ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ, ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ

1 min read

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ । ପ୍ରଖ୍ୟାତ ଔଷଧ କମ୍ପାନି ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ । ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକ- ଡିସିଜିଆଇ ଅନୁମତି ଦେଇଥିଲେ । ଯାହାଫଳରେ ଏଣିକି ୧୮ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ ଦିଆଯାଇପାରିବ ନାଜାଲ ସ୍ପ୍ରେ । ସାନଓଜି କମ୍ପାନି ସହ ସହଭାଗିତାରେ ଗ୍ଲେନମାର୍କ ପ୍ରସ୍ତୁତ କରିଛି ଏହି ନାଜାଲ ସ୍ପ୍ରେ । ଫାବି ସ୍ପ୍ରେର ଫେଜ୍ ୩ ଟ୍ରାଏଲ ସଫଳ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୪ ଘଣ୍ଟା ପରେ କୋଭିଡ ନିରାକରଣ ୯୪ ପ୍ରତିଶତ ହ୍ରାସ ପାଉଥିବାବେଳେ ୪୮ ଘଣ୍ଟା ଭିତରେ ନିରାକରଣ ହାର ୯୯ ପ୍ରତିଶତ ରହୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଥିଲା ।

ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ’ ଭାରତରେ ଫାବିସ୍ପ୍ରେ ବ୍ରାଣ୍ଡରେ ବିତରଣ କରାଯିବ । ଗ୍ଲେନମାର୍କ ପକ୍ଷରୁ କୁହାଯାଇଛି- ଏହି ସ୍ପ୍ରେ ପ୍ରୟୋଗ ହେବା ଫଳରେ ମାନବ ଶରୀରରେ କୋଭିଡ ଭୂତାଣୁ ଭୌତିକ ଓ ରାସାୟନିକ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇପାରେ । ଯାହାଫଳରେ କୋଭିଡ ଭୂତାଣୁ ଫୁସଫୁସ ଭିତରକୁ ପ୍ରବେଶ କରି ନଥାଏ ।

Leave a Reply