ଅପହରଣ ଘଟଣାରେ ବିଜେଡିକୁ ଯୋଡୁଛି କଂଗ୍ରେସ, ସ୍ପଷ୍ଟ କଲେ ଆହତ ବ୍ୟକ୍ତି

1 min read

କୋରାପୁଟ: ବିଜେଡିକୁ ବଦନାମ ପାଇଁ କଂଗ୍ରେସର ଅପଚେଷ୍ଟା । ବିଜେଡି କୌଣସି ପ୍ରକାର ଅସମାଜିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉ ନଥିବା ବେଳେ କଂଗ୍ରେସ ପୌର ନିର୍ବାଚନ ଆଖି ଆଗରେ ରଖି ବିଜେଡିକୁ ବଦନାମ କରିବାକୁ ଆରମ୍ଭ କରିଛି ଉଦ୍ୟମ । ଗତକାଲି ଏକ ପୂର୍ବ ଶତ୍ରୁତାକୁ ନେଇ ଏକ ଅପହରଣ ଓ ହତ୍ୟା ଉଦ୍ୟମ ହୋଇଥିଲା । ସେଥିରେ ଜୋର ଜବରଦସ୍ତ ବିଜେଡିର ସମ୍ପୃକ୍ତି ଥିବା ଅଭିଯୋଗ କରି ଥାନା ଘେରାଉ କରିଛି କଂଗ୍ରେସ । ଜୟପୁର ଗୋପବନ୍ଧୁ ନଗର କାର୍ତ୍ତିକ ନାଗକୁ ଅପହରଣ କରି ହତ୍ୟା ଉଦ୍ୟମ ମାମଲା ସହିତ କୌଣସି ରାଜନୈତକ ସମ୍ପୃକ୍ତି ନାହିଁ । ଏହା ଏକ ଗ୍ୟାଙ୍ଗଓ୍ୱାର ବୋଲି ସ୍ପଟ୍ କରିଛି ପୋଲିସ ।

ଅନ୍ୟପଟେ ଆକ୍ରମଣରେ ଆହତ କାର୍ତ୍ତିକ ହସ୍ପିଟାଲ ବେଡରୁ ଏକ ଭିଡିଓ ଜାରିକରି ଘଟଣାକୁ ନେଇ ରାଜନୀତି ନହେଉ ବୋଲି ଅନୁରୋଧ କରିଛନ୍ତି । ଆହତଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ବି ପୋଲିସ୍ କୌଣସି ପଦକ୍ଷେପ ନେଇ ନଥିବାରୁ କଂଗ୍ରେସ୍ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ମୁଖ୍ୟ ଅଭିଯକ୍ତମାନଙ୍କୁ ଧରିବାକୁ ପୋଲିସ୍ ବିଫଳ ହୋଇଥିବା କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀ ପତି । ବିଜେଡିକୁ ଦାୟୀ କରି ଜାତୀୟ ରାଜପଥ ଅବରୋଧ କରିବା ସହିତ ଧାରଣାରେ ବସିଥିଲେ । ପୋଲିସ ବୁଝାସୁଝା ପରେ ଧାରଣା ହଟିଥିଲା ।

ପରେ ଜୟପୁର ମୁନିସିପାଲଟି ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ୟ ନାରାୟଣ ରଥ ଟାଉନ୍ ଥାନାରେ ପହଞ୍ଚି ପୋଲିସ୍ କୁ ଭେଟିବା ସହିତ କଂଗ୍ରେସ୍ ଘଟଣାକୁ ନେଇ ଅଯଥା ରାଜନୀତି କରୁଛି ଓ ବିଜେଡିକୁ ଟାଣୁଛି ବୋଲି ଗଣ ମାଧ୍ୟମକୁ କହିଛନ୍ତି । ଅନ୍ୟପଟେ କୋରାପୁଟ SP ବରୁଣ ଗୁଣ୍ଠପାଲି ପ୍ରେସମିଟ କରି ଏହି ଘଟଣା କୌଣସି ରାଜନୈତିକ ସଂପୃକ୍ତ ନାହିଁ ଓ ଏହା ଏକ ଗେଙ୍ଗ ୱାର ବୋଲି ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ 4 ଜଣକୁ ଅଟକ ରଖି ପଚାଉଚରା କରାଯାଇଥିବା SP କହିଛନ୍ତି ।