ବୋହୂ ପରେ ବନ୍ଧାହେଲେ ପୂର୍ବତନ IASଙ୍କ ପୁଅ, ୧୦୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ

1 min read
EOW Arrested Deepak Kindo On Allegation Of 100 Crore Fraud

ଭୁବନେଶ୍ୱର: ବନ୍ଧାହେଲେ ପୂର୍ବତନ ଆଇଏଏସ୍ ଅଫିସର ସ୍ୱର୍ଗତ ଲିଭନସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋ । ୧୦୦ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ସୁନ୍ଦରଗଡ଼ ଲୁଲୁଡିହାରୁ ଇଓଡବ୍ଲୁ ସମ୍ବନ୍ଧ ଫିନସର୍ଭର ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରିଛି । ରାଜ୍ୟ ଛାଡ଼ି ଚାଲିଯିବାକୁ ଯୋଜନା କରୁଥିବା ବେଳେ ତାଙ୍କୁ କାବୁ କରିଛି ଅର୍ଥନୈତି ଅପରାଧ ଶାଖା । ଦୀପକଙ୍କ ବିରୋଧରେ ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧ ଓ ୧୨୦-ବିରେ ମାମଲା ରୁଜୁ କରାଯାଇଛି ।

EOW Arrested Deepak Kindo On Allegation Of 100 Crore Fraud

ଜାଲ କାଗଜପତ୍ର ଦେଖାଇ ଖଣ୍ଡଗିରି ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ ଠାରୁ ୫ କୋଟି ଟଙ୍କାର ଋଣ ନେଇ ଶୁଝି ନଥିଲେ ଦୀପକ । ବିଭିନ୍ନ ଏସଏଚଜିକୁ ଲୋନ୍ ଦେବା ଆଳରେ ଟଙ୍କା ଋଣ ନେଇଥିଲେ । ତେବେ ବିଭିନ୍ନ ଆଳ ଦେଖାଇ ଋଣ ନେଇଥିବା ଟଙ୍କାକୁ ପରିଶୋଧ କରି ନଥିଲେ । ଏନେଇ ଅଭିଯୋଗର ତଦନ୍ତ ବେଳେ ଦୀପକଙ୍କ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଥିଲା ।

୨୦୧୫ରୁ ୨୦୨୦ ମଧ୍ୟରେ ଏହିଭଳି ୧୦୯ କୋଟି ଟଙ୍କା ଦୀପକ କିଣ୍ଡୋ ଠକେଇ କରିଥିବା ପଦାକୁ ଆସିଥିଲା । ତଦନ୍ତ ସମୟରେ ୧୭ କୋଟି ଟଙ୍କା ଠାବ କରି ଫ୍ରିଜ୍‌ କରିଛି ଇଓଡବ୍ଲୁ । ପୂର୍ବରୁ ମାମଲାରେ ଦୀପକଙ୍କ ପତ୍ନୀ ଅମୃତା କିଣ୍ଡୋ ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ୨୨କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ପୂର୍ବରୁ ଦୀପକଙ୍କ ବିରୋଧରେ ଲୁକ୍‌ ଆଉଟ୍ ସର୍କୁଲାର ଜାରି ହୋଇଥିଲା ।