ମହିଳା କର୍ମୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଭଦ୍ର ଆଚରଣ ଅଭିଯୋଗ

ରାଉରକେଲା: କେନ୍ଦ୍ରମନ୍ତ୍ରୀଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ସୁନ୍ଦରଗଡ଼ର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଅପମାନ ସହି ନପାରି ନେତ୍ରୀ ଜଣକ ଆଜି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିବା ସହ ସାଂସଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ସେ ଆଉ ବିଜେପିରେ କାର୍ଯ୍ୟ କରିପାରିବେନି ପୂର୍ବରୁ ସାଂସଦଙ୍କ ଏଭଳି  ଆଚରଣ ନେଇ ଶୁଣିଥିଲେ ଏବେ ଅଙ୍ଗେ ଲିଭାଇଥିବା କହିଛନ୍ତି ଅଭିଯୋଗକାରିଣୀ ।

ଅଭିଯୋଗକାରୀ ଯୁବତୀ ଜଣଙ୍କ ସାଂସଦଙ୍କ ପ୍ରତିନିଧି ହୋଇଥିବା ବେଳେ କୌଣସି ଏକ ଅଫିସିଆଲ୍ କାର୍ଯ୍ୟକୁ ନେଇ ସେ ଫୋନ୍ କରିଥିଲେ । ଏହି ସମୟରେ ସେ ଯୁବତୀ ଜଣଙ୍କୁ ଅଭଦ୍ର ଆଚରଣ କରିବା ସହ ତାଙ୍କ ପ୍ରତି ଅପଶଦ୍ଧର ବ୍ୟବହାର କରିଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ କାନ୍ଧି ପକାଇଥିଲେ । ଏବଂ ସେ ସାଂସଦଙ୍କ ସହ ବାର୍ତ୍ତାଳପର ଅଡିଓଟିକୁ ଗଣମାଧ୍ୟମକୁ ଦେଇଥିବା ବେଳେ ଏ ନେଇ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଅନ୍ୟ ଜଣେ ମହିଳା ଏ ଘଟଣାକୁ ନେଇ ଯୁବତୀଙ୍କୁ ବୁଝାଇବା ଲାଗି ଫୋନ୍ କରିଥିଲେ । ସାଂସଦ ଆଜି ସକାଳୁ ଟିକେ ଲୋଡ୍ ହୋଇଯାଇଥିବାରୁ ସେ ଏଭଳି କହିଦେଇଥିବା ସଫେଇ ଦେଇଥିଲେ ଉକ୍ତ ମହିଳା ଜଣଙ୍କ ସଫେଇ ଦେଇଥିଲେ । ତେବେ ଏଥିରେ ଯୁବତୀ ଜଣଙ୍କ ଆଦୌ ମାନିନଥିବା ବେଳେ ଘଟଣାକୁ ନେଇ ଥାନାରେ ଏତଲା ଦେବେ ବୋଲି କହିଛନ୍ତି । ଯୁବତୀ ଜଣଙ୍କ ଆହୁରି କହିଛନ୍ତି ଯେ, ମୁଁ ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ଅଭଦ୍ର ।ମୋତେ ବହୁତ ଅଶ୍ଳୀଳ ଭାଷାରେ ଇଙ୍ଗିତ କଲେ । ‘ଯେଉଁ ଭାଷାରେ ଇଙ୍ଗିତ କରିଛନ୍ତି ତାହା ସହି ହେବନି । ସେ ମହିଳାଙ୍କୁ ଅସଦାଚରଣ କରୁଥିବା ମୋତେ ଅନେକ କହିଛନ୍ତି । ମୁଁ ବିଶ୍ୱାସ କରୁନଥିଲି, ଏବେ ପ୍ରମାଣ ପାଇଲି । ଜୁଏଲ ଓରାମଙ୍କ ନାଁରେ ଝିରପାଣି ଥାନାରେ ଅଭିଯୋଗ କରିବି ବୋଲି କହିଛନ୍ତି ।

Leave a Reply