ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ’ପ୍ରତ୍ୟାହାର କର ନହେଲେ ଭୋଗିବ’

1 min read

ନୂଆଦିଲ୍ଲୀ: ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । CAA ବା ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଥିବା ଆନ୍ଦୋଳକାରୀଙ୍କ ବିରୋଧ ଜାରି ହୋଇଥିବା ନୋଟିସକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆନ୍ଦୋଳନ ପରେ ରିକଭରି ସମ୍ବନ୍ଧୀୟ ନୋଟିସକୁ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନହେଲେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେବେ । ରାଜ୍ୟ ସରକାର ଆଇନ ବିରୋଧୀ କାମ କରିଛନ୍ତି । ଯଦି ଏହି ନୋଟିସକୁ ପ୍ରତ୍ୟାହାର ନ କରାଯାଏ ତାହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ରାଜ୍ୟ ସରକାର । ନିର୍ଦ୍ଦେଶ କେମିତି ପାଳନ କରାଯିବ ତାହା ସୁପ୍ରିମକୋର୍ଟ ଶିଖାଇଦେବେ ।

୨୦୧୯ ଡିସେମ୍ବରରେ CAA ବିରୋଧରେ ଆନ୍ଦୋଳନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ରିକଭରି ନୋଟିସ୍‌ ଲଗାଯାଇଥିଲା । ଆନ୍ଦୋଳନ ସମୟରେ ଯାହା କ୍ଷତି ହୋଇଥିଲା ତାହା ଆନ୍ଦୋଳନକାରୀଙ୍କ ସମ୍ପତ୍ତିରୁ ହିଁ ଭରଣ କରାଯାଇଥାନ୍ତା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ବେଆଇନ୍‌ ବୋଲି କହିଛନ୍ତି । ବିଚାରପତିଙ୍କ ରାୟ ଅନୁସାରେ ଏହି ମାମଲାରେ ରାଜ୍ୟ ସରକାର ନିଜେ ଅଭିଯୋଗକାରୀ ହେବା ସହ ନିଜେ ନିଜେ ଦୋଷୀଙ୍କୁ ଦଣ୍ଡ ଦେଉଛନ୍ତି । ଯାହା ସମ୍ପୂର୍ଣ୍ଣ ଆଇନ ବିରୋଧୀ । ଆନ୍ଦୋଳନବେଳେ ମୃତ୍ୟୁ ହୋଇଥିବା ଲୋକଙ୍କ ନାଁରେ ମଧ୍ୟ ରାଜ୍ୟ ସରକାର ନୋଟିସ୍‌ ଜାରି କରିଥିଲେ । ଯାହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply