ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରିଥିଲେ ଶର୍ମିଷ୍ଠା, ପୋଲିସ ହାତରେ ଲାଗିଲା ହତ୍ୟାର ସିସିଟିଭି ଫୁଟେଜ୍

Chandabali Local Reporter Reveals Sarmistha How Kidnapped Cameraman Manas

ଆରଡି: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ମାନସଙ୍କୁ କେମିତି ଅପହରଣ କରିଥିଲେ ଶର୍ମିଷ୍ଠା ? ଅପହରଣ ନେଇ ବୟାନ ଦେଇଛନ୍ତି ଏକ ୱେବ ଚ୍ୟାନେଲର ସ୍ଥାନୀୟ ରିପୋର୍ଟର । ପ୍ରେସ୍ ଲେଖାଥିବା ଏକ ଗାଡ଼ିରେ ଆସିଥିଲେ ଦୁଇ ଜଣ ମହିଳା ଓ ତିନି ଜଣ ପୁରୁଷ । ଏକ ବିବାହ ଉତ୍ସବର ଭିଡିଓଗ୍ରାଫିରେ ବ୍ୟସ୍ତ ଥିବା କ୍ୟାମେରାମ୍ୟାନ୍ ମାନସକୁ ଡାକି ଓ ମୋ ଆଖି ସାମ୍ନାରେ ତାକୁ ଧମକ୍ ଦେଇଥିଲେ ବୋଲି ରିପୋର୍ଟର ଜଣଙ୍କ କହିଛନ୍ତି । ଏକ ମେମୋରି ଚିପକୁ ନେଇ ଯୁକ୍ତିତର୍କ ହେବା ପରେ ଶର୍ମିଷ୍ଠା ମାନସକୁ ଏକ ଚାପୁଡ଼ା ମାରିଥିଲେ ।

Chandabali Local Reporter Reveals Sarmistha How Kidnapped Cameraman Manas

ଏହାପରେ ସେହି ଗାଡ଼ିରେ ହିଁ ମାନସକୁ ଉଠାଇ ନେଇଥିଲେ ଶର୍ମିଷ୍ଠାଙ୍କ ଗ୍ୟାଙ୍ଗ । ଏହି ବୟାନ ପରେ ସମ୍ପୂର୍ଣ୍ଣା ୱେବ୍ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସମ୍ପୃକ୍ତି ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଆହୁରି ଶକ୍ତ ହୋଇଛି । ଶର୍ମିଷ୍ଠା ହିଁ ଚାନ୍ଦବାଲିରୁ ମାନସକୁ ଉଠାଇ ନେଇଥିଲେ । ଭୁବନେଶ୍ୱର ଦୟାଲ ଆଶ୍ରମକୁ ଆଣି ହତ୍ୟା କରିବା ପରେ ନୟାଗଡ଼ରେ ପୋତି ଦେଇଥିଲେ । ଯଦି ଏସବୁ ଆକଳନ ସତ ହୁଏ ତାହା ହେଲେ ସାଂଘାତିକ । ଘଟଣାରେ ଫେରାର ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ କମିଶନରେଟ୍ ପୋଲିସ ଓ ଭଦ୍ରକ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

Chandabali Local Reporter Reveals Sarmistha How Kidnapped Cameraman Manas

ଅନ୍ୟପଟେ ଭୁବନେଶ୍ୱର ଦୟାଲ ଆଶ୍ରମ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି କମିଶନରେଟ ପୋଲିସ । ଆଶ୍ରମ ନିକଟରେ ଥିବା ଏକ ଘର ଭିତରୁ ପୋଲିସ ସିସିଟିଭି ହାର୍ଡଡିସ୍କ ଜବତ କରିଛି । ଫେବ୍ରୁଆରୀ ୭ରେ ମାନସକୁ ଅପହରଣ ପରେ ଦୟାଲ ଆଶ୍ରମକୁ ଅଣାଯଇଥିବାର ପ୍ରମାଣ ରହିଛି ସିସିଟିଭିରେ । ଏପରିକି ହତ୍ୟା ପରେ ମାନସର ମୃତଦେହକୁ ଏହି ଆଶ୍ରମରୁ ନିଆଯିବା ସମୟର ଚିତ୍ର ମଧ୍ୟ କଏଦ ହୋଇଛି । ହତ୍ୟାର କିଛିଦିନ ପରେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଘର ମାଲିକଙ୍କୁ ସିସିଟିଭିର ହାର୍ଡଡିକ୍ସ ତାଙ୍କୁ ଦେଇଦେବାକୁ ଫୋନ୍ କରିଥିବା ଜଣାପଡ଼ିଛି ।