spot_img
Home Blog Page 4816

ରାଜ୍ୟର ତିନୋଟି ପୌରାଞ୍ଚଳକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ପାଇଁ ଉଲ୍ଲେଖନୀୟ ସଫଳତା । ରାଜ୍ୟର ତିନି ପୌରସଂସ୍ଥାକୁ ନୀତି ଆୟୋଗର ପ୍ରଶଂସା । ଢେଙ୍କାନାଳ, କେନ୍ଦୁଝର ଓ ପାରାଦୀପ ପୌର ପରିଷଦକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ତିନି ପୌର ପରିଷଦକୁ ଉତ୍କୃଷ୍ଟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନୀତି ଆୟୋଗ ପ୍ରଶଂସା କରିଛନ୍ତି । ରାଜ୍ୟର ବିକେନ୍ଦ୍ରୀକରଣ ପରିଚାଳନା, ସମ୍ପ୍ରଦାୟ ଅଂଶଗ୍ରହଣ ଓ ମଜଭୁତ୍ ଅଭ୍ୟାସ ନୀତି ଆୟୋଗ ରିପୋର୍ଟରେ ସ୍ଥାନ ପାଇଛି ।

ସ୍ଥାନୀୟ ବାସିନ୍ଦାଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ୍ କରିଛି ଢେଙ୍କାନାଳ ପୌର ପରିଷଦ । ୱେଷ୍ଟ ସେଣ୍ଟରକୁ ୱେଲଥ ସେଣ୍ଟରରେ ପରିଣତ (ଆବର୍ଜନା କେନ୍ଦ୍ରକୁ ସୁସ୍ଥ କେନ୍ଦ୍ରରେ) କରାଯାଇଛି । ସେହିଭଳି କେନ୍ଦୁଝର ପୌରପରିଷଦ ବର୍ଜ୍ୟ ପରିଚାଳନା ପାଇଁ ଅଭିନବ ଉପାୟ ଗ୍ରହଣ କରିଛି । ପାରାଦୀପ ପୌରସଂସ୍ଥା ବର୍ଜ୍ୟବସ୍ତୁ ପରିଚାଳନାରେ ମହିଳା ଓ କିନ୍ନରଙ୍କୁ ସାମିଲ୍ କରିଛି ।

ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କୁନ୍ନୁରରେ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ୧୪ ଜଣ ସେନା ଅଧିକାରୀ ଥିଲେ । ଏହି ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ଏବଂ ସେହି ହେଲିକପ୍ଟରରେ ଥିବା ୧୧ ଜଣ ସେନା ଅଧିକାରଙ୍କ ମୃତ୍ୟୁ ହୋଇଥିଲା । ଭାରତର ପ୍ରଥମ ସିଡିଏସ ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ବିପିନ୍ ରାଓ୍ୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ‘ତାମିଲନାଡୁରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି’ ବୋଲି ଟୁଇଟ କରି କହିଛନ୍ତି  ନବୀନ ପଟ୍ଟନାୟକ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିପିନ୍ ରାଓ୍ୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି କି ଜେନରାଲ ବିପିନ୍ ରାଓ୍ୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ । ଜଣେ ପ୍ରକୃତ ଦେଶପ୍ରେମୀ, ସେ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣକୁ ଆଧୁନିକୀକରଣ କରିବାରେ ବହୁତ ସହଯୋଗ କରିଥିଲେ | ରଣନୈତିକ ବିଷୟଗୁଡ଼ିକ ଉପରେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ଦୃଷ୍ଟିକୋଣଗୁଡିକ ଅତୁଳନୀୟ ଥିଲା | ତାଙ୍କର ଦେହାନ୍ତ ମୋତେ ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି ।

ଗରିବ ଓ ଅସହାୟଙ୍କ ଭରସା BSKY, ଦୈନିକ ଚିକିତ୍ସିତ ହେଉଛନ୍ତି ଦେଢ଼ ଲକ୍ଷ ଲୋକ

ଭୁବନେଶ୍ୱର: ଉପାନ୍ତ ଜିଲ୍ଲା ମାଲକାନଗିରିରୁ ଆରମ୍ଭ ହୋଇଥିବା ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜିତିଛି ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରସା । ଅସହାୟ ଓ ଗରିବଙ୍କ ସାହାସ ପାଲଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବିଏସକେୱାଇ ମାଧ୍ୟମରେ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକ ସମସ୍ତ ସରକାରୀ ଓ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ବିନା ମୂଲ୍ୟରେ ଚିକିତ୍ସିତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଲକ୍ଷ୍ୟକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ସଫଳ କରୁଛି । ଯୋଜନାରେ ରାଜ୍ୟ ସରକାର ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡ଼ିକରେ ଦୈନିକ ପ୍ରାୟ ୧ କୋଟି ଟଙ୍କା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ।

ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶା ସ୍ୱାସ୍ଥ୍ୟକ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନେଇଛି । ରାଜ୍ୟର ୯୬ ଲକ୍ଷ ପରିବାର ବିଏସକେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀ ଏହି ସୁବିଧା ପାଇବେ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସିତ ହୋଇପାରିବେ । ପରିବାରର ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ ।

ସେନାର ସବୁଠୁ ସୁରକ୍ଷିତ ହେଲିକପ୍ଟର MI-17V-5; ପ୍ରଧାନମନ୍ତ୍ରୀ ବି କରନ୍ତି ଯାତ୍ରା  

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ବୁଧବାର ସେନାର ଏକ MI-17V-5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ ୧୩ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ବରଣ ହୋଇଛ । ସେଥିମଧ୍ୟରେ ଅଛନ୍ତି ଭାରତର ପ୍ରଥମ ସିଡିଏସ୍ ବିପିନ୍ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ।

ଭାରତର ପ୍ରଥମ ସିଡିଏସ ଜେନରାଲ ବିପିନ ରାଓ୍ୱତ ଯାଉଥିବା MI-17V-5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ହେଲିକପ୍ଟରରେ କ’ଣ ରହିଛି ବିଶେଷତ୍ୱ, ଭାରତ ଏହି ହେଲିକପ୍ଟରକୁ କେବେ କିଣିଲା ଏବଂ କାହିଁକି ଏହା ବିଶ୍ୱର ସବୁଠାରୁ ଆଧୁନିକ ହେଲିକପ୍ଟର?

MI-17V-5 ହେଲିକପ୍ଟର ଋଷ ଦ୍ୱାରା ନିର୍ମିତ ଯୁଗ୍ମ ଇଞ୍ଜିନ ମଲ୍ଟିପ୍ରପୋଜ୍ ହେଲିକପ୍ଟର । ଏହି MI-17V-5 ହେଲିକପ୍ଟର MI-8 ହେଲିକପ୍ଟର ନୂଆ ସଂସ୍କରଣ । ଏହି ହେଲିକପ୍ଟର ଋଷ କମ୍ପାନୀ ମିଲ୍ ମସ୍କୋ ହେଲିକପ୍ଟର ପ୍ଲାଣ୍ଟ ଏବଂ ଉଲାନ-ଉଡେ ହେଲକପ୍ଟର ପ୍ଲାଣ୍ଟରେ ନିର୍ମାଣ କରାଯାଇଥାଏ । MI-17V-5 ହେଲିକପ୍ଟର ଅଧିକ ଉଚ୍ଚରେ ଏବଂ ଖରାପ ପାଗରେ ଭଲ ଭାବରେ କାମ କରିଥାଏ । ଏହି MI-17V-5 ହେଲିକପ୍ଟର MI-8 ହେଲିକପ୍ଟରର ନୂଆ ସଂସ୍କରଣ । MI-17V-5 ବିଶେଷ ଭାବରେ ଅଧିକ ଉଚ୍ଚରେ ଏବଂ ଅଧିକ ତାପମାତ୍ରରେ ଭଲ ଭାବରେ ପ୍ରଦର୍ଶନ ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି ।

 

MI-17V-5 ହେଲିକପ୍ଟର ଦୁନିଆର ସବୁଠାରୁ ଉନ୍ନତ ପରିବହନ ହେଲିକପ୍ଟର । ଏହି ହେଲିକପ୍ଟର ସାହାର୍ଯ୍ୟରେ ସୈନ୍ୟବାହିନୀ, ଅସ୍ତ୍ରଶସ୍ତ୍ର ପରିବହନ, ଅଗ୍ନି ସହାୟତା, ଗାର୍ଡ ପାଟ୍ରୋଲିଂ ଏବଂ ସର୍ଚ୍ଚ ଏବଂ ଉଦ୍ଧାର ମିଶନରେ ଏହା ନିୟୋଜିତ ହୋଇପାରିବ । MI-17V-5 ହେଲିକପ୍ଟର ମଧ୍ୟ ମାଲ୍ ପରିବହନ ପାଇଁ ଡିଜାଇନ ହୋଇଛି । ଏହି ହେଲିକପ୍ଟର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତିବିଧିରେ ବ୍ୟବହୃତ ହୋଇଥାଏ । ଅର୍ଥାତ ଏହି ହେଲିକପ୍ଟର ଭିଭିଆଇପି ଗତିବିଧିଠାରୁ ଆରମ୍ଭ କରି ସେନା ଅପରେସନ ପର୍ଯ୍ୟନ୍ତ ଏହା ବ୍ୟବହୃତ ହୋଇଥାଏ । ବିଶ୍ୱର ପ୍ରାୟ ୬୦ ଦେଶରେ ୧୨ ହଜାରରୁ ଅଧିକ MI-17 ହେଲିକପ୍ଟର ବ୍ୟବହାର କରୁଛନ୍ତି ।

MI-17 ହେଲିକପ୍ଟର ବିଶେଷତ କ’ଣ ରହିଛି ଆସନ୍ତୁ ଜାଣିବା:-

  • ଏହା ଏକ ମଧ୍ୟମ ଯୁଗଳ ଟର୍ବାଇନ ହେଲିକପ୍ଟର
  • ଏହି ହେଲିକପ୍ଟର ଭାରୀ ଲିଫ୍ଟିଂ, ପରିବହନ, ଭିଭିଆଇପି ଗତିବିଧି ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହୋଇଥାଏ
  • ୩୬ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇ ପାରିବ
  • VVIP ଙ୍କ ଡିଜାଇନ ହୋଇଥିବା ଏହି ହେଲିକପ୍ଟରରେ ୨୦ ଜଣ ଲୋକ ଯାଇପାରିବେ
  • ବିଶ୍ୱର ପ୍ରାୟ ୬୦ ଦେଶରେ ୧୨ ହଜାରରୁ ଅଧିକ MI-17 ହେଲିକପ୍ଟର ବ୍ୟବହୃତ ହେଉଛି
  • ଏହି ହେଲିକପ୍ଟର ୬ ହଜାର ମିଟର ଉଚ୍ଚରେ ଉଡିପାରେ
  • ଏହି ହେଲିକପ୍ଟର ୮ ମିଟର/ସେକେଣ୍ଡ ଗତିରେ ଯାଇପାରେ

ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷଠାରୁ ୮୦ MI ହେଲିକପ୍ଟର ଆଣିବା ପାଇଁ ୨୦୦୮ରେ ୧.୩ ଅରବ ଡଲାରରେ ଚୁକ୍ତି କରିଥିଲା । ୨୦୦୮ରେ ଚୁକ୍ତି ପରେ ୨୦୧୧ ମସିହାରେ MI ହେଲିକପ୍ଟର ଡେଲିଭରୀ ଆରମ୍ଭ ହୋଇଥିଲା । ୨୦୧୩ ମସିହା ସୁଦ୍ଧା ୩୬ଟି MI ସିରିଜର ହେଲିକପ୍ଟର ଭାରତକୁ ମିଳିଥିଲା । ଭାରତ ସରକାର ୨୦୧୨-୨୦୧୩ ମସିହାରେ ୭୧ଟି MI-17V-5 ହେଲିକପ୍ଟରର ଅର୍ଡର ଦେଇଥିଲା । MI-17V-5 ହେଲିକପ୍ଟରର ଶେଷ ପର୍ଯ୍ୟାୟ ଭାରତକୁ ୨୦୧୮ ମସିହାରେ ମିଳିଥିଲା ।

ସେକେଣ୍ଡ ଲେପ୍ଟନାଣ୍ଟରୁ ଦେଶର ପ୍ରଥମ CDS; ଜାଣନ୍ତୁ କିପରି ଥିଲା ବିପିନ ରାଓ୍ୱତଙ୍କ କ୍ୟାରିୟର

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟର MI-17V5ରେ ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସହ ୧୪ ଜଣ ଥିଲେ । ତେବେ ଏହି ଦୁର୍ଘଟଣାରେ ସିଡିଏସଙ୍କ ସହ ୧୩ ଜଣ ସହିଦ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳିଛି ।


ସଂକ୍ଷେପରେ ବିପିନ୍ ରାୱତ

୧୯୫୮ ମସିହା ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ବିପିନ୍ । ୧୯୭୮ ଡିସେମ୍ବର ୧୬ରେ ସେକେଣ୍ଡ ଲେଫ୍ଟଲାଣ୍ଟ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ବିପିନ୍ ରାଓ୍ୱତ । ସେକେଣ୍ଡ ଲେଫ୍ଟଲାଣ୍ଟ ଭାବରେ ଯୋଗ ଦେଇଥିବା ବିପିନ୍ ଭାରତୀୟ ସେନାରେ ୩୭ ତମ ଉପ ସେନା ମୁଖ୍ୟ ଭାବରେ ୨୦୧୬ ମସିହା ସେପ୍ଟେମ୍ବର ୧ରେ ଯୋଗ ଦେଇଥିଲେ । ମାତ୍ର ତିନି ମାସ ସେନା ଉପ ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ୩୧ ଡିସେମ୍ବର ୨୦୧୬ରେ ଭାରତୀୟ ସେନାର ସେନା ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ ବିପିନ୍ । ସେ ୨୬ତମ ସେନା ମୁଖ୍ୟ ଭାବରେ ୨୦୧୬ ଡିସେମ୍ବର ୩୧ରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ସେନା ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ଦାୟିତ୍ୱ ନେଇଥିଲେ ବିପିନ ରାଓ୍ୱତ । ୨୦୨୦ ଜାନୁଆରୀ ୧ରୁ ଭାରତର ପ୍ରଥମ ସିଡିଏସ୍ ଭାବରେ ଦାୟିତ୍ୱ ତୁଲାଉଥିଲେ ବିପିନ୍ । ସିଡିଏସ ଭାବରେ ଦାୟିତ୍ୱ ନେବା ପରେ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ ।


ଭାରତୀୟ ସେନାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହି ଭାରତ ପାଇଁ ସାହସିକତା କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ । ଦୀର୍ଘ ୪୦ ବର୍ଷରୁ ଅଧିକ ଦିନ ଧରି ଦିନ ରାତି ଭାରତ ପାଇଁ ନିରନ୍ତର କାର୍ଯ୍ୟ ପାଇଁ ବିଭିନ୍ନ ସାହାସିକତା ମେଡାଲରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବିପିନ୍ ରାଓ୍ୱତଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପରମ ବିଶିଷ୍ଠ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଠ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଠ ସେବା ମେଡାଲ ସହତି ବିପିନ୍ ରାଓ୍ୱତଙ୍କୁ ସେନାର ସର୍ବୋଚ୍ଚ ସମ୍ମାନ ମିଳିଥିଲା ।

ଚପର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ସହିଦ, ଟ୍ୱିଟ୍ କରି ସୂଚନା ଦେଲା ବାୟୁ ସେନା

ଚେନ୍ନାଇ: କନ୍ନୁରରେ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଆଖି ବୁଜିଛନ୍ତି । ଆଜି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଛି । ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଭାରତୀୟ ବାୟୁ ସେନା ।

ଏବେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଏସସି, ଡିଏସଏସସିର ଡାଇରେକ୍ଟିଂ ଷ୍ଟାଫଙ୍କ ଚିକିତ୍ସା ୱେଲିଂଟନ୍ ସ୍ଥିତ ମିଲିଟାରୀ ହସ୍ପିଟାଲରେ କରାଯାଉଥିବା ସୂଚନା ଦେଇଛି ବାୟୁ ସେନା । ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମଧ୍ୟ ଦେହାନ୍ତ ହୋଇଛି । ବ୍ରିଗେଡିୟର ଏଲଏସ ଲିଡ୍ଡର, ଲେଫ୍ଟଲାଣ୍ଟ କନ୍ନେଲ ହର୍ଜିନ୍ଦର ସିଂହ, ଏନକେ ଗୁରଶ୍ୱେକ ସିଂହ, ଏନକେ ଜିତେନ୍ଦର କୁମାର, ବିବେକ କୁମାର, ବି ସାଇ ତେଜଙ୍କ ସହ ହାବିଲଦାର ସତପାଲ ସହିଦ ହୋଇଛନ୍ତି ।

ସୁବ୍ରମଣ୍ୟମ ସ୍ୱାମୀଙ୍କ ଆଶଙ୍କା, ସେନା ହେଲିକପ୍ଟର ଦୁର୍ଘଟଣା ପଛରେ ସାଇବର ଆଟାକ୍ !

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜଙ୍ଗଲରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି । ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍-ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟର ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏମଆଇ-୧୭ ହେଲିକପ୍ଟର ଗଛ ସହ ମାଡ଼ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗି ଯାଇଥିଲା । ଏପରିକି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଯେ, ଦୁଇରୁ ତିନି ଜଣ ବ୍ୟକ୍ତି ଜଳନ୍ତା ଅବସ୍ଥାରେ ହେଲିକପ୍ଟରରୁ ତଳକୁ ଡେଇଁ ଥିଲେ । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ସୁବ୍ରମଣ୍ୟମ ସ୍ୱାମୀ ହେଲିକପ୍ଟର ଦୁର୍ଘଟଣା ପଛରେ ସାଇବର ଆଟାକ୍ ଷଡ଼ଯନ୍ତ୍ର ଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି ।

Subramanian Swamy Indicates Cycber Attack In IAF Chopper Crash

ଇଂରାଜୀ ୱେବସାଇଟ୍ ପିଗୁରୁ ଡଟ୍ କମକୁ (pgurus.com) ଦେଇଥିବା ସାକ୍ଷାତକାରରେ ସ୍ୱାମୀ ହେଲିକପ୍ଟର ଦୁର୍ଘଟଣାକୁ ସହଜରେ ଗ୍ରହଣ କରି ନାହାନ୍ତି । ସେ କହିଛନ୍ତି ଯେ, ତାମିଲନାଡୁରେ ହେଲିକପ୍ଟର ଟେକ୍ ଅଫ୍ କରିବା ପରେ ଦୁର୍ଘଟଣା ହେବା ଘଟଣାକୁ ସେ ସହଜରେ ନେଇ ପାରୁନାହାନ୍ତି । ଏହା ପଛରେ ସାଇବର ଆଟାକ ଷଡ଼ଯନ୍ତ୍ର ଥାଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିପିନ ରାୱତ ଏକମାତ୍ର ବ୍ୟକ୍ତି ଯିଏ ଚୀନକୁ ଭାରତ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ଖୋଲଖୋଲି କହିଛନ୍ତି । ଏମିତିରେ ଚୀନ ତାଙ୍କୁ ନେଇ ସନ୍ତୁଷ୍ଟ ନାହିଁ ।

ଏଥିସହ ପଢ଼ନ୍ତୁ: ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ, ମୃତଦେହର ହେବ DNA ଟେଷ୍ଟ

ସ୍ୱାମୀଙ୍କ ଏଭଳି ବକ୍ତବ୍ୟରୁ ଜଣା ପଡୁଛି ଯେ, ସେ ଦୁର୍ଘଟଣା ପଛରେ ଚୀନ ହ୍ୟାକରଙ୍କ ଷଡ଼ଯନ୍ତ୍ର ଆଡକୁ ଇଙ୍ଗିତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ବିପିନ ରାୱତଙ୍କ ଅମଳରେ ହିଁ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ସହିତ ଚୀନକୁ ଭାରତ, ଡୋକଲାମ ଓ ଲଦାଖର ଗଲବାନର କଡା ଟକ୍କର ଦେଇଥିଲା । ରାୱତଙ୍କ ରଣନୀତି ଚୀନକୁ ଲକ୍ଷ୍ୟ କରି ତିଆରି ହୋଇଥାଏ ।

ଶିକ୍ଷାନୁଷ୍ଠାନରେ କଳଙ୍କ : ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଅଲୱର : ରାଜସ୍ଥାନର ଏକ ସ୍କୁଲରେ ଛାତ୍ରୀ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଅଲୱର ଜିଲ୍ଲାର ବୋଲି ଜଣାପଡ଼ିଛି । ପୀଡ଼ିତା ଜଣକ ଏଠାକାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ୪ ଜଣ ଶିକ୍ଷକ ଦୁଷ୍କର୍ମ କରୁଥିବା ସମୟରେ ଅନ୍ୟ ଦୁଇ ମହିଳା ଶିକ୍ଷୟତ୍ରୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଏସବୁ ଘଟଣା ବାବଦରେ ପୀଡ଼ିତା ଜଣକ ନିଜ ବାପାଙ୍କୁ କହିବା ପରେ ଥାନାରେ ସେ ଅଭିଯୋଗ କରିଥିଲେ ।

ପୀଡ଼ିତାଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର ଥିବାରୁ ସେ ଅଧିକାଂଶ ବାହାରେ ରହୁଥିବାର ଜଣାପଡ଼ିଛି । ଏଥିସହ ପୀଡ଼ିତାଙ୍କ ମା’ ଜଣେ ମୁକ ଓ ବଧିର  । ବାପା ଘରକୁ ଫେରିବା ପରେ ଝିଅଠୁ ଏସବୁ ବିଷୟରେ ଜାଣି ତାଜୁବ ହୋଇଯାଇଥିଲେ । ପରେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ କହିବାନୁସାରେ ମହିଳା ଶିକ୍ଷୟତ୍ରୀ ଜଣକ ତାଙ୍କୁ ଭଲ ଡ୍ରେସ୍, ବହିପତ୍ର ଦେବା ସହ ବିଦ୍ୟାଳୟର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରଲୋଭନ ଦେଖାଇ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଶିକ୍ଷକଙ୍କ ଘରକୁ ସାଙ୍ଗରେ ନେଇ ଯାଇଥିଲେ । ସେଠାରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟ ୩ ଜଣ ଶିକ୍ଷକ ଉପସ୍ଥିତ ଥିଲେ । ଏହା ପରେ ଜଣେ ମହିଳା ଶିକ୍ଷୟତ୍ରୀ ପୀଡ଼ିତାଙ୍କ ପୋଷାକ ବାହାର କରିବା ପରେ ସମସ୍ତ ଶିକ୍ଷକ ଗଣଦୁଷ୍କର୍ମ କରିବା ସହ ଦୁଇ ମହିଳା ଶିକ୍ଷୟତ୍ରୀ ଏହାର ଭିଡିଓ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ଗଣଦୁଷ୍କର୍ମ କରିବା ପରେ ଏ ବାବଦରେ କାହାକୁ କହିଲେ ପରୀକ୍ଷାରେ ଫେଲ କରାଇଦେବାର ଧମକ ଦେବା ସହ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ଏହା ପୂର୍ବରୁ ଅନ୍ୟ କେତେକ ଛାତ୍ରୀଙ୍କ ସହ ଏହି ଶିକ୍ଷକମାନେ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।

 

ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ, ମୃତଦେହର ହେବ DNA ଟେଷ୍ଟ

ଚେନ୍ନା: କନ୍ନୁରରେ ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର କ୍ରାସ୍ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ୧୪ ଜଣଙ୍କୁ ନେଇ ଯାଉଥିବା ବେଳେ ଜଙ୍ଗଲରେ କ୍ରାସ୍ ହୋଇ ଯାଇଥିଲା । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସରବରାହ ସଂସ୍ଥା ଏନଏଆଇ ପକ୍ଷରୁ ସୂଚନା ମିଳିଛି ।

୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ଚିହ୍ନିବା ସମ୍ଭବ ନୁହେଁ । ମିଳିଥିବା ସୂଚନା ଅନୁସାରେ, ମୃତଦେହ ଗୁଡ଼ିକ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବ ।

ଏଥିସହ ପଢ଼ନ୍ତୁ: ରାୱତଙ୍କ ପାଇଁ ପ୍ରାର୍ଥନା କରୁଛି ଦେଶ, ଆଗରୁ ମଧ୍ୟ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି ସିଡିଏସ୍

କୁହାଯାଉଛି, ସିଡିଏସ୍ ଜେନେରାଲ ବିପିନ୍ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କର ଚିକିତ୍ସା ମିଲିଟାରୀ ହସ୍ପିଟାଲରେ ଚାଲିଛି । ଅନ୍ୟପଟେ ବାୟୁସେନା ମୁଖ୍ୟ ଏମ୍.ଏମ୍ ନରଭଣେ କନ୍ନୁରରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ୍ ରାୱତଙ୍କ ଦିଲ୍ଲୀ ବାସଭବନକୁ ଯାଇ ଫେରିଥିବା ବେଳେ କାଲିଂ ସଂସଦରେ ବିବୃତି ରଖିବେ ବୋଲି ଜଣାପଡ଼ିଛି ।

ରାୱତଙ୍କ ପାଇଁ ପ୍ରାର୍ଥନା କରୁଛି ଦେଶ, ଆଗରୁ ମଧ୍ୟ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି ସିଡିଏସ୍

ନୂଆଦିଲ୍ଲୀ: ବୁଧବାର ସକାଳେ ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଏଥିରେ ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ ସବାର ଥିଲେ । ରାୱତଙ୍କ ସହିତ ହେଲିକପ୍ଟରରେ ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ସେନା ଅଧିକାରୀ ଥିଲେ । ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ଅଛି । ତେବେ ପ୍ରଥମ ଥର ପାଇଁ ସିଡିଏସ୍ ବିପିନ ରାୱତ ବିମାନ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି । ଏହା ପୂର୍ବରୁ ମଧ୍ୟ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨୦୧୫ରେ ସେତେବେଳେ ବିପିନ ରାୱତ ଅଳ୍ପକେ ରକ୍ଷା ପାଇଥିଲେ ।

୨୦୧୫ ହେଲିକପ୍ଟର ଦୁର୍ଘଟଣା ଓ ବିପିନ ରାୱତ

ଫେବ୍ରୁଆରୀ ୩, ୨୦୧୫ରେ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାୱତ ଆହତ ହୋଇଥିଲେ । ସେତେବେଳେ ସେ ସିଡିଏସ ହୋଇନଥିଲେ । ୨୦୧୬ରେ ବିପିନ ରାୱତଙ୍କୁ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତ କରାଯାଇଥିଲା । ଦୁର୍ଘଟଣା କାଳରେ ବିପିନ ରାୱତଙ୍କ ଲେଫ୍ଟନାଣ୍ଟ୍ ଜେନରାଲ ଥିଲେ । ସେତେବେଳ ସେ ନାଗାଲାଣ୍ଡର ଦିମାପୁର ସ୍ଥିତ ୩ କୋରର ମୁଖ୍ୟାଳୟର ପ୍ରମ୍ମୁଖ ଥିଲେ । ଦୁର୍ଘଟଣା ଦିନ ରାୱତ ଚିତା ହେଲିକପ୍ଟରେ ଯାତ୍ରା କରୁଥିଲେ । କିନ୍ତୁ ଉଡାଣର ମାତ୍ର ଅଳ୍ପ ସମୟ ପରେ ହେଲିକପ୍ଟର ଅନିୟନ୍ତ୍ରିତ ହୋଇ ପଡିଥିଲା । ଏହାପରେ ହେଲିକପ୍ଟର କ୍ରାସ୍ ହୋଇଥିଲା । ଇଞ୍ଜିନ୍ ଫେଲ କାରଣରୁ ହେଲିକପ୍ଟର କ୍ରାସ କରିଥିଲା । ସେତେବେଳେ ରାୱତଙ୍କୁ ମାମୁଲି ଆଘାତ ଲାଗିଥିଲା ।

 CDS Bipin Rawat Was Faced An Chopper Crash In 2016

ଏଥିସହ ପଢ଼ନ୍ତୁ: ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି, ଜଳନ୍ତା ହେଲିକପ୍ଟରରୁ ଡେଇଁଥିଲେ ୩ ଜଣ

ସେତେବେଳେ ସେନା ପକ୍ଷରୁ କୁହାଯାଇଥିଲା ଯେ, ହେଲିକପ୍ଟର ଭୂପୃଷ୍ଠରୁ କେଇ ମିଟର ଉପରକୁ ଉଠିବା ପରେ ପରେ ଏହାର ଇଞ୍ଜିନ୍ କାମ କରିନଥିଲା । ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ଏହି ହେଲିକପ୍ଟରର ଦୁଇ ପାଇଲଟ ନିୟନ୍ତ୍ରଣ ହରାଇବା ପରେ ଏହା ତଳକୁ ଖସି ପଡିଥିଲା । ତେବେ ସେହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିଲା । ପରେ ବାୟୁସେନା ହେଲିକପ୍ଟ ଦୁର୍ଘଟଣାର ତଦନ୍ତ ଆଦେଶ ଦେଇଥିଲା ।