ବିପିନ୍ ରାଓ୍ୱତଙ୍କ ଅନେକ ପିଢ଼ି ଭାରତୀୟ ସେନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିପିନ୍ ରାଓ୍ୱତଙ୍କ ପିତା ଲକ୍ଷ୍ମଣ ସିଂ ରାଓ୍ୱତ ମଧ୍ୟ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିପିନ୍ ରାଓ୍ୱତଙ୍କ ପିତା ଲକ୍ଷ୍ମଣ ସିଂହ ରାଓ୍ୱତ ମଧ୍ୟ ଭାରତୀୟ ସେନାରେ ଲେପ୍ଟନାଣ୍ଟ ଜେନେରାଲ ଭାବରେ ଦେଶର ସେବା କରିଥିଲେ ।

ବାପାଙ୍କୁ ଦେଖି ସେନାରେ ଭର୍ତ୍ତି ହେବା ପାଇଁ ମନବଢ଼ାଇଥିବା ବିପିନ୍ ୧୯୭୮ ମସିହାରେ ସେନାରେ ଯୋଗ ଦେଇଥିଲେ । ଦୀର୍ଘ ୪୨ ବର୍ଷ ଧରି ଭାରତୀୟ ସେନା ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରୁଥିଲେ ବିପିନ୍ । ସେକେଣ୍ଡ ଲେପ୍ଟେନାଣ୍ଟ ଭାବରେ ଯୋଗ ଦେଇ ଭାରତର ପ୍ରଥମ CDS ହୋଇଥିଲେ ବିପିନ୍ । ବିପିନ୍ ରାଓ୍ୱତ ଭାରତୀୟ ସେନାରେ ୩୭ ତମ ଉପ ସେନା ମୁଖ୍ୟ ଭାବରେ ୨୦୧୬ ମସିହା ସେପ୍ଟେମ୍ବର ୧ରେ ନିଯୁକ୍ତି ହୋଇଥିଲେ । ମାତ୍ର ତିନି ମାସ ସେନା ଉପ ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ୩୧ ଡିସେମ୍ବର ୨୦୧୬ରେ ଭାରତୀୟ ସେନାର ସେନା ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ ବିପିନ୍ । ସେ ୨୬ତମ ସେନା ମୁଖ୍ୟ ଭାବରେ ୨୦୧୬ ଡିସେମ୍ବର ୩୧ରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ସେନା ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ କରିବା ପରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ଦାୟିତ୍ୱ ନେଇଥିଲେ ବିପିନ ରାଓ୍ୱତ । ୨୦୨୦ ଜାନୁଆରୀ ୧ରୁ ଭାରତର ପ୍ରଥମ ସିଡିଏସ ଭାବରେ ଦାୟିତ୍ୱ ତୁଲାଉଥିଲେ ବିପିନ୍ । ସିଡିଏସ ଭାବରେ ଦାୟିତ୍ୱ ନେବା ପରେ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ ।

 

 

ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ?

ନୂଆଦିଲ୍ଲୀ: ହଟିବ କି ଗତିରୋଧ । ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ? ଶେଷ ହୋଇପାରେ ଚାଷୀଙ୍କର ବର୍ଷକର ସଂଗ୍ରାମ । କୃଷି ଆନ୍ଦୋଳନର ଭବିଷ୍ୟତକୁ ନେଇ କାଲି ହେବ ଫଇସଲା । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଚାହିଁଛନ୍ତି ଚାଷୀ । ଚାଷୀ ଆନ୍ଦୋଳନ ବନ୍ଦ ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ଗ୍ରହଣ କରିଛନ୍ତି । ଆନ୍ଦୋଳନ ବନ୍ଦ କରିବାକୁ ନେଇ ଆଜି ସରକାର ଚାଷୀଙ୍କୁ ଆଉ ଏକ ସଂଶୋଧନ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ଆସନ୍ତାକାଲି ବୈଠକରେ ଆଲୋଚନା କରାଯିବ ।

ଏହାପରେ ଆନ୍ଦୋଳନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ବିବାଦୀୟ କୃଷି ଆଇନ ରଦ୍ଦ ହେବା ପରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ । ଚାଷୀ ସଂଗଠନର କେତେକ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ମିଳିତ କିଷାନ ମୋର୍ଚ୍ଚାର ୫ ଜଣିଆ କମିଟିର ବୈଠକ ହୋଇଥିଲା । କାଲି ଦିନ ୧୨ରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ଭବିଷ୍ୟତ ନିର୍ଦ୍ଧାରଣ ହେବ ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ଭାରତର ଦଳ ଘୋଷଣା; ଦିନିକିଆରେ କ୍ୟାପଟେନ ହେଲେ ରୋହିତ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ୍ ପାଇଁ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଥିବାବେଳେ ଆଜି ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଦିନିକିଆରେ ବିରାଟ କୋହଲିଙ୍କ ପରିବର୍ତ୍ତେ ଦଳର କମାଣ୍ଡ ସମ୍ଭାଳିବେ ରୋହିତ ଶର୍ମା । ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଟି-୨୦ ଅଧିନାୟକ ପଦ ମିଳିଥିଲା । ଆଉ ଏବେ ଟି-୨୦ ସହ ଦିନିକିଆ ଦଳର ନେତୃତ୍ୱ ସମ୍ଭାଳିବେ ରୋହିତ ଶର୍ମା। ଦିନିକିଆରେ ଅଧିନାୟକ ପଦ ସହ ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମରେ ମଧ୍ୟ ଉପ-ଅଧିନାୟକ ପଦ ମିଳିଛି ।

ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ପାଇଁ ଭାରତର ଦଳ ଘୋଷଣା ହୋଇଛି । ବିରାଟଙ୍କ ଅଧିନାୟକତ୍ୱରେ ୧୮ ଜଣିଆ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଘାତ କାରଣରୁ ରାହୁଲ ଚହର, ଶୁଭମନ ଗିଲ୍, ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ଚୟନ କରାଯାଇନାହିଁ । ଯେତେବେଳେ କି ନବଦୀପ ସୈନୀ, ସୌରଭ କୁମାର, ଦିପକ ଚହର ଓ ଅର୍ଜନ ନାଗଓ୍ୱାସଲାଙ୍କୁ ଷ୍ଟାଣ୍ଡବାଏ ଭାବରେ ଦଳରେ ଚୟନ କରାଯାଇଛି ।

ଅନ୍ୟପକ୍ଷରେ କିଛି ଦିନ ଧରି ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଟି-୨୦ ପରେ ଏବେ ରୋହିତ ଶର୍ମାଙ୍କୁ ମିଳିଛି ଦିନିକିଆରେ ଅଧିନାୟକତ୍ୱ । ଯାହା ଫଳରେ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଅଧିନାୟକତ୍ୱ କରିବେ ରୋହିତ ଶର୍ମା । ରୋହିତ ଶର୍ମା ଦିନିକିଆରେ ଅଧିନାୟକ ହେବା ପରେ ଏବେ ବିରାଟ କୋହଲିଙ୍କ ପାଖରେ କେବଳ ଟେଷ୍ଟର ଅଧିନାୟକତ୍ୱ ପଦ ରହିବ ।

ଘୋଷଣା ହୋଇଥିବା ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କେ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଆର ଅଶ୍ୱିନୀ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଜଶପ୍ରୀତ ବୁମ୍ରା, ଶାର୍ଦ୍ଦୁଳ ଠାକୁର ଏବଂ ମହମ୍ମଦ ସିରାଜ ।