spot_img
Home Blog Page 4766

ଧରାପଡ଼ିଲେ ରସିକିଆ ଟ୍ୟୁସନ୍ ମାଷ୍ଟର: ୨ଛାତ୍ରୀ ମଧ୍ୟ ଉଦ୍ଧାର

ଭୁବନେଶ୍ୱର: ଧରାପଡ଼ିଲେ ପ୍ରେମିକ ପ୍ରବର ଫେରାର୍‌ ଟ୍ୟୁସନ ସାର । ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟରଙ୍କ ଅପହରଣ ମାମଲା । ସମ୍ବଲପୁର ଅଇଁଠାପାଲି ଅଂଚଳରୁ ଦୁଇ ଛାତ୍ରୀ ଉଦ୍ଧାର । ଉଦ୍ଧାର କଲା ବଡଗଡ଼ ଓ ଅଇଁଠାପାଲି ଥାନା ପୋଲିସ । ଟ୍ୟୁସନ ମାଷ୍ଟର ଅଟକ । ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୋଲିସ ।

  ଘରକୁ ଯାଇ ପାଠ ପଢାଇବା ଆଳରେ ଗୋପାଳ କୃଷ୍ଣ ବାଡ଼ତିଆ ଅଷ୍ଟମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭଉଣୀଙ୍କୁ ଧରି କେଉଁଆଡ଼େ ଛୁ ମାରିଥିବା ନେଇ ଗତକାଲି ଖବର ପ୍ରାରଣ ହୋଇଥିଲା । ଗତ ରବିବାର ସନ୍ଧ୍ୟାରେ ଏଭଳି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ଟ୍ୟୁସନ ମାଷ୍ଟ୍ରଙ୍କ ପତ୍ନୀଙ୍କୁ ପଚରାଉଚରା କରାୟାଇଥିଲା । ସେପଟେ ହିଂଜିଳିକାଟୁ ସ୍ଥିତ ପୈତୃକ ଘରେ ମଧ୍ୟ ଛାପା ପଡିଥିଲା । ଆଜି ସମ୍ବଲପୁରରୁ ଟ୍ୟୁସନ ମାଷ୍ଟରଙ୍କୁ କାବୁ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ୍ ସାର ଫେରାର୍

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ: ବାପା-ପୁଅ ଗୁରୁତର

କାମାକ୍ଷାନଗର: ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ୨ବଖରା ଘର । ବାପପୁଅ ଗୁରୁତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ଖଇରପଶି ଗାଁରେ । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ନିଆଁରେ ପୋଡ଼ି ହୋଇ ବାପା ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ ନାୟକ ।

ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର ,ଧାନ ଓ ଚାଉଳ ସହ ଅନେକ ଆବଶ୍ୟକ କାଗଜ ପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି । ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଚୋରି ବେଳେ ଧରାପଡ଼ି ଯିବାରୁ ନିଆଁ ଲଗାଇ ଦେଲା ଚୋର

ଦାରିଙ୍ଗବାଡ଼ିରେ ୩.୫ଡିଗ୍ରୀକୁ ଖସିଲା ପାରଦ

ଫୁଲବାଣୀ: ଲଗାତର ୨ଦିନ ଧରି ଜାଡ଼ରେ ଥରୁଛି କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ୨ରୁ ୩ ଦିନ ଶୀତ ଲାଗି ରହିବ । ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ୩.୫ ଡିଗ୍ରୀ ଥିଲା ତାପମାତ୍ରା । ସେହିପରି ଫୁଲବାଣୀ ରେ ତାପମାତ୍ରା ୬.୫ ଡିଗ୍ରୀ ଥିଲା । ପୂରା କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦିନ ମଜୁରିଆ ମାନେ ସକାଳ ଆଠଟା ପରିବର୍ତ୍ତେ ସକାଳ ଦଶଟା ବେଳେ ଦୈନଦୀନ କାର୍ଯ୍ୟ ଆରମ୍ଭ କରୁଛନ୍ତି । ସ୍ଥାନେ ସ୍ଥାନେ ଶୀତରୁ ତ୍ରାହି ପାଇଁ ନିଆଁ ପୁଆଁଉଛନ୍ତି ଲୋକ ।

ଅନ୍ୟପକ୍ଷରେ ନୀଳଗିରିରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ପାହାଡ଼ ପର୍ବତଘେରା ଅଞ୍ଚଳରେ ଶୀତର ଲହରୀରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ପାରଦ ୧୧ ଡିଗ୍ରୀକୁ ଖସିଲାଣି । ନୀଳଗିରିରେ ଶୀତର ପ୍ରକୋପ ଏତେ ବୃଦ୍ଧି ପାଇଛି ଯେ ଅପରାହ୍ନ ୪ ଟାରୁ ରାତି ପର୍ଯ୍ୟନ୍ତ ଓ ଭୋର୍ ସମୟ ଠାରୁ ଦିନ ୧୦ ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଶୀତଦାଉରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ଗାଁ ମୁଣ୍ଡରେ ନିଆଁ ପୁଆଁଉଥିବା ଦେଖିବାକୁ ମିଲିଛି । ଏକାଧିକ ଶୀତବସ୍ତ୍ର ପିନ୍ଧିବା ପରେ ବି ଶୀତରୁ ତ୍ରାହି ନାହିଁ । ଶୀତରେ ବୟସ୍କ ଏବଂ ଛୋଟ ପିଲା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ।

ତେବେ ଅଧା ଓଡ଼ିଶାରେ ୧୦ ଡିଗ୍ରୀ ତଳକୁ ଖସିଲାଣି ତାପମାତ୍ରା । ଆଗାମୀ ୩ଦିନ ଯାଏ ମଧ୍ୟ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ପାଇଁ ଜାଡ଼ ବଢିଛି । ଅତି ତୀବ୍ର ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସଚେତନ ସହ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ରାତିରେ ବାଇକ ଏବଂ ଖୋଲା କାରରେ ନବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ବିନା ଶୀତବସ୍ତ୍ରରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଜାଡ଼ରେ ଥରୁଛି ଓଡ଼ିଶା: ୭ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

0

ଭୁବନେଶ୍ୱର: ଜାଡ଼ରେ ଅସ୍ତବ୍ୟବସ୍ତ ଜନଜୀବନ । ପ୍ରବଳ ଶୀତରେ ଥରୁଛି ଉପାନ୍ତରୁ ଉପକୂଳ । ୧୦ ଡିଗ୍ରୀ ତଳକୁ ଖସିଲାଣି ଅଧା ଓଡ଼ିଶାର ତାପମାତ୍ରା । ଆଗାମୀ ୩ଦିନ ଯାଏ ମଧ୍ୟ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ପାଇଁ ଜାଡ଼ ବଢିଛି ।

ଅତି ତୀବ୍ର ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସଚେତନ ସହ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ରାତିରେ ବାଇକ ଏବଂ ଖୋଲା କାରରେ ନବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ବିନା ଶୀତବସ୍ତ୍ରରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜଧାନୀରେ ଶୀତ ଲହର ଅନୁଭୂତ ହେବ । ସହରର ସର୍ବୋଚ୍ଚ ତାପମାତ୍ରା ୨୪ଡିଗ୍ରୀ ଓ ସର୍ବନିମ୍ନ ୧୦ ଡିଗ୍ରୀ ରହିବ । ରାତି ସମୟରେ ସ୍ଥିତି ଅଧିକ ଖରାପ ହେବ । ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା ପ୍ରଭୂତି ଅଞ୍ଚଳରେ ରାତିରେ ପାରଦ ବହୁତ କମୁ ରହୁଛି ।

ଚୋରି ବେଳେ ଧରାପଡ଼ି ଯିବାରୁ ନିଆଁ ଲଗାଇ ଦେଲା ଚୋର

ବଲାଙ୍ଗିର: ଆପଣ ଅନେକ ଚୋରି ଘଟଣା ଶୁଣିଥିବେ । ଅନେକ ସମୟରେ ଚୋର ଧରାପଡ଼ି ଛେଚା ଖାଇଥିବା ଦେଖିଥିବେ । ହେଲେ ବଲାଙ୍ଗିରରେ ଘଟିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ଚୋର ଏମିତି କାଣ୍ଡ କରିଛି ଯାହା ଶୁଣିଲେ ଆପଣଙ୍କ ହୃତସ୍ପନ୍ଦନ ବି ବଢ଼ିଯିବ । ପ୍ରବଳ ଶୀତରେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ । ଦେହରେ ଆସିଯିବ ସତସିଂହର ବଳ । ଆପଣ ବି ଶୀତ, କାକର ରାତିରେ ବାହାରି ପଡ଼ିବେ ଚୋରକୁ ଧରିବାକୁ ।

Thief Set Fire On Home After Nabbed By Home Owner In Balangir
FILE PIC

ବଲାଙ୍ଗିର ତୁଳସୀ ନଗର ପଡ଼ାରେ ଚୋରି କରିବାକୁ ଆସି ଅଜବ କାଣ୍ଡ ଘଟାଇଛି ଡକାୟତ । ଚୋରି କରୁଥିବା ବେଳେ ଘର ମାଲିକ ଆସିଯିବାରୁ ଧର ପଡ଼ିଯିବା ଭୟରେ ଘରେ ନିଆଁ ଲଗାଇ ଦେଇଥିଲା ଡକାୟତ ଜଣଙ୍କ । ପରେ ଖବର ପାଇ ଟାଉନ୍ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପପଞ୍ଚି ନିଆଁକୁ ଆୟତ୍ତ କରିବା ସହ ଚୋରକୁ କାବୁ କରିଛନ୍ତି । ଚୋର ଜଣକ ହେଲେ ମାଲପଡ଼ାର ମନୋରଞ୍ଜନ ଦାସ । ଏନେଇ ଟାଉନ ଥାନାରେ ଘର ମାଲିକ ବିରାଟ କେଶରୀ ପ୍ରଧାନ ଏତଲା ଦେଇଛନ୍ତି ।

‘ମୋ ସ୍କୁଲ୍’ ପକ୍ଷରୁ ଜୋରଦାର୍ ହେଲା ସୋସିଆଲ୍ ଅଡିଟ୍, ଲୋକେ ଜାଣିବେ ଆୟବ୍ୟୟର ହିସାବ

ଭୁବନେଶ୍ୱର: କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ଆରମ୍ଭ ହୋଇଛି ‘ସୋସିଆଲ୍ ଅଡିଟ୍‌’ କାର୍ଯ୍ୟକ୍ରମ । ‘ମୋ ସ୍କୁଲ୍ ଅଭିଯାନ’ ଅଧିନରେ ରାଜ୍ୟର ଉଚ୍ଚ, ଉଚ୍ଚ ପ୍ରାଥମିକ ଏବଂ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଏବଂ ହୋଇଥିବା ଅର୍ଥ ବିନିଯୋଗର ସମୀକ୍ଷା କରିବାକୁ ମୋ ସ୍କୁଲ୍ ଅଭିଯାନ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ‘ମୋ ସ୍କୁଲ୍‌’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୧୫୦ଟି ସ୍କୁଲ୍‌ରେ ସୋସିଆଲ୍ ଅଡିଟ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରତି ଜିଲ୍ଲାରୁ ୫ଟି ଲେଖାଏ ସ୍କୁଲ୍ ରହିଛି । ଏହାପରେ ପର୍ଯ୍ୟାୟକ୍ରମେ ରାଜ୍ୟର ୩୫,୦୦୦ ପ୍ରକଳ୍ପ ବିଦ୍ୟାଳୟରେ ସୋସିଆଲ୍‌ ଅଡିଟ୍ କରାଯିବାକୁ ଯୋଜନା ରହିଛି ।

ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍କୁଲ୍ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଏବଂ ଅର୍ଥଦାନ କରିଥିବା ବ୍ୟକ୍ତିବିଶେଷଙ୍କ ଅର୍ନ୍ତଭୁକ୍ତିଙ୍କୁ ପ୍ରାଥମିକତା ଦିଆଯାଉଛି । ପ୍ରକଳ୍ପ ପାଇଁ କେତେ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା, ରାଜ୍ୟ ସରକାରଙ୍କ ମ୍ୟାଚିଗ୍ରା ମିଶିବା ପରେ ମୋଟ କେତେ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏଥିପାଇଁ କେଉଁଠାରୁ ଏବଂ କେତେ ଟଙ୍କାରେ ସାମଗ୍ରୀ କ୍ରୟ କରାଯାଇଛି, ମୋଟ କେତେ ଅର୍ଥ ବ୍ୟୟ ହୋଇଛି, ତାହାଉରେ ସମସ୍ତ ଷ୍ଟେକ୍‌ହୋଲ୍ଡର ତଥା ହିତାଧିକାରୀଙ୍କୁ ଅବଗତ କରାଯିବ । ଏଥିପାଇଁ ସ୍କୁଲ୍‌ଗୁଡ଼ିକରେ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇ ସମସ୍ତଙ୍କ ଉପସ୍ଥିତିରେ ପ୍ରକଳ୍ପର ବ୍ୟୟବରାଦ ସମ୍ପର୍କରେ ଆଲୋଚନା କରାଯାଉଛି । କିଛି ସ୍ଥାନକୁ ‘ମୋ ସ୍କୁଲ୍‌’ ବରିଷ୍ଠ ଅଧିକାରୀମାନେ ଗସ୍ତ କରି ସେଠାରେ ଅର୍ଥ ବିନିଯୋଗର ସମୀକ୍ଷା କରିବା ସହ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସୋସିଆଲ୍ ଅଡିଟ୍ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ୩ଜଣ ସୋସିଆଲ୍ ଅଡିଟର୍ କମିଟିକୁ ନେଇ କରାଯାଉଥିବା ବେଳେ ଏଥିରେ ଅର୍ଥଦାନ କରିଥିବା ବ୍ୟକ୍ତିବିଶେଷଙ୍କର ଜଣେ ପ୍ରତିନିଧି, ସ୍କୁଲ୍ ପରିଚାଳନା କମିଟି ତଥା ପୁରାତନ ଛାତ୍ରଛାତ୍ରୀ ସଂଘର ଜଣେ ପ୍ରତିନିଧି ଏବଂ ଜଣେ ବରିଷ୍ଠ ଶିକ୍ଷା ଅଧିକାରୀ କିମ୍ବା ଅବସରପ୍ରାପ୍ତ ଜଣେ ପ୍ରଧାନଶିକ୍ଷକ ସଦସ୍ୟ ରହୁଛନ୍ତି । ପ୍ରତ୍ୟେକ ସ୍କୁଲ୍‌ରେ ୩ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସ୍କୁଲ୍‌ସ୍ତରରେ ରେକର୍ଡ ଯାଞ୍ଚ, ଦ୍ୱିତୀୟ ଦିନରେ ରିପୋର୍ଟ ଲିଖନ ଏବଂ ଶେଷଦିନ ପବ୍ଲିକ୍ ଡିସ୍‌କ୍ଲୋଜର୍‌ କରାଯାଉଛି । ଏଥିରୁ ନିର୍ଯ୍ୟାସକୁ ବିଦ୍ୟାଳୟଗୁଡ଼ିକ ନୋଟିସ୍ ବୋର୍ଡରେ ଲଗାଇବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ମୋ ସ୍କୁଲ୍ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଇତିମଧ୍ୟରେ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସୋସିଆଲ୍ ଅଡିଟ୍‌ ଶେଷ ହୋଇଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ଅନ୍ୟ ଜିଲ୍ଲାଗୁଡ଼ିକରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିବ ବର୍ଦ୍ଧିତ ବୃତ୍ତି, ଉପକୃତ ହେବେ ୨୩ ହଜାର ୬ ଶହ ଜଣ

ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିବ ବର୍ଦ୍ଧିତ ଛାତ୍ରବୃତ୍ତି । ବାଣୀଶ୍ରୀ ଯୋଜନାରେ ଆସନ୍ତା ଶିକ୍ଷାବର୍ଷ ଠାରୁ ୨୩ ହଜାର ୬ ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ଛାତ୍ରବୃତ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବୃତ୍ତି ୨ ଶହରୁ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଷଷ୍ଠରୁ ଦଶମ ଶ୍ରେଣୀର ପିଲାଙ୍କ ବୃତ୍ତି ୨୫୦ରୁ ପାଖାପାଖି ୫ଶହ ଟଙ୍କାକୁ ବୃଦ୍ଧି ହୋଇଛି । +୨ ଓ +୩ର ଛାତ୍ରଙ୍କ ବୃତ୍ତି ୩ ଶହରୁରୁ ୬ ଶହକୁ ବୃଦ୍ଧି କରାଯାଇଛି ।

Stipend Amount Of Disable Student Increased

ସେହିଭଳି ସ୍ନାତକୋତ୍ତର ଓ ବୈଷୟିକ ଧନ୍ଦାମୂଳକ ତାଲିମ୍ ନେଉଥିବା ପିଲାଙ୍କ ଛାତ୍ରଛାତ୍ରୀଙ୍କ ବୃତ୍ତି ୩୫୦ରୁ ୭୦୦କୁ ବୃଦ୍ଧି କରାଯିବ । ବାକି ଜେନେରାଲ ଟେକ୍ନିକାଲ୍ ଓ ପ୍ରଫେସନାଲ୍ ଏଜୁକେସନ୍ ଫର ପ୍ରାଇଭେସନାଲରେ ରାଜ୍ୟ ବାହାରେ ପଢୁଥିବା ପିଲାଙ୍କ ବୃତ୍ତି ୩୫୦ରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯିବ ।

ରିଡର୍ ଆନାଉନ୍ସରରେ ବୃତ୍ତି ଶହେ ଟଙ୍କାରୁ ୨ ଶହ ଟଙ୍କାକୁ ବୃଦ୍ଧି ଓ ମିଦିଲ୍ ସ୍କୁଲ ପାଇଁ ୧୫୦ରୁ ୩୦୦କୁ ବୃଦ୍ଧି ହୋଇଛି । ଅନ୍ୟମାନଙ୍କ ପାଇଁ ୨ ଶହରୁ ୪୦୦କୁ ବୃଦ୍ଧି କରାଯାଇଛି । ଶାରିରୀକ ପ୍ରତିବନ୍ଧକ ପିଲାଙ୍କ ପାଇଁ ପରିବହନ ଆନାଉନ୍ସ ଘୋଷଣା କରାଯାଇଛି । ଏହା ଆସନ୍ତା ଆଥିକ ବର୍ଷରୁ ଲାଗୁ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଭାରତର କଡ଼ା ଆଭିମୁଖ୍ୟ, ନିଷେଧ ହେଲା ୨୦ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଓ ୨ ଓ୍ୱେବସାଇଟ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ସରକାର । ଭାରତ ବିରୋଧରେ ପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ କରିଦେଇଛି । ଏଥି ସହ ଭାରତ ବିରୋଧରେ ପ୍ରଚାର ପାଇଁ ଦୁଇ ଓ୍ୱେବସାଇଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

 

ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକୁ ବନ୍ଦ କରିବାର ନିଷ୍ପତ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକର ସମନ୍ୱୟ ରକ୍ଷା କରି ନିଆଯାଇଛି । ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ବନ୍ଦ ହୋଇଥିବା ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକ ପାକିସ୍ତାନରୁ ଏକ ସମନ୍ୱିତ ବିଚ୍ଛିନ୍ନତା ନେଟୱାର୍କର ଅଟେ । ଏହି ଚ୍ୟାନେଲ ଓ ଓ୍ୱେବସାଇଟ ମାଧ୍ୟମରେ ଭାରତର ବିଭିନ୍ନ ସମ୍ବେଦନଶୀଳ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିଲା । ଏହି ଚ୍ୟାନେଲ ମାଧ୍ୟମରେ କାଶ୍ମୀର, ଭାରତୀୟ ସେନା, ରାମ ମନ୍ଦିର, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ CDS ଜେନେରାଲ ବିପିନ ରାୱତଙ୍କ ଉପରେ ବିଭାଜନକାରୀ ବିଷୟବସ୍ତୁ ପୋଷ୍ଟ କରୁଥିଲା ।

 

ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଜଣେ ଅଧିକାରଙ୍କ ସୂଚନା ଅନୁସାରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବା ପାଇଁ ପାକିସ୍ତାନର ଏକ ଗ୍ରୁପ ଥିଲା ଯାହାର ନାମ ହେଉଛି ‘ନୂଆ ପାକିସ୍ତାନ’ । ଯାହା ପାଖରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟଓ୍ୱାର୍କ ରହିଥିଲା । ଏହି ଚ୍ୟାନେଲ ନେଟଓ୍ୱାର୍କ ପାଖରେ ମୋଟ ୩୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିଲେ । ଏହି ନେଟଓ୍ୱାର୍କର କିଛି ୟୁଟ୍ୟୁବ ଚ୍ୟାନେଲ ପାକିସ୍ତାନ ନ୍ୟୁଜ ଆଙ୍କରଙ୍କ ଦ୍ୱାରା ପରିଚାଳିତ ଅଟେ । ସୂଚନା ଅନୁସାରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ର ନିୟମ ୧୬ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଏହି ସବୁ ୟୁଟ୍ୟୁବ ଚ୍ୟାନେଲ ଏବଂ ଓ୍ୱେବସାଇଟକୁ ବନ୍ଦ କରିଛି ।

କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ସତର୍କ କରାଇଲା କେନ୍ଦ୍ର

ଭୁବନେଶ୍ୱର: ଓମିକ୍ରନ ଭାରିଏଣ୍ଟକୁ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଓମିକ୍ରନ କରୋନାର ସବୁଠାରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ । ୩ ଗୁଣା ଅଧିକ ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବ । ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ୱାର ରୁମ୍‌ ଗୁଡ଼ିକୁ ଆକ୍ଟିଭ କରନ୍ତୁ ବୋଲି କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଓମିକ୍ରନ ବ୍ୟତୀତ ଦେଶରେ ଡେଲ୍ଟା ଭାରିଏଣ୍ଟ ମଧ୍ୟ ସକ୍ରିୟ ରହିଛି । ଆବଶ୍ୟକ ହେଲେ ନାଇଟ୍ କର୍ଫ୍ୟୁ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Centre Warns States Concerning Omicron Varinat Of Corona

ତେଣୁ ସ୍ଥାନୀୟ ଓ ଜିଲ୍ଲା ସ୍ତରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଟେଷ୍ଟିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବାକୁ ହେବ । ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଜିଲ୍ଲା ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ୍ । ଭାଇରସ୍ କାୟା ବିସ୍ତାର କରିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିବାକୁ କେନ୍ଦ୍ର ସରକାର ଚିଠିରେ କହିଛନ୍ତି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି । ଏହି ସମୟରେ ଭିଡ଼ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ରାଜ୍ୟମାନଙ୍କୁ ସତର୍କ କରାଇ ଦେଇଛନ୍ତି ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଗତ ୧୭ ତାରିଖରେ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧିନରେ ବିଭିନ୍ନ ଶ୍ରମ ଆଇନ୍ ଅନ୍ତର୍ଗତ ସମୁଦାୟ ୫୨ ଗୋଟି ସେବାକୁ ସ୍ୱୟଂଚାଳିତ ପ୍ରକ୍ରିୟା ଦ୍ୱାରା ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୨୨ଗୋଟି ସେବା ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ ଆଉ ୩୦ଗୋଟି ସେବାର ଲୋକାର୍ପଣ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୫ଗୋଟି ବିଭିନ୍ନ ଶ୍ରମ ଆଇନ୍ ଅନ୍ତର୍ଗତ ୨୨ଟି ସେବା ଆରମ୍ଭ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ଗୋଟି ଶ୍ରମ ଆଇନ୍ ଓ ୨ଗୋଟି ନୂତନ ଯୋଜନା ଅଧିନରେ ୩୦ ଗୋଟି ସେବାର ଅନଲାଇନ୍ ଆବେଦନ ତଥା ଅନୁମୋଦନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହାଦ୍ୱାରା ବିଭିନ୍ନ ବୃହତ, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ, ମୋଟର ପରିବହନ, ବିଡି ତିଆରି ଶିଳ୍ପ ଇତ୍ୟାଦିର ନିଯୁକ୍ତିଦାତା, ଶ୍ରମିକ ସଂଗଠନ ଏବଂ ବଏଲର ଅପରେସନ୍ ଇଞ୍ଜିନିୟର ନିମନ୍ତେ ଆବେଦନକାରୀ ଇତ୍ୟାଦି ଅଂଶୀଦାରମାନେ ଖୁବ୍ ସହଜରେ ଆବଶ୍ୟକୀୟ ସେବାଗୁଡ଼ିକ ଉପଲବ୍ଧ କରିପାରିବେ । ଏଥିସହିତ ଶିଳ୍ପ ସଂସ୍ଥାଗୁଡ଼ିକରେ ଛୁଟି ତାଲିକା ଅନୁମୋଦନ, ସ୍ଥାୟୀ ଆଦେଶ ପ୍ରମାଣପତ୍ର ଅନୁମୋଦନ ଇତ୍ୟାଦି ସେବା ଗୁଡ଼ିକୁ ପରିଶ୍ରମ ପୋର୍ଟାଲ ଅଧିନରେ ସରଳୀକୃତ ଇ-ପ୍ରଣାଳୀ ଦ୍ୱାରା ତ୍ୱରାନ୍ୱିତ ଭାବେ ଏବଂ ସ୍ୱଚ୍ଛତାର ସହିତ ଯୋଗାଇ ଦେବା ହେତୁ ଏହା ରାଜ୍ୟରେ ବ୍ୟବସାୟ ସ୍ୱଛନ୍ଦିକରଣକୁ ପ୍ରୋତ୍ସାହିତ କରିବ ।

Parishram Portal Of Labour and Employee's State Insurance Department Inauguraes

ଏବେ ସୁଦ୍ଧା ବିଭିନ୍ନ ଶିଳ୍ପଦ୍ୟୋଗୀ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଠିକାଦାର ଇତ୍ୟାଦି ଏହି ପୋର୍ଟାଲରେ ୧୧    ୮୫୪ ଗୋଟି ଦରଖାସ୍ତ ଦାଖଲ କରିଛନ୍ତି ଏବଂ ସେଥିରୁ ୧୦୫୭୯ ଗୋଟି ଦରଖାସ୍ତରେ ଆବଶ୍ୟକୀୟ ସେବା ମଞ୍ଜୁର କରାଯାଇଛି । ପରିଶ୍ରମ ପୋର୍ଟାଲରେ ତୃତୀୟ ପକ୍ଷ ଚାହିଁଲେ ଯେକୌଣସି ଅନୁମୋଦିତ ପ୍ରମାଣପତ୍ରକୁ ଦେଖିପାରିବେ । ଏଥିସହିତ ଏହି ପୋର୍ଟାଲ ଏକ ସୁବ୍ୟବସ୍ଥିତ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ, ଯାହାଦ୍ୱାରା ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଆଇନ୍, ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା, ପୈଠର ପରିମାଣ ଇତ୍ୟାଦି ସମ୍ବନ୍ଧରେ ସମସ୍ତ ସୂଚନା ଅଂଶୀଦାରମାନେ ପାଇପାରିବେ ।

ଏହି ପରିଶ୍ରମ ପୋର୍ଟାଲରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କାରଖାନା, ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ୱ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱସଂଖ୍ୟକ ଅଂଶୀଦାର ଲାଭ ପାଇପାରିବେ । ଆଜିର ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପ୍ରମୁଖ ଶାସନ ସଚିବ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓଡ଼ିଶା, ଶ୍ରମ କମିଶନର ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।