ମୁମ୍ବାଇ ବ୍ଲାଷ୍ଟ ମୋଷ୍ଟ ଓ୍ବାଣ୍ଟେଡ୍ ଅବୁ ବକର ୟୁଏଇରୁ ଗିରଫ

ୟୁଏଇ: ୨୯ ବର୍ଷ ପରେ ଭାରତକୁ ବଡ଼ ସଫଳତା । ଧରାପଡିଲା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଅବୁ ବକର । ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଥିଲା ସାମିଲ । ୟୁଏଇରୁ ଅବୁ ବକରକୁ ଧରିବାକୁ ଭାରତୀୟ ଗୁଇନ୍ଦା ସଂସ୍ଥା ସଫଳ ହୋଇଛନ୍ତି । ଏବେ ତାକୁ ଭାରତ ଆଣିବାକୁ ବ୍ୟବସ୍ଥା କରାଯାଉଛି ।

୧୯୯୩ ମସିହାରେ ମୁମ୍ବାଇର ଅଲଗା ଅଲଗା ସ୍ଥାନରେ ୧୨ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୨୫୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୧୩ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଗିରଫ ଅବୁ ପିଓକେରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରଣ ଟ୍ରେନିଂ ଦେଉଥିଲା । ଏହାସହ ସିରିଏଲ ବ୍ଲାଷ୍ଟରେ ବ୍ୟବହାର ହେଉଥିବା ଆରଡିଏକ୍ସ ଲୋଡରେ ଏକ୍ସପର୍ଟ ଥିଲା ବକର । ମୁମ୍ବାଇ ବ୍ଲାଷ୍ଟ ପରଠାରୁ ଭାରତରୁ ଫେରାର ହୋଇଯାଇଥିବା ଅବୁ ପାକିସ୍ତାନ ଓ ୟୁଏଇରେ ରହି ଭାରତ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ଥିଲା ।

ଆଗରୁ ଗିରଫ ହୋଇ ଖସି ଯାଇଥିଲା

ପୂର୍ବରୁ ୨୦୧୯ ମସିହାରେ ଅବୁ ବକରକୁ ଗିରଫ କରାଯାଇଥିଲା । ସେତେବେଳେ କିଛି କାଗଜପତ୍ର ମାମଲାରେ ଅଳ କରି ବକର ୟୁଏଇ ସୁରକ୍ଷା କର୍ମୀଙ୍କ ହାତରୁ ଖସି ଯିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ ଭାରତୀୟ ସୁରକ୍ଷା ଏଜେନ୍ସି ବକରକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ମୁମ୍ବାଇ ବ୍ଲାଷ୍ଟର ୨୯ ବର୍ଷ ପରେ ଗିରଫ ବକର ଭାରତ ଆସିବା ପରେ ତା ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ।

ଦାଉଦର ମୁଖ୍ୟ ସହଯୋଗୀ ଥିଲା

ଅବୁ ବକର ପୂରା ନାଁ ଅବୁ ବକର ଅବଦୁଲ ଗଫୁର ଶେଖ । ମହମ୍ମଦ ଓ ମୁସ୍ତାଫା ଦୋଷା ସହ ମିଶି କବର ଚୋରା କାରବାରରେ ସମ୍ପୃତ ଥିଲା । ଏହାସହ ମୋଷ୍ଟ ଓ୍ବାଣ୍ଟେଡ ଦାଉଦ ଇବ୍ରାହିମର ପ୍ରମୁଖ ଲେପ୍ଟନାଣ୍ଟ ଥିଲା । ଗଲ୍ଫ ଦେଶରୁ ସୁନା, କପଡ଼ା ଓ ଇଲେଟ୍ରୋନିକ୍ସ ଜିନିଷ ଚୋରାରେ ମୁମ୍ବାଇ ଓ ଆଖପାଖ ଅଞ୍ଚଳକୁ ଆଣୁଥିଲା ।

୧୯୯୭ରେ ବକର ବିରୋଧରେ ରେଡ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ସେବେଠାରୁ ତାକୁ ଧରିବାକୁ ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସ ଲାଗିଥିଲେ । ଇରାନର ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରି ବକର ୟୁଏଇରେ ଥିବା ବେଳେ ସ୍ଥାନୀୟ ସୁରକ୍ଷା ଏଜେନ୍ସଙ୍କ ଜରିଆରେ ଭାରତୀୟ ଗୁଇନ୍ଦା ସଂସ୍ଥା ତାକୁ ଗିରଫ କରିବାକୁ ସକ୍ଷମ ହୋଇଛି ।

Leave a Reply