spot_img
Home Blog Page 4637

Budget 2022: ଏଥର ବଜେଟରେ ନୂଆ ଆୟକର ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବେ ଟ୍ୟାକ୍ସ ସ୍ଲାବରେ ଲାଗୁ ହୋଇଥିଲା ନୂଆ ବ୍ୟବସ୍ଥା । ନୂତନ ବ୍ୟବସ୍ଥାରେ ସବୁ ଡିଡକ୍ସନ୍ ହଟାଇ ଦିଆଯିବା ସହ ଟିକସ ଦର ହ୍ରାସ୍ କରା ଯାଇଥିଲା । ଏହି ନୂଆ ବ୍ୟବସ୍ଥାରେ ବେଶ୍ ଲାଭାନ୍ୱିତ ହୋଇଥିଲେ କର୍ପୋରେଟ୍ କରଦାତା । କିନ୍ତୁ ବ୍ୟକ୍ତିଗତ କରଦାତା ଏହା ପ୍ରତି ସେତେଟା ଆକୃଷ୍ଟ ହୋଇନଥିଲେ । ୨୦୨୧-୨୨ ଆର୍ଥିକ ବର୍ଷରେ ୫.୮୯ କୋଟି କରଦାତା ଆୟକର ରିଟର୍ଣ୍ଣ ଦାଖଲ କରିଥିବା ବେଳେ ସେଥିରୁ ମାତ୍ର ୫ ପ୍ରତିଶତ ନୂଆ ବ୍ୟବସ୍ଥାକୁ ବାଛିଛନ୍ତି । ଏଥର ବଜେଟରେ ବ୍ୟକ୍ତିଗତ କରଦାତାଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟରେ ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ନେଇ କିଛି ଘୋଷଣା ହୋଇପାରେ ।

ଏଥିସହ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହାର ତର୍ଜମା କରାଯିବା ସହ ଜାଣିବାକୁ ଚେଷ୍ଟା କରାଯାଇଛି ଲୋକେ କାହିଁକି ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ଗ୍ରହଣ କରୁନାହାଁନ୍ତି । ଲୋକଙ୍କୁ ପୁରୁଣା ଓ ଜଟିଳ ବ୍ୟବସ୍ଥାରୁ ମୁକ୍ତି ଦେବା ପାଇଁ ଏଥର ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ଏମିତିରେ ଆଶା କରାଯାଉଛି କିଛି ସର୍ତ୍ତ ସହ ଗୃହଋଣ ସୁଧ ଉପରେ ଟିକସ ଛାଡ଼ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ର ଫାଇଦା ନୂଆ ଟିକସ ବ୍ୟବସ୍ଥାରେ ସାମିଲ୍ ହୋଇପାରେ ।

 New Tax Regime May Upgrade With Some Effective Changes In This Budget-2022

ଏଥିସହ ପଢ଼ନ୍ତୁ: Union Budget 2022: ବଢ଼ିପାରେ କିଷାନ କ୍ରେଡିଟ୍ କାର୍ଡ ଲିମିଟ୍, ମିଳିପାରେ ଶସ୍ତା ଋଣ

୨୦୨୦ ଫେବ୍ରୁଆରୀ ୧ରେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିଥିଲେ ସରକାର । ଏହାଦ୍ୱାରା କୌଣସି ପ୍ରକାର ଟିକସ ରିହାତି ପାଇଁ ଆବେଦନ କରୁନଥିବା ଲୋକଙ୍କୁ ଲାଭ ମିଳିଥିଲା । ତେବେ ସେତେବେଳେ ସଞ୍ଚୟ ବା ଜମାକୁ ନେଇ ଆଲୋଚନା ହୋଇଥିଲା । କାରଣ ଅଧିକାଂଶ ଲୋକ ଟିକସରୁ ରକ୍ଷା ପାଇବା ପାଇଁ ସଞ୍ଚୟ କରିଥାନ୍ତି । ଆଉ ଏଥିପାଇଁ ନୂଆ ଟିକସ ବ୍ୟବସ୍ଥା ଏବେ ଯାଏ ପ୍ରାୟତଃ ବିଫଳ ହୋଇଥିବା ବେଳେ ଲୋକେ ପୁରୁଣା ବ୍ୟବସ୍ଥାରେ ଆୟକର ଦେଉଛନ୍ତି ।

ଏଥିସହ ପଢ଼ନ୍ତୁ: Union Budget 2022: ସୁନା, ରୂପା ଉପରେ ହ୍ରାସ ହୋଇପାରେ ଆମଦାନୀ ଶୁଳ୍କ

ନୂଆ ଟିକସ ବ୍ୟବସ୍ଥାରେ, ୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ୁନାହିଁ । ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୫ ପ୍ରତିଶତ,୫ ଲକ୍ଷରୁ ୭.୫ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୭.୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୦ରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ୁଛି ।

ମହିଳା ଏସିଆ କପ୍ ହକି: ଚୀନକୁ ୨-୦ରେ ହରାଇ ହାତେଇଲା ବ୍ରୋଞ୍ଜ ମେଡାଲ    

ମସ୍କାଟ: ମହିଳା ଏସିଆ କପ ହକିରେ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ମେଡାଲ ମୁକାବିଲାରେ ଭାରତ ଚୀନକୁ ୨-୦ରେ ପରାସ୍ତ କରି ହାତେଇଛି ବ୍ରୋଞ୍ଜ ମେଡାଲ । ଗତ ଏସିଆ କପରେ ଭାରତୀୟ ମହିଳା ଦଳ ଚମ୍ପିଆନ ହୋଇଥିବାବେଳେ ଚଳିତ ଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଶୁକ୍ରବାର ଖେଳାଯାଇଥିବା ବ୍ରୋଞ୍ଜ ମେଡାଲ ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଚୀନକୁ ବ୍ୟାକଫୁଟରେ ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାଟରର ୧୩ତମ ମିନିଟରେ ଭାରତ ପକ୍ଷରୁ ଶର୍ମିଲା ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହା ପରେ ୧୯ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରଣିତ କରିଥିଲେ ଗୁରଜିତ । ଏହି ଗୋଲ ସହ ଦ୍ୱିତୀୟ କ୍ୱାଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ଭାରତ ଏହି ବ୍ୟବଧାନକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାରେ ସଫଳ ହୋଇଥିଲା ।

ମସ୍କାଟରେ ଖେଳାଯାଇଥିବା ଏସିଆ କପରେ ଭାରତ ଭଲ ପ୍ରଦର୍ଶନ କରିପାରିନଥିଲା । ପୁଲ୍ ପର୍ଯ୍ୟାୟରେ ଭାରତ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । କିନ୍ତୁ ସେମି ଫାଇନାଲ୍‌ରେ ଦକ୍ଷିଣ କୋରିଆ ନିକଟରୁ ଭାରତ ପରାସ୍ତ ହୋଇଥିଲା । ଯାହା ଫଳରେ ଫାଇନାଲ ରେସରୁ ବାଦ୍ ପଡ଼ିଥିଲା ଟିମ୍ ଇଣ୍ଡିଆ ।

ତେବେ ମହିଳା ଏସିଆ କପ୍ ହକିରେ ବ୍ରୋଞ୍ଜ ମେଡାଲ ହାସଲ କରିବା ପରେ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି କି ଚୀନକୁ ୨-୦ରେ ପରାସ୍ତ କରିବା ପରେ ମହିଳା ଏସିଆ କପ୍ ୨୦୨୨ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅଭିନନ୍ଦନ । ସେମାନେ ସେମାନଙ୍କର ଉଜ୍ଜ୍ୱଳ ପ୍ରଦର୍ଶନ ସହିତ ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ବୋଲି ଟ୍ୱିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜଧାନୀରେ ପୁଣି ରକ୍ତପାତ, ତ୍ରିକୋଣୀୟ ପ୍ରେମକୁ ନେଇ ଯୁବକଙ୍କୁ ଛୁରା ମାଡ଼

ଭୁବନେଶ୍ୱର: ଅଶାନ୍ତ ହେଲାଣି ରାଜଧାନୀ । କଥା କଥାରେ ରକ୍ତ ରଞ୍ଜିତ ହେଉଛି ରାଜଧାନୀ ରାଜରାସ୍ତା । ପ୍ରେମ ସମ୍ପର୍କକୁ ନେଇ ବଢ଼ୁଛି ଆକ୍ରମଣ ପ୍ରତିଆକ୍ରମଣ । କଥା କଥାରେ ହେଉଛି ରକ୍ତପାତ । ଗତକାଲି ସନ୍ଧ୍ୟାରେ ପ୍ରେମ ସମ୍ପର୍କକୁ ନେଇ ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ । ଶୈଳଶ୍ରୀବିହାର ଅଞ୍ଚଳରେ ତ୍ରିକୋଣୀୟ ପ୍ରେମକୁ ନେଇ ବହିଛି ରକ୍ତ । ଦୁଇ ପ୍ରେମିକଙ୍କ ମଧ୍ୟରେ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ତ୍ରିକୋଣୀୟ ପ୍ରେମକୁ ନେଇ ଜଣଙ୍କୁ ଛୁରାମାଡ଼ କରିଥିଲେ ଆଉ ଜଣେ ପ୍ରେମିକ । ସୂଚନା ଅନୁସାରେ ଉଭୟ ପ୍ରେମିକ ପଟିଆ ଅଞ୍ଚଳର ଏକ ଘରୋଇ କଲେଜର ଛାତ୍ର । ଉଭୟ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ମୋବାଇଲ ଓ ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ହୋଇଥିଲା । ଯୁକ୍ତିତର୍କ ପରେ ଛୁରାମାଡ଼ ହୋଇଥିଲା । ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ପ୍ରେମ ସମ୍ପର୍କକୁ ନେଇ ଛୁରାମାଡ଼ ଘଟଣା ନୂଆ ନୁହେଁ  । ଚଳିତ ମାସରେ ମଧ୍ୟ ପ୍ରେମିକାକୁ କମେଣ୍ଟମରାରୁ ପ୍ରେସ ଛକରେ ଛୁରା ମାଡ଼ରେ ଜଣଙ୍କର ମୃତ୍ୟ ହୋଇଥିଲା ।

ଦେଶରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୨ ଲକ୍ଷ ୩୫ ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦେଶରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୫ ହଜାର ୫୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୮୭୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୩.୩୯ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୫ ହଜାର ୯୩୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ଶୁକ୍ରବାର ୨ ଲକ୍ଷ ୫୧ ହଜାର ୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ ୨ ଲକ୍ଷ ୩୫ ହଜାର ୫୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତ ଆକ୍ଟିଭ୍ କେସ୍ ୨୦ ଲକ୍ଷ ୦୪ ହଜାର ୩୩୩ ରହିଛି ।

 

ରାଜ୍ୟରେ କମିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଲଗାତର ଭାବରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତକାଲି ୫ ହଜାର ୦୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୪ ହଜାର ୮୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୦୯ ଜଣ ଚିହ୍ନଟ ହୋଇଥିବାବେଳେ ୨ ହଜାର ୦୩୩ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୫୧୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୨୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୪, ବାଲେଶ୍ୱରରୁ ୧୬୯, ବରଗଡ଼ରୁ ୭୨, ଭଦ୍ରକରୁ ୧୦୬, ବଲାଙ୍ଗୀରରୁ ୧୪୦, ବୌଦ୍ଧରୁ ୨୮, କଟକରୁ ୪୪୩, ଦେଓଗଡ଼ରୁ ୮୫, ଢେଙ୍କାନାଳରୁ ୮୪, ଗଜପତିରୁ ୬୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୯୬, ଯାଜପୁରରୁ ୧୩୪, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୧୫୫, କନ୍ଧମାଳରୁ ୮୦, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୬୯, କୋରାପୁଟରୁ ୮୧, ମାଲକାନଗିରିରୁ ୪୩, ମୟୁରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୨୧୦, ନୂଆପଡ଼ାରୁ ୧୪୨, ପୁରୀରୁ ୭୬, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୪୯, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୧୫୯ ଓ ଷ୍ଟେଟ ପୁଲରୁ ୨୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଅଣ୍ଡର-୧୯ ବିଶ୍ୱକପରେ ହେବ ନାହିଁ ଭାରତ-ପାକ୍ ମହାମୁକାବିଲା

ଆଣ୍ଟିଗୁଆ: ଚଳିତ ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆ ତା’ର ସ୍ଥାନ ପକ୍କା କରିଛି । ଶୁକ୍ରବାର ଖେଳାଯାଇଥିବା କ୍ୱାଟର ଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୧୧୯ ରନରେ ପରାସ୍ତ କରିଛି । ଏହି ବିଜୟ ସହ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ତେବେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ଆଜି ହେବାକୁ ଥିବା ଭାରତ- ବାଂଲାଦେଶ ମ୍ୟାଚର ବିଜେତା ଦଳ ସହ ହେବ । କ୍ୱାଟର ଫାଇନାଲରେ ପାକିସ୍ତାନ ପରାଜୟ ବରଣ କରିବା ଫଳରେ ଭାରତ ଓ ପାକିସ୍ତାନ କ୍ରିକେଟ ଫ୍ୟାନଙ୍କୁ ଏକ ଝଟକା ଲାଗିଛି । ଯଦି ପାକିସ୍ତାନ ଏହି କ୍ୱାଟର ଫାଇନାଲ ମ୍ୟାଚରେ ବିଜୟ ଲାଭ କରିଥାନ୍ତା ତେବେ ସେମିଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା ହୋଇଥାନ୍ତା । ତେବେ ଚଳିତ ବିଶ୍ୱକପରେ ଆଜି କ୍ୱାଟର ଫାଇନାଲ ମୁକାବିଲାରେ ଭାରତ ବାଂଲାଦେଶକୁ ଭେଟିବ । ଏହି ମ୍ୟାଚରରେ ଯଦି ଭାରତ ବାଂଲାଦେଶକୁ ପରାସ୍ତ କରେ ତେବେ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ ।

ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ବିନିମୟରେ ୨୭୬ ରନ କରିଥିଲା । ୨୭୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ମାତ୍ର ୧୫୭ ରନ କରିପାରିଥିଲା । ପାକିସ୍ତାନର ପୂରା ଟିମ୍ ୩୫ ଓଭର ସମସ୍ତ ଓ୍ୱିକେଟ ହରାଇ ମାତ୍ର ୧୫୭ ରନ କରିପାରିଥିଲା । ଯାହା ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୧୧୯ ରନରେ ବିଜୟ ଲାଭ କରିଥିଲା । ଏହି ବିଜୟ ସହ ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି କଙ୍ଗାରୁ ଦଳ ।

୩ ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡ଼ାନ୍ତ ତାଲିକା  

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ପରେ ପଡ଼ିପାରେ ପୌର୍ ଭୋଟ୍ । ଆଉ ପାଦେ ଆଗକୁ ଆଗେଇଲେ ରାଜ୍ୟ ସରକାର । ରାଜ୍ୟର ତିନି ମହାନଗର ନିଗମ ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ମେୟର ପଦ ସଂରକ୍ଷଣ ନେଇ ପୂର୍ବରୁ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା । ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛି ।

Mayor Reservation Final Notification Out

ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିଭଳି କଟକ ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରହିଛି ।

Mayor Reservation Final Notification Out

ମେୟର ପଦ ସଂରକ୍ଷଣ ସହ ୩ ମହାନଗର ନିଗମର ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ଏଥିସହ ୱାର୍ଡ ଅନୁସାରେ କର୍ପୋରେଟର ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରର ୩୪, ୧୩ ଓ ୨ ନମ୍ବର ୱାର୍ଡ ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ୩୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରଖାଯାଇଛି । ୨୨ ଓ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି । ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ, କଟକର ୫୯ଟି ୱାର୍ଡ ଓ ବ୍ରହ୍ମପୁରର ୪୨ଟି ୱାର୍ଡରେ ନିର୍ବାଚନ ହେବ ।

ଆଉ ୨ ଦିନ ପ୍ରବଳ ଜାଡ଼, ରାତି ଓ ଭୋର୍ ସମୟରେ ଘରୁ ନବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଓଡ଼ିଶାକୁ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେଉଛି । ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Cold Wave Grips Odisha, Temperature Falls In Many Places

୨୯ ତାରିଖରୁ ୩୦ ତାରିଖ ସକାଳ ୮ଟା ୩୦ ଯାଏ ପ୍ରବଳ ଥଣ୍ଡା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିଭଳି ୩୦ ତାରିଖରୁ ୩୧ ତାରିଖ ସକାଳ ୮ଟା ୩୦ ଯାଏ ପ୍ରବଳ ଶୀତ ନେଇ ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ପ୍ରବଳ ଥଣ୍ଡା ପାଇଁ ରାତି ସମୟରେ ଆବଦ୍ଧ ଘରେ ରହିବା ସହ ଭୋର୍ ସମୟରେ ଘରୁ ନବାହାରିବା ଲାଗି ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୨ରୁ ୩ ଡିଗ୍ରୀ ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୩ ଦିନ ଯାଏ ପାରଦ ସ୍ୱଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ ।

ବୋଲେରୋ-ବାଇକ୍ ମୁହାଁମୁହିଁ: ୨ବାଇକ ଚାଳକଙ୍କ ମୃତ୍ୟୁ

ବୌଦ୍ଧ: ମାନମୁଣ୍ଡା ଥାନା ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋ ବାଇକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ । ମୃତକ ହେଲେ ମନମୁଣ୍ଡା ଥାନା ଝଗଡୁଗାଡ଼ିଆ ଗାଁର ହିରୋ ବଗର୍ତ୍ତି ଓ କିଶୋର । ସନ୍ଧ୍ୟାରେ ସୋନୁପର ଆଡୁ ବୌଦ୍ଧ ପଟକୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ସହ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ମାନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମୃତ ଦେହକୁ ଓ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା

ରାଜନୀତି ଯୋଡ଼ିଲା ସମ୍ପର୍କ: ସରପଞ୍ଚ ହେବାକୁ ବାହା ହେଲେ

ବ୍ରହ୍ମପୁର: ସଜା ହୋଇଛି ଗାଡ଼ି । କନ୍ୟା ପ୍ରସ୍ତୁତ, ବର ବି ରେଡ଼ି । ଘରେ ବିବାହ ପାଇଁ ଉତ୍ସବର ମାହୋଲ । ଏବେ ଆପଣ ଭାବୁଥିବେ ଜଣକର ବାହାଘର ଖବର କାହିଁକି ଆମେ ଜଣାଉଛୁ । କିନ୍ତୁ କଥାଟା କିଛି ଅଲଗା । ଯାହାର ବାହାଘର ହେଉଛି ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ । ଘର ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣସରଣପୁର ନୂତନ ଗୁରୁଣ୍ଠିରେ । ପୂର୍ବରୁ ଆଇତିପୁର ପଞ୍ଚାୟତ ଯୋଗେନ୍ଦ୍ର ପଲେଇଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ଯୋଗେନ୍ଦ୍ରଙ୍କ ବାପା ୨୦୦୨ରେ ସରପଞ୍ଚ ଥିଲେ । ତେଣୁ ବାପାଙ୍କ ପରେ ଉଚ୍ଚଶିକ୍ଷିତ ପୁଅ ଯୋଗେନ୍ଦ୍ର ସରପଞ୍ଚ ହେବାକୁ ମନ ବଳାଇଲେ । ହେଲେ ଚଳିତ ନିର୍ବାଚନରେ ଆଇତିପୁର ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପତ୍ନୀ ପ୍ରଭାତୀଙ୍କୁ ପ୍ରାର୍ଥୀ କରିଛନ୍ତି । ନାମାଙ୍କନ ପ୍ରକ୍ରିୟା ସରିଥିବାବେଳେ ଏବେ ଦୁହେଁ ବୈଦିକ ରୀତିରେ ବିବାହ କରିବାକୁ ଯାଉଛନ୍ତି ।

୭ଟି ଗ୍ରାମକୁ ନେଇ ଗଠିତ ହୋଇଛି ଆଇତିପୁର ପଞ୍ଚାୟତ । ଏଠାରେ ଭୋଟର ସଂଖ୍ୟା ୪ ହଜାର ୩୪୦ । ଚଳିତ ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରଭାତୀଙ୍କୁ ମାଛ ଚିହ୍ନ ମିଳିଛି । ତେବେ ପ୍ରଭାତୀଙ୍କ ସହ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରାର୍ଥୀ ଆଗରୁ ସେହି ଗାଁର ବୋହୂ ହୋଇଥିବା ବେଳେ ପ୍ରଭାତି ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ନୁଆଁ ବୋହୂ ଭାବେ ଭୋଟ ଭିକ୍ଷା କରିବାକୁ ମଇଦାନକୁ ଉହ୍ଲାଇବେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଗକୁ ଗାଁର ଦୁଇ ବୋହୂଙ୍କ ମଧ୍ୟରେ ହେବ କଡା ଟକ୍କର । ତେବେ ଶ୍ୱଶୂର ପୂର୍ବରୁ ସରପଞ୍ଚ ଥିବାରୁ ପ୍ରଭାତିଙ୍କ ପଲ୍ଲା ଭାରି ଥିବା କହନ୍ତି ସ୍ଥାନୀୟ ବାସିନ୍ଦା ।

ଏଥିସହିତ ପଢ଼ନ୍ତୁ: ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା