ଆଜି ପୁରୀ ଗଜପତି ମହାରାଜାଙ୍କ ଝିଅ ବାହାଘର, ବର୍ଦ୍ଧମାନ ରାଜକୁମାରଙ୍କ ସହ ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର: ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ଗଜପତିଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ହେଉଛି । ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରୁଛନ୍ତି ଦେବେଶୀ । ବିବାହ ପୂର୍ବରୁ ପାଟମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି । ଆଜି ରାତିରେ ଦେବେଶୀ ଓ ଆଦିତ୍ୟ ବିବାହ ବନ୍ଧନରେ ବାନ୍ଧିହେବେ । ଭୁବନେଶ୍ବରର ଏକ ତାରକା ହୋଟେଲରେ ବିବାହ ଉତ୍ସବ ହେଉଛି । କୋଭିଡ୍‌ କଟକଣା ମଧ୍ୟରେ ଗଜପତିଙ୍କ ଝିଅ ବାହାଘର ହେଉଛି । ଏହା ଗଜପତି ମହାରାଜାଙ୍କ ପରିବାରର ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ରାଜ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହିଛନ୍ତି ।

Leave a Reply