ସିଧାସଳଖ BSKYରେ ଲାଭ ଉଠାଇବେ ହିତାଧିକାରୀ, BMC ଗଢିଲା କମିଟି

ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ ଆସୁଥିବା ବେଳେ କିଭଳି ସମାଧାନ ହେବ ସେ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଭୁବନେଶ୍ୱରରେ ୧ଲକ୍ଷ ୫ହଜାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୪୩ଟି ହସ୍ପିଟାଲକୁ ପଞ୍ଜିକୃତ କରାଯାଇଛି ।

ତେବେ ବିଭିନ୍ନ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହିତାଧିକାରୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସାଧାରଣ ହିତାଧିକାରୀ ଯେପରି ଯୋଜନାରେ ସଠିକ ରୂପାୟନ କରିପାରିବେ  । ଏବଂ ବିନା ଦଲାଲରେ ଯୋଜନାରେ ଲାଭ ଉଠାଇ ପାରିବେ ସେନେଇ ଏହି କମିଟି କାର୍ଯ୍ୟ କରିବ  ।

Leave a Reply